ମୋଟାପଣ ପାଇଁ ଚିନ୍ତିତ କି ? ଏସବୁ ଖାଦ୍ୟ କମାଇ ଦିଅନ୍ତୁ
ଭୁବନେଶ୍ୱର: ବ୍ୟସ୍ତ ବ୍ୟସ୍ତବହୁଳ ଜୀବନରେ ଆମର ବେପରୁଆ ଜୀବନ ଶୈଳୀ ପାଇଁ ଆମକୁ ଅନେକ ସମୟରେ ନାନା ରୋଗ ହେଉଛି। ଖାଦ୍ୟପାନୀୟର ଅସାବଧାନତା ଯୋଗୁ ଶରୀର ସନ୍ତୁଳନ ବିଗୁଡ଼ୁଛି।
ତଥାପି ଆମକୁ ଫିଟ୍ ରହିବାକୁ ହେବ। ଏଥିପାଇଁ ଖାଦ୍ୟପାନୀୟରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ତେବେ କେତେକ ଫଳ ଓ ପନିପରିବା ଅତ୍ୟଧିକ ପରିମାଣରେ ଖାଇଲେ ମଧ୍ୟ ଶରୀରର ସନ୍ତୁଳନ ବିଗିଡ଼ିଥାଏ। କାରଣ ଏଥିରେ ଗ୍ଲାଇସେମିକ୍ ପରିମାଣ ଅଧିକ ଥାଏ। ଏହା ଶରୀର ଓଜନ ବଢ଼ାଇଥାଏ। ତେଣୁ ପ୍ରତ୍ୟେକ ଖାଦ୍ୟ ଆବଶ୍ୟକ ଅନୁଯାୟୀ ଖାଆନ୍ତୁ। ଯଦ୍ୱାରା ଶୀର ସୁସ୍ଥ ରହିବ।
ଏହିସବୁ ଫଳ ଓ ପନିପରିବା ଶୀରର ଓଜନ ବଢ଼ାଇଥାଏ।
ବିନ୍ସ- ଏଥିରେ ଅଧିକ ପରିମାଣର ପୃଷ୍ଟିସାର (ପ୍ରୋଟିନ୍) ରହିବା ସହ ଅନ୍ୟ ପୋଷକ ତତ୍ତ୍ୱ ମଧ୍ୟ ରହିଥାଏ। ଫଳରେ ଶରୀରରେ ଓଜନ ବଢ଼ିବାରେ ସାହାଯ୍ୟ କରିଥାଏ।
ଆଭୋକାଡୋ (ନାସପାତି ଜାତୀୟ ଫଳ)-ଏହା ଖାଇବାକୁ ସ୍ୱାଦିଷ୍ଟ ହୋଇଥାଏ। ଗୋଟାଏ ଆଭାକାଡୋରେ ୩୩୨ ପ୍ରତିଶତ କ୍ୟାଲୋରୀ ଥାଏ। ଫଳରେ ଅଧିକ କ୍ୟାଲୋରୀ ଯୁକ୍ତ ହୋଇଥିବାରୁ ମୋଟାପଣକୁ ବଢ଼ାଇଥାଏ।
ଡ୍ରାଇଫୁଡ଼ସ୍- ଏଥିରେ ଅଧିକ ପରିମାଣର କ୍ୟାଲୋରୀ ରହିଥାଏ। ଯାହାକି ଓଜନ ବଢ଼ିବାରେ ସାହାଯ୍ୟ କରିଥାଏ।
ମିଠା ମକା- ଏଥିରେ ଗ୍ଲାଇସେମିକ୍ ପରିମାଣ ଅଧିକ ଥାଏ। ଯାହା ରକ୍ତରେ ଶର୍କରା ସ୍ତରକୁ ବଢ଼ାଇ ଥାଏ। ଫଳରେ ଓଜନ ବଢ଼ିବାରେ ସାହାୟକ ହୋଇଥାଏ।
ଆଳୁ- ଏଥିରେ କାର୍ବୋହାଇଡ୍ରେଟ୍ ର ଗୁଣ ରହିଥାଏ। ଯାହାକି ଶରୀରରେ ଓଜନ ବଢ଼ିବାରେ ସାହାଯ୍ୟ କରିଥାଏ।ଅଙ୍ଗୁର- ଏଥିରେ ଶର୍କରା ଓ ଚର୍ବି ବହୁ ମାତ୍ରାରେ ରହିଥାଏ। ଯାହାକି ଓଜନ ବଢ଼ିବାରେ ସହାୟକ ହୋଇଥାଏ।