• translate

Latest

tej pratap
ମହାଦେବଙ୍କ ବେଶରେ ଲାଲୁଙ୍କ ପୁଅ ତେଜ୍‌ପ୍ରତାପ, ଭିଡିଓ ଭାଇରାଲ

ପାଟନା: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ୍‌ପ୍ରତାପ ଯାଦବଙ୍କୁ ନେଇ ନୂଆ ବିବାଦ। ଶ୍ରାବଣ ମାସରେ ବୋଲବମ୍ ଚାଲିଥିବା ବେଳେ ଶିବ ପୋଷାକ ପରିଧାନ କରି ବିବାଦକୁ ଆସିଛନ୍ତି ତେଜ ପ୍ରତାପ। ଦେଓଘର ସ୍ଥିତ ବାବା ବୈଦ୍ୟନାଥଙ୍କ ଠାରେ ପାଣି ଢାଳିବା ବେଳେ ସେ ଶିବଙ୍କ ଭଳି ପୋଷାକ ପିନ୍ଧିଥିଲେ। ଯାହାକୁ ନେଇ ଦେଖାଦେଇଛି ବିବାଦ। କିଛି ଶ୍ରଦ୍ଧାଳୁ ଏହାକୁ ନିନ୍ଦା କରିଛନ୍ତି। ପୂର୍ବରୁ ଶ୍ରୀକୃଷ୍ଣଙ୍କ ବେଶ ଧାରଣ କରି ଚର୍ଚ୍ଚାକୁ ଆସିଥିଲେ ତେଜ୍‌ପ୍ରତାପ । […]

vlcsnap-error764
ଦୁର୍ଗମ ଅଞ୍ଚଳକୁ ବାଇକ୍‌ରେ ଯାଇ ସ୍ଥିତି ପରଖିଲେ ଜିଲ୍ଲାପାଳ

ସୁନ୍ଦରଗଡ଼: ସ୍ୱାଧୀନତାର ଏତେ ବର୍ଷ ପରେ ବି କରୁଆଡ଼େରାରେ ପହଞ୍ଚି ପାରିନି ସରକାରଙ୍କ ବିକାଶ ରଥ। ଗାଁକୁ ରାସ୍ତା ନାହିଁ କି ପିଇବା ପାଣି ପାଇଁ ନଳ କୂଅଟିଏ ବି ନାହିଁ। ବର୍ଷା ହେଲେ ଡିବିରି ଆଲୁଅ ସାହା ଭରସା। ଗାଁକୁ ଆମ୍ବୁଲାନ୍ସ ଯାଇ ପାରୁ ନ ଥିବାରୁ ଗୁରୁତର ରୋଗୀ ଖଟିଆରେ ବୁହା ହୁଅନ୍ତି। କିନ୍ତୁ ଏବେ ବଣ ପାହାଡ଼ ଘେରା ସୁନ୍ଦରଗଡ଼ ଜିଲ୍ଲାର ଅପହଞ୍ଚ ଅଞ୍ଚଳ କରୁଆଡ଼େରାରେ ପହଞ୍ଚିବ ବିକାଶ। ଆଉ ଲୋକଙ୍କୁ ମିଳିବ […]

bolbam
ଶ୍ରାବଣର ପ୍ରଥମ ସୋମବାରରେ ଶିବମୟ ପରିବେଶ

ଭୁବନେଶ୍ୱର: ଶିବ ଆରାଧନାରେ ମଗ୍ନ ହେଉଛି ଜଗତ। ନେପାଳର କାଠମାଣ୍ଡୁ ସ୍ଥିତ ପଶୁପତି ନାଥ ମନ୍ଦିର ହେଉ କି, ଉତ୍ତରଭାରତର ବିଭିନ୍ନ ପ୍ରସିଦ୍ଧ ଶୈବପୀଠ, ରାତି ପାହୁ ନପାହୁଣୁ ଆଜି ବୋଲ୍‌ବମ୍, ହର ହର୍ ବମ୍ ଧ୍ୱନିରେ କମ୍ପୁଥିଲା ସବୁ ଶୈବାଳୟ। ଲମ୍ବା ଲାଇନ୍‌ରେ ଶିବ ଦର୍ଶନ ଅପେକ୍ଷାରେ ଗେରୁଆ ବସ୍ତ୍ରଧାରୀ ହଜାର ହଜାର କାଉଡ଼ିଆ। ସେହିପରି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ଶ୍ରାବଣର ପ୍ରଥମ ସୋମବାରରେ ଆଶୁତୋଷଙ୍କ ଜଳଲାଗି ପାଇଁ ବିଭିନ୍ନ ନଦୀରୁ ଜଳଭାର ଧରି ଘଣ୍ଟା […]

dama
‘ଟି’ ଲିଙ୍କ୍‌କୁ ନେଇ ତୀବ୍ର ହେଲା ପଲିଟିକାଲ ବ୍ଲେମ୍‌ ଗେମ୍

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍‌କୁ ନେଇ ଆରମ୍ଭ ହୋଇଯାଇଛି ପଲିଟିକାଲ ବ୍ଲେମ ଗେମ୍। ମୁହାଁ ମୁହିଁ ହୋଇଛନ୍ତି ଦାମ, ବିଷ୍ଣୁ ଓ ବାପି ସର୍ଖେଲ। ପାରାଦୀପର କଂଗ୍ରେସ ନେତା ବାପି ସର୍ଖେଲ୍ ଟିଟୋ ଲିଙ୍କ ନେଇ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ ଓ ତାଙ୍କ ପୁଅ ସମ୍ବିତ୍‌ଙ୍କୁ ଟାର୍ଗେଟ କରିଛନ୍ତି। ଏହାସହ ସେମାନଙ୍କ ଭୂମିକାର ଯାଞ୍ଚ ହେବା ଦରକାର ବୋଲି କହିଛନ୍ତି। ଅନ୍ୟପକ୍ଷରେ ଟିଟୋ ସହ ସର୍ଖେଲ୍ ଲିଙ୍କ୍‌ରେ ଥିବା ଅଭିଯୋଗ ଆଣି STF କାହିଁକି […]

dharampua
ଧରମ ପୁଅର ଅଧର୍ମ କାଣ୍ଡ

ଭଦ୍ରକ: ଧରମ ପୁଅ ରଚିଲା ଅଧର୍ମ କାଣ୍ଡ। ଧରମ ମା’ଙ୍କୁ ହତ୍ୟା, ଧରମ ଭଉଣୀକୁ ଦୁଷ୍କର୍ମ। ସମ୍ପର୍କର ବନ୍ଧ ଡେଇଁ ଭିଆଇଛି ଜଘନ୍ୟ କାରନାମା। ଅଭିଯୁକ୍ତର ନାଁ ବବୁଆ ମହାନ୍ତି। ସମୟ ବିଳମ୍ବିତ ରାତି। ଅଭିଯୋଗ ଅନୁଯାୟୀ, ମୃତ ମହିଳାଙ୍କ ସ୍ୱାମୀ ତଥା ଧରମ ବାପାଙ୍କ ସହ ବାହାରକୁ ଯାଇଥିବା ବବୁଆ ଫେରିଆସିଥିଲା ଏକୁଟିଆ। ଆଉ କବାଟ ଖୋଲିବା କ୍ଷଣି ହଠାତ୍ ଶିଳପୁଆରେ ଆକ୍ରମଣ କଲା ନିଜ ଧରମ ମା’ଙ୍କୁ। ଏହାପରେ ଧରମ ଭଉଣୀକୁ ମୁହଁ ସହ […]

imran
ଅଗଷ୍ଟ ୧୧ରେ ଶପଥ ନେଇପାରନ୍ତି ଇମ୍ରାନ ଖାନ୍

ଇସ୍‌ଲାମାବାଦ : ଆସନ୍ତା ଅଗଷ୍ଟ ୧୧ ତାରିଖରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ପାକିସ୍ତାନ ତେହରିକ୍‌ -ଇ-ଇନ୍‌ସାଫ ସୁପ୍ରିମୋ ଇମ୍ରାନ ଖାନ୍। ପାକିସ୍ତାନ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ହେବା ସହ ରେଡିଓ ପାକିସ୍ତାନରେ ମଧ୍ୟ ଏହି ଖବର ପ୍ରସାରିତ ହୋଇଛି। ପୂର୍ବରୁ ତାଙ୍କ ଦଳର ମୁଖପାତ୍ର ଦେଶର ସ୍ୱାଧୀନତା ଦିବସ ଅଗଷ୍ଟ ୧୪ ପୂର୍ବରୁ ଇମ୍ରାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ବୋଲି କହିଥିଲେ। ସେପଟେ ସଂଖ୍ୟା ଗରିଷ୍ଠତା ପାଇଁ ପିଟିଆଇ ପକ୍ଷରୁ କସରତ ଜାରି […]

yamuna
ବିପଦ ସଙ୍କେତ ଉପରେ ଯମୁନାର ଜଳସ୍ତର

ନୂଆଦିଲ୍ଲୀ : ଏବେ ବି ବିପଦ ସଙ୍କେତ ଉପରେ ରହିଛି ଯମୁନା ନଦୀର ଜଳସ୍ତର   ଯମୁନାର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ସହ ହରିଅାଣାର ହାଥିନକୁଣ୍ଡ ବ୍ୟାରେଜରୁ ପାଣିଛଡା ଯାଉଥିବାରୁ ଯମୁନାରେ ଜଳସ୍ତର ବିପଜ୍ଜନକ ସ୍ଥିତିରେ ରହିଛି । ସୋମବାର ନଦୀର ଜଳସ୍ତର ୨୦୫.୫ ମିଟର ରହିଛି। ଯମୁନାର ବିପଦ ସଙ୍କେତ ୨୦୪ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ଦେଢ ମିଟର ଅଧିକ ରହିଛି। ଏହା ଫଳରେ ଦିଲ୍ଲୀରେ ବି ବନ୍ୟାଜଳ ପ୍ରବେଶ କରିବାର ଆଶଙ୍କା […]

dharmendra
ଅଗଷ୍ଟ ଶେଷ ସୁଦ୍ଧା କୃଷି ବୀମା : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଓଡ଼ିଶାରେ ଅଗଷ୍ଟ ଶେଷ ସୁଦ୍ଧା କୃଷି ବୀମାର ବକେୟା ଅର୍ଥ ପ୍ରଦାନ କରାଯିବ। କୃଷି ବୀମା ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ଭେଟିବା ପରେ ଏହା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କୃଷି ବୀମା କମ୍ପାନୀ ଗୁଡ଼ିକ ବକେୟା ଅର୍ଥ ପୈଠ ପାଇଁ କମିଟି ହୋଇଛି। କୃଷି, ଅର୍ଥ, ରାଜ୍ୟ ପ୍ରତିନିଧି, ବୀମା ପ୍ରତିନିଧିଙ୍କୁ ନେଇ କମିଟି ଗଠିତ ହୋଇଛି। ଅାସନ୍ତା ଅଗଷ୍ଟ ଶେଷ ସୁଦ୍ଧା ବକେୟା ଅର୍ଥ ପ୍ରଦାନ ନେଇ […]

Capture
ମୃତ ମହିଳାଙ୍କ ଝିଅଙ୍କୁ ଦୁଷ୍କର୍ମ ହୋଇଥିବା ଭଦ୍ରକ ଏସ୍‌ପିଙ୍କ ସୂଚନା

ଭଦ୍ରକ : ଭଦ୍ରକ ଧାମନଗର ତାଳସିଠା ଗାଁରେ ମହିଳାଙ୍କୁ ହତ୍ୟା ଘଟଣାରେ ଟ୍ୱିଷ୍ଟ। ମୃତ ମହିଳାଙ୍କ ଝିଅଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଅାସିଛି। ଏ ନେଇ ସୂଚନା ଦେଇଛନ୍ତି ଭଦ୍ରକ ଏସପି ବାତୁଲା ଗଙ୍ଗାଧର। ମୃତା ମହିଳାଙ୍କ ଝିଅକୁ ଦୁଷ୍କର୍ମ ହୋଇଥିବା ଏବଂ ବେଡ୍ ଓ ସଂପୃକ୍ତ ରୁମ୍‌ରୁ ବାୟୋଲୋଜିକାଲ ସାମ୍ପଲ ମିଳିଛି। ଏହି ସାମ୍ପଲକୁ ପରୀକ୍ଷା ପାଇଁ ଫୋରେନସିକ୍ ଲ୍ୟାବ୍ ପଠାଯାଇଥିବା ଏସପି କହିଛନ୍ତି। ସେପଟେ ନିଖୋଜ ବାପାର ସନ୍ଧାନ ପାଇଁ ଉଦ୍ୟମ ଜାରି ରଖିଛି […]

jail
ପାକ୍‌ ଜେଲ୍‌ରେ ଫସିଛନ୍ତି ୪୧୮ ମତ୍ସ୍ୟଜୀବୀ

ଇସ୍‌ଲାମାବାଦ: ପାକିସ୍ତାନ ଜେଲରେ ୪୧୮ ମତ୍ସ୍ୟଜୀବୀଙ୍କ ସମେତ ୪୭୦ରୁ ଅଧିକ ଭାରତୀୟ ବନ୍ଦୀ ଅଛନ୍ତି। ଉଚ୍ଚତମ ନ୍ୟାୟାଳୟରେ ଦିଆଯାଇଥିବା ଏକ ରିପୋର୍ଟରେ ପାକିସ୍ତାନ ସରକାର ଏହି ସୂଚନା ଦେଇଛନ୍ତି। ଏହି ରିପୋର୍ଟରେ ବିଦେଶ ମନ୍ତ୍ରାଳୟ ସୂଚନା ଦେଇଛି ଯେ ଭାରତୀୟ ଜେଲ୍‌ରେ ୩୫୭ ଜଣ ପାକିସ୍ତାନୀ ବନ୍ଦୀ ଅଛନ୍ତି। ରିପୋର୍ଟରେ ଏହା ମଧ୍ୟ କହିଛି ଯେ, ଦୁଇ ଦେଶ ମଧ୍ୟରେ ସ୍ଥିତି ଠିକ୍‌ ନଥିବାରୁ ପକିସ୍ତାନ୍‌-ଭାରତ କଏଦୀ ନ୍ୟାୟିକ ସମିତିର କୌଣସି ବୈଠକ ଅକ୍ଟୋବର ୨୦୧୩ରୁ ବସିନାହିଁ। […]