• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

woman experienced-fraud
କୋଟିପତି ହେବାର ଲୋଭରେ ଠକେଇର ଶିକାର ହେଲେ ମହିଳା

ବ୍ରିଟେନ୍‌ର ସୋଫିଆ ସୋରି ନାମକ ଜଣେ ମହିଳାଙ୍କ ସହ ୪୨,୬୦୦ ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୩୧,୭୮,୬୪୧ ଟଙ୍କା ଠକେଇ ହୋଇଛି। ସେ ପ୍ରକୃତରେ ଏକ ଉଚ୍ଚ ହାଇପ୍ରୋଫାଇଲ୍ ଠକେଇର ଶିକାର ହୋଇଛନ୍ତି। ସେ ଏକ ଡେଟିଂ ଆପ୍ ମାଧ୍ୟମରେ ସାକ୍ଷାତ କରିଥିବା ଜଣେ ବ୍ୟକ୍ତିଙ୍କ ସହିତ ଭବିଷ୍ୟତର ସ୍ୱପ୍ନ ଦେଖୁଥିଲେ।

cbse
କମ୍ ସିଲାବସ୍‌ରେ ପାଠ ପଢିବେ CBSE ଛାତ୍ରଛାତ୍ରୀ

ଭୁବନେଶ୍ୱର: କମିଲା ସିବିଏସ୍ଇ ସିଲାବସ୍। ନବମରୁ ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମ ୩୦ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। କରୋନା ଭଳି ଅସ୍ୱାଭାବିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସିବିଏସ୍ଇକୁ ୩୦ ପ୍ରତିଶତ ସିଲାବସ୍ ଚଳିତ ବର୍ଷ ହ୍ରାସ କରିବାକୁ କୁହାଯାଇଛି। ଏନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ପୂର୍ବରୁ ସିବିଏସ୍ଇ ଏନେଇ ପ୍ରସ୍ତାବ ଦେଇଥିଲା। ତେବେ ସିଲାବସ୍‌ରୁ ଅନ୍ୟ ପାଠ ସହ ସଂପର୍କ ଥିବା […]

rick
କରୋନା 'ଅନ୍ତ'ର ସମୟ ଆରମ୍ଭ

ନୂଆଦିଲ୍ଲୀ: କେବେ ଆସିବ ସ୍ୱାଭାବିକ ସ୍ଥିତି? କେବେ ଫେରିବ ସେଇ ପୁରୁଣା ଦିନ? ଯେତେବେଳେ, ବିନା ମାସ୍କରେ ନିଶ୍ୱାସ ନେଇ ହେଉଥିଲା, ବିଶ୍ୱାସରେ କାହାକୁ ଛୁଇଁ ହେଉଥିଲା, ବିନା ଭୟରେ ଭିଡ଼କୁ ଯାଇ ହେଉଥିଲା। ବୋଧହୁଏ ଏସବୁର ଗୋଟିଏ ଉତ୍ତର, କରୋନା ଟୀକା ଆସିବା ପରେ। ସେଥିପାଇଁ ସାରା ବିଶ୍ୱ କରୋନା ଟୀକା ପ୍ରସ୍ତୁତିରେ ଲାଗିପଡ଼ିଥିବା ବେଳେ, ଭାରତ ବି ପଛରେ ନାହିଁ ହ୍ୟୁମାନ ଟ୍ରାଏଲ୍ ପାଇଁ ଅନୁମତି ପାଇଥିବା ଭାରତର ୨ଟି ଟୀକାକୁ କେନ୍ଦ୍ର ବିଜ୍ଞାନ […]

mask
ଏଣିକି ଦକ୍ଷିଣ କୋରିଆରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ, ନିର୍ଭୟରେ ବୁଲିପାରିବେ ଲୋକ

ସିଓଲ୍: ସାରା ବିଶ୍ୱରେ କରାେନା ମହାମାରୀ  କାୟା ବିସ୍ତାର କରି ରଖିଥିବା ବେଳେ ସମସ୍ତଙ୍କୁ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି । କିନ୍ତୁ ଏଭଳି ପରିସ୍ଥିତିରେ ମଧ୍ୟ ଦକ୍ଷିଣ କୋରିଆବାସୀଙ୍କୁ ମାସ୍କ ପ୍ରତି ଗରୁତ୍ୱ ନଦେବାକୁ କୁହାଯାଉଛି । ଦକ୍ଷିଣ କୋରିଆବାସୀଙ୍କ ପାଇଁ ଖୁସି ଖବର । ସେମାନେ ଖୁବ୍‌ଶୀଘ୍ର ନିର୍ଭୟରେ ଘରୁ ବାହାରକୁ ଆସିପାରିବେ । କରୋନା ମହାମାରୀ ପରିସ୍ଥିତିରେ ମଧ୍ୟ ସେ ଏବେ ଘରୁ ନିର୍ଦ୍ୱନ୍ଦ୍ୱରେ ବାହାରିପାରିବେ । […]

corona-vaccine
ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ କରୋନା ଟିକା ନେଇଥିବା ବ୍ୟକ୍ତିଙ୍କ ଦେହାନ୍ତ

ଲଣ୍ଡନ: ସାରା ବିଶ୍ୱରେ କରୋନା ମହାମାରୀ ହାହାକାର ପରିସ୍ଥିତି ସୃଷ୍ଟି କରିଥିବା ବେଳେ, ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା ଯେତେବେଳେ ଟିକା ଆସିଥିଲା । ତେବେ ଟିକା ନେବା ପାଇଁ ଲୋକଙ୍କ ମନରେ ଯେତିକି ଉତ୍ସାହ ରହିଥିଲା ସେତିକି ଭୟ ମଧ୍ୟ ରହିଥିଲା । ଏହି ସମୟରେ ପ୍ରଥମ ବ୍ୟକ୍ତି ଭାବେ କରୋନା ଟିକା ନେଇଥିବା ୱିଲିୟମ ସେକ୍ସପିୟରଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି । କୋଭିଡ-୧୯ର ଟିକାକରଣ ଆରମ୍ଭ ବେଳେ ପ୍ରଥମ ବ୍ୟକ୍ତି ଭାବେ ଯିଏ ଟିକା […]

Matafa
ତମ୍ବୁ ତଳେ ଶପଥ ନେଲେ ଦେଶର ମନ୍ତ୍ରୀ-ପ୍ରଧାନମନ୍ତ୍ରୀ, ସଂସଦରେ ପଡ଼ିଲା ତାଲା..

ଏପିଆ: ପ୍ରଶାନ୍ତ ସାଗର ଅଞ୍ଚଳରେ ଅବସ୍ଥିତ ଦେଶ, ସମୋଆରେ ରାଜନୈତିକ ଅସ୍ଥିରତା ଲାଗି ରହିଛି । ନିକଟରେ ହୋଇଥିବା ନିର୍ବାଚନ ପରେ ଦେଶରେ ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି । କିନ୍ତୁ  ସତ୍ତା ହରାଇଥିବା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଟ୍ୱିଲାଏପା ସେଲେଲେ ମୈଲିଲେଗାଓଇ ପଦ ଛାଡ଼ିବା ପାଇଁ ମନା କରିଦେଇଛନ୍ତି । ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ, ଦେଶର ମୁଖ୍ୟ ଭାବେ ମନୋନୀତ ହୋଇଥିବା ନାଓମି ମାତାଫାଙ୍କୁ ସଂସଦ ବାହାରେ ଏକ ତମ୍ବୁରେ […]

IPL
UAEରେ ଖେଳାଯିବ IPL ୨୦୨୧; ଅକ୍ଟୋବର ୧୦ରେ ଫାଇନାଲ ମ୍ୟାଚ୍‌, ଜାଣନ୍ତୁ କେବେ ହେବ ଆରମ୍ଭ..

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଫ୍ୟାନ୍‌ମାନଙ୍କ ପାଇଁ ଆସିଲା ଖୁସି ଖବର । ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ୟୁଏଇରେ ଆୟୋଜନ କରାଯିବ । ଏହା ପୂର୍ବରୁ ଇଂଲଣ୍ଡରେ ଏହାର ଆୟୋଜନ କରାଯିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ୟୁଏଇରେ ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ୍‌ ଖେଳାଯିବା ନେଇ ସ୍ଥିର ହୋଇ ସାରିଛି । ସ୍ପୋର୍ଟସ୍ ଟୁଡେ ଦାବି କରିଛି ଯେ ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍‌ ସେପ୍ଟେମ୍ବର ୧୯ କିମ୍ବା ୨୦ରୁ ଆରମ୍ଭ […]

Pamolin Oil
ଖୁସିଖବର ! ଏହି ତିନୋଟି ଉପାୟରେ କମିବ ଖାଇବା ତେଲ ଦର..

ନୂଆଦିଲ୍ଲୀ: ସୋରିଷ ତେଲ ଏବଂ ରିଫାଇନ୍‌ ତେଲର ଦର ନିୟନ୍ତ୍ରଣ ବାହାରେ । ତେଣୁ ସର୍ବଭାରତୀୟ ଖାଇବା ତେଲ ବ୍ୟବସାୟୀ ସଂଘ ଏହାକୁ ନେଇ ଚିନ୍ତା ପ୍ରକଟ କରିଥିବା ବେଳେ କେନ୍ଦ୍ର ସରକାରଙ୍କୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖିଥିଲା । ଫଳରେ ୨୪ ମେ’ରେ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତ ବିଭାଗ ପକ୍ଷରୁ ଏକ ବୈଠକ ଡକାଯାଇଥିଲା । ବୈଠକରେ ମହାସଂଘ ସହିତ ତେଲ ବ୍ୟବସାୟୀମାନେ ମଧ୍ୟ ସାମିଲ ହୋଇଥିଲେ । ଏହି ବୈଠକରେ […]

Toolkit
ଟୁଲ୍‌କିଟ୍ ମାମଲା: ଅଭିଯୋଗ କରିଥିବା ଦୁଇ କଂଗ୍ରେସ ନେତାଙ୍କୁ ନୋଟିସ ଜାରି କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଟୁଲ୍‌କିଟ୍ ମାମଲାକୁ ନେଇ ଦିଲ୍ଲୀ ପୋଲିସ ନିଜର ତଦନ୍ତ ଜାରି ରଖିଛି । ଏହି କ୍ରମରେ ସୋମବାର ଟ୍ୱିଟର କାର୍ଯ୍ୟାଳୟକୁ ଯିବା ପରେ ଦିଲ୍ଲୀ ପୋଲିସ ଦୁଇ ଜଣ କଂଗ୍ରେସ ନେତାଙ୍କୁ ନୋଟିସ ପଠାଇଛି । ଯେଉଁମାନେ ଏହି ଘଟଣାରେ ବିଜେପି ନେତା ସମ୍ବିତ ପାତ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ମାମଲା ରୁଜୁ କରିଥିଲେ । ସେମାନଙ୍କୁ ପୋଲିସ ନୋଟିସ ପଠାଇବା ସହ ତଦନ୍ତରେ ସହଯୋଗ କରିବାକୁ କହିଛି । ସୂଚନାନୁସାରେ ସୋମବାର ଦିଲ୍ଲୀ […]