• translate

Latest

rainy season
ବର୍ଷା ଦିନରେ ସୁସ୍ଥ ରହିବାକୁ ୧୦ଟି ଟିପ୍ସ

ବର୍ଷା ଦିନ ସମସ୍ତଙ୍କ ପାଇଁ ଖୁସି ଆଣିଥାଏ। କାହିଁକି ନା ଏହା ଗରମର ବାତାବରଣକୁ ପୂରାପୂରି ଥଣ୍ଡା କରିଥାଏ। ବର୍ଷା ଦିନକୁ ସମସ୍ତେ ମନଭରି ଉପଭୋଗ କରିଥାନ୍ତି। ତେବେ ଏହି ସବୁ ଭିତରେ ଏହି ଦିନରେ ସ୍ୱାସ୍ଥ୍ୟକୁ ନେଇ ସାବଧାନ ରହିବା ଆବଶ୍ୟକ। କାରଣ ଏହି ଦିନରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ଖାଲି ବର୍ଷା ପାଣି ଜମି ରହିବା ଯୋଗୁଁ  ଅନେକ ରୋଗ ହେବାର ମଧ୍ୟ ସମ୍ଭାବନା ନଥାଏ ବରଂ ଆମର ଖାଇବା ପିଇବାରେ […]

truck
ଧରାପଡ଼ିଲା ଡ୍ରାଇଭର, ହଟିଲା ରାସ୍ତାରୋକ୍‌

ଭଦ୍ରକ: ଭଦ୍ରକ ଜିଲ୍ଲା ରାହାଞ୍ଜରେ ଟ୍ରକ୍‌ ଦୁର୍ଘଟଣାରେ ୫ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣା। ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଧରାପଡ଼ିଛି। ନିକଟବର୍ତ୍ତୀ ଗାଁ  ଅସୁରାରେ ଲୁଚି ରହିଥିବା ଡ୍ରାଇଭରକୁ ଧରିଲା ପୁଲିସ୍‌। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍‌ ଲାଠି ଚାର୍ଜ କରିବା ସହିତ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି। ଦୁର୍ଘଟଣା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଆଜି ସଂନ୍ଧ୍ୟାରେ ସ୍ଥାନୀୟ ଲୋକେ ୧୬ ନଂ ଜାତୀୟ ରାଜପଥରେ ପୋଡ଼ା ଜଳା କରିବା ସହ […]

Capture
ଅାସନ୍ତାକାଲି ଲୋକସଭାରେ ଅନାସ୍ଥା ଅାଲୋଚନା

ନୂଆଦିଲ୍ଲୀ: ୧୫ ବର୍ଷ ପରେ ପାର୍ଲାମେଣ୍ଟକୁ ଆସିଛି ଅନାସ୍ଥା ପ୍ରସ୍ତାବ। ପୃଷ୍ଠଭୂମି ସେତେ ମଜଭୁତ୍ ନଥିଲେ ବି ଏହାକୁ ଆଲୋଚନା ଲାଗି ଗ୍ରହଣ କରିଛନ୍ତି ବାଚସ୍ପତି। ପୂର୍ବରୁ ବଜେଟ୍ ଅଧିବେଶନ ସଂପୂର୍ଣ୍ଣ ଧୋଇଯାଇଥିଲା। ତେଣୁ ମୌସୁମୀ ଅଧିବେଶନ ଆରମ୍ଭରୁ ଅଚଳାବସ୍ଥା ସୃଷ୍ଟି ହେବା ସରକାର ଚାହୁଁନଥିବା ଚର୍ଚ୍ଚା ହେଉଛି। ସଂଖ୍ୟା ଗଣିତ ଦୃଷ୍ଟିରୁ ଏନଡିଏ ସରକାରକୁ କୌଣସି ଭୟ ମଧ୍ୟ ନାହିଁ। ଏପଟେ ଭୋଟିଂ ଅପେକ୍ଷା ଆଲୋଚନା ଉପରେ ବେଶୀ ଗୁରୁତ୍ୱ ଦେଉଛନ୍ତି ବିରୋଧୀ। ଏନଡିଏର ପୂର୍ବତନ […]

p-chidambaram-
ପି.ଚିଦାମ୍ବରମଙ୍କ ନାଁରେ ଚାର୍ଜସିଟ୍ ଦାଖଲ

ନୂଆଦିଲ୍ଲୀ : ଏୟାରସେଲ୍-ମାକସିସ୍ ମନି ଲଣ୍ଡରିଂ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ନାଁରେ ଚାର୍ଜସିଟ୍ ଫାଇଲ୍‌ ହୋଇଛି। ଘଟଣାର ତଦନ୍ତ କରୁଥିବା ସିବିଆଇ ଆଜି ଦିଲ୍ଲୀ ପଟିଆଲା କୋର୍ଟରେ ଚିଦାମ୍ବରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ୨୦୦୬ ମସିହାରେ ଏୟାରସେଲ୍-ମାକସିସ୍ ଡିଲ୍ ହୋଇଥିଲା। ସେହି ସମୟରେ ଚିଦାମ୍ବରମ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ସିବିଆଇ ଚାର୍ଜସିଟ୍‌ରେ ଦର୍ଶାଯାଇଛି। ବର୍ତ୍ତମାନ ସୁଦ୍ଧା ମାମଲାରେ ଚିଦାମ୍ବରମ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ସହ ୧୮ଜଣଙ୍କ ନାଁରେ ସିବିଆଇ ଚାର୍ଜସିଟ୍ […]

dead
ଟ୍ରକ୍‌ ମାଡ଼ିଗଲା , ୫ସ୍କୁଲ୍‌ ପିଲା ମୃତ

ଭଦ୍ରକ: ଭଦ୍ରକ ରାଣିତାଲ ରାହାଞ୍ଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ‌୫ ଜଣ ସ୍କୁଲ୍‌ ପିଲା ପ୍ରାଣ ହରାଇ ଥିବାବେଳେ  ଅନ୍ୟ ୫ ଜଣ ଗୁରତର ହୋଇଛନ୍ତି। ଗୁରୁତର ଛାତ୍ରଛାତ୍ରୀମାନଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପିଲାମାନେ ସ୍କୁଲ୍‌ ଛୁଟି ପରେ ଘରକୁ ଫେରୁଥିବା ସମୟରେ ସେମାନଙ୍କ ଉପରେ ଟ୍ରକ ମାଡ଼ିଯାଇଥିଲା। ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଏହି ଦୁର୍ଘଟଣାଟି ଘଟିଛି। ଡ୍ରାଇଭର ଓ ହେଲ୍‌ପର ଫେରାର୍‌ ହୋଇଯାଇଛନ୍ତି। ଘଟଣା […]

newhundred
ବଜାରକୁ ଅାସିବ ନୂଅା ଶହେ ଟଙ୍କିଅା ନୋଟ୍

ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ବଜାରକୁ ଅାସିବ ନୂଅା ଶହେ ଟଙ୍କିଅା ନୋଟ୍। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ହେବାକୁ ଥିବା ଏହି ନୂତନ ଶହେ ଟଙ୍କିଅା ନୋଟ୍ ବାଇଗଣି ରଙ୍ଗର ରହିବ। RBI ପକ୍ଷରୁ ଏହାର ଫଟୋ ଜାରି କରାଯାଇଛି। ନୂଅା ନୋଟ୍ ଅାସିଲେ ବି ପୁରୁଣା ଶହେ ଟଙ୍କିଅା ନୋଟ୍ ପ୍ରଚଳନ ରହିବ। ନୂଅା ନୋଟ୍ ପୁରୁଣା ନୋଟ୍‌ରୁ ସାମାନ୍ୟ ଛୋଟ ଏବଂ ୧୦ ଟଙ୍କିଅାଠୁ ସାମାନ୍ୟ ବଡ଼ ରହିବ। ନୂଅା ଶହେ ଟଙ୍କିଅା […]

mao3
ଛତିଶଗଡ଼ ଦନ୍ତେଓ୍ୱାଡ଼ାରେ ପୋଲିସ-ମାଓବାଦୀ ଗୁଳି ବିନିମୟ

ଛତିଶଗଡ଼: ଦନ୍ତେଓ୍ୱାଡ଼ାରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟ ବେଳେ ତିମେନାର ଜଙ୍ଗଲରେ ପୋଲିସ ଗୁଳିରେ ୭ ମାଓବାଦୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ମହିଳା ଓ ୪ ପୁରୁଷ ମାଓବାଦୀ ଅଛନ୍ତି। ଏଥିସହ ଘଟଣାସ୍ଥଳରୁ ୨ଟା ଇନସାସ୍, ୨ଟା ଥ୍ରୀ ନଟ୍ ଥ୍ରୀ ଓ ଗୋଟିଏ ଦେଶୀ ବନ୍ଧୁକ ସହ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଏବେ ବି ପୋଲିସ-ମାଓବାଦୀ ଗୁଳି ବିନିମୟ ଜାରି ରହିଥିବା ସୂଚନା ଦେଇଛନ୍ତି […]

Capture
ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ: ବିଜେଡି ପକ୍ଷରୁ ହ୍ୱିପ୍ ଜାରି

ନୂଆଦିଲ୍ଲୀ: ବିଜେଡି ପକ୍ଷରୁ ହ୍ୱିପ୍ ଜାରି ହୋଇଛି। ସମସ୍ତ ଦଳୀୟ ସାଂସଦଙ୍କୁ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରିଛି ବିଜେଡି। ଆସନ୍ତାକାଲି ସଂସଦରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ଗୃହରେ ନିଷ୍ପତ୍ତି ନିଆଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ବିଜେଡି ସଂସଦୀୟ ଦଳ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଗୋଟିଏ ପଟେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ନେଇ ବିଜେଡି ବାଚସ୍ପତିଙ୍କୁ ଧ୍ୟାନ ଆକର୍ଷଣକାରୀ ନୋଟିସ୍ ଦେଇଛି। ଅନ୍ୟପକ୍ଷେ ଦଳ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରି ବିରୋଧୀ ଦଳଙ୍କ […]

vlcsnap-error553
ଉତ୍ତରାଖଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୦ ମୃତ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଋଷିକେଶ ଗଙ୍ଗୋତ୍ରୀ ଜାତୀୟ ରାଜପଥରେ ଯାଉଥିବା ସମୟରେ ଏକ ଯାତ୍ରୀବାହୀ ବସ ୨୫୦ ମିଟର ତଳକୁ ଖସିପଡ଼ିଛି। ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଓ ୯ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।  ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ବସରେ ପାଖାପାଖି ୨୫ ଜଣ ଯାତ୍ରୀ ଥିବା ଜଣାପଡିଛି।  ଆହତମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ହେଲିକପ୍ଟର ବ୍ୟବସ୍ଥା […]

vlcsnap-error548
ବିପଦରେ ନଦୀ ପାର ହେଉଛନ୍ତି ଛାତ୍ରଛାତ୍ରୀ

କୋରାପୁଟ: ପ୍ରବଳ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବଢ଼ିଛି। କିଛି ଅଞ୍ଚଳ ବିଚ୍ଛିନ୍ନ ହୋଇପଡ଼ିଛି। ନଦୀରେ ପୋଲଟିଏ ନଥିବାରୁ କେଉଁଠି ଅସ୍ଥାୟୀ ପୋଲ ଉପରେ ଲୋକ ନିର୍ଭର କରୁଛନ୍ତି, ତ ଆଉ କେଉଁଠି ଲୋକଙ୍କ ପାଇଁ ଅଭ୍ୟାସରେ ପଡ଼ିଗଲାଣି ବିପଦପୂର୍ଣ୍ଣ ଯାତ୍ରା। ପ୍ରଶାସନ କିନ୍ତୁ ପ୍ରତିଶ୍ରୁତି ଦେଇଚାଲିଛି । ତେଣୁ ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ ଭାବେ ଯାତାୟାତ କରିବା ସତେ ଯେମିତି ଅଭ୍ୟାସରେ ପଡ଼ିଗଲାଣି ।  କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍‌ର ଉପାପଡ଼ା ନଦୀରେ ବିପଦପୂର୍ଣ୍ଣ […]

gurupriya setu
ଉଦ୍‌ଘାଟନ ପୂର୍ବରୁ ଖୋଲିଲା ସମ୍ପର୍କର ସେତୁ ଗୁରୁପ୍ରିୟା

ଚିତ୍ରକୋଣ୍ଡା: ପୂରଣ ହେଲା ବିଚ୍ଛିନ୍ନାଞ୍ଚଳବାସୀଙ୍କ ବର୍ଷ ବର୍ଷର ସ୍ୱପ୍ନ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ ପୂର୍ବରୁ ବିଚ୍ଛିନ୍ନାଞ୍ଚଳବାସୀଙ୍କ ସୁବିଧା ପାଇଁ ଖୋଲାଯାଇଛି ସମ୍ପର୍କର ସେତୁ ଗୁରୁପ୍ରିୟା। ଆରମ୍ଭ ହୋଇଛି ଯାତାୟାତ। ଫଳରେ ଏବେ ଡଙ୍ଗା ଛାଡ଼ି ସ୍ଥଳପଥରେ ସୁବିଧାରେ ଯାତାୟାତ କରିପାରୁଛନ୍ତି ଲୋକେ। କିଏ ଚାରି ଚକିଆ ତ କିଏ ଦୁଇ ଚକିଆ ଯାନରେ ଆଉ କିଏ ପରିବାର ସହ ଚାଲି ଚାଲି ଯାଉଛି। ଏବେ ଜଳପଥ ଛାଡ଼ି ସ୍ଥଳପଥରେ ପୁଣି ରାତି ହେଉ ବା ଦିନ ଯେତେବେଳେ ଚାହିଁଲେ […]