ପିପିଇ କିଟ୍‌ ବ୍ୟବହାର କଲେ ଶରୀରରେ ଦେଖାଦିଏ ଏହିସବୁ ସମସ୍ୟା

ନୂଆଦିଲ୍ଲୀ:  ଦେଶରେ ମହାମାରୀ କରୋନା ଭାଇରସ ଦିନକୁ ଦିନ ଚିନ୍ତାକୁ ବଢ଼ାଇବାରେ ଲାଗିଛି। କରୋନା ରୋଗୀମାନଙ୍କୁ ଚିକିତ୍ସା ପାଇଁ ନିୟୋଜିତ ହୋଇଥିବା ଡାକ୍ତର ଓ କର୍ମଚାରୀମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। କରୋନା ରୋଗୀଙ୍କ ଚିକିତ୍ସା କରିବା ସମୟରେ ନିଜେ ମଧ୍ୟ ସେହି ଭାଇରସରେ ସଂକ୍ରମିତ ହେଉଛନ୍ତି। ଏନେଇ ସ୍ୱାସ୍ଥ୍ୟ କର୍ମଚାରୀମାନେ ନିଜର ସୁରକ୍ଷା ନିମନ୍ତେ ପିପିଇ(PPE) କିଟ୍‌କୁ ବ୍ୟବହାର କରିଥାନ୍ତି। କିନ୍ତୁ ଖରାଦିନରେ ତାପମାତ୍ରା ବଢ଼ିଥାଏ। ଏହି ସମୟରେ କରୋନା ଯୋଦ୍ଧା ବ୍ୟବହାର କରୁଥିବା ପିପିଇ କିଟ୍‌  ଶରୀରର ତ୍ୱଚାରେ ଅନେକ ସମସ୍ୟା ସୃଷ୍ଟି କରିଥାଏ। ଯେପରି ତ୍ୱଚା ଲାଲ ରଙ୍ଗ ହେବାସହ ଦାଗ ମଧ୍ୟ ପଡିଥାଏ।

ଚର୍ମରୋଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, କରୋନା ସମୟରେ ସେ ଅନେକ ଦେଶର ସ୍ୱାସ୍ଥ୍ୟ କର୍ମୀମାନଙ୍କ ଉପରେ ଗବେଷଣା କରିଥିଲେ। ଯେଉଁମାନେ ଲଗାତର ଗୋଟେ ମାସରୁ ଦୁଇମାସ ପର୍ଯ୍ୟନ୍ତ ଏହି ପିପିଇ କିଟ୍‌କୁ ବ୍ୟବହାର କରିଥିଲେ ସେମାନଙ୍କର ଚର୍ମରୋଗ ସମସ୍ୟା ଦେଖା ଦେଇଥିଲା। କାରଣ ପିପିଇ କିଟ୍‌ରେ ହାଇପର ହାଇଡ୍ରେସନ୍‌ ପ୍ରଭାବ ରହିଥାଏ। ଯାହାଫଳରେ ତ୍ୱଚା ଲାଲ ରଙ୍ଗ ପଡିବା ସହ କୁଣ୍ଡେଇ ମଧ୍ୟ ହୋଇଥାଏ। ଏହା ବ୍ୟତୀତ ତ୍ୱଚା ପୋଡାଜଳା ହୋଇଥାଏ। ଆଗାମୀ ଦିନରେ ମଧ୍ୟ ସେମାନେ ଏପରି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ବୋଲି ଚର୍ମରୋଗ ବିଶେଷଜ୍ଞ ଆଶଙ୍କା କରିଛନ୍ତି।

ଡାକ୍ତରମାନେ କହିଛନ୍ତି ଯେ ଇଟାଲୀର କରୋନା ପଜିଟିଭ ରୋଗୀଙ୍କ ଉପରେ ମଧ୍ୟ ଗବେଷଣା କରାଯାଇଥିଲା, ଯେଉଁଥିରେ ଜଣାପଡିଥିଲା ଯେ, ୨୦.୪ ପ୍ରତିଶତ କରୋନା ରୋଗୀଙ୍କ ଶରୀର ଲାଲ ପଡିବା ସହ ଚିକେନ୍‌ପସ୍କ ଭଳି ଛୋଟ ଛୋଟ ବିନ୍ଦୁ ହୋଇଥାଏ। କିନ୍ତୁ ତାହା ଚିକେନପସ୍କ ନୁହେଁ, ଠିକ୍‌ ସେହିଭଳି ଦେଖିବାକୁ ମିଳିଥିଲା। ବିଶେଷକରି ଏହା ଶରୀରର ଛାତି ଓ ଜଙ୍ଘ ଭାଗରେ ବେଶି  ହୋଇଥାଏ। ଏଭଳି ପରସ୍ଥିତିରେ ଭାରତରେ ଥିବା ପଜିଟିଭ ରୋଗୀମାନେ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

ସେ କହିଛନ୍ତି ଯେ  ଗ୍ଲୋଭସ୍, ପ୍ରତିରକ୍ଷା ଚଷମା ଏବଂ ମାସ୍କର ପ୍ରଭାବ ଯୋଗୁ ଶରୀରର ତ୍ୱଚା ଲାଲ ପଡିଥାଏ। ସ୍ୱାସ୍ଥ୍ୟ ସେବା କର୍ମଚାରୀମାନେ ଏହି ଜିନିଷଗୁଡିକ କ୍ରମାଗତ ଭାବରେ ୮ ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ବ୍ୟବହାର କରିଥାନ୍ତି। ଯାହା ଦ୍ୱାରା ଶରୀରର ତ୍ୱଚା ପୋଡାଜଳା ହୋଇଥାଏ।

 

You might also like