• translate

Latest

676
ବୁଧବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କୁମାରସ୍ୱାମୀ

ବେଙ୍ଗାଲୁରୁ : ଆସନ୍ତା ବୁଧବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଡିଏସ୍‌ ନେତା ଏଚ୍‌.ଡି.କୁମାର ସ୍ୱାମୀ। ଶନିବାର ଅପରାହ୍ନରେ ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍‌ ମିଳିତ ସରକାର ଗଠନ ହେବାକୁ ପଥ ପରିଷ୍କାର ହୋଇଯାଇଥିଲା। ଜେଡିଏସ୍‌ ନେତା କୁମାର ସ୍ୱାମୀଙ୍କୁ ସରକାର ଗଠନ ପାଇଁ କର୍ଣ୍ଣାଟକ ରାଜ୍ୟପାଳ ଆମନ୍ତ୍ରଣ କରିଛନ୍ତି। ଆସନ୍ତା ବୁଧବାର ବେଙ୍ଗାଲୁରୁର କ୍ରାନ୍ତିରଭା ଷ୍ଟାଡ଼ିୟମ୍‌ରେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଜଣା ପଡ଼ିଛି। ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ […]

yedi -1
ବିନା ଯୁଦ୍ଧରେ ଆତ୍ମସମର୍ପଣ କଲେ ଅଢ଼େଇ ଦିନର ରାଜା

ବେଙ୍ଗାଲୁରୁ : ଫେଲ୍ ମାରିଲା ୟେଦିଙ୍କ ସବୁ ଦମ୍ଭ, ଦୃଢ଼ୋକ୍ତି। ବିନା ଯୁଦ୍ଧରେ ଆତ୍ମସମର୍ପଣ କଲେ ଅଢ଼େଇ ଦିନର ରାଜା। ଆସ୍ଥା ହରାଇବା ଭୟରେ ଫ୍ଲୋର ଟେଷ୍ଟକୁ ସାମ୍ନା କରିବା ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବି.ଏସ୍. ୟେଦ୍ୟୁରପ୍ପା। ଗୁରୁବାର ସକାଳ ୯ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ। ଆଉ ଆଜିକୁ ଗାଦି ନାହିଁ। କର୍ଣ୍ଣାଟକ ମହାନାଟକର ଆଜି ଇଏ ଥିଲା ଅନ୍ତିମ ଅଙ୍କ। ଗୃହରେ ଇସ୍ତଫା ଘୋଷଣା କରି କଂଗ୍ରେସର ତୀବ୍ର ସମାଲୋଚନା କଲେ […]

yamaha
ୟାମାହା ଲଞ୍ଚ କଲା ତିନି ଚକିଆ ବାଇକ୍‌, ଦର ଶୁଣିଲେ ଉଡ଼ିଯିବ ହୋସ୍

ଆପଣ ଦୁଇ ଚକିଆ ବାଇକ୍‌ ଦେଖିଥିବେ ଏବଂ ଚଳାଇଥିବେ ମଧ୍ୟ। କେବେ ତିନି ଚକିଆ ବାଇକ୍‌ ଦେଖିଛନ୍ତି ? ଏବେ ଏହାକୁ ବାସ୍ତବିକ୍‌ ରୂପ ଦେଇଛି ୟାମାହା। ବଜାରକୁ ତିନି  ଚକା ବିଶିଷ୍ଟ ବାଇକ୍‌ ଲଞ୍ଚ କରିଛି ୟାମାହା। ୟାମାହା ସେହି କମ୍ପାନୀ ମାନଙ୍କ ମଧ୍ୟରୁ ଗୋଟିଏ, ଯିଏ ଫ୍ୟୁଚର ବାଇକ୍‌ ଓ ଏହା ସହ ଜଡିତ ପ୍ରମୁଖ ଟେକ୍‌ନିକ୍‌ ଉପରେ ନୂଆ ପରୀକ୍ଷା ନୀରିକ୍ଷା ଚଳାଇଥାଏ। ଦୀର୍ଘ ଦିନର ଅପେକ୍ଷା ପରେ ଏବେ ୟାମାହା ନିଜର […]

yedu
କର୍ଣ୍ଣାଟକ ହାଇଡ୍ରାମାର ନାଟକୀୟ ଯବନିକା ; ଇସ୍ତଫା ଦେଲେ ୟେଦ୍ୟୁରପ୍ପା

ବେଙ୍ଗାଲୁରୁ : କର୍ଣ୍ଣାଟକ ହାଇଡ୍ରାମାରେ ନାଟକୀୟ ଯବନିକା ପଡ଼ିଛି। ଶପଥ ନେବାର ଦୁଇ ଦିନ ପରେ ଇସ୍ତଫା ଦେଇଛନ୍ତି ୟେଦ୍ୟୁରପ୍ପା I ଆସ୍ଥା ଭୋଟ୍ ପୂର୍ବରୁ ଗୃହରେ ଇସ୍ତଫା ଘୋଷଣା କରିଛନ୍ତି ୟେଦ୍ୟୁରପ୍ପା। ସେ ରାଜ୍ୟପାଳଙ୍କୁ ଯାଇ ତାଙ୍କର ଇସ୍ତଫା ପତ୍ର ଦେବେ ବୋଲି ଗୃହରେ ପ୍ରକାଶ କରିଥିଲେ। ସେ ତାଙ୍କ ଅଭିଭାଷଣରେ କଂଗ୍ରେସକୁ ତୀବ୍ର ସମାଲୋଚନା କରିବା ସହ ଗାଁ ଗାଁ ଯାଇ ଲୋକଙ୍କୁ ବୁଝାଇବେ ବୋଲି କହିଥିଲେ। ଆଜି କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ୍ […]

cuba
ବିମାନ ଦୁର୍ଘଟଣାରେ ଚାଲିଗଲା ଶହେରୁ ଅଧିକ ଯାତ୍ରୀଙ୍କ ଜୀବନ

କ୍ୟୁବା: କ୍ୟୁବାରେ ବୋଇଂ ବିମାନ ୭୩୭ ଦୁର୍ଘଟଣାଗ୍ରସ୍ତ। ଏହି ଦୁର୍ଘଟଣାରେ କ୍ର୍ୟୁ ମେମ୍ବରଙ୍କ ସହ ଶହେରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ତେବେ ବିମାନରେ କେତେ ଜଣ ଯାତ୍ରୀ ଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ହାବାନାର ଜୋସ୍  ମାର୍ଟି ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରୁ ଉଡାଣର କିଛି ସମୟ ପରେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଯିବା ସହ ସ୍ଥାନୀୟ ଅଞ୍ଚଳ ଧୁଆଁମୟ ହୋଇଯାଇଥିଲା। ଶହେରୁ ଅଧିକ ଲୋକଙ୍କ […]