• translate

Health Updates

Banana peel
କଦଳୀ ଚୋପାରେ ଅଛି ଅନେକ ଗୁଣକାରୀ ତତ୍ତ୍ୱ,ଜାଣନ୍ତୁ ଏହାର ଉପକାରିତା

ସ୍ୱାସ୍ଥ୍ୟ ହିଁ ସଂପଦ । ସ୍ୱାସ୍ଥ୍ୟ ପାଇଁ ସୁଷମ ଖାଦ୍ୟ ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ । ବିଭିନ୍ନ ଫଳରୁ ଶରୀରକୁ ଅନେକ ଭିଟାମିନ ମିଳିଥାଏ । କଦଳୀ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକାରୀ ଅଟେ । ଆପଣ ଜାଣିଛନ୍ତି କି ଆପଣ ଫୋପାଡି ଦେଉଥିବା କଦଳୀ ଚୋପା ଆପଣଙ୍କ ପାଇଁ କେତେ ଲାଭଦାୟକ । ତେବେ କଦଳୀର ଚୋପାରୁ ମଧ୍ୟ ଅନେକ ଭିଟାମିନ ମିଳିଥାଏ । ଆସନ୍ତୁ ଜାଣିବା କଦଳୀ ଚୋପାର ବିଭିନ୍ନ ଉପକାରିତା ବିଷୟରେ..

Four Baby Birth
ଏକାଥରକେ ୪ ଛୁଆଙ୍କୁ ଜନ୍ମ ଦେଲେ ମା', ମାମୁ ହେଲେ ସବ୍ୟ !

ଓଡ଼ିଶାରେ ଘଟିଲା ଭାରତୀୟ ଚିକିତ୍ସା ଇତିହାସର ଏକ ବିରଳ ମୁହୂର୍ତ୍ତ। ଏକାଥରେ ଜନ୍ମନେଲେ ୪ଟି ଲକ୍ଷ୍ମୀ ଆଉ ମୁଁ ହେଲି ମାମୁଁ । କିଛି ଦିନ ତଳେ ଭଂଜନଗର ଅଞ୍ଚଳର ଜଣେ ମହିଳା ଗର୍ଭବତୀ ଥିଲେ କିନ୍ତୁ ତାଙ୍କର ଗର୍ଭାଶୟରେ ୪ଟି ଶିଶୁ ଥିବା ଜଣାପଡିଥିଲା।

copper glass and plate
ତମ୍ବାପାତ୍ରରେ ରହିଛି ଔଷଧୀୟ ଗୁଣ, ଆସନ୍ତୁ ଜାଣିବା

ଘରେ ନିତିଦିନିଆ ଜୀବନରେ ଆମେ ଖାଦ୍ୟ ଖାଇବା ପାଇଁ ବିଭିନ୍ନ ଧାତୁର ବାସନକୁସନ ବ୍ୟବହାର କରିଥାଉ । ସାଧାରଣତଃ ଘରେ ଘରେ ଷ୍ଟିଲ୍ ବାସନର ବ୍ୟବହାର ବେଶୀ ହୋଇଥାଏ । କିନ୍ତୁ ତମ୍ବା ପାତ୍ରରେ ବହୁ ଔଷଧୀୟ ଗୁଣ ରହିଥାଏ ବୋଲି ବହୁତ କମ୍ ଲୋକ ଜାଣିଥିବେ । ତେବେ ଆସନ୍ତୁ ଜାଣିବା ତମ୍ବା ପାତ୍ରର ଔଷଧୀୟ ଗୁଣ ବିଷୟରେ ।

Divyang man
ଭେଣ୍ଡିଆ ବୟସରେ ଭିନ୍ନକ୍ଷମ ଅଦୈତ୍ୟ : ବିନା ସାହାରାରେ ଉଠି ବସି ପାରୁନାହାନ୍ତି

ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ଗୋଳେଇପୁର ପଞ୍ଚାୟତ ମିର୍ଜାପୁର ଗାଁର ସେହି ଅବହେଳିତ ନିଷ୍ପେସିତ ପରିବାରର । ଭିନ୍ନକ୍ଷମ ଯୁବକ ଅଦୈତ ମଳିକଙ୍କ ଘର । ବାପା ମାଙ୍କ ଏକମାତ୍ର ପୁଅ ହେଲେ ଅଦୈତ୍ୟ, ବୟସ ୩୨ । ଭେଣ୍ଡିଆ ବୟସରେ ଭିନ୍ନକ୍ଷମ ହୋଇ ବେସାହାରା ହୋଇପଡିଛନ୍ତି । ପରିବାର ବୋଝ ମୁଣ୍ଡାଇବା ପରିବର୍ତ୍ତେ ନିଜେ ପରିବାର ବୋଝ ପାଲିଟି ଯାଇଛନ୍ତି

karunakara
ଦାଦନ ଖଟିବାକୁ ଯାଇଥିଲେ, ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି କରୁଣାକର

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରୋ ପଞ୍ଚାୟତ ଦହପାଣିଆ ଗାଁର ଅଲେଖ ଚନ୍ଦ୍ର ମଳିକଙ୍କ ପୁଅ କରୁଣାକର ମଳିକ । ବୟସ ମାତ୍ର ୩୩ । ପ୍ରାୟ ୭ ବର୍ଷ ହେଲା ନାଗପୁର ନଗରଧନସ୍ଥିତ ସୂର୍ଯ୍ୟଲକ୍ଷ୍ମୀ ସୂତା କଳରେ କାମ କରନ୍ତି । ରକ୍ତଚାପ ଜନିତ ରୋଗ ପାଇଁ ଅସୁସ୍ଥ ହେବାପରେ ଗତ ୩୦ତାରିଖରେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା ।

desi ghee
ସ୍ୱାସ୍ଥ୍ୟ ପାଇଁ ଭଲ ଦେଶୀ ଘିଅ, ଜାଣନ୍ତୁ ଘିଅର ୮ଟି ଉପକାର

ନିତିଦିନିଆ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଆମେ ଦେଶୀ ଘିଅର ବ୍ୟବହାର କରିଥାଉ । ଆୟୁର୍ବେଦ ଅନୁସାରେ ଦେଶୀ ଘିଅ ଖାଇବା ଦ୍ୱାରା ଶରୀରର ଅନେକ ଲାଭ ମିଳିଥାଏ l

health card
ପଞ୍ଚାୟତ ଭୋଟ୍ ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ ପ୍ଲାନ୍: ଘରେ ଘରେ ବଣ୍ଟାହେବ ସ୍ମାର୍ଟ ହେଲ୍ଥ କାର୍ଡ

ପ୍ରତି ଘରକୁ ଦୁଇଟି କାର୍ଡ ଦିଆଯିବ ବୋଲି ଜଣାପଡ଼ିଛି। ତେଣୁ ରାଜ୍ୟର ୯୨ ଲକ୍ଷ ୫୦ ହଜାର ଘର ପାଇଁ ପ୍ରସ୍ତୁତ ହେବ କୋଟିଏ ୮୫ ଲକ୍ଷ କାର୍ଡ। କାର୍ଡ଼ରେ ବ୍ୟକ୍ତିର ନାଁ ଓ ୧୨ ଡିଜିଟ ୟୁନିକ ରେଜିଷ୍ଟ୍ରେସନ ନମ୍ବର ରହିବ। ସ୍ମାର୍ଟ ହେଲଥ କାର୍ଡ ବଣ୍ଟନବେଳେ ଦିଆଯିବାକୁ ଥିବା କିଟରେ ହସ୍ପିଟାଲର ତାଲିକା ବି ରହିଛି। ସିଲେଟେ୍ ଭେଣ୍ଡର ଜରିଆରେ ଅକ୍ଟୋବର ୨ ତାରିଖ ଭିତରେ ପ୍ରତି ପଞ୍ଚାୟତ ଅଫିସରେ କାର୍ଡ ଡେଲିଭରିର ବ୍ୟବସ୍ଥା ରହିଛି।

Bhadrak
ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ଡାକ୍ତର ଖାଦ୍ୟନଳୀ କାଟି ଦେଇଥିବା ଅଭିଯୋଗ, ଯନ୍ତ୍ରଣାରେ ଛଟପଟ୍ ହେଉଛନ୍ତି ମହିଳା

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ଗୋପାଳପୁର ଗାଁର କ୍ଷତିପ୍ରଭା ବାରିକ । ଦୁଇ ସନ୍ତାନ ଥିବାରୁ ଜୁଲାଇ ମାସ ୧୭ ତାରିଖରେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୋଜିତ ଗର୍ଭନିୟନ୍ତ୍ରଣ ଅସ୍ତ୍ରୋପଚାର ଶିବିରରେ ଅସ୍ତ୍ରୋପଚାର କରାଇଥିଲେ। ସେଠାରେ ସ୍ଵତନ୍ତ୍ର ଡାକ୍ତରୀ ଦଳ ଅସ୍ତ୍ରୋପଚାର କରିବା ସହ ଆବଶ୍ୟକୀୟ ଚିକିତ୍ସା ପରେ ଘରକୁ ପଠାଇଥିଲେ

Woman Attracted
ଜାଣନ୍ତୁ କେଉଁ ପୁରୁଷଙ୍କ ପ୍ରତି ମହିଳା ହୋଇଥାନ୍ତି ବେଶି ଆକର୍ଷିତ

ସମ୍ପ୍ରତି, ବିଶ୍ୱର ବିଭିନ୍ନ ସ୍ଥାନରୁ ବୈଜ୍ଞାନିକମାନେ ଏକ ଆକର୍ଷଣୀୟ ଅନୁସନ୍ଧାନ କରିଥିଲେ ଯେ ସେହି ଜିନିଷ କ’ଣ ଯାହା ଜଣେ ମହିଳାଙ୍କୁ ପୁରୁଷଙ୍କ ପ୍ରତି ଆକର୍ଷିତ କରିଥାଏ ? ଏହି ଜଟିଳ ପଜଲ୍‌କୁ ବୁଝିବା ପାଇଁ ପ୍ରୟାଶ ଚାଲିଛି। ଯଦିଓ ଏହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ବୁଝା ପଡିନି କିନ୍ତୁ ବୈଜ୍ଞାନିକ ଅନୁସନ୍ଧାନରେ କେତେକ ବିଷୟ ପ୍ରକାଶ ପାଇଛି ଯାହା ଅଧିକାଂଶ ମହିଳାଙ୍କଠାରେ ସାଧାରଣ ଅଟେ।

Dengue Panic
କୋଭିଡ୍ ଭୟ ଦୂର ନହେଉଣୁ, ଘାରିଲାଣି ଡେଙ୍ଗୁ ଡର

ଭୁବନେଶ୍ୱର ଭଳି କଟକରେ ବଢିଲାଣି ଡେଙ୍ଗୁ ଭୟ। ସହରରେ ୮ ଜଣ ରୋଗୀ ଚିହ୍ନଟ ହୋଇସାରିଥିବାରୁ ଏବେଠୁ ସତର୍କ ନହେଲେ ଆଗକୁ ସ୍ଥିତି ଜଟିଳ ହେବା ଆଶଙ୍କା ବଢିଯାଇଛି। ସମ୍ଭାବ୍ୟ ସ୍ଥିତିରୁ ରକ୍ଷା ପାଇବାକୁ ହେଲେ ସହରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ପ୍ରଥମେ ସଜାଡିବାର ଆବଶ୍ୟକତା ରହିଛି। ସିଏମସି ସହରର ନିୟମିତ ସଫେଇ ସାଙ୍ଗକୁ ମଶା ତେଲ ସିଞ୍ଚନ କରୁନଥିବା ଅଭିଯୋଗ ଉଠିଛି।

dengue
ଡେଙ୍ଗୁ ମୁକାବିଲାରେ ବିଫଳତା ଅଭିଯୋଗ : ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ଉପରେ ବର୍ଷିଲା କଂଗ୍ରେସ

ପୌର ପରିଷଦରେ ନିର୍ବାଚିତ ପ୍ରତିନିଧି ନଥିବାରୁ ସମସ୍ୟା ବଢୁଥିବା ଦର୍ଶାଇ ନଗର ଉନ୍ନୟନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । ସ୍ମାର୍ଟସିଟି ସହ ଅନ୍ୟ ସବୁ ମେଡିକାଲରେ ସ୍ୱତନ୍ତ୍ର ଡେଙ୍ଗୁ ଓ୍ୱାର୍ଡ ସ୍ଥାପନ ପାଇଁ ଦାବି ଜଣାଇଛି ଦଳ ।

Curd and Banana
ଜଳଖିଆରେ ଦହି-କଦଳୀ ଖାଆନ୍ତୁ; ମିଳିବ ଏହିସବୁ ଲାଭ

କଦଳୀ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ହିତ ହୋଇଥାଏ। ଏହା ଶରୀରରେ ଆଇରନର ଅଭାବକୁ ପୂରଣ କରିଥାଏ ଓ ଶରୀରକୁ ଶକ୍ତି ମଧ୍ୟ ପ୍ରଦାନ କରିଥାଏ। ସେହିପରି ଦହି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ଏଥିରେ ଥିବା ହିତକର ବ୍ୟାକ୍ଟେରିଆ ହଜମ ପ୍ରକ୍ରିୟାକୁ ଦୃଢ ରଖିବା ସହିତ ପେଟଜନିତ ସମସ୍ୟା ଦୂର କରେ।

dengue
କରୋନା ମହାମାରୀ ଭିତରେ ଡରାଇଲାଣି ଡେଙ୍ଗୁ

କରୋନା ମହାମାରୀ ଭିତରେ ଖୋର୍ଦ୍ଧାବାସୀଙ୍କୁ ଡେଙ୍ଗୁ ଚିନ୍ତା ଘାରିଛି। ଦୁଇ ମାସ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ଶହ ପାର୍‌ କରିଛି। 

Manjula
ସାପ କାମୁଡ଼ାରେ ଅସୁସ୍ଥ ଥିବା ମଞ୍ଜୁଳାର ହେଲା ପ୍ଲାଷ୍ଟିକ୍ ସର୍ଜରୀ

ଏବେ ବି ଲୋକଙ୍କ ମଧ୍ୟରେ ରହିଛି ଅନ୍ଧବିଶ୍ୱାସ। ସାପ କାମୁଡ଼ାରୁ ଭଲ କରିବାକୁ ବ୍ୟକ୍ତି ଜଣଙ୍କୁ ମନ୍ଦିର ବେଢ଼ାକୁ ନେଇ ପାଣି ଢାଳୁଛନ୍ତି ଲୋକେ।

Covid catagory districts
ଜୀବନ ଓ ଜୀବିକା ଗୁରୁତ୍ୱ ଦେଲେ ରାଜ୍ୟ ସରକାର

କମୁଛି ଦୈନିକ ସଂକ୍ରମଣ, ଖସୁଛି ପଜିଟିଭିଟି ରେଟ୍। ଏହାରି ଭିତରେ ଜୀବନ ଓ ଜୀବିକା ଉଭୟକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର। ଜାରି କରିଛନ୍ତି ନୂଆ ଗାଇଡଲାଇନ୍।

vaccination
ଟିକାକରଣ ଉପରେ ଗୁରୁତ୍ୱ

ଓଡ଼ିଶାର ବିଭିନ୍ନ ସ୍ଥାନରେ ଟିକାକରଣ କେନ୍ଦ୍ରରେ ଲୋକଙ୍କୁ ଟିକା ପ୍ରଦାନ କରାଯାଉଛି। ରାଜ୍ୟ ସରକାର ଟିକାକରଣ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।

wearing mask
କୋଭିଡ୍ ପରିଚାଳନା ପାଇଁ ନୂଆ ନିର୍ଦ୍ଦେଶାନାମା ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: କୋଭିଡ୍ ପରିଚାଳନା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ନୂଆ ନିର୍ଦ୍ଦେଶାନାମା ଜାରି କରିଛି। ଯାହାକୁ ଅନୁସରଣ କରିବାକୁ ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା…

coronavirus
କୋଭିଡ୍ ସଂକ୍ରମଣ ଯୋଗୁଁ ସାମ୍ନାକୁ ଆସିଲା ନୂଆ ଲକ୍ଷଣ !

ନୂଆଦିଲ୍ଲୀ: କୋଭିଡ୍ ସଂକ୍ରମଣ ଯୋଗୁଁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଏବେ ମଳଦ୍ୱାରରୁ ରକ୍ତ ପଡୁଥିବା ନଜରକୁ ଆସିଛି । ସାଇଟୋମେଗାଲୋ ଭାଇରସ୍ ଦ୍ୱାରା ସେମାନେ ସଂକ୍ରମିତ ହୋଇଥିବା ଦିଲ୍ଲୀ ସ୍ଥିତ ଶ୍ରୀଗଙ୍ଗାରାମ ହସ୍ପିଟାଲର ଯକୃତ ବିଭାଗ ମୁଖ୍ୟ…

2
ଅଦା ଖାଇ ଓଜନ କମାନ୍ତୁ

ସାଧାରଣତଃ ଆମେ ଖାଦ୍ୟ କିମ୍ବା ଚା’ ଇତ୍ୟାଦିରେ ଅଦା ବ୍ୟବହାର କରୁ। ଅଦା ଖାଲି ଖାଦ୍ୟକୁ ସୁସ୍ୱାଦୁ କରେ ନାହିଁ ବରଂ ଶରୀରକୁ ସୁସ୍ଥ ମଧ୍ୟ ରଖେ। ଶରୀରରେ ପ୍ରଦାହକୁ ହ୍ରାସ କରିବା, ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ଏବଂ ଭୋକ…

1
ଏହି ସବୁ ପ୍ରାଣାୟାମ କରି ବଢାନ୍ତୁ ରକ୍ତ ସଂଚାଳନ ଓ ଅମ୍ଳଯାନ ସ୍ତର

ଯୋଗ ଭାରତୀୟ ପରମ୍ପରାର ଏକ ପ୍ରାଚୀନ ଅଭ୍ୟାସ। ଯୋଗ ମନ, ଶରୀର, ଆତ୍ମାକୁ ସନ୍ତୁଳନ କରିବା ସହିତ ଏକ ସୁସ୍ଥ ଜୀବନ ଜୀଇବାରେ ମାର୍ଗ ଦେଖାଇଥାଏ। ଏକ ସକରାତ୍ମକ ଓ ସର୍ଜନାତ୍ମକ ଜୀବନ ପାଇଁ ଯୋଗ ହିଁ ଏକମାତ୍ର ବିକଳ୍ପ। ଅନେକ…

1
କରୋନା କାଳରେ କରନ୍ତୁ ଏହିସବୁ ଯୋଗାସନ : ବଢିବ ରୋଗ ପ୍ରତିରୋଧକ ଶକ୍ତି

କରୋନା ସଂକ୍ରମଣ ବୃଦ୍ଧି ସମସ୍ତଙ୍କ ଭିତରେ କୋକୁଆ ଭୟ ସୃଷ୍ଟିକରିଛି। ଏହାର ନା ଶୁଣୁ ଶୁଣୁ ସମସ୍ତଙ୍କ ଭିତରେ ଛନକା ପଶୁଛି। ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଏହା ଅଧିକ ଗୁରୁତ୍ଵପୂର୍ଣ୍ଣ ହୋଇଯାଇଛି ଯେ ଆମେ ଅଧିକରୁ ଅଧିକ ନିଜ ଯତ୍ନ…

Untitled-1
ଯୋଗନିଦ୍ରା ଅଭ୍ୟାସରେ ବଢେ ଉର୍ଜା ଶକ୍ତି

ଆନ୍ତର୍ଜାତୀୟ ଯୋଗ ଦିବସ ପ୍ରତି ବର୍ଷ ଜୁନ୍ ୨୧ରେ ପାଳନ କରାଯାଏ। କରୋନା ମହାମାରୀ ହେତୁ ଚଳିତ ବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସ କେବଳ ଅନ୍‌ଲାଇନ୍‌ରେ ପାଳନ କରାଯିବ। ଯୋଗ ଶରୀର ଓ ମନକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ସେଥିପାଇଁ…

1
କରୋନା କାଳରେ ବାହାରକୁ ଯାଉଛନ୍ତି କି? ତେବେ ଧ୍ୟାନ ଦିଅନ୍ତୁ...

ଏବେ ବି ଦୂର ହୋଇନି କରୋବା ଭାଇରସ୍ ବିପଦ। ଏହା ଏବେ ବି ଲୋକଙ୍କୁ ମରଣଯନ୍ତା ଭିତରକୁ ଟାଣି ନେଉଛି। ଏଭଳି ପରିସ୍ଥିତିରେ ସଂକ୍ରମଣରୁ ନିଜକୁ ଦୂରେଇ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ। ଟିକିଏ ଅସାବଧାନତା ସଂକ୍ରମଣ ବିସ୍ତାର କରିପାରେ। ଅବଶ୍ୟ,…

Untitled-1
ଆପଣ ଘରେ ସଙ୍ଗରୋଧ କି? ତେବେ ମାନନ୍ତୁ ଏହି ନିୟମ

କରୋନା ଭାଇରସର ଦ୍ୱିତୀୟ ଲହରରେ ସବୁ ବୟସର ଲୋକ ସଂକ୍ରମିତ ହେବାରେ ଲାଗିଛନ୍ତି। କେତେକ ସ୍ଥାନରେ ଯଦିଓ ସାମାନ୍ୟ ଲକ୍ଷଣ ଦେଖାଯାଉଛି ତେବେ ଅନେକ ଗମ୍ଭୀର ରୋଗୀ ମଧ୍ୟ ବାହାରକୁ ଆସୁଛନ୍ତି। କରୋନାରେ ଅଧିକଭାରେ ସଂକ୍ରମିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡୁଥିବାବେଳେ ସାମାନ୍ୟ କିମ୍ବା ମଧ୍ୟମ କ୍ଷେତ୍ରରେ ଲୋକମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି ଯାହାକୁ ଗୃହ ସଂଗରୋଧ କୁହାଯାଉଛି। ଗୃହ ସଂଗରୋଧ ହୋଇ ରୋଗୀ ନିଜକୁ ଘରର ଅନ୍ୟ ସଦସ୍ୟମାନଙ୍କଠାରୁ ଅଲଗା କରି ଡାକ୍ତରଙ୍କ ପରାମର୍ଶରେ […]

Untitled-1
ଯୋଗ ଦ୍ୱାରା ଆଣ୍ଠୁଗଣ୍ଠି ବାତ ଦୂର

ଆଜିକାଲି ଆଣ୍ଠୁଗଣ୍ଠି ବାତ ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଗଲାଣି। ବୟସ ଧିରେ ଧିରେ ବଢିବା ସହିତ ଅନେକ ଏହି ସମସ୍ୟାର ସମ୍ମୁଖିନ ହେଉଥିବା ଦେଖାଯାଏ। ତେବେ ଆଜି ଶିଖି ନିଅନ୍ତୁ କିଛି ସରଳ ଆସନ ଯାହାକୁ ନିୟମିତ ଅଭ୍ୟାସରେ ଆପଣ ଏଥିରୁ ନିଶ୍ଚିତ ମୁକ୍ତି ପାଇପାରିବେ। ପଦାଙ୍ଗୁଳି ନମନ: ଆସନ ଉପରେ ଗୋଡ଼ ଲମ୍ବାଇ ବସ। ଦୁଇ ପାଦକୁ ସାମାନ୍ୟ ଛଡାରେ ରଖ, ଦୁଇ ହାତ ଦେହ କଡ଼ରେ ନିତମ୍ବର ଟିକେ ପଛରେ ରହିବ ହାତ […]