• translate
Abinash Pati

ଭୁବନେଶ୍ୱର: କ୍ଷୀରରେ ହଳଦୀ ମିଶାଇ ପିଇବା ଏକ ପୁରଣା ପ୍ରକ୍ରିୟା। ଏହାର ଅନେକ ଔଷଧୀୟ ଗୁଣ ଥିବାରୁ ଘରର ବୟସ୍କ ବ୍ୟକ୍ତିମାନେ ଏହାକୁ ପିଇବା ସହିତ ଅନ୍ୟ ସଦସ୍ୟଙ୍କ ମଧ୍ୟ ହଳଦି ମିଶା କ୍ଷୀର ପିଇବାକୁ କୁହନ୍ତି।

ହଳଦି ମିଶା କ୍ଷୀର ଆପଣଙ୍କୁ ଅନେକ ପ୍ରକାରର ସଂକ୍ରମଣରୁ ରକ୍ଷା କରିଥାଏ। ଏହା କେମିତି ଆସନ୍ତୁ ଜାଣିବା।Image result for milk and turmeric

କ୍ଷୀରରେ ଥିବା ପୋଷକ ତତ୍ତ୍ୱ ଓ ହଳଦୀରେ ଥିବା ଔଷଧୀୟ ଗୁଣର ମିଶ୍ରିଣ ହେଲେ ଏହା ଔଷଧ ଭଳି କାମ କରିଥାଏ। ଯାହା ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିଥାଏ।

ହଳଦୀ ମିଶା କ୍ଷୀର ପ୍ରସ୍ତୁତି କରିବା ପାଇଁ କ୍ଷୀରକୁ ଅଳ୍ପ ଉଷୁମ କରି ସେଥିରେ ଏକ ଚାମଚ ହଳଦୀ ଗୁଣ୍ଡକୁ ମିଶାଇ ୫ ମିନିଟ୍ ପର୍ଯ୍ୟନ୍ତ ଗୋଳାନ୍ତୁ। କିଛି ସମୟପରେ ଏହି ମିଶ୍ରଣକୁ ପିଅନ୍ତୁ। ଦେଖିବେ ଏହା ଏକ ଔଷଧ ଭଳି କାମ କରିବ।

ଏହାର ଉପକାରୀତା: ହଳଦୀ ମିଶା କ୍ଷୀର ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି ହୋଇଥାଏ। ଏହି ମିଶ୍ରଣରେ ଆଣ୍ଟି-ଭାଇରାଲ୍(ଭୂତାଣୁ ନିରୋଧକ), ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଫଙ୍ଗଲ୍ ଗୁଣ ଥାଏ। ଅନେକ ପ୍ରକାରର ସଂକ୍ରାମକ ରୋଗରୁ ମଧ୍ୟ ଏହା ରକ୍ଷା କରିଥାଏ।Image result for milk and turmeric

ଏଥିସହିତ ହଳଦୀ ମିଶା କ୍ଷୀର ପିଇଲେ ଗଣ୍ଠି ଯନ୍ତ୍ରଣା, ଫୁଲା କିମ୍ବା ଆଘାତ ଇତ୍ୟାଦିରେ ବହୁତ ଆରାମ ମିଳିଥାଏ। ଖାଦ୍ୟକୁ ହଜମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ହଳଦୀରେ ଥିବା ଆଣ୍ଟି-କ୍ୟାନସର ଗୁଣ ମଧ୍ୟ ଆପଣଙ୍କୁ କର୍କଟ ରୋଗରୁ ରକ୍ଷା କରିଥାଏ।

 

Other Stories