ହୋଲିରେ ରଙ୍ଗ ଖେଳୁଛନ୍ତି କି ? ରୁହନ୍ତୁ ସାବଧାନ !

ହୋଲିର ଉତ୍ସବ ଆଗକୁ ଆସୁଛି। ହୋଲି ଆସିଲେ ସମସ୍ତେ ବହୁତ ଖୁସି ହୋଇଯାନ୍ତି ରଙ୍ଗ ଖେଳିବା ପାଇଁ। ବର୍ଷକୁ ଥରେ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ହୋଲି ଏମିତି ଏକ ଭାଇଚାରର ପର୍ବ ଏହାକୁ ସମସ୍ତେ ପାଳନ କରିଥାନ୍ତି। ଛୋଟ ପିଲାଠୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଏହାର ମଜା ନିଅନ୍ତି। ହୋଲି ଖେଳିଲାବେଳେ କିନ୍ତୁ ମନରେ ଡର ବି ରହିଥାଏ। କାଳେ ରଙ୍ଗ କିଛି ଆଖିରେ ପଡ଼ିଯିବ। ଯାହାଦ୍ୱାରା ଆଖିର କିଛି ବି ଅସୁବିଧା ହେଇପାରେ। କାରଣ ଆଜି କାଲି ରଙ୍ଗରେ ବିଭିନ୍ନ ପ୍ରକାରର କେମିକାଲ ମିଶୁଥିବାରୁ ଏହା ଶରୀର ପ୍ରତି କ୍ଷତିକାରକ ମଧ୍ୟ ହୋଇପାରେ। ତେଣୁ ସମସ୍ତେ ସାବଧାନତାର ସହ ରଙ୍ଗ ଖେଳିବା ଆବଶ୍ୟକ।

Image result for beautiful girl holi mages

ହୋଲି ଖେଳିବା ସମୟରେ ଯଦି ରଙ୍ଗ ଆଖିରେ ପଡ଼ିଯିବ ତେବେ ଆପଣମାନେ ଆଖିକୁ ଜୋରେ ରଗଡ଼ିବେନି । ରଗଡ଼ିବା ଦ୍ୱାରା ଆଖି ଫୁଲିବା ସହ ଲାଲ ପଡ଼ିଯାଇଥାଏ ଓ ପୋଡ଼ାଜଳା ମଧ୍ୟ ହୋଇଥାଏ।

ହୋଲି ଖେଳିବା ପୂର୍ବରୁ  ପ୍ରଥମେ କିଛି ସତର୍କତା ଅବଲମ୍ବନ କରନ୍ତୁ। ଯେମିତିକି ଶରୀରରେ କିଛି ତେଲ ଲଗାନ୍ତୁ ନହେଲେ କିଛି  କ୍ରିମ୍ ମଧ୍ୟ ବ୍ୟବହାର କରିପାରିବେ। ଯାହାଦ୍ୱାରା ରଙ୍ଗର ପ୍ରଭାବ ଶରୀରରେ କିଛି କ୍ଷତି କରିପାରିବ ନାହିଁ। ସେହିପରି ଆପଣମାନେ ଆଖିର ଚାରିପାଖରେ କିଛି ସୋରିଷ ତେଲ ଲଗାନ୍ତୁ କି କିଛି କ୍ରିମ୍ ବ୍ୟବହାର କରନ୍ତୁ ଯାହାଦ୍ୱାରା ଆଖିର ପାଖାପାଖି ଯାଗାଗୁଡ଼ିକ ନରମ ହେବା ସହ ଯଦି ସେହି ଜାଗାଗୁଡ଼ିକରେ ରଙ୍ଗ ପଡିଯାଏ ତେବେ ସେଠି ମଧ୍ୟ କିଛି କ୍ଷତି ହୋଇପାରିବ ନାହିଁ।

Image result for beautiful girl holi mages

ସାଧରଣତଃ ଆଖିରେ କିଛି ଶୁଖିଲା ରଙ୍ଗ ପଡିବା ମାତ୍ରେ ସାଙ୍ଗେ ସାଙ୍ଗେ ପାଣିରେ ନିଜ ଆଖିକୁ ଧୋଇଦେଇଥାଉ। ଯାହାଦ୍ୱାରା କି ରଙ୍ଗ ସବୁଆଡ଼େ ହୋଇଯାଇଥାଏ। ଏହାଦ୍ୱାରା ଆଖିର ରେଟିନା ଉପରେ ପ୍ରଭାବ ପଡିଥାଏ। ଯାହା ଫଳରେ କିଛି ସମୟ  ଠିକ୍ ସେ ଦେଖାଯାଏ ନାହିଁ । ବହୁତ କଷ୍ଟ ଅନୁଭବ ହୋଇଥାଏ। ତେଣୁ  ଆପଣମାନେ ଆଖିକୁ ପାଣିରେ ନଧୋଇ କିଛି ଆଇ ଡ୍ରପ ବ୍ୟବହାର କରନ୍ତୁ। ଡ଼ାକ୍ତରଙ୍କ ପରାମର୍ଶ ଅନୁଯାୟୀ।

Image result for beautiful girl holi mages

ଆହୁରି ପଢ଼ନ୍ତୁ

ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି ? ଘରୋଇ ଉପଚାର ମାଧ୍ୟମରେ ଲିଭାନ୍ତୁ ଦାଗ

ଏକାସଙ୍ଗେ ଭାତ ଓ ରୁଟି ଖାଇବା ଭଲ ନା ଖରାପ ? ଜାଣନ୍ତୁ…

ଏସିଡିଟିରୁ କେମିତି ପାଇବେ ମୁକ୍ତି ? ଜାଣନ୍ତୁ ସହଜ ଉପାୟ

ଆଣ୍ଠୁ ଗଣ୍ଠି ବିନ୍ଧା ହେଉଛି କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ସୂର୍ଯ୍ୟପରାଗରେ କ’ଣ କରିବା ଉଚିତ୍‌ ? ଜାଣନ୍ତୁ କିଛି ଟିପ୍ସ

ଶିଶୁର ବିକାଶ ପାଇଁ ଗର୍ଭାବସ୍ଥାରେ କରନ୍ତୁ ଏହି ପ୍ରାଣାୟାମ

କରୋନା ସମୟରେ କିପରି ନେବେ ଆଖିର ଯତ୍ନ ? ଜାଣନ୍ତୁ…

୧୫ ମିନିଟର ଏହି ଆସନ ଅନେକ ସମସ୍ୟାରୁ ଦେବ ମୁକ୍ତି

କପାଳଭାତି ପ୍ରାଣାୟମ ଦ୍ୱାରା ଏହିସବୁ ଫାଇଦା ମିଳେ

ଡାଇବେଟିସ୍‌ରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଆସନ

ଏହି ଆସନ ଗର୍ଭବତୀ ମହିଳାଙ୍କ ପାଇଁ ଲାଭଦାୟୀ

୧୫ ମିନିଟ୍‌ର ଅନୁଲୋମ-ବିଲୋମ ପ୍ରାଣାୟମ , ପାଖ ମାଡ଼ିନଥାଏ ଏହିସବୁ ସମସ୍ୟା

You might also like