ସୁନ୍ଦର କେଶ ଓ ତ୍ୱଚା ପାଇଁ ବ୍ୟବହାର କରନ୍ତୁ ମାଛ ତେଲ

ଭୁବନେଶ୍ୱର: ମାଛ ଶରୀର ଓ ତ୍ୱଚା ପାଇଁ ଉପକାରୀ । ତେଣୁ ଡାକ୍ତର ମଧ୍ୟ ମାଛ ଖାଇବାକୁ ପରାମର୍ଶ ଦେଇଥାନ୍ତି। କେବଳ ଯେ ମାଛ ଖାଇବା ଶରୀର ପାଇଁ ଉପକାରୀ ତାହା ନୁହେଁ, ମାଛ ତେଲ ମଧ୍ୟ ସୁନ୍ଦର ତ୍ୱଚା ଓ କେଶ ପାଇଁ ବହୁ ଲାଭଦାୟକ।

ଏଥିରେ ଓମେଗା ୩ ଫ୍ୟାଟି ଏସିଡ୍‌ ଥାଏ । ଯାହା ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ କେଶକୁ ଘନ ଓ ଲମ୍ବା କରିଥାଏ । ଏହା ସହ ହାର୍ଟ୍‌ ଓ କିଡ୍‌ନୀକୁ ମଧ୍ୟ ସୁସ୍ଥ ରଖିଥାଏ । ତେବେ ଆସନ୍ତୁ ଜାଣିବା ମାଛ ତେଲ ବ୍ୟବହାର ଦ୍ୱାରା କିପରି ତ୍ୱଚା ଓ କେଶ ସୁସ୍ଥ ରହିଥାଏ।

୧. ମାଛ ତେଲରେ ଆଣ୍ଟି-ଇନଫ୍ଲାମେଣ୍ଟୋରୀ ଗୁଣ ଥିବା ଯୋଗୁ ଏହା ତ୍ୱଚା ସଂକ୍ରାମଣରୁ ରକ୍ଷା କରେ ଏବଂ
ତ୍ୱଚାକୁ ମଶ୍ଚରାଇଜ୍ କରିଥାଏ। ମୁହଁରେ ବ୍ରଣ ହେବାକୁ ଦିଏ ନାହିଁ ।

୨. କେଶରେ ମାଛ ତେଲର ବ୍ୟବହାର କରିବା ଦ୍ୱାରା କେଶ ଝଡିବା ବନ୍ଦ ହୁଏ ଏବଂ କେଶ ଘନ ଓ ଲମ୍ବା  ହୋଇଥାଏ ।

କିପରି ବ୍ୟବହାର କରିବେ ଜାଣନ୍ତୁ:

ବର୍ତ୍ତମାନ ବଜାରରେ ମାଛ ତେଲ କ୍ୟାପ୍‌ସୁଲ୍‌ ମଧ୍ୟ ଉପଲବ୍ଧ। ୫ଟି ମାଛ ତେଲର କ୍ୟାପ୍‌ସୁଲ୍‌ ନେଇ ସେଥିରୁ ତେଲ ବାହାର କରନ୍ତୁ। ତୁଳା ବା କଟନ୍‌ ପ୍ୟାଡ୍‌ ସାହାଯ୍ୟରେ ଏହି ତେଲକୁ ଚେହେରାରେ ଲଗାନ୍ତୁ । ୧୦ ମିନିଟ୍ ପରେ ଉଷୁମ ପାଣିରେ ଚେହେରାକୁ ଧୋଇ ଦିଅନ୍ତୁ। କିଛି ଦିନ ପରେ ଆପଣ ଚେହେରାର ଚମକ୍ ଜାଣିପାରିବେ।

ସେହିପରି କେଶରେ ବ୍ୟବହାର କରିବା ପାଇଁ ଦୁଇ ଚାମଚ ଅଲିଭ୍‌ ତେଲ ନେଇ ସେଥିରେ ଦୁଇଟି ମାଛ ତେଲ କ୍ୟାପସୁଲ୍‌ ମିଶାନ୍ତୁ। ଏହାର ଭଲ ଭାବରେ ମିଶାଇ ଦିଅନ୍ତୁ। ପରେ ଏହି ତେଲକୁ କେଶ ମୂଳରେ ଭଲ ଭାବେ ମାଲିସ୍‌ କରନ୍ତୁ। ଦୁଇ-ତିନି ଘଣ୍ଟା ପରେ କେଶ ଶାମ୍ପୁ କରି ଦିଅନ୍ତୁ।

You might also like