• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

rpf
କୁନି ଶିଶୁକୁ କ୍ଷୀର ଦେବା ପାଇଁ ଟ୍ରେନ୍ ପଛରେ ଦୌଡ଼ିଲେ କନେଷ୍ଟବଳ

ଭୋପାଳ: ମାନବିକତା ଦେଖାଇଲେ ଆରପିଏଫ୍ କନେଷ୍ଟବଳ। ରେଲୱେ ଷ୍ଟେସନରେ ଦୌଡି ଦୌଡି ସେ ଜଣେ ମହିଳା ଯାତ୍ରୀଙ୍କୁ କ୍ଷୀର ଯୋଗାଇ ଦେଇଛନ୍ତି। ଉତ୍ତରପ୍ରଦେଶର ଗୋରଖପୁର ଯାଉଥିବା ଏକ ଟ୍ରେନ୍ ଭୋପାଳ ଷ୍ଟେସନରେ କିଛି ସମୟ ପାଇଁ ଅଟକି ଥିଲା। ଏହି ସମୟରେ ସାଫିଆ ହାସମି ନାମକ ଜଣେ ମହିଳା ଚାରିବର୍ଷର ଶିଶୁ ପାଇଁ କ୍ଷୀର ଯୋଗାଇ ଦେବାକୁ ଆରପିଏଫ୍ କନେଷ୍ଟବଳ ଇନ୍ଦର ସିଂ ଯାଦବଙ୍କୁ ଅନୁରୋଧ କରିଥିଲେ। ଇନ୍ଦର ସିଂ କ୍ଷୀର ସଂଗ୍ରହ କରି ଆଣିବା ବେଳକୁ […]

tab
୨୫୫୦ ବିଦେଶୀଙ୍କୁ ଭାରତ ମନା

ନୂଆଦିଲ୍ଲୀ: ୨୫୫୦ ବିଦେଶୀଙ୍କୁ ଭାରତ ଆସିବାକୁ ବାରଣ। ଦିଲ୍ଲୀ ତବଲିଗି ଜମାତ ଯୋଗୁଁ କରୋନା ବ୍ୟାପିବା ଘଟଣାରେ ୨୫୫୦ ବିଦେଶୀ ନାଗରିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଭାରତ ସରକାର। ସମ୍ପୃକ୍ତ ବିଦେଶୀଙ୍କୁ ୧୦ ବର୍ଷ ପାଇଁ ଭାରତ ଆସିବାକୁ ବାରଣ କରାଯାଇଛି। ଏମାନେ ଭିସା ନିୟମକୁ ଉଲ୍ଲଘଂନ କରି ଭାରତରେ ରହିଥିଲେ। ଏପରିକି ଲକ୍‌ଡାଉନ୍ ସମୟରେ କଟକଣା ଭାଙ୍ଗିଥିଲେ। କରୋନା ବ୍ୟାପିବା ଘଟଣା ଓ ନିୟମ ଉଲ୍ଲଘଂନ ଘଟଣାରେ ୨୫୫୦ ବିଦେଶୀଙ୍କୁ ଗୃହ ମନ୍ତ୍ରାଳୟ କଳା […]

ajay-babu
ପ୍ରତିରକ୍ଷା ସଚିବ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ପ୍ରତିରକ୍ଷା ସଚିବ ଅଜୟ କୁମାର କରୋନା ପଜିଟିଭ୍ ଚିହ୍ନଟ। ଗତକାଲି ତାଙ୍କ ନମୁନା ପଜିଟିଭ୍ ଆସିଥିବା ସୂଚନା ମିଳିଛି। ୧୯୮୫ ବ୍ୟାଚ ଆଇଏଏସ୍ ଅଫିସର ଅଜୟ କୁମାର ଦେଶର କରୋନା ଲଢ଼େଇରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି। ସେପଟେ ପ୍ରତିରକ୍ଷା ସଚିବ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଇସିନା ହିଲ୍ କମ୍ପ୍ଳେକ୍ସର ସାଉଥ୍ ବ୍ଲକର କିଛି ଅଂଶ ସିଲ୍ କରାଯାଇଛି। ବର୍ତ୍ତମାନ ସେଠାରେ ସାନିଟାଇଜ ପ୍ରକ୍ରିୟା ଜାରି ରହିଛି। ସେପଟେ ପ୍ରତିରକ୍ଷା ମନ୍ତ୍ରାଳୟର ବହୁ […]

a
ହ୍ୱାଇଟ୍ ଫଙ୍ଗସ୍ କଣ, ଏହା କାହିଁକି ବ୍ଲାକ୍ ଫଙ୍ଗସ୍ ଠାରୁ ବିପଜ୍ଜନକ? ଜାଣନ୍ତୁ…

କରୋନା ମହାମାରୀ ଭିତରେ ଏବେ ଫଙ୍ଗଲ ସଂକ୍ରମଣ ବିପଦ ସୃଷ୍ଟି କରିବାରେ ଲାଗିଛି। ବିଭିନ୍ନ ରାଜ୍ୟରେ ବ୍ଲାକ୍ ଫଙ୍ଗସ୍‌ର ଅନେକ ଆକ୍ରାନ୍ତ ହେବା  ପରେ କେନ୍ଦ୍ର ସରକାର ପ୍ରଭାବିତ ରାଜ୍ୟମାନଙ୍କୁ ଏହାକୁ ମହାମାରୀ ଘୋଷଣା କରିବାକୁ କହିଥିଲେ। ଏହି ସଂକ୍ରମଣର ବିପଦ ଟଳି ନ ଥିବା ବେଳେ ଏବେ ହ୍ୱାଇଟ୍ ଫଙ୍ଗସ୍ ଆତଙ୍କ ଖେଳେଇଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ନୂତନ ସଂକ୍ରମଣ ବ୍ଲାକ୍ ଫଙ୍ଗସ୍ ଅପେକ୍ଷା ଅଧିକ ବିପଜ୍ଜନକ। କାରଣ ଏହା କେବଳ ଗୋଟିଏ ଅଙ୍ଗକୁ ନୁହେଁ, […]

modi
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ବିଶ୍ୱ ପାଇଁ ବଡ଼ ବିପତ୍ତି ଆଣିଥିବା ମହାମାରୀ କରୋନା ମୁକାବିଲାକୁ ପ୍ରାଥମିକତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍। ପ୍ରଥମ ଥର ପାଇଁ କୌଣସି ବିଦେଶୀ ପ୍ରତିପକ୍ଷଙ୍କ ସହ ଅନଲାଇନ୍ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ଉତ୍ତମ ସମନ୍ୱୟ, ସହଯୋଗ ରହିଲେ ଖୁବ୍ ଶୀଘ୍ର ଏହି ବୈଶ୍ୱିକ ବିପତ୍ତିରୁ ମୁକୁଳିପାରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଭାରତ ସରକାର କରୋନା ସଙ୍କଟକୁ ଏକ ସୁଯୋଗ […]

ଲିକ୍ଡ ନ୍ୟୁଡ୍ ଭିଡିଓର ଖୁଲାସା କଲେ ରାଧିକା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଧିକା ଆପ୍ଟେ ନିଜର ଚମତ୍କାର ଅଭିନୟ ଦ୍ୱାରା ଲକ୍ଷ ଲକ୍ଷ ହୃଦୟ ଉପରେ ରାଜ କରୁଛନ୍ତି। ରାଧିକାଙ୍କ ବଳିଷ୍ଠ ଅଭିନୟ ଓ ତାଙ୍କର ବୋଲ୍ଡ ଷ୍ଟାଇଲ୍ ଯୋଗୁଁ ସେ ବେଶ ଜଣାଶୁଣା। ସେ ଇଣ୍ଡଷ୍ଟ୍ରିର ସବୁଠାରୁ ବୋଲ୍ଡ ଅଭିନେତ୍ରୀମାନଙ୍କ ମଧ୍ୟରେ ଗଣିତ। ରାଧିକା ଆପ୍ଟେ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ଅନେକ ସ୍ମରଣୀୟ ଭୂମିକାରେ ଆସିଛନ୍ତି, ଯାହା ମାଧ୍ୟମରେ ସେ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ତେବେ ଏସବୁ ଭିତରେ […]

corona
୬ରୁ ୮ ମାସ ପରେ ଆସିପାରେ ତୃତୀୟ ଲହର

ନୂଆଦିଲ୍ଲୀ : ଦେଶରେ ଖସିବାରେ ଲାଗିଛି ଦୈନିକ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା । ୨୪ ଘଣ୍ଟାରେ  ଦେଶରେ ୨ ଲକ୍ଷ ୭୬ ହଜାର ୭୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ ହଜାର ୮ ଶହ ୭୪ ଆକ୍ରାନ୍ତଙ୍କ ମୃତ୍ୟୁ  ହୋଇଛି । ଅନେକଙ୍କ ମନରେ ପ୍ରଶ୍ନ ଆସୁଥାଇପାରେ ଦେଶରେ ଦ୍ୱିତୀୟ ଲହରରେ ଭଟ୍ଟା ଆସିଲାଣି କି? କେବେ ଏହାର ଅନ୍ତ ହେବ? ବୈଜ୍ଞାନିକମାନେ ଗାଣିତିକ ମଡେଲ୍ ପ୍ରୟୋଗ କରି ଅନୁମାନ କରୁଛନ୍ତି ଜୁଲାଇ […]

ଚର୍ଚ୍ଚାରେ ଜୁବିନ୍‌ଙ୍କ 'ୱାଫା ନା ରାସ୍ ଆଇ'

ନୂଆଦିଲ୍ଲୀ : ବଲିଉଡର ପ୍ରସିଦ୍ଧ ପ୍ଲେବ୍ୟାକ୍ ଗାୟକ ଜୁବିନ୍ ନୌଟିୟାଲ୍ ତାଙ୍କର ନୂଆ ଗୀତ ‘ୱାଫା ନା ରାସ୍ ଆଇ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଜୁବିନ୍‌ଙ୍କ ଏହି ଗୀତକୁ ବହୁତ ପସନ୍ଦ କରାଯାଉଛି । ମାତ୍ର ୩ ସପ୍ତାହ ମଧ୍ୟରେ, ଏହି ଗୀତର ଭ୍ୟୁର ସଂଖ୍ୟା ୧୦୦ ମିଲିୟନ୍ ଅତିକ୍ରମ କରିଛି । ଏଭଳି ପରିସ୍ଥିତିରେ, ଜୁବିନ୍ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ଏହି ଯାଦୁ କରିନାହାଁନ୍ତି, କିନ୍ତୁ ଲୋକମାନେ ଏହା ପ୍ରମାଣ କରିଦେଲେ […]