• translate

Latest

mao3
ଛତିଶଗଡ଼ ଦନ୍ତେଓ୍ୱାଡ଼ାରେ ପୋଲିସ-ମାଓବାଦୀ ଗୁଳି ବିନିମୟ

ଛତିଶଗଡ଼: ଦନ୍ତେଓ୍ୱାଡ଼ାରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟ ବେଳେ ତିମେନାର ଜଙ୍ଗଲରେ ପୋଲିସ ଗୁଳିରେ ୭ ମାଓବାଦୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ମହିଳା ଓ ୪ ପୁରୁଷ ମାଓବାଦୀ ଅଛନ୍ତି। ଏଥିସହ ଘଟଣାସ୍ଥଳରୁ ୨ଟା ଇନସାସ୍, ୨ଟା ଥ୍ରୀ ନଟ୍ ଥ୍ରୀ ଓ ଗୋଟିଏ ଦେଶୀ ବନ୍ଧୁକ ସହ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଏବେ ବି ପୋଲିସ-ମାଓବାଦୀ ଗୁଳି ବିନିମୟ ଜାରି ରହିଥିବା ସୂଚନା ଦେଇଛନ୍ତି […]

Capture
ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ: ବିଜେଡି ପକ୍ଷରୁ ହ୍ୱିପ୍ ଜାରି

ନୂଆଦିଲ୍ଲୀ: ବିଜେଡି ପକ୍ଷରୁ ହ୍ୱିପ୍ ଜାରି ହୋଇଛି। ସମସ୍ତ ଦଳୀୟ ସାଂସଦଙ୍କୁ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରିଛି ବିଜେଡି। ଆସନ୍ତାକାଲି ସଂସଦରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ଗୃହରେ ନିଷ୍ପତ୍ତି ନିଆଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ବିଜେଡି ସଂସଦୀୟ ଦଳ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଗୋଟିଏ ପଟେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ନେଇ ବିଜେଡି ବାଚସ୍ପତିଙ୍କୁ ଧ୍ୟାନ ଆକର୍ଷଣକାରୀ ନୋଟିସ୍ ଦେଇଛି। ଅନ୍ୟପକ୍ଷେ ଦଳ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରି ବିରୋଧୀ ଦଳଙ୍କ […]

vlcsnap-error553
ଉତ୍ତରାଖଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୦ ମୃତ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଋଷିକେଶ ଗଙ୍ଗୋତ୍ରୀ ଜାତୀୟ ରାଜପଥରେ ଯାଉଥିବା ସମୟରେ ଏକ ଯାତ୍ରୀବାହୀ ବସ ୨୫୦ ମିଟର ତଳକୁ ଖସିପଡ଼ିଛି। ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଓ ୯ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।  ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ବସରେ ପାଖାପାଖି ୨୫ ଜଣ ଯାତ୍ରୀ ଥିବା ଜଣାପଡିଛି।  ଆହତମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ହେଲିକପ୍ଟର ବ୍ୟବସ୍ଥା […]

vlcsnap-error548
ବିପଦରେ ନଦୀ ପାର ହେଉଛନ୍ତି ଛାତ୍ରଛାତ୍ରୀ

କୋରାପୁଟ: ପ୍ରବଳ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବଢ଼ିଛି। କିଛି ଅଞ୍ଚଳ ବିଚ୍ଛିନ୍ନ ହୋଇପଡ଼ିଛି। ନଦୀରେ ପୋଲଟିଏ ନଥିବାରୁ କେଉଁଠି ଅସ୍ଥାୟୀ ପୋଲ ଉପରେ ଲୋକ ନିର୍ଭର କରୁଛନ୍ତି, ତ ଆଉ କେଉଁଠି ଲୋକଙ୍କ ପାଇଁ ଅଭ୍ୟାସରେ ପଡ଼ିଗଲାଣି ବିପଦପୂର୍ଣ୍ଣ ଯାତ୍ରା। ପ୍ରଶାସନ କିନ୍ତୁ ପ୍ରତିଶ୍ରୁତି ଦେଇଚାଲିଛି । ତେଣୁ ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ ଭାବେ ଯାତାୟାତ କରିବା ସତେ ଯେମିତି ଅଭ୍ୟାସରେ ପଡ଼ିଗଲାଣି ।  କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍‌ର ଉପାପଡ଼ା ନଦୀରେ ବିପଦପୂର୍ଣ୍ଣ […]

gurupriya setu
ଉଦ୍‌ଘାଟନ ପୂର୍ବରୁ ଖୋଲିଲା ସମ୍ପର୍କର ସେତୁ ଗୁରୁପ୍ରିୟା

ଚିତ୍ରକୋଣ୍ଡା: ପୂରଣ ହେଲା ବିଚ୍ଛିନ୍ନାଞ୍ଚଳବାସୀଙ୍କ ବର୍ଷ ବର୍ଷର ସ୍ୱପ୍ନ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ ପୂର୍ବରୁ ବିଚ୍ଛିନ୍ନାଞ୍ଚଳବାସୀଙ୍କ ସୁବିଧା ପାଇଁ ଖୋଲାଯାଇଛି ସମ୍ପର୍କର ସେତୁ ଗୁରୁପ୍ରିୟା। ଆରମ୍ଭ ହୋଇଛି ଯାତାୟାତ। ଫଳରେ ଏବେ ଡଙ୍ଗା ଛାଡ଼ି ସ୍ଥଳପଥରେ ସୁବିଧାରେ ଯାତାୟାତ କରିପାରୁଛନ୍ତି ଲୋକେ। କିଏ ଚାରି ଚକିଆ ତ କିଏ ଦୁଇ ଚକିଆ ଯାନରେ ଆଉ କିଏ ପରିବାର ସହ ଚାଲି ଚାଲି ଯାଉଛି। ଏବେ ଜଳପଥ ଛାଡ଼ି ସ୍ଥଳପଥରେ ପୁଣି ରାତି ହେଉ ବା ଦିନ ଯେତେବେଳେ ଚାହିଁଲେ […]

jagannath-rath-yatra
ଆଜି ତିନି ରଥକୁ କରାଯିବ ଦକ୍ଷିଣ ମୋଡ଼

ପୁରୀ: ଗତକାଲି ବିଳମ୍ବିତ ରାତିରେ ଗୁଣ୍ଡିଚା ମନ୍ଦିରରେ ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଛି। ଆଜିଠାରୁ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଆଜି ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ନିକଟକୁ ଅଣାଯିବ। ବିଧି ମୁତାବକ ସକାଳ ଧୂପ ସରିବା ପରେ ତିନି ଠାକୁରଙ୍କ ଆଜ୍ଞାମାଳ ରଥରେ ଲାଗି କରାଯିବ। ପ୍ରଥମେ ତାଳଧ୍ୱଜ, ତା’ପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଆଜ୍ଞାମାଳ ଲାଗି କରାଯିବ।  ଏହାପରେ ପ୍ରଥମେ ଦେବୀ […]

Capture
ବଦଳିବ ନିଟ୍ ଓ ଜେଇଇ ପରୀକ୍ଷା ପଦ୍ଧତି

ଭୁବନେଶ୍ୱର: ନିଟ୍ ଓ ଜେଇଇ ର ପ୍ରତି ପରୀକ୍ଷାର୍ଥୀଙ୍କୁ ମିଳିପାରେ ୟୁନିକ୍ ସେଟ୍ ଅଫ୍ କୋଶ୍ଚିନ୍। ଏନେଇ ଯୋଜନା ପ୍ରସ୍ତୁତ କରିଛି ନ୍ୟାସ୍‌ନାଲ୍ ଟେଷ୍ଟିଂ ଏଜେନ୍ସି- NTA। ପରୀକ୍ଷା ପଦ୍ଧତିରେ ସ୍ୱଚ୍ଛତା ଅବଲମ୍ବନ ସହ ମେଧାବୀ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦେବା ଲାଗି ଏନ୍‌ଟିଏ ଏପରି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି।  ପ୍ରଥମଥର ଲାଗି ମେଡ଼ିକାଲ୍ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ସମ୍ପୂର୍ଣ୍ଣ ପରୀକ୍ଷା ପଦ୍ଧତି ଅନ୍‌ଲାଇନ୍ କରାଯାଇଛି। ଏଥିରେ ନିର୍ଦ୍ଦିଷ୍ଟ ସେଟ୍ ବଦଳରେ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ସଫ୍ଟଓୟାର […]

kanha
୫ ବର୍ଷର ଶିଶୁକୁ ଅାପାଦମସ୍ତକ ଗ୍ରାସିଛି ଟ୍ୟୁମର

ଗଞ୍ଜାମ : ନାଁ ତାର କାହ୍ନା। ହେଲେ ରୂପ କିନ୍ତୁ ଭିନ୍ନ । ତାଳୁରୁ ତଳିପା, ଢ଼ାଙ୍କି ହୋଇଯାଇଛି କଳା ମଚ୍ ମଚ୍ ଲୋମରେ। ଅଦ୍ଭୁତ ଦେଖାଯାଉଛି ଶରୀରର ବିଭିନ୍ନ ଅଂଶ । ଡାହାଣ ମୁହଁରେ ମାଡ଼ି ବସିଛି ମାଂସଳ ବଥ । ତାସତ୍ତ୍ୱେ ବି କେତେବେଳେ ପାଠ ପଢ଼ୁଛି ତ ଅାଉ କେତେବେଳେ ନିଜ ଚେହେରାକୁ ଦର୍ପଣରେ ଦେଖି ନିଜେ ହସୁଛି। ଗଞ୍ଜାମ ଜିଲ୍ଲା ଗାୟଗଣ୍ଡା ପଞ୍ଚାୟତ ବାଘୁଅାସାହିର କାହ୍ନାର ଏଭଳି ଅବସ୍ଥା ଜନ୍ମରୁ। ପ୍ରଥମେ […]

bjd
ବିଜେଡିର ବିଧାନ ପରିଷଦ ଗୋଟି

ଭୁବନେଶ୍ୱର : ୧୯ ନିର୍ବାଚନରେ କଟିପାରେ ୪୦ରୁ ୫୦ ବିଜେଡି ବିଧାୟକଙ୍କ ଟିକେଟ୍‌। ଜଟିଳ ହୋଇପାରେ ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ। ଏଭଳି ସ୍ଥିତିର ମୁକାବିଲା ଲାଗି ବିଜେଡି ଖେଳୁଛିକି ବିଧାନ ପରିଷଦ ଗୋଟି ? ନେତାଙ୍କ ଲାଗି ରେଡି ରଖୁଛି କି ଲଲିପପ୍ ? ବିଧାନ ପରିଷଦ ଗଠନ ଲାଗି ପ୍ରସ୍ତାବ ଆସିବାର ସାଢ଼େ ୩ ବର୍ଷ ପରେ ଓ ନିର୍ବାଚନକୁ ମାତ୍ର କେଇ ମାସ ବାକି ଥିବା ବେଳେ ସରକାରଙ୍କ ତତ୍ପରତାକୁ ନେଇ ଉଠିଛି ଏମିତି ପ୍ରଶ୍ନ। […]

mig
ମିଗ୍-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

ହିମାଚଳ ପ୍ରଦେଶ : ଖସି ପଡ଼ିଲା ଆଉ ଏକ ମିଗ୍ ଯୁଦ୍ଧ ବିମାନ। ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲ୍ଲାରେ ପଟ୍ଟା ଜାତିୟାନ ନିକଟରେ ଏକ ମିଗ୍-୨୧ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମିଗ୍ ବିମାନଟି ପଞ୍ଜାବ ପଠାନକୋଟ ଏୟାରବେସ୍‌ରୁ ଉଡ଼ାଣ କରିଥିଲା। ରୁଟିନ୍ ଉଡ଼ାଣ ସମୟରେ ଦିନ ଗୋଟାଏ ବାଜି ୨୧ ମିନିଟରେ ବିମାନଟି ଦୁର୍ଘଟଣାର ଶିକାର ହୋଇ ପୁରା ଅଗ୍ନି ପିଣ୍ଡୁଳାରେ ପରିଣତ ହୋଇ ଖସି ପଡ଼ିଥିଲା। ପାଇଲଟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାର କାରଣ ଜାଣିବା […]

virat
ଘୋଷଣା ହେଲା ଭାରତୀୟ ଟେଷ୍ଟ ଦଳ

ମୁମ୍ବାଇ:  ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ ଟିକିଆ ଟେଷ୍ଟ ସିରିଜ ପୂର୍ବରୁ ତିନୋଟି ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ବୁଧବାର ଭାରତୀୟ କ୍ରିକେଟ ବୋର୍ଡ଼ (ବିସିସିଆଇ) ପକ୍ଷରୁ ଘୋଷଣା ହୋଇଥିବା ଦଳରେ, ଭୁବନେଶ୍ୱର କୁମାରଙ୍କୁ ବାଦ୍‌ ଦିଆଯାଇଛି। ଅନ୍ୟପକ୍ଷରେ ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷବ ପନ୍ତଙ୍କୁ ପ୍ରଥମ ଥର ଟେଷ୍ଟ ଦଳରେ ସାମିଲ୍‌ କରାଯାଇଛି। ସେହିପରି ପେସ୍‌ ବୋଲର ମହମ୍ମଦ ସାମି ଦଳକୁ ପ୍ରତ୍ୟାପର୍ତ୍ତନ କରିବାରେ ସଫଳ ହୋଇଛନ୍ତି। ଏକ […]

mitra
ବିଜେପି ଛାଡ଼ିଲେ ଚନ୍ଦନ ମିତ୍ର

ନୂଆଦିଲ୍ଲୀ :  ବିଜେପି ଛାଡ଼ିଲେ ବରିଷ୍ଠ ନେତା ଚନ୍ଦନ ମିତ୍ର। ସେ ତାଙ୍କ ଇସ୍ତଫା ପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିକଟକୁ ପଠାଇଛନ୍ତି । ବିଜେପି ଛାଡ଼ି ସେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରେ ଯୋଗ ଦେବା ନେଇ ଜୋରଦାର ଚର୍ଚ୍ଚା ହେଉଛି। ଏମିତିକି ଅାସନ୍ତା ଶନିବାର ଦିନ ସେ ଟିଏମ୍‌ସିରେ ଯୋଗ ଦେବାର ସମ୍ଭାବନା ରହିଛି। ଜଣେ ବରିଷ୍ଠ ସାମ୍ବାଦିକ ଭାବେ ଜଣାଶୁଣା ଚନ୍ଦନ ମିତ୍ର ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଥିଲେ। ଏହା […]

Parliament (1)
ସଂସଦର ମୌସୁମୀ ଅଧିବେଶନ ଅାରମ୍ଭ

ନୂଆଦିଲ୍ଲୀ : କେନ୍ଦ୍ରରେ କ୍ଷମତାରେ ଥିବା ଏନ୍‌ଡିଏ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଅାଣିଛନ୍ତି ବିରୋଧୀ। ଟିଡିପି, ଏନ୍‌ସିପି ଓ କଂଗ୍ରେସ ଏନ୍‌ଡିଏ ସରକାର ବିରୋଧରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଅାଣିଛନ୍ତି। ଏହି ପ୍ରସ୍ତାବକୁ ବାଚସ୍ପତି ସୁମିତ୍ରା ମହାଜନ ଗ୍ରହଣ କରିଛନ୍ତି। ତା ଉପରେ ଅାସନ୍ତା ଶୁକ୍ରବାର ଲୋକସଭାରେ ଅାଲୋଚନା ହେବ। ରାଜ୍ୟସଭାରେ ଅାସନ୍ତା ସୋମବାର ଅାଲୋଚନା ହେବ। ଗତ ଅଧବେଶନରେ ମଧ୍ୟ ଟିଡିପି ଏନଡିଏ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଅାଣିଥିଲା। କିନ୍ତୁ ତା ଉପରେ […]

telengana
ବିଧାନ ପରିଷଦ ପାଇଁ ତେଲେଙ୍ଗାନା ଓ ବିହାରରୁ ଅନୁଧ୍ୟାନ ସାରି ଫେରିଲା ଟିମ୍

ଭୁବନେଶ୍ୱର : ବିଧାନ ପରିଷଦ ଗଠନ ପାଇଁ ପାଇଁ ୨ଟି ରାଜ୍ୟ ଅନୁଧ୍ୟାନ କରି ଫେରିଲା ସ୍ୱତନ୍ତ୍ର ଅନୁଧ୍ୟାନ କମିଟି।  ତିନିଜଣିଆ ଟିମ୍ ବିହାର ଓ ତେଲେଙ୍ଗାନା ଯାଇ ସେମାନଙ୍କ ବିଧାନ ପରିଷଦ ଗଠନ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି।  ଏନେଇ ରାଜ୍ୟସରକାରଙ୍କୁ ଖୁବଶୀଘ୍ର ରିପୋର୍ଟ ଦିଅାଯିବ ବୋଲି କମିଟିର ଅଧ୍ୟକ୍ଷ ନୃସିଂହ ସାହୁ କହିଛନ୍ତି। ତେଲେଙ୍ଗାନାରେ ଯେପରି ରିଜୋଲ୍ୟୁସନ୍ ପାସ୍ ହେଲା, ସେହି ଅାଧାରରେ ରିଜୋଲ୍ୟୁସନ ଅାସିପାରେ ବୋଲି ସେ ସୂଚନା ଦେଇଛନ୍ତି। ପରିବହନ ମନ୍ତ୍ରୀ ନୃସିଂହ […]

Moulana
ଲାଇଭ ଟିଭି କାର୍ଯ୍ୟକ୍ରମରେ ମହିଳା ଓକିଲଙ୍କୁ ହାତ ଉଠାଇଲେ ମୌଲାନା

ନୂଆଦିଲ୍ଲୀ: ପୁଣି ଥରେ ଲାଇଭ କାର୍ଯ୍ୟକ୍ରମରେ ଦେଖିବାକୁ ମଳିଛି ଅଭାବନୀୟ ଦୃଶ୍ୟ। ଜାତୀୟ ଗଣମାଧ୍ୟମ ଜୀ ହିନ୍ଦୁସ୍ତାନୀରେ ଟ୍ରିପଲ୍‌ ତଲାକ୍‌ ଉପରେ ଚାଲିଥିଲା ଏକ ଲାଇଭ କାର୍ଯ୍ୟକ୍ରମ । ବିତର୍କ ବେଳେ ଉତ୍ତ୍ୟକ୍ତ ହୋଇ ମହିଳା ଓକିଲଙ୍କୁ ହାତ ଉଠାଇଲେ ମୌଲାନା ଇଜାଜ୍ ଆର୍ଶଦ କାଜମୀ। ତେବେ ଏହାକୁ ନେଇ ମାମଲା ଦାୟର ହେବା ପରେ ମୌଲାନା ଇଜାଜ୍‌ଙ୍କୁ ଗିରଫ କରିଛି ପୁଲିସ। ଏହି ବିତର୍କର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। (ସୌଜନ୍ୟ: ୟୁ […]

vlcsnap-error062
ରାସ୍ତା ନଥିଲା, ଆମ୍ବୁଲାନ୍ସ ଆସିପାରିଲାନି, ଚାଲିଗଲା ରୋଗୀର ଜୀବନ

ମାଲକାନଗିରି: ରାସ୍ତାରେ ଚାଲିଗଲା ରୋଗୀର ଜୀବନ। ଗାଁକୁ ରାସ୍ତା ନ ଥିବାରୁ ରୋଗୀକୁ ଆଣିବାକୁ ଆସି ପାରିଲାନି ଆମ୍ବୁଲାନ୍ସ। ଫଳରେ ରୋଗୀକୁ ଖଟିଆରେ ୪ କିଲୋମିଟର ଆଣିବା ବାଟରେ ରୋଗୀର ମୃତ୍ୟୁ ହୋଇଥିଲା। ଏହି ଅଭାବନୀୟ ଘଟଣା ଘଟିଛି ମାଲକାନଗିରିରେ। ସୂଚନା ଅନୁସାରେ, ଖଇରପୁଟ କାଦଗୁଡ଼ା ଗାଁର ଜମ୍ବତି କଂସାରୀ ନାମ୍ନୀ ଜଣେ ମହିଳାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଡାକିଥିଲେ। ହେଲେ ରାସ୍ତା ଅବସ୍ଥା ଖରାପ ଥିବାରୁ ଆମ୍ବୁଲାନ୍ସ ଗାଁକୁ ଯାଇପାରିନଥିଲା। […]

vlcsnap-error605
କାମ ମିଳୁନି, ପେଟ ପୂରୁନି; ଦଲାଲ କବଳରୁ ଉଦ୍ଧାର ପରେ ଜୀବନ ଆହୁରି ଦୁର୍ବିସହ

କେନ୍ଦୁଝର/ତେଲକୋଇ : କର୍ମ ସଂସ୍ଥାନ ନ ମିଳିବାରୁ ବାଧ୍ୟ ହୋଇ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ଆଦିବାସୀ ଅଚଂଳର ଯୁବକ ଯୁବତୀ। ତାପରେ ଦଲାଲ୍‌ର ପ୍ରଲୋଭନରେ ପଡି ଠକାମୀର ଶିକାର ହୋଇ ପୁଣି ଗାଁକୁ ଫେରୁଛନ୍ତି। ଖବର ପ୍ରଚାରିତ ହେବା ମାତ୍ରେ ତାଙ୍କୁ ଉଦ୍ଧାର କରାଯାଉଛି ଏବଂ କାମ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଉଛି ପ୍ରଶାସନ, ହେଲେ ଏହା କେବଳ ପ୍ରତିଶ୍ରୁତିରେ ହିଁ ରହିଯାଉଛି। ବଣ ପାହାଡ଼ ଘେରା କେନ୍ଦୁଝର ଜିଲ୍ଲାର ନିପୋ ଗାଁରେ ବସବାସ କରନ୍ତି […]

vlcsnap-error984
ବଣ୍ଡା ପିଲାଙ୍କ ସ୍କୁଲ୍‌: ଉଡ଼ିଯାଇଛି ଆଜବେଷ୍ଟସ୍‌,ହଷ୍ଟେଲ୍‌ ରୁମ୍‌ରେ ଚାଲିଛି ପାଠପଢ଼ା

ମାଲକାନଗିରି: ଆଦିମ ଜନଜାତି ବଣ୍ଡାମାନଙ୍କୁ ମୁଖ୍ୟସ୍ରୋତ ସହ ସମକକ୍ଷ କରିବାକୁ ସରକାର ଅନେକ ଯୋଜନା କରିଛନ୍ତି। ବଣ୍ଡା ପିଲାଙ୍କ ଶିକ୍ଷା ପାଇଁ ଗଢ଼ାଯାଇଛି ସ୍କୁଲ, ହେଲେ ମାଲକନଗିରି ମୁଦୁଲିପଡାରେ ବଣ୍ଡା ପିଲାଙ୍କ ପାଇଁ ଥିବା ସ୍କୁଲର ଅବସ୍ଥା ଦେଖି ସେମାନଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ଉଡ଼ିଯାଇଛି ସ୍କୁଲ ଘରର ଛାତ। ଛିନ୍‌ଛତ୍ର ହୋଇ ପଡ଼ିରହିଛି ଆଜବେଷ୍ଟସ୍‌। ଘଟଣା ଦିନେ କି ଦୁଇ ଦିନର ନୁହେଁ ଗତ ମେ ମାସରେ ହୋଇଥିବା କାଳବୈଶାଖୀ ବର୍ଷାରେ ଭାଙ୍ଗିଯାଇଥିଲା ମାଲକାନଗିରି […]

noida-3
ନିର୍ମାଣାଧୀନ କୋଠା ଭୁଶୁଡ଼ି ତିନି ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଗ୍ରେଟର୍‌ ନୋଏଡ଼ାରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିଛି । ନୋଏଡ଼ାର ସାହାବେରି ଭିଲେଜ୍ ଅଞ୍ଚଳରେ ଏହି ଘଟଣା ଘଟିଛି। ଏଥିରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଗତକାଲି ରାତି ୮ଟାରେ ଗ୍ରେଟର୍‌ ନୋଇଡାରେ ଥିବା ୪ ମହଲା କୋଠା ଉପରେ ଏକ ନିର୍ମାଣାଧୀନ ୬ ମହଲା ବିଲ୍‌ଡ଼ିଂ ଭୁଶୁଡ଼ି ପଡିଥିଲା। ଚାରି ମହଲା ବିଲ୍‌ଡ଼ିଂରେ ୧୮ଟି ପରିବାର ରହୁଥିଲେ। ଘଟଣାସ୍ଥଳରେ ପୋଲିସ,ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର […]

puri
ଆଜି ହେରା ପଞ୍ଚମୀ; ନନ୍ଦିଘୋଷ ରଥର କାଠ ଭାଙ୍ଗିବେ ମହାଲକ୍ଷ୍ମୀ

ପୁରୀ: ଆଜି ପବିତ୍ର ହେରା ପଞ୍ଚମୀ। ଏହି ଅବସରରେ ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କାଠ ଭାଙ୍ଗିବେ। ମହାଲକ୍ଷ୍ମୀଙ୍କୁ ଛାଡ଼ି ଶ୍ରୀଜଗନ୍ନାଥ ଘୋଷଯାତ୍ରାରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଆଣିଥିବାରୁ ଏଥିରେ ଅଭିମାନ କରି ମହାଲକ୍ଷ୍ମୀ ରଥ କାଠ ଭାଙ୍ଗିଥା’ନ୍ତି। ମହାଲକ୍ଷ୍ମୀ ବିମାନରେ ଶ୍ରୀଗୁଣ୍ଡିଚା ମନ୍ଦିର ଆସିବା ପରେ ପ୍ରଥମେ ନନ୍ଦିଘୋଷ ରଥ ନିକଟରେ ରହିଥା’ନ୍ତି। ସେଠାରେ ମହାଲକ୍ଷ୍ମୀଙ୍କୁ ମହାପ୍ରସାଦ ଲାଗି, ବନ୍ଦାପନା, ଚାମର ଆଲଟ, ଘସା ବିଡ଼ିଆ ସହ ଦହି ପଟି ମଣୋହି ନୀତି ଅନୁଷ୍ଠିତ […]

indian-parliament
ଆଜିଠୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ୧୮ଟି କାର୍ଯ୍ୟ ଦିବସ ରହିଛି। ଚାଷୀ ସମସ୍ୟା, ପିଏନ୍‌ବି ସ୍କାମ୍‌ ଠାରୁ ଆରମ୍ଭ କରି ଦଳିତଙ୍କ ଉପରେ ଆକ୍ରମଣ ଆଦି ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାରକୁ କାଠଗଡ଼ାରେ ଠିଆ କରିବାକୁ ଉଦ୍ୟମ କରିବା ପାଇଁ ଏକଜୁଟ୍ ହୋଇଛନ୍ତି ବିରୋଧୀ। ଟ୍ରିପଲ୍‌ ତଲାକ୍ ବିଲ୍‌ ସରକାରଙ୍କ ଏଜେଣ୍ଡାର ଫୋକସ୍‌ରେ ଥିବା ବେଳେ ମହିଳା ସଂରକ୍ଷଣ ବିଲ ପାସ୍ […]

cricket-england-
ଇଂଲଣ୍ଡକୁ ୨୫୭ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଟିମ୍‌ ଇଣ୍ଡିଆ

ହେଡ଼ିଙ୍ଗ୍‌ଲେ: ଇଂଲଣ୍ଡକୁ୨୫୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଟିମ୍‌ ଇଣ୍ଡିଆ। ଶେଷ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭର୍‌ରେ ୮ ୱିକେଟ୍‌ ହରାଇ ସଂଗ୍ରହ କରିଛି ୨୫୬ ରନ୍‌। ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ହେଡ଼ିଙ୍ଗ୍‌ଲେ ଠାରେ ତୃତୀୟ ତଥା ଶେଷ ଦିନିକିଆ ଖେଳାଯାଉଛି। ଇଂଲଣ୍ଡ ପ୍ରଥମେ ଟସ୍‌ ଜିତି ଫିଲ୍‌ଡିଂ ପାଇଁ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୭୧ ରନ୍‌ କରିଥିବା ବେଳେ ଶିଖର […]

ଆଇପିଏସ୍
ଆଇପିଏସ୍ ଅଫିସରଙ୍କ ସହ ବିବାହିତ ମହିଳାଙ୍କ ଅନ୍ତରଂଗ କ୍ଷଣର ଭିଡିଓ ଭାଇରାଲ

ବେଙ୍ଗାଲୁରୁ: ସୋଶାଲ ମିଡିଆରେ ଜଣେ ଆଇପିଏସ୍ ଅଫିସର ଓ ଜଣେ ବିବାହିତ ମହିଳାଙ୍କ ଅନ୍ତରଂଗ କ୍ଷଣର ଭିଡିଓ ଭାଇରାଲ ହୋଇଛି। ରିପୋର୍ଟ ମୁତାବକ, ଏହି ଭିଡିଓ ଆଇପିଏସ୍ ଭୀମଶଂକର ଗୁଲ୍‌ଡଙ୍କର । ଭୀମଶଂକର କର୍ଣ୍ଣାଟକ କ୍ୟାଡର ୨୦୧୨ ବ୍ୟାଚ୍‌ର ଆଇପିଏସ୍‌ । ସବୁଠୁ ବଡ଼ କଥା ହେଉଛି ଆଇପିଏସ୍ ଭୀମଶଂକର ପୁଲିସ ପୋଷାକରେ ଥିବା ଏହି ଭିଡିଓରେ ଦେଖାଯାଇଛି। ଏଥିପାଇଁ କର୍ଣ୍ଣାଟକ ପୁଲିସକୁ ବଦ୍‌ନାମ୍‌ ହେବାକୁ ପଡ଼ିଛି। ସଂପୃକ୍ତା ମହିଳାଙ୍କ ସ୍ୱାମୀ ଜଣେ ସଫ୍ଟୱେର ଇଂଜିନିୟର। ସେ ଅଭିଯୋଗ […]