• translate

International Updates

ceo
ଇଣ୍ଡିଆନ ଏୟାର ଲଇନ୍ସରେ ପ୍ରଥମଥର ପାଇଁ ନିଯୁକ୍ତ ହେଲେ ମହିଳା ସିଇଓ

ନୂଆଦିଲ୍ଲୀ: ଭାରତୀୟ ବିମାନ ଇତିହାସରେ ପ୍ରଥମଥର ପାଇଁ ଜଣେ ମହିଳାଙ୍କୁ ଆଲିଆନ୍ସ ଏୟାରର ସିଇଓ ଭାବେ ନିଯୁକ୍ତ କରିଯାଇଛି। ହରପ୍ରିତ ଏ ଡେ ସିଂହ ନାମକ ଜଣେ ମହିଳାଙ୍କୁ ଏହି ପଦବୀରେ ସରକାର ନିଯୁକ୍ତି ଦେଇଛନ୍ତି। ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏୟାର ଇଣ୍ଡିଆର ଅଧ୍ୟକ୍ଷ ରଜୀବ ବନସଲ ଶୁକ୍ରବାର ଏନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ହରପ୍ରିତ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏୟାରଲାଇନ୍ସ ଏୟାରର ସିଇଓ ପଦ ସମ୍ଭାଳିବେ। ତେବେ ହରପ୍ରିତଙ୍କୁ ଏୟାର […]

pm
ଦେଶରେ ଆରମ୍ଭ ହେଲା ସି ପ୍ଲେନ୍ ସର୍ଭିସ

ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ପ୍ରଥମ ସି ପ୍ଲେନ୍ ସର୍ଭିସର ଉଦ୍‌ଘାଟନ କରିଛନ୍ତି। ଏହି ପ୍ଲେନ୍‌ କେଓ୍ୱାଡ଼ିଆଠାରୁ ସାବରମତି ମଧ୍ୟରେ ଚଳାଚଳ କରି ଗୁଜୁରାଟର ଦୁଇଟି ପ୍ରୋଜେକ୍ଟକୁ ସଂଯୋଗ କରିବ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କ ୧୪୫ତମ ବାର୍ଷିକୀ ଏବଂ ରାଷ୍ଟ୍ରିୟ ଏକତା ଦିବସ ଅବସରରେ ଏହି ସେବାର ଶୁଭାରମ୍ଭ କରାଯାଇଛି। ସାବରମତି ରିଭରଫ୍ରଣ୍ଟରୁ କେଓ୍ୱାଡ଼ିଆସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟି ପର୍ଯ୍ୟନ୍ତ ଏହି ସି-ପ୍ଲେନ୍ ସେବା ଚାଲୁ ରହିବ। ଫଳରେ ୨୦୦ କିଲୋମିଟରର ରାସ୍ତାକୁ […]

narendra-modi
ପୁଲଓ୍ୱାମା ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି

କେଭାଡିଆ: ରାଷ୍ଟ୍ରୀୟ ଏକତା ଦିବସରେ ପୁଲଓ୍ୱାମା ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୁଲଓ୍ୱାମା ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ମୋଦି। ଦେଶ କେବେ ବି ପୁଲଓ୍ୱାମା ଆକ୍ରମଣ ଭୁଲି ପାରିବନି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ କିଛି ବ୍ୟକ୍ତି ପୁଲଓ୍ୱାମା ଆକ୍ରମଣରେ ବି ରାଜନୈତିକ ସ୍ୱାର୍ଥ ଦେଖୁଥିଲେ। ସ୍ୱାର୍ଥରେ ଭରା ରାଜନୀତି ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଏସବୁ ଶୁଣିବା ପରେ ବି ସେ ମୁହଁ ଖୋଲିନଥିଲି ବୋଲି ମୋଦି କହିଛନ୍ତି। […]

modi
'ଭାରତ ଉପରେ ଆଖି ପକାଇଲେ ଉଚିତ୍ ଜବାବ ଦେବୁ'

ନୂଆଦିଲ୍ଲୀ: ୧୪୫ ତମ ଜୟନ୍ତୀରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରୀୟ ଏକତା ଦିବସରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ ଦେଇ କହିଛନ୍ତି ଯେ ସୀମାକୁ ନେଇ ଭାରତର ଦୃଷ୍ଟିକୋଣ ବଦଳିଛି। ସୀମାରେ ଭାରତ ଶହ ଶହ କିଲୋମିଟର ସଡ଼କ ନିର୍ମାଣ କରୁଛି। ଶତ୍ରୁକୁ ମୁହଁତୋଡ଼ ଜବାବ ଦେବାର ଶକ୍ତି ଆମ ପାଖରେ ଅଛି। ଭାରତର ଭୂମି ଉପରେ ଆଖି ପକାଇଲେ ଉଚିତ୍ ଜବାବ ମିଳିବ ବୋଲି ମୋଦି କହିଛନ୍ତି। ଆତଙ୍କବାଦ ସମଗ୍ର ବିଶ୍ୱ […]

earthquake
କ୍ଷଣିକ ଭିତରେ ହୋଇଗଲା ଛାରଖାର...ମାଟିରେ ମିଶିଗଲା ସବୁକିଛି

ଇସ୍ତାନବୁଲ୍‌: ଗ୍ରୀସ୍‌ ଓ ତୁର୍କୀରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୨୨ଜଣଙ୍କ ମୃତ୍ୟୁ ଘଟିଛି। ୭ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେଣୁ ମୃତକଙ୍କ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୭.୦ ଥିଲା। ଶୁକ୍ରବାର ଅପରାହ୍ଣରେ ହୋଇଥିବା ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ସତେ ଯେମିତି କ୍ଷଣକ ମଧ୍ୟରେ ସବୁକିଛି ଛାର୍‌ଖାର୍‌ ହୋଇଯାଇଥିଲା। ଆଉ ମାଟିରେ ମିଶି ଯାଇଥିଲା ସବୁକିଛି। ଆଖି ପିଛୁଳାକେ ବଡ଼ […]

sunami
ଭୂମିକମ୍ପ ଓ ସୁନାମିରେ ୧୭ ମୃତ, ୭୦୦ରୁ ଅଧିକ ଆହତ

ଇସ୍ତାନ୍‌ବୁଲ୍: ଗ୍ରୀସ ଓ ତୁର୍କୀରେ ବଡ଼ ଧରଣର ଭୂମିକମ୍ପ ପରେ ସୁନାମି। ଏଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ତୁର୍କୀର ଏଜିୟନ୍ ଉପକୂଳରେ ହୋଇଛି ଶକ୍ତିଶାଳୀ ଭୂକମ୍ପ। Breaking: Video shows the moment a building collapsed in Izmir, Turkey, due to the earthquake. https://t.co/eKsDUmIdvn — PM Breaking News (@PMBreakingNews) October 30, 2020 ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା […]

11
୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ହାଇଦ୍ରାବାଦ: ଦୀର୍ଘ ୫ମାସ ତଳେ ଗୋଟିଏ ହତ୍ୟାକୁ ଲୁଚାଇବାକୁ ଯାଇ ୯ ଜଣଙ୍କୁ ହତ୍ୟା କରିଥିବା ଅଭିଯୁକ୍ତକୁ ତେଲେଙ୍ଗାନା କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଚଳିତ ବର୍ଷ ମେ’ ମାସରେ ୨୪ ବର୍ଷୀୟ ଅଭିଯୁକ୍ତ ସଞ୍ଜୟ କୁମାର ଯାଦବ ଗୋଟିଏ ହତ୍ୟାକୁ ଲୁଚାଇବାକୁ ଯାଇ ଏହି ହତ୍ୟାକାଣ୍ଡ ସବୁ ଘଟାଇଥିଲା। ଘଟଣା ଅନୁସାରେ, ସଞ୍ଜୟ ତେଲେଙ୍ଗାନାରେ ରହି ଏକ ବ୍ୟାଗ୍‌ ପ୍ରସ୍ତୁତକାରୀ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ସେଠାରେ ସେ ମକସୁଦ୍‌ ନାମକ ଜଣେ ବ୍ୟକ୍ତିଙ୍କ […]

11111
ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ନୂଆଦିଲ୍ଲୀ: ପାକିସ୍ତାନ ସଂସଦରେ ଭାରତର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ପ୍ରସଙ୍ଗରେ ପାକିସ୍ତାନର ମୁଖା ଖୋଲିଯିବା ପରେ ସଫେଇ ଦେଇଛନ୍ତି ଇମ୍ରାନ ଖାନ୍‌। ଇମ୍ରାନ କହିଛନ୍ତି, ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ ପାକିସ୍ତାନ ସେନା କିମ୍ବା ସରକାର ଉପରେ କୌଣସି ଚାପ ପଡ଼ି ନ ଥିଲା। ସୂଚନାଥାଉ କି, ପାକିସ୍ତାନରେ ବିପକ୍ଷ ସାଂସଦ ଅୟାଜ ସାଦିକ ଦାବି  କରିଥିଲେ, ଭାରତ କାଳେ ଆକ୍ରମଣ କରିବ, ସେହି ଭୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଭିନନ୍ଦନଙ୍କୁ […]

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କୁ ଚିହ୍ନଟ ପାଇଁ ବ୍ୟବହାର ହେଉଥିବା ଆରୋଗ୍ୟ ସେତୁ ଆପ୍ସର ତିଆରିକୁ ନେଇ କିଛିଦିନ ତଳେ ବିବାଦ ଦେଖାଦେଇଥିଲା। ସରକାରଙ୍କ ପାଖରେ ଏନେଇ ତଥ୍ୟ ନଥିଲା। ଦୁଇ ମାସ ତଳେ ଜଣେ ବ୍ୟକ୍ତି ଆରଟିଆଇ ଜରିଆରେ ଏହାର ତଥ୍ୟ ମାଗିଥିଲେ। ହେଲେ  ଏହାର ତଦାରଖ କରୁଥିବା ଏନଆଇସି କିମ୍ବା ମନ୍ତ୍ରଣାଳୟ ନିକଟରେ ଆରୋଗ୍ୟ ସେତୁକୁ କିଏ ଡେଭଲପ କରିଥିଲା, ତା’ର ତଥ୍ୟ ନାହିଁ। ଏହାକୁ ନେଇ ବିବାଦ ଦେଖାଦେବା ପରେ ସରକାର ଏହାର ସ୍ସଷ୍ଟୀକରଣ […]

son killed father
ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ମଥୁରା: କ୍ରାଇମ୍‌ ଶୋ’ ଦେଖି ଜଣେ ନାବାଳକ ତାଙ୍କ ବାପାଙ୍କୁ ହତ୍ୟା କରିବା ସହ ପ୍ରମାଣ ନଷ୍ଟ କରିବାକୁ ମଧ୍ୟ ପଛାଇ ନଥିଲେ। ଉତ୍ତରପ୍ରଦେଶ ମଥୁରାରେ ଏହି ଘଟଣା ଘଟିଥିବା ଗୁରୁବାର ଦିନ ପୋଲିସ୍‌ ସୂଚନା ଦେଇଛି। ୨୦୨୦ ମେ’ରେ ନାବାଳକ ଜଣକ ତାଙ୍କ ବାପାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ମୃତକଙ୍କ ନାଁ ମନୋଜ ମିଶ୍ରା। ପୋଲିସ୍ ସୂଚନା ଅନୁଯାୟୀ, ‘ମନୋଜ ବହୁତ୍‌ ରାଗୀ ସ୍ୱଭାବର ଥିଲେ। ମେ’୨ରେ ସେ ସମ୍ପୃକ୍ତ ନାବାଳକଙ୍କୁ ବାଡ଼େଇ ଥିଲେ। […]

pm modi
ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: କାଶ୍ମୀରରେ ବିଜେପି କର୍ମୀଙ୍କୁ ହତ୍ୟା ମାମଲାକୁ ନେଇ ତେଜୁଛି ରାଜନୀତି।  ପ୍ରଧାନମନ୍ତ୍ରୀ ମୋଦି ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ତିନି ଜଣ କର୍ମୀ କାଶ୍ମୀର ଉପତ୍ୟକାରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଏହି କଠିନ ସମୟରେ ମୃତକଙ୍କ ପରିବାର ସହ ସେ ଛିଡ଼ା ହୋଇଥିବା ଟ୍ୱିଟ୍ କରି କହିଛନ୍ତି। ଆଜି ଶ୍ରୀନଗର, ଜମ୍ମୁ ସମେତ ଅନ୍ୟ ଅଞ୍ଚଳରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆତଙ୍କବାଦୀ ମାନେ କିଭଳି ଏହି ବର୍ବରକାଣ୍ଡ ଭିଆଇଲେ ତାକୁ ନେଇ […]

Guru-pkg
ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

ସେକ୍ସ କଲ୍ଟ ଗୁରୁ କିଥ୍ ରୋନିଏରିକୁ ଆମେରିକାର ଏକ କୋର୍ଟ ୧୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ସେ ବହୁ ମହିଳାଙ୍କୁ ନିଜର କ୍ରୀତଦାସ କରି ରଖିଥିଲେ । ସେମାନଙ୍କ ସହିତ ଶାରୀରିକ ସଂପର୍କ ରଖୁଥିଲେ । ସେ ନେକ୍ସିଅମ୍ ସେକ୍ସ କଲ୍ଟ ନାମରେ ଏକ ସଂଗଠନ ଗଢି ଅନୈତିକ କାର୍ଯ୍ୟରେ ଲିପ୍ତ ଥିଲେ । ସେ ଠକେଇ, ଯୁବତୀ ଚାଲାଣ, ଶିଶୁ ପର୍ଣ୍ଣୋଗ୍ରାଫି ଓ ଅନ୍ୟ ଅପରାଧ କରିଥିବା ଆମେରିକା ଗଣମାଧ୍ୟମରେ ପ୍ରକାଶ ପାଇଛି […]

phone
ଦିୱାଲିରେ ଏହିସବୁ ସ୍ମାର୍ଟଫୋନ୍‌ ଉପରେ ମିଳୁଛି ବମ୍ପର ଅଫର୍‌

ନୂଆଦିଲ୍ଲୀ: ଶପିଂ ପ୍ଲାଟ୍‌ଫର୍ମ ଫ୍ଲିପ୍‌କାର୍ଟରେ(Flipkart) ବିଗ୍‌ ଦିୱାଲି ସେଲ୍ ‌(Big Diwali Sale) ଗୁରୁବାର ଦିନଠୁ ଆରମ୍ଭ ହୋଇଯାଇଛି। ଏହା ନଭେମ୍ବର ୪ ପର୍ଯ୍ୟନ୍ତ ଚାଲିବ। ଫେଷ୍ଟିଭ୍‌ ସିଜନ୍‌କୁ ଦୃଷ୍ଟିରେ ରଖି ଫ୍ଲିପ୍‌କାର୍ଟ ଗ୍ରାହକଙ୍କ ପାଇଁ ଜବରଦସ୍ତ ଅଫର ଆଣିଛି। ଜାଣନ୍ତୁ ଫ୍ଲିପ୍‌କାର୍ଟର Big Diwali Saleରେ କେଉଁ ସବୁ ସ୍ମାର୍ଟଫୋନ୍‌ରେ କ’ଣ ସବୁ ଅଫର ରହିଛି… iPhone SE iPhone SE ର ସବୁଠୁ ଅଧିକ ଡିମାଣ୍ଡ ଦେଖିବାକୁ ମିଳିଛି। ଫ୍ଲିପ୍‌କାର୍ଟର ନୂଆ ସେଲ୍‌ରେ ଏହି […]

bhumi-pujan
ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ଗୁଜୁରାଟ: ମଦ ଢାଳି ଭୂମି ପୂଜନ। ଗୁଜରାଟରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ପୂର୍ବତନ ବିଜେପି ବିଧାୟକ ମୋତି ସିଂ ଭସାବା ଓ ଭାରତୀୟ ଟ୍ରାଇବାଲ ପାର୍ଟି ବା ବିଟିପି ବିଧାୟକ ମହେଶ ଭସାବା ମଦ ଢାଳି ଭୂମି ପୁଜା କରୁଥିବା ଦେଖାଦେଇଛି। ଗୁଜରାଟର ନର୍ମଦା ଜିଲ୍ଲାର ଦରିଆପଡ଼ା ତହସିଲରେ ନୂଆ ରାସ୍ତା ର୍ନିମାଣ ପାଇଁ ଗତ ଶନିବାର ଏହି ଭୂମି ପୂଜନ କରାଯାଇଥିଲା। ଭୂମି ପୂଜନ ପରେ ଲୋକଙ୍କୁ ପ୍ରସାଦ ଭାବେ ଏହି ମଦକୁ […]

france
ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ଫ୍ରାନ୍ସ: ଫ୍ରାନ୍ସର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ। ଫ୍ରାନ୍ସର ନିସ୍ ସହରରେ ଚର୍ଚ୍ଚରେ ପଶି ଆକ୍ରମଣ କଲେ ଆତଙ୍କବାଦୀ। ଏହି ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରକାଶଥାଉକି, ଫ୍ରାନ୍ସର ଏକ ଚର୍ଚ୍ଚରେ ଛୁରୀ ଧରି ଆତଙ୍କବାଦୀମାନେ ଭିତରକୁ ପଶି ଥିଲେ। ଜଣେ ଆତଙ୍କୀ ମହିଳାଙ୍କ ମୁଣ୍ଡ କାଟିବା ସହ ୨ ଜଣଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା। ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ କହିଲେ ନିସ୍ ମେୟର। ତେବେ ଏହା କେଉଁ ଆତଙ୍କବାଦୀ […]

twitter
ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ନୂଆଦିଲ୍ଲୀ: ଭାରତୀୟ ଭୂଖଣ୍ଡ ଲେହ ସମ୍ପର୍କିତ ମାନଚିତ୍ର ତ୍ରୁଟି ନେଇ କ୍ଷମା ମାଗିଲା ଟୁଇଟର।  ସଂଯୁକ୍ତ ସଂସଦୀୟ କମିଟି ନିକଟରେ ମୌଖିକ ଭାବେ କ୍ଷମା ମାଗିଲା ଟୁଇଟର। ସୂଚନାଥାଉ କି, ଲଦାଖର ପ୍ରମୁଖ ସହର ଲେହକୁ ଚୀନର ଅଂଶ ବୋଲି ଦର୍ଶାଇଥିଲା ଟ୍ୱିଟର। ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ସଂଯୁକ୍ତ ସଂସଦୀୟ କମିଟି।। ଏପରିକି ଟ୍ୱିଟରକୁ ଦେଶଦ୍ରୋହ ମାମଲା ଚେତାବନୀ ଦେଇଥିଲା। ସଂଯୁକ୍ତ ସଂସଦୀୟ କମିଟି ଅଧ୍ୟକ୍ଷା ମିନାକ୍ଷୀ ଲେଖି  ଟ୍ୱିଟର ଠାରୁ ଲିଖିତ […]

keshu
ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଗାନ୍ଧିନଗର: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ ହୋଇଯାଇଛି।  ଗାନ୍ଧିନଗରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୯୨ ବଷୀୟ କେଶୁଭାଇ ଗତମାସରେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ। ଗତକାଲି ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ପୁଣି ଥରେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । କେଶୁଭାଇ ୧୯୯୫ରୁ ୨୦୦୧ ଯାଏ ତିନି ଥର ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ […]

topper
ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

ଆସାମ: ଖୋଲିଲା ଟପ୍ପରଙ୍କ ରହସ୍ୟ। ନିଜେ ପରୀକ୍ଷା ନଦେଇ ବସାଇଥିଲେ ଅନ୍ୟ ଜଣେ ପରୀକ୍ଷାର୍ଥୀ। ଏଭଳି କିଛି ଚାଞ୍ଚଲ୍ୟକର ଘଟଣା ଘଟିଛି ଆସାମରେ। ଗୌହାଟୀର ଜେଇଇ ମେନ୍‌ରେ ଟପ୍ କରିଥିବା ଆସାମର ଛାତ୍ର ନୀଳ ନକ୍ଷତ୍ର ଦାସଙ୍କୁ ଗିରଫ ପରେ ଘଟଣା ଉପରୁ ପରଦା ହଟିଛି। ପରୀକ୍ଷାର୍ଥୀ ନୀଳ ନକ୍ଷତ୍ର ଦାସ ତାଙ୍କ ବାପାଙ୍କ ସମେତ ପରୀକ୍ଷା କେନ୍ଦ୍ରର ୩ ଜଣଙ୍କୁ ଗିରଫ କରାଯାଇଛି। ଗୌହାଟୀ ଅଜରା ଥାନାରେ ରୁଜୁ ହୋଇଥିବା ମାମଲା ଅନୁସାରେ, ନୀଳ ନିଜ […]

harish
୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ନୂଆଦିଲ୍ଲୀ: ପୁଣି ଥରେ ବିବାହ କରିଛନ୍ତି ଦେଶର ହାଇପ୍ରୋଫାଇଲ ଓକିଲ ହରିଶ ସାଲ୍‌ଭେ। ୬୫ ବର୍ଷ ବୟସରେ ସେ ପୁଣି ଥରେ ବାହା ହୋଇଛନ୍ତି । ତାଙ୍କର ନୂଆ ଜୀବନସାଥୀ ଭାବେ ଇଂଲଣ୍ଡର ଆଟିଷ୍ଟ ୫୬ ବର୍ଷୀୟ କ୍ୟାରୋଲିନ ବ୍ରୋସାର୍ଡଙ୍କ ହାତ ଧରିଛନ୍ତି ।  ଗତକାଲି ଲଣ୍ଡନର ଏକ ଚର୍ଚ୍ଚରେ ଉଭୟଙ୍କ ବିବାହ ସଂପନ୍ନ ହୋଇଛି । ପ୍ରାୟ ବର୍ଷେ ହେଲା ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା କୁହାଯାଉଛି । ହରିଶଙ୍କ ଦୁଇଟି ଝିଅ ଓ […]

land-mines
ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

ନୂଆଦିଲ୍ଲୀ: ଉତ୍ତର କୋରିଆରେ ଚୀନ ସୀମାରେ ଲ୍ୟାଣ୍ଡ ମାଇନ ବିଛାଇବା ସମୟରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି। ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ୧୨ରୁ ଅଧିକ ସେନାଙ୍କ ମୃତ୍ୟୁ ଘଟିଛି। ଅନେକ ସେନା ଆହତ ହୋଇଛନ୍ତି। ରେଡିଓ ଫ୍ରି ଏସିଆ ରିପୋର୍ଟ ଅନୁସାରେ ଉତ୍ତର କୋରିଆର ବର୍ଡର ଗାର୍ଡ ଟ୍ରୁପ୍‌ସ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ମାଇନ୍ସ ବିଛାକାମ ଚାଲିଥିବାବେଳେ ବିସ୍ଫୋରଣ ହୋଇଥିଲା। ରିପୋର୍ଟ ଅନୁସାରେ, ଏହି ସେନାମାନଙ୍କୁ ଠିକ୍‌ରେ ଟ୍ରେନିଂ ଦିଆଯାଇ ନ ଥିଲା। ତା’ […]

eye
୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ବେଜିଂ: ଜଣେ ବ୍ୟକ୍ତିଙ୍କ ଆଖିରୁ ବାହାରିଲା ଜୀବନ୍ତ କୃମି। ଚୀନରେ ଏହି ଭୟଭୀତ ଘଟଣା ଘଟିଛି। ଡାକ୍ତରମାନେ ୬୦ ବର୍ଷୀୟ ବୃଦ୍ଧ ୱାନ୍‌ଙ୍କ ଆଖିରୁ ୨୦ଟି ଜୀବନ୍ତ କୃମି ବାହାର କରିଛନ୍ତି। Daily Starର ରିପୋର୍ଟ ଅନୁସାରେ, କିଛି ମାସ ପୂର୍ବେ ୱାନ୍ ଆଖିରେ ଏକ ଅଜବ ପ୍ରକାର ଅନୁଭବ କରିଥିଲେ। ଅତ୍ୟଧିକ କ୍ଲାନ୍ତି ଯୋଗୁ ଏପରି ହେଉଥିବା ସେ ଭାବିଥିଲେ। ତେଣୁ ଏହା ବିଷୟରେ ସେ ଆଉ ଅଧିକ ଚିନ୍ତା କରିନଥିଲେ। Khaleej Timesର ସୂଚନା […]

11111
ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ନୂଆଦିଲ୍ଲୀ: ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ବିନା ସର୍ତ୍ତରେ ଏତେ ଶୀଘ୍ର କାହିଁକି ଛାଡ଼ିଦେଲା ପାକିସ୍ତାନ ?  ଏହାର କାରଣ ସଂପର୍କରେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ପାକିସ୍ତାନର ଜଣେ ସାଂସଦ ।  ସେହି ସମୟର ପରିସ୍ଥିତି ସଂପର୍କରେ ବର୍ଣ୍ଣନା କରି PML-N ର ସାଂସଦ ଆୟାଜ୍ ସାଦିକ କହିଛନ୍ତି, ସେତେବେଳର ପରିସ୍ଥିତିକୁ ନେଇ ପାକିସ୍ତାନର ଉଚ୍ଚ ଅଧିକାରୀଙ୍କ ଏକ ବୈଠକ ହୋଇଥିଲା ।ସେହି ବୈଠକରେ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି କହିଥିଲେ, ଅଭିନନ୍ଦନଙ୍କୁ ନ ଛାଡ଼ିଲେ […]

supreem-court
କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା କାଳରେ ପୋଲିସର ଦମନଲୀଳାକୁ ସୁପ୍ରିମକୋର୍ଟ  କଡ଼ା ଭର୍ତ୍ସନା କରିଛନ୍ତି। ସୋସିଆଲ ମିଡିଆରେ  ପୋଷ୍ଟକୁ ନେଇ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିବା ସହ ଏନେଇ ରାଜ୍ୟ ସରକାରମାନଙ୍କୁ ତାଗିଦ କରିଛନ୍ତି ସର୍ବୋଚ୍ଚ ଅଦାଲତ । ସୋସିଆଲ ମିଡିଆ ପୋଷ୍ଟ ପାଇଁ ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଡାକିବା ନିନ୍ଦନୀୟ ବୋଲି କହିଛନ୍ତି କୋର୍ଟ । ପଶ୍ଚିମବଙ୍ଗ ପୋଲିସ ପକ୍ଷରୁ ଦିଲ୍ଲୀର ଜଣେ ଯୁବତୀଙ୍କୁ ସମନ କରିବାକୁ ନେଇ ତାଗିଦ କରିଛନ୍ତି କୋର୍ଟ। ବେଙ୍ଗଲରେ ଲକଡାଉନ ପାଳନ […]

karan
ଗାଁ ଭିତରେ ଅଳିଆ ଫିଙ୍ଗିଥିବାରୁ କରନ୍‌ ଜୋହରଙ୍କୁ କ୍ଷମା ମାଗିବାକୁ କହିଲେ ଗୋଆ ସରକାର

ପାନାଜୀ: ଫିଲ୍ମ ସୁଟିଂ ନାଁରେ ଆବର୍ଜନା ଫିଙ୍ଗୁଛି କରନ୍‌ ଜୋହରଙ୍କ ଧର୍ମା ପ୍ରଡକ୍ସନ। ଗୋଆର ଏକ ଗ୍ରାମକୁ ଆବର୍ଜନାମୟ କରି ଦେଇଛନ୍ତି ଫିଲ୍ମ ଧର୍ମା ପ୍ରଡକ୍ସନ୍ସ ଟିମ୍ ମେମ୍ବର‌। ଏ ନେଇ ଗୋଆ ସରକାର ବୁଧବାର ଫିଲ୍ମ ନିର୍ମାତା କରଣ ଜୋହରଙ୍କୁ  କ୍ଷମା ମାଗିବା ପାଇଁ କହିଛନ୍ତି। ଯଦି କମ୍ପାନୀ ଏହା ନ କରେ ତେବେ ଜରିମାନା ଲାଗୁ ହେବ ବୋଲି ଚେତାବନୀ ଦେଇଛନ୍ତି। ଉତ୍ତର ଗୋଆର ନେରୁଲର ଜଣେ ବାସିନ୍ଦା ଅଳିଆ ଦେଖାଉଥିବା ସମୟର ଭିଡିଓ […]