ଜାଣନ୍ତି , କେତେ ମାରାତ୍ମକ ସ୍ମାର୍ଟଫୋନ ରେଡିଏସନ ? ପଢନ୍ତୁ ଏଥିରୁ ମୁକ୍ତି ପାଇବାର ସହଜ ଉପାୟ

ସ୍ମାର୍ଟଫୋନର ବ୍ୟବହାର ଏବେ ଦୃତ ଗତିରେ ବଢିଚାଲିଛି । ଛୋଟ ଠାରୁ ବଡ ସମସ୍ତଙ୍କ ହାତରେ ଗୋଟିଏ ଗୋଟିଏ ସ୍ମାର୍ଟଫୋନ୍ । ଏକଥା ନିରାଟ ସତ । କିନ୍ତୁ ଏହା ବହୁତ ଖରାପ ପ୍ରଭାବ ପକାଇଥାଏ ଆମର ସ୍ୱାସ୍ଥ୍ୟ ଉପରେ । ଆପଣଙ୍କୁ ସ୍ମାର୍ଟଫୋନ୍ ରେଡିଏସନ କଥା କହୁଛି । ଯାହା ଦ୍ୱାରା ଅନେକ ଗୁଡିଏ ରୋଗରେ ପଡିଥାନ୍ତି ଲୋକମାନେ । ଏଣୁ ଆପଣ ଏବେ କୁହନ୍ତୁ ଏହାର ପ୍ରତିକାର କରିବା ନା ନାହିଁ । ନିଶ୍ଚୟ କରିବା । ତେବେ ଆସନ୍ତୁ ଜାଣିବା କେଉଁ ଉପାୟରେ ଆମେ ସ୍ମାର୍ଟଫୋନ୍ ରେଡିଏସନରୁ ବଂଚିତ ହେବା ।

ହାଣ୍ଡସେଟ ସ୍ପି୍ିକର ବ୍ୟବହାର  କରନ୍ତୁ – 
ଯେତେବେଳେ ବି ଆପଣ ଅଧିକ ସମୟ ଧରି କାହା ସହ କଥା ହେଉଛନ୍ତି ତ ଆପଣ ହାଣ୍ଡସେଟର ସ୍ପିକର ବ୍ୟବହାର କରି କଥା  ହେବାକୁ ଅଭ୍ୟାସ କରନ୍ତୁ । ଯଦ୍ୱାରା ଆପଣଙ୍କ ଠାରେ  ଫୋନ୍ ରେଡିସନର ପ୍ରଭାବ କମ୍ ପଡିବ । କାରଣ ଆପଣ ଯେତେବେଳେ ବିନା ସ୍ପିକରରେ କଥା ହେଉଛନ୍ତି ଏହି ରେଡିଏସନର ପ୍ରଭାବ ସିଧା ଆମର ବ୍ରେନକୁ ପ୍ରଭାବ ପକାଏ ।

ସର୍ବଦା ଫୋନକୁ ଶରୀର ଠାରୁ ଦୂରରେ ରଖନ୍ତୁ  –
ଏହା ସବୁବେଳେ ଆଜିକା ସମସୟରେ ସମ୍ଭବ ନୁହେଁ । ଅନେକ ଲୋକ ନିଜ ଶରୀର ସହ ଫୋନକୁ ଲଗେଇ ରଖିଥାନ୍ତିା କିନ୍ତୁ ସେମାନେ ଏହା ଜାଣିବା ନିହାତି ଦରକାର ଯେ ସେମାନେ ସ୍ମାର୍ଟଫୋନର ରେଡିଏସନକୁ ଦୂର କରିବାକୁ ଚାହୁଁଥାନ୍ତି ତ ନିଜ ଶରୀର ଠାରୁ ଯେତା ସମ୍ଭବ ଦୂରେଇ ରଖନ୍ତୁ ।

ଫୋନକୁ ତକିଆ ତଳେ  କିମ୍ବା ପକେଟରେ ରଖନ୍ତୁ ନାହିଁ –
ଆପଣ ନିଶ୍ଚୟ ଜାଣିଥିବେ ଅନେକ ଲୋକ ଅନେକ ସମୟରେ ଏମିତି ଅଭ୍ୟାସ କରିଥାନ୍ତି । ରାତିରେ ଶୋଇବା ବେଳେ , ଲୋକେ ସେମାନଙ୍କର ଫୋନକୁ ତକିଆ  ତଳେ ରଖି ଶୋଇପଡନ୍ତି  ଏବଂ ଆଉ କିଛି ଲୋକ ସେମାନଙ୍କ ଫୋନକୁ ଛାତି ପକେଟରେ ରଖିଥାନ୍ତି। ଉଭୟ ଅଭ୍ୟାସ ବହୁତ ଖରାପ ପ୍ରଭାବ ପକାଇଥାଏ ଶରୀର  ଓ ସ୍ୱାସ୍ଥ୍ୟ ଉପରେ ।  କାରଣ ଗୋଟେ ପଟେ ଏହା ବ୍ରେନ ଉପରେ ପ୍ରକାଇବା ବେଳେ ଆଉ ଗୋଟେ ପଟେ ଏହା ହାର୍ଟ କୁ କ୍ଷତି ପହଁଚାଇଥାଏ । 

କଲରେ କଥା ହେବା ପରିବର୍ତ୍ତେ ମେସେଜ କରନ୍ତୁ –
ଆପଣଙ୍କ ଭଲ ପାଇଁ  ଜଣାଇଦେଉଛି କି , ଯେତେବେଳେ ବି ଆପମ କାହା ସହ ଫୋନରେ କଥା ହେଉଛନ୍ତି , ସେତେବେଳେ ଫୋନରୁ ବହୁତ ପରିମାଣର ରେଡିଏସନର ବାହାରି ଥାଏ । ଯାହାକି ବ୍ରେନ୍ ଓ ଶରୀର ପାଇଁ ବହୁତ  କ୍ଷତିକାରକ । ଏଣୁ କଲ୍ ପରିବର୍ତ୍ତେ ବେଶି ମେସେଜର ବ୍ୟବହାର କରନ୍ତୁ ।

ଯେତେବେଳେ ସିଗନାଲ୍ ଷ୍ଟ୍ରଙ୍ଗ୍ ଅଛି , ସେତେବେଳେ କଥା ହୁଅନ୍ତୁ –
ଯେତେବେଳେ ଫୋନର ସିଗନାଲ ଭଲ ଅଛି, ସେତେବେଳେ ଫୋନରେ କଥା ହୁଅନ୍ତୁ । କାରଣ ଯେତେବେଳେ ସିଗନାଲ୍ କମ୍ ଥାଏ , ରେଡିଏସନ ପ୍ରଖର ହୋଇଥାଏ । ଯାହା ବ୍ରେନ ଉପରେ ଅଧିକ ପ୍ରଭାବ ପକାଏ । ଆଉ ଫୋନରୁ ନିର୍ଗତ  ଏହି ଉଚ୍ଚ ରେଡିଏସନ ମାନସିକ ରୋଗାକ୍ରାନ୍ତ କରାଇଥାଏ ।

ଆହୁରି ପଢ଼ନ୍ତୁ

ସ୍ୱାଧୀନତା ଦିବସରେ ଘରେ ରହି ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ତ୍ରିରଙ୍ଗା ହାଲୱା’ | Tiranga Halwa Recipe

ଜାଣନ୍ତି, ଅତ୍ୟଧିକ ଲୁଣ ସେବନ ଶରୀର ପାଇଁ କେତେ ମାରାତ୍ମକ ?

ଧଳା କେଶରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଘରୋଇ ଉପାୟ

ଲକ୍‌ଡାଉନ୍‌ ସମୟରେ ଘରେ ପ୍ରସ୍ତୁତ କରନ୍ତୁ ଦହି ଚିଙ୍ଗୁଡ଼ି | Dahi Chingudi Tarkari

ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି ? ଘରୋଇ ଉପଚାର ମାଧ୍ୟମରେ ଲିଭାନ୍ତୁ ଦାଗ

ଏକାସଙ୍ଗେ ଭାତ ଓ ରୁଟି ଖାଇବା ଭଲ ନା ଖରାପ ? ଜାଣନ୍ତୁ…

ଏସିଡିଟିରୁ କେମିତି ପାଇବେ ମୁକ୍ତି ? ଜାଣନ୍ତୁ ସହଜ ଉପାୟ

ଆଣ୍ଠୁ ଗଣ୍ଠି ବିନ୍ଧା ହେଉଛି କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ସୂର୍ଯ୍ୟପରାଗରେ କ’ଣ କରିବା ଉଚିତ୍‌ ? ଜାଣନ୍ତୁ କିଛି ଟିପ୍ସ

ଶିଶୁର ବିକାଶ ପାଇଁ ଗର୍ଭାବସ୍ଥାରେ କରନ୍ତୁ ଏହି ପ୍ରାଣାୟାମ

କରୋନା ସମୟରେ କିପରି ନେବେ ଆଖିର ଯତ୍ନ ? ଜାଣନ୍ତୁ…

୧୫ ମିନିଟର ଏହି ଆସନ ଅନେକ ସମସ୍ୟାରୁ ଦେବ ମୁକ୍ତି

You might also like