• translate
Chandan Shishu

କରୋନା ଭାଇରସ୍ ଯଦିଓ ଏକ ଶ୍ୱାସଜନିତ ରୋଗ ତଥାପି ଏହା କାହାରିକୁ ଛାଡୁନି। ଏହାର ରିସ୍କ୍ ଫ୍ୟାକ୍ଟର୍ ଭିନ୍ନ ଭିନ୍ନ ଲୋକଙ୍କ ନେଇ ଅଲଗା ରହିଛି। ନିକଟରେ ଏକ ଅଧ୍ୟୟନରୁ ଜଣାଯାଇଛି ଯେ କରୋନା ଭାଇରସଜନିତ ଏକ ନୂଆ ରିସ୍କ ପଦାକୁ ଆସିଛି। ପ୍ଲସ୍ ୱାନ୍ ପତ୍ରିକା ଅନୁସାରେ, ଟାଇପ୍-୨ ଡାଇବେଟିସ୍ ରୋଗୀ ଓ ମେଦବହୁଳ ବ୍ୟକ୍ତିମାନଙ୍କୁ କରୋନା ସଂକ୍ରମଣର ଆଶଙ୍କା ଅଧିକ।

ୟୁକେର ମାରିଲ୍ୟାଣ୍ଡ୍ ସ୍ଲୁଲ୍ ଅଫ୍ ମେଡିସିନ୍ ୟୁନିଭର୍ସିଟି ୪୦ ବର୍ଷରୁ ଊର୍ଦ୍ଧ ପାଞ୍ଚ ଶହ ଲୋକଙ୍କୁ ନେଇ ଏକ ରିସର୍ଚ୍ଚ କରିଥିଲା। ରିସର୍ଚ୍ଚର୍ସମାନେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା ପରେ ସେମାନଙ୍କ ମଧ୍ୟରେ ବାହାରିଥିବା ପଜେଟିଭ୍ ଓ ନେଗେଟିଭମାନଙ୍କୁ ନେଇ ତୁଳନା କରିଥିଲେ। ସେମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଥିଲେ ଯେ ଯେଉଁମାନେ ପଜିଟିଭ୍ ବାହାରିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଟାଇପ୍-୨ ଡାଇବେଟିସ୍ ରୋଗୀ ଓ ମେଦବହୁଳ ବ୍ୟକ୍ତି। ଯେଉଁମାନେ ନେଗେଟିଭ୍ ବାହାରିଛନ୍ତି ସେମାନଙ୍କ କୋଲେଷ୍ଟ୍ରଲ୍ ପରିମାଣ ଠିକ୍ ଥିବା ସହ ଓଜନ ମଧ୍ୟ ସାଧାରଣ ଥିବା ଦେଖାଯାଇଛି।

କିଛି ଆଧାରଭୁକ୍ତ କାର୍ଡିଓମେଟାବୋଲିକ୍ କାରକ କିଛି ବ୍ୟକ୍ତିଙ୍କୁ କୋଭିଡ୍-୧୯ ସଂକ୍ରମଣରୁ ରକ୍ଷାକରିବା ନେ‍ଇ ସମ୍ଭବ ହେଉଥିବା ବେଳେ ଆଉ କିଛି ବ୍ୟକ୍ତିଙ୍କ ପାଇଁ ଏହା ଅତ୍ୟନ୍ତ ସମ୍ବେଦନଶୀଳ ହେଉଥିବା ଏହି ୟୁନିଭର୍ସିଟିର କାର୍ଡିଓଲୋଜି ବିଭାଗର ପ୍ରଫେସର୍ ଚାର୍ଲସ୍ ହଙ୍ଗ୍ କହିଛନ୍ତି। କିନ୍ତୁ ଏହି ଅଧ୍ୟୟନ ଏହା ନିର୍ଦ୍ଧାରିତ କରିବାକୁ ପ୍ରସ୍ତୁତ କରାଯାଇ ନ ଥିଲା ଯେ କେଉଁ କାରକ ପ୍ରକୃତ କୋଭିଡ୍-୧୯ ସଂକ୍ରମଣ ପାଇଁ ଦାୟୀ ବରଂ ଏହା କରାଯାଇଥିଲା କେବଳ ଏକ ସ୍ୱସ୍ଥ କାର୍ଯ୍ୟ ପ୍ରତିରକ୍ଷା ପ୍ରଣାଳିକୁ ଗୁରୁତ୍ୱ ଦେଇ କୋଭିଡ୍-୧୯ ସଂକ୍ରମଣକୁ ପ୍ରତିହତ କରିବାକୁ ବୋଲି ସେ କହିଛନ୍ତି।

ଏହି ଅଧ୍ୟୟନ ଏହା ମଧ୍ୟ କହିଛି ଯେ କିଛି ଉପାୟ ଅଛି ଲୋକେ ଯଦି ଏହାକୁ ମାନିବେ ତେବେ କୋଭିଡ୍-୧୯ ସଂକ୍ରମଣରୁ କିଛିମାତ୍ରାରେ ରକ୍ଷା ପାଇପାରିବେ। ଡକ୍ଟର୍ ହଙ୍ଗଙ୍କ କହିବା କଥା, ଏହି ସମୟରେ ପ୍ରଥମ ଉପାୟ ହେଉଛି ନିଜ ଶରୀରର ଓଜନ ଉପରେ ନିୟନ୍ତ୍ରଣ ରକ୍ଷା କରିବା। ତା ସହିତ ନିୟମିତ ଭାବେ ବ୍ୟାୟାମ କରିବା ସହ ଠିକ୍ ଜୀବନଶୈଳୀ ଓ ଆବଶ୍ୟକ ମୁତାବକ ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି।

Other Stories