• translate
Abinash Pati

ଜନ୍ମ ସମୟରେ ଶିଶୁଟି ବହୁତ ସୁନ୍ଦର ଦେଖାଯାଏ। ଶିଶୁର ରଙ୍ଗ ଗୋରା ହେଉ ଅବା କଳା ସୁନ୍ଦରତା ଉପରେ କିଛି ବି ଫରକ୍ ପଡ଼େନି। ଆମେ ଚାହିଁଲେ ଶିଶୁଙ୍କ ତ୍ୱଚାକୁ ଆହୁରି ସୁନ୍ଦର କରିପାରିବା। ଘରୋଇ ଉପଚାର ଦ୍ୱାରା ଶିଶୁର ତ୍ୱଚାରେ ଅଧିକ ସୁନ୍ଦରତା ଆଣିପାରିବା।

ଆପଣମାନେ ବଜାରରେ ମିଳୁଥିବା କେମିକାଲଯୁକ୍ତ କ୍ରିମ୍ ଓ ଲୋଶନକୁ ବ୍ୟବହାର କରନ୍ତୁ ନାହିଁ। ଏହାକୁ ବ୍ୟବହାର କଲେ ଶିଶୁର କୋମଳ ତ୍ୱଚା ନଷ୍ଟ ହୋଇଯିବ। ଯଦି ଆପଣମାନେ ନିଜ ଶିଶୁର ତ୍ୱଚାକୁ ଉଜ୍ଜ୍ୱଳ ଦେଖିବାକୁ ଚାହୁଁଛନ୍ତି, ତେବେ କିଛି ଘରୋଇ ଉପଚାରକୁ ଆପଣାନ୍ତୁ।Image result for cute baby images

ବେସନର ପେଷ୍ଟ ତଆରି କରି ଲଗାନ୍ତୁ। ସେଥିରେ କିଛି ହଳଦି, କଞ୍ଚା କ୍ଷୀର, ମଲାଇ ମିଶାନ୍ତୁ। ଏହି ପେଷ୍ଟକୁ ଶିଶୁର ତ୍ୱଚାରେ ୧୦ ମିନଟ୍ ଲଗାନ୍ତୁ। ପରେ ଏହାକୁ କଟନ ସାହାଯ୍ୟରେ ଶିଶୁର ତ୍ୱଚାରୁ ସଫା କରନ୍ତୁ। ଦେଖିବେ ତ୍ୱଚାର ରଙ୍ଗ ଉଜ୍ଜ୍ୱଳ ଦେଖାଯିବ।

ଘରେ ଥିବା ଚନ୍ଦନ, କଞ୍ଚା କ୍ଷୀର, ହଳଦୀ ଓ କେଶର ମିଶାଇ ଏକ ପେଷ୍ଟ ତଆରି କରନ୍ତୁ। ଏହାକୁ ଶିଶୁର ତ୍ୱଚାରେ ଭଲଭାବରେ ଲଗାନ୍ତୁ। କିଛି ସମୟ ଶୁଖିବା ପାଇଁ ଛାଡ଼ି ଦିଆନ୍ତୁ। ପରେ କଟନ ସାହାଯ୍ୟରେ ସଫା କରନ୍ତୁ। ଏପରି କରିବା ଦ୍ୱାରା ଶିଶୁର ତ୍ୱଚାରେ ଉଜ୍ୱଳ ଆସିଥାଏ।Image result for cute baby images

ଶିଶୁର ତ୍ୱଚାରେ ଅନ୍ୟ ସାବୁନ ଲଗାନ୍ତୁ ନାହିଁ।  ଶିଶୁ ପାଇଁ ଉଦ୍ଦିଷ୍ଟ ସାବୁନ ବ୍ୟବହାର କରନ୍ତୁ। କଞ୍ଚାକ୍ଷୀର ଓ ଗୋଲାପ ଜଳକୁ ମିଶାଇ ପେଷ୍ଟ ତିଆରି କରନ୍ତୁ। ଏହ ପେଷ୍ଟକୁ ଶିଶୁର ତ୍ୱଚାରେ ଲଗାନ୍ତୁ ଓ ଅଳ୍ପ ଉଷୁମ ପାଣିରେ ପୋଛି ଦିଅନ୍ତୁ। ଏପରି କରିବା ଦ୍ୱାରା ଶିଶୁର ତ୍ୱଚା କୋମଳ ରହିବ।

ନଡ଼ିଆ ତେଲ କିମ୍ବା ଅଲିଭ ଅଏଲ ଦ୍ୱାରା ଶିଶୁକୁ ମାଲିସ କଲେ ଶିଶୁର ତ୍ୱଚା କୋମଳ ରହିଥାଏ। ତେଲକୁ ଅଳ୍ପ ଉଷୁମ କରି ମାଲିସ କରିବା ଦ୍ୱାରା ଶିଶୁର ତ୍ୱଚା ଭଲ ରହିଥାଏ। ଶିଶୁକୁ ଧିରେ ଧିରେ ତେଲ ମାଲିସ କରିବା ଆବଶ୍ୟକ। ଦେଖିବେ, କିଛି ଦିନପରେ ଶିଶୁର ତ୍ୱଚା ସୁନ୍ଦର ଦେଖାଯିବ।Image result for cute baby images

ସୂର୍ଯ୍ୟ କିରଣରେ ଶିଶୁ ଶରୀରକୁ ଭିଟାମିନ୍ ‘ଡ଼ି’ ମିଳିଥାଏ। ଏହାଦ୍ୱାରା ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ମନେରଖନ୍ତୁ, ଶିଶୁକୁ ସୂର୍ଯ୍ୟର କଅଁଳ କିରଣରେ ରଖିବେ କିନ୍ତୁ ଟାଣ ଖରାରେ ରଖିବେ ନାହିଁ। ପରେ ଶିଶୁକୁ ଗାଧୋଇ ଦିଅନ୍ତୁ।

 

Other Stories