କରୋନାଠାରୁ ଦୂରେଇବାକୁ ହେଲେ ଆପଣାନ୍ତୁ ଏହି ତିନୋଟି ଉପାୟ

ନୂଆଦିଲ୍ଲୀ: କରୋନାକୁ ନେଇ ଡରନ୍ତୁ ନାହିଁ। ସଚେତନ ହୁଅନ୍ତୁ। ସାମାନ୍ୟ ସଚେତନ ହେଲେ ଆମେ କରୋନାକୁ ଆମେ ହରାଇ ପାରିବା। କରୋନ ସହ ଜଡିତ ମାସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲଜି ପକ୍ଷରୁ ଜାରି ସଦ୍ୟ ରିପୋର୍ଟ ଅନୁସାରେ ଯଦିଓ କରୋନା ଭାଇରସର ମୁକାବିଲା ପାଇଁ କୌଣସି ଭ୍ୟାକ୍ସିନ କିମ୍ବା ଔଷଧ ପ୍ରସ୍ତୁତ କରାଯାଇ ପାରିନାହିଁ, ତଥାପି ଏହି ତିିନୋଟି ଉପାୟ ଆପଣାଇଲେ ଆମେ ଏହାଠୁ ଜିତି ପାରିବା। ଆସନ୍ତୁ ଜାଣିବା, ଏହି ତିନୋଟି ଉପାୟ କ’ଣ..
ଲକ୍‌ଡାଉନ୍‌

କରୋନା ଭାଇରସଠାରୁ ଦୂରେଇ ରହିବା ପାଇଁ ଯେଉଁ ତିନୋଟି ଉପାୟ ରହିଛି ତା ମଧ୍ୟରୁ ଗୋଟିଏ ହେଲା ଲକ୍‌ଡାଉନ । ଲକଡାଉନ୍‌ ଦ୍ୱାରା ହିଁ ଆମେ କରୋନା ଭାଇରସର ସଂକ୍ରମଣକୁ ରୋକି ପାରିବା। ସେଥିପାଇଁ ସାରା ଦେଶରେ ସମ୍ପୂର୍ଣ୍ଣ ଭାବେ କର୍ଫ୍ୟୁ ଲଗାଇ ଦିଆଯାଇଛି।

ଲକ୍‌ଡାଉନ ସହ ଆଉ ଏକ କାମ ମଧ୍ୟ ଆମକୁ କରିବାକୁ ପଡ଼ିବ। ତାହା ହେଉଛି ତୁରନ୍ତ ଟେଷ୍ଟିଂ । ଯାହା ଫଳରେ ଭାଇରସ ଦ୍ରୁତ ସଂକ୍ରମଣକୁ ତୁରନ୍ତ ରୋକା ଯାଇ ପାରିବ।
ସଂକ୍ରମଣର ହାର କମ୍‌ କରିବା
ଯେହେତୁ ଏହି ଭାଇରସ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରି ସାରିଲାଣି, ତେଣୁ ଖାଲି ଲକ୍‌ଡାଉନ ଦ୍ୱାରା ଏହାକୁ ରୋକିବା କଷ୍ଟକର ହୋଇପଡ଼ିବ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଲକ୍‌ଡାଉନ ଦ୍ୱାରା ସଂକ୍ରମଣର ହାର କମାଯାଇ ପାରିବ। ଯାହା ଫଳରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ମିଳିପାରିବ ।
ପ୍ରାକୃତିକ ଉପାୟରେ କରୋନା ସହ ଯୁଦ୍ଧ

କରୋନାଠାରୁ ସମ୍ପୂର୍ଣ୍ଣ ମୁକ୍ତି ପାଇବା ପାଇଁ ଭ୍ୟାକ୍ସିନ ଏବଂ ଔଷଧ ପ୍ରସ୍ତୁତ କରିବା ପାଇଁ ଆମକୁ ଆହୁରି ଦେଢ଼ବର୍ଷ ଲାଗିବ। ଭ୍ୟାକ୍ସିନର କାମ ହେଲା କରୋନା ସହ ଲଢ଼ିବା ପାଇଁ ଏହା ହାର୍ଡ ଇମ୍ୟୁନିଟି ଶରୀରରେ ପ୍ରସ୍ତୁତ କରିବ। ତେବେ କ’ଣ ଏହି ହାର୍ଡ ଇମ୍ୟୁନିିଟି ?

ଯଦି ଏହି ସଂକ୍ରମଣ ଲାଗି ରହିବ ତେବେ ଅଧିକରୁ ଅଧିକ ଲୋକ ଏହାର ଶିକାର ହେବେ। ତେଣୁ, ଏହି ରୋଗ ସହ ଯଦି କେହି ଲଢ଼ି ପାରିବ ତେବେ ତାହା ହେଉଛି ଆମର ଇମ୍ୟୁନୋ ପାୱାର୍ ବା ରୋଗ ପ୍ରତିରୋଧକ ଶକ୍ତି। ଯଦି ଇମ୍ୟୁନୋ ଲୋକଙ୍କ ସଂଖ୍ୟା ବଢିଯିବ ତେବେ ଭାଇରସ ସଂକ୍ରମଣକୁ ରୋକା ଯାଇପାରିବ। ଯଦି କରୋନା ଭାଇରସକୁ ରୋକା ଯାଇ ନ ପାରିବ ତେବେ ଅନୁମାନ କରାଯାଉଛି, ଏହା ଗୋଟିଏ ବର୍ଷରେ ବିଶ୍ୱରେ ୬୦ ପ୍ରତିଶତ ଲୋକଙ୍କୁ ନିଜ କବଜାକୁ ନେଇଯିବ। ଯଦି ଏପରି ହୁଏ ତେବେ ମଣିଷ ସମାଜ ପାଇଁ ଏହା ବହୁତ କ୍ଷତିକାରକ ସାବ୍ୟସ୍ତ ହେବ। ଏଥି ପାଇଁ ଅନେକ ଦେଶ ଲକ୍‌ଡାଉନ କରି ଦିଆଯାଇଛି।
ରିି ପ୍ରଡକ୍ସନ ନମ୍ବର-ଜ୦
ଗବେଷଣାରୁ ଜଣାଯାଇଛି କରୋନା ଭାଇରସର ରିପ୍ରଡକ୍ସନ ନମ୍ବର ଆର୍ ଜିରୋ (ଏହାକୁ ଆର୍‌ ନଟ୍‌ ଭାବେ ପଢ଼ାଯାଏ) ୨ କିମ୍ବା ୨.୫ ମଧ୍ୟରେ । ଅର୍ଥାତ୍‌ ଜଣେ ସଂକ୍ରମିତ ବ୍ୟକ୍ତିଠାରୁ ଦୁଇ କିମ୍ବା ତା’ଠାରୁ ଅଧିକ ଲୋକ ସଂକ୍ରମିତ ହେବେ । ତେଣୁ ଏପରି ପରିସ୍ଥିତିରେ କେବଳ ହାର୍ଡ ଇମ୍ୟୁନିଟି ହିଁ ସଂକ୍ରମଣରୁ ମଣିଷକୁ ବଞ୍ଚାଇ ପାରିବ । ଯଦି ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ତେବେ ଭାଇରସର ରିପ୍ରଡକ୍ସନ ନମ୍ବର ହ୍ରାସ ପାଇ ୨ରୁ ୧ ହୋଇଯିବ । ଆଉ ଯଦି ଏହି ରିପ୍ରଡକ୍ସନ ନମ୍ବର ୧ରୁ ୦ ହୋଇଯାଏ ତେବେ କରୋନ ଭାଇରସ ଆଉଟ ବ୍ରେକ ହୋଇଯିବ ଅର୍ଥାତ୍‌ ଆପେ ଆପେ ମରିଯିବ । ତେଣୁ ପୃଥିବୀର ୬୦ ପ୍ରତିଶତ ଲୋକ ଯଦି ଇମ୍ୟୁନ ହୋଇପାରିବେ ତେବେ ଭାଇରସ୍‌ ଧୀରେଧୀରେ ଆଉଟବ୍ରେକ୍‌ ହୋଇଯିବ ।
ଯାହା ବି ହେଉ, ସାରା ଦୁନିଆରେ ଅଗ୍ରେସିଭ ସପ୍ରେସନ୍। ଯାହାକୁ ଆମେ ଲକ୍‌ଡାଉନ୍ ବା କର୍ଫ୍ୟୁ କହୁୁଛୁ, ତାହା କରୋନାକୁ ରୋକିବା ପାଇଁ ଏକ ବିଧି ହୋଇଯାଇଛି। ଏହା ଦ୍ୱାରା ସଂକ୍ରମିତ ଲୋକଙ୍କୁ ଆଇସୋଲେଟ କରାଯାଇ ପାରୁଛି ଏବଂ ସୋଶାଲ କଣ୍ଟାକ୍ଟ ବି ବନ୍ଦ କରି ଦିଆଯାଇ ପାରିଛି। ଯାହାଫଳରେ ସଂକ୍ରମଣକୁ କିଛି ମାତ୍ରାରେ ରୋକାଯାଇଛି।

You might also like