କାଶର ଶବ୍ଦରୁ ଜଣାପଡିବ କରୋନା!

ବାଙ୍ଗାଲୁରୁ: କରୋନା ଭାଇରସକୁ ଚିହ୍ନଟ କରିବା ପାଇଁ ବୈଜ୍ଞାନିକମାନେ ବିଭିନ୍ନ ପଦ୍ଧତିକୁ ଅବଲମ୍ୱନ କରୁଛନ୍ତି। ଯେପରି ରୋଗୀଙ୍କ ଆଣ୍ଟିବଡି ପରୀକ୍ଷା କରିବା, ପିସିଆର(PCR) ପରୀକ୍ଷା କରିବା ଓ ରୋଗୀଙ୍କୁ ବିଭିନ୍ନ ଉପାୟରେ ପରୀକ୍ଷା କରାଯାଉଛି। ଏପରି କରିବା ଦ୍ୱାରା ବିପଦ ମଧ୍ୟ ରହିଛି। କାରଣ ଏହି ଅନୁସନ୍ଧାନ ସମୟରେ ଡାକ୍ତର କର୍ମଚାରୀମାନେ ସଂକ୍ରମିତ ହେଉଛନ୍ତି। ଆମ ଦେଶର ବୈଜ୍ଞାନିକମାନେ ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି।

ବାଙ୍ଗାଲୋରରେ ଥିବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (IISC) ର ବୈଜ୍ଞାନିକମାନେ ଶ୍ୱାସ ଏବଂ କାଶ ଯୋଗୁଁ ସୃଷ୍ଟି ହୋଇଥିବା ଶବ୍ଦରୁ କରୋନା ଭାଇରସର ଚେକ୍‌ କରିବା ପାଇଁ ଏକ ଡ଼ିଭାଇସ୍‌ (ଉପକରଣ) ତିଆରି କରୁଛନ୍ତି।

ଏହି ଡିଭାଇସ୍‌କୁ ମଞ୍ଜୁରୀ ମିଳିବା ପରେ,ଏଥିରେ କରୋନା ରୋଗୀମାନଙ୍କର ଚିକିତ୍ସା ହୋଇପାରିବ। ଏହି ଡିଭାଇସ୍‌ ସାହାଯ୍ୟରେ ପରୀକ୍ଷା କଲେ, ସ୍ୱାସ୍ଥ୍ୟ କର୍ମଚାରୀଙ୍କଠି ସଂକ୍ରମଣର ଆଶଙ୍କା ହ୍ରାସ ପାଇବ। ଫଳରେ ଡାକ୍ତର କର୍ମଚାରୀ ବିପଦରେ ପଡ଼ିବେ ନାହିଁ।

ଏହି ଅନୁସନ୍ଧାନର ଫଳାଫଳ ଖୁବ ଶୀଘ୍ର ପ୍ରକାଶ ପାଇବ। IISCର ବୈଜ୍ଞାନିକମାନେ ଶବ୍ଦ ବିଜ୍ଞାନ ସାହାଯ୍ୟରେ କରୋନା ଭାଇରସ (କୋଭିଡ -୧୯) ରୋଗ ସଂକ୍ରମଣର ବାୟୋମାର୍କର୍ ଖୋଜିବାକୁ ଚେଷ୍ଟା କରୁଛନ୍ତି।

ବୈଜ୍ଞାନିକ ଅନୁସନ୍ଧାନ ପାଇଁ ଏହି ବାୟୋମାର୍କର୍ ପରିମାଣ ନିର୍ଣ୍ଣୟ କରିବାକୁ ପଡିବ। ବାୟୋମାର୍କର ଠିକ୍ ହେବା ମାତ୍ରେ ,ଜଣେ ରୋଗୀର ଶବ୍ଦ ଏବଂ କାଶ, ସୁସ୍ଥ ବ୍ୟକ୍ତିଙ୍କଠାରୁ କେତେ ଭିନ୍ନ ତାହା ଜଣା ପଡିବ।

IISC ର ବୈଜ୍ଞାନିକମାନେ କହିଛନ୍ତି ଯେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ୁଛି। ଏପରି ପରିସ୍ଥିତିରେ, ଏହାକୁ ସହଜରେ ଉପାୟରେ ଏବଂ ଦ୍ରୁତ ଗତିରେ ଯାଞ୍ଚ କରିବା ଅତ୍ୟନ୍ତ ଆବଶ୍ୟକ।

ଏହି ରୋଗର ମୁଖ୍ୟ ଲକ୍ଷଣ ହେଉଛି ଶ୍ୱାସକ୍ରିୟା ଜନିତ ସମସ୍ୟା। ଏହି ପ୍ରୋଜେକ୍ଟର ଉଦ୍ଦେଶ୍ୟର ହେଉଛି ଶବ୍ଦ ମାଧ୍ୟମରେ ରୋଗର ବାୟୋମାର୍କର୍ ଚିହ୍ନଟ କରିବା। ଏହି ଟିମ୍‌ରେ ୮ଜଣ ବୈଜ୍ଞାନିକ ଅଛନ୍ତି, ଯେଉଁମାନେ ଭଏସ୍‌ ଆଧାରିତ ଟେକ୍ନୋଲୋଜି ପ୍ରସ୍ତୁତ କରୁଛନ୍ତି।

 

You might also like