• translate

Latest

ipl 2018
IPL-11 ଫାଇନାଲରେ ଚେନ୍ନାଇକୁ କିଏ ଭେଟିବ? ହାଇଦ୍ରାବାଦ ନା କୋଲକାତା...

ନୂଆଦିଲ୍ଲୀ: IPL-11 ଫାଇନାଲରେ ଚେନ୍ନାଇକୁ କିଏ ଭେଟିବ? ସନ୍‌ରାଇଜର୍ସ ହାଇଦ୍ରାବାଦ ନା କୋଲକାତା ନାଇଟ୍ ରାଇଡର୍ସ। ଏସବୁ ଆଜି ସ୍ପଷ୍ଟ ହୋଇଯିବ। ସନ୍‌ରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଆଜି ଖେଳାଯିବ ଦ୍ୱିତୀୟ କ୍ୱାଲିଫାୟର। ଏନେଇ ଉଭୟ ଟିମ୍‌ ଜୋରଦାର୍‌ ଅଭ୍ୟାସ ଚଳାଇଛନ୍ତି। ପ୍ରଥମ କ୍ୱାଲିଫାୟରରେ ପରାସ୍ତ ହୋଇଥିବା ହାଇଦ୍ରାବାଦ ଟିମ୍‌କୁ ଆଉ ଏକ ସୁଯୋଗ ମିଳିଛି ଫାଇନାଲ ଖେଳିବା ପାଇଁ।  ଲିଗ୍ ପର୍ଯ୍ୟାୟରେ ଏହି ଟିମ୍ ୧୪ଟି ମ୍ୟାଚ୍‌ରୁ ୯ଟିରେ ବିଜୟୀ ହୋଇ […]

amitabha
ବିଗ୍ ବି ଅମିତାଭଙ୍କ ଟ୍ୱିଟ୍; ହିନ୍ଦୁସ୍ତାନୀ ଆଜି ବି ଇଂରେଜମାନଙ୍କ ଗୋଲାମ

ନୂଆଦିଲ୍ଲୀ :  ବିଗ୍ ବି ଅମିତାଭ ଏକ ଟ୍ୱିଟ୍ ଜରିଆରେ ଆମେ ହିନ୍ଦୁସ୍ତାନୀ ଆଜି ବି ଇଂରେଜମାନଙ୍କ ଗୋଲାମ ହୋଇ ରହିଛୁ ବୋଲି କହିଛନ୍ତି। ତେବେ ଏହାକୁ ସେ  ଇଂଲିଶ ଷ୍ଟାଇଲ୍‌ରେ ଜନ୍ମଦିନ ମନାଇବା ପ୍ରସଙ୍ଗରେ କହିଛନ୍ତି। ହାପି ବାର୍ଥ ଡେ ଟୁ ୟୁ  ସମ୍ବୋଧନ, ମହମବତୀ ଲଗାଇ କେକ୍ କାଟିବା ପ୍ରଥାକୁ ବିଲକୁଲ ନାପସନ୍ଦ କରିଛନ୍ତି ବିଗ୍ ବି। ଆଜି ଅମିତାଭଙ୍କ ଏହି ଟ୍ୱିଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛିା  ଇଂରେଜମାନେ ହାପି ବାର୍ଥ ଡେ […]

love promise
ରିଲିଜ୍ ହେଲା ନୂଆ ଓଡ଼ିଆ ଫିଲ୍ମ ‘ଲଭ୍ ପ୍ରମିଜ୍’

ଭୁବନେଶ୍ୱର : ରିଲିଜ୍ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ଲଭ୍ ପ୍ରମିଜ୍‌’। ସିନେମାରେ ମୁଖ୍ୟ ଭୂମିକାରେ ଅଛନ୍ତି ଅଭିନେତା ରାକେଶ ଏବଂ ଅଭିନେତ୍ରୀ ଜୟା। ବିଶ୍ୱାସ ସିନେପ୍ରଡକ୍ସନ୍ସର ଆନୁକୂଲ୍ୟରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସନ୍ତୋଷ ବିଶ୍ୱାଳ। ସଂଗୀତ ଦେଇଛନ୍ତି ପ୍ରେମ ଆନନ୍ଦ। ପରଦାକୁ ଆସିବା ପୂର୍ବରୁ ଲଭ୍‌ ପ୍ରମିଜର ଗୀତ ଗୁଡିକ ହିଟ୍ ହୋଇସାରିଛି।  କଟକର ଜୟଶ୍ରୀ ଟକିଜ୍‌ରେ ଲଭ୍ ପ୍ରମିଜ୍‌ର ପ୍ରିମିୟର ସୋ ପ୍ରଦର୍ଶିତ ହୋଇଛି। ରାଜ୍ୟର ବିଭିନ୍ନ ସହରରେ ୫୦ଟି ହଲରେ […]

petrol
୧୧ ଦିନ ଧରି ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଲଗାତର ୧୧ ଦିନ ପାଇଁ ବଢ଼ିଛି ତୈଳ ଦର। ମୁମ୍ବାଇରେ ଦେଶର ସବୁଠୁ ମହଙ୍ଗା ପେଟ୍ରୋଲ ଏବଂ ଡିଜେଲ ବିକ୍ରି ହେଉଛି। ଆଜି ମୁମ୍ବାଇରେ ବର୍ଦ୍ଧିତ ପେଟ୍ରୋଲ ଦର ୮୫ଟଙ୍କା ୨୯ ପଇସା ହୋଇଥିବାବେଳେ ଦିଲ୍ଲୀରେ ୭୭ଟଙ୍କା ୪୭ ପଇସା। ସେହିପରି ଡିଜେଲ ଦର ମୁମ୍ବାଇରେ ୭୨ଟଙ୍କା ୯୬ ପଇସା ହୋଇଥିବାବେଳେ ଦିଲ୍ଲୀରେ ୬୮ଟଙ୍କା ୫୩ ପଇସା। ବଢ଼ୁଥିବା ତୈଳ ଦରକୁ ନେଇ ଗ୍ରାହକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କ୍ରମାଗତ ତୈଳ […]