ଏସିଡିଟି ମେଡିସିନ୍‌ Ranitidine ଖାଉଛନ୍ତି କି? ହୁସିଆର୍ ହୋଇ ଯାଆନ୍ତୁ, ନ ହେଲେ…

ନୂଆଦିଲ୍ଲୀ: ଆପଣ ଏସିଡିଟି (ଗ୍ୟାସ୍‌-ପେଟରେ ଜଳାପୋଡ଼ା) ପାଇଁ ଆଣ୍ଟି ଏସିଡିଟି ମେଡିସିନ୍‌ Ranitidine ଖାଉଛନ୍ତି କି? ତେବେ ହୁସିଆର ହୋଇ ଯାଆନ୍ତୁ କାହିଁକି ନା ଏହି ମେଡିସିନ୍‌କୁ ନେଇ ଡ୍ରଗ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ (DCGI) ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଜାରି କରିଛି। ଏଥିରେ କୁହାଯାଇଛି ଯେ, ଏହି ମେଡିସିନ୍‌ରେ ଏମିତି ଏକ କେମିକାଲ୍ସ ଅଛି ଯେଉଁଥିରେ କ୍ୟାନ୍ସର ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ଡ୍ରଗ୍‌ ରେଗୁଲେଟର ପକ୍ଷରୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Ranitidine ଏକ ପୁରୁଣା ଔଷଧ, ଯାହାକି କମ୍‌ ଟଙ୍କାରେ ମିଳେ। ଏହାର ବିଭିନ୍ନ ବ୍ରାଣ୍ଡ୍‌ ମଧ୍ୟ ବଜାରରେ ମିଳୁଛି। ଭାରତୀୟ ଡ୍ରଗ୍‌ ରେଗୁଲେଟର୍‌ ଏହି ମେଡିସିନ୍‌କୁ ନେଇ ଷ୍ଟେଟ୍‌ ଡ୍ରଗ୍‌ କଣ୍ଟ୍ରୋଲର୍ସ ଓ ମାନ୍ୟୁଫ୍ୟାକ୍ଚର୍ସଙ୍କ ନିକଟକୁ ଏକ ଚିଠି ଲେଖିଛି। ଏଥିରେ ସେମାନଙ୍କ ପ୍ରଡକ୍ଟସ୍‌କୁ ଯାଞ୍ଚ କରିବା ସହ ରୋଗୀଙ୍କ ସୁରକ୍ଷା ଲାଗି ଉଚିତ୍‌ ପଦକ୍ଷେପ ନେବା ଲାଗି କୁହାଯାଇଛି। ଏଥିସହ ମେଡିସିନ୍‌ ନିର୍ମାତା କମ୍ପାନୀ ଗୁଡ଼ିକ ସହ ଏସମ୍ପର୍କରେ ଆଲୋଚନା କରିବା ପାଇଁ ମଧ୍ୟ କୁହାଯାଇଛି।

ଏହି ମେଡିସିନ୍‌ର ସବିଶେଷ ଯାଞ୍ଚ କରିବା ପାଇଁ ସେଣ୍ଟ୍ରାଲ୍‌ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍‌ ଅର୍‌ଗାନାଇଜେସନ୍‌ (ଯିଏକି ଭାରତରେ ଔଷଧର କ୍ୱାଲିଟି, ସୁରକ୍ଷା ଓ କ୍ଷମତାର ଯାଞ୍ଚ କରେ) ଏକ୍ସପର୍ଟ କମିଟିଙ୍କ ନିକଟକୁ ପଠାଇଛି। ଏବେ ଏହି କମିଟି Ranitidine ସମେତ ଭିନ୍ନ ଭିନ୍ନ ବ୍ରାଣ୍ଡ୍‌ ନାଁରେ ବିକ୍ରି ହେଉଥିବା ଏହି ମେଡିସିନ୍‌ର ଯାଞ୍ଚ କରିବ। ଆମେରିକାର USFDA ଓ ୟୁରୋପର EMA ଏହି ମେଡିସିନ୍‌ ଉପରେ କୌଣସି ପ୍ରତିବନ୍ଧକ ଲଗାଇ ନାହିଁ। ତେବେ ସୁରକ୍ଷା ପାଇଁ ଭାରତୀୟ ଡ୍ରଗ୍‌ କଣ୍ଟ୍ରୋଲର ଲୋକମାନଙ୍କୁ ସତର୍କ ରହିବା ପାଇଁ କହିଛି।

ଯଦି ଆପଣ Ranitidine ଖାଉଛନ୍ତି, ତେବେ ଏହା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ଗ୍ରହଣ କରନ୍ତୁ। ଏସିଡିଟି ବ୍ୟତୀତ ଅନେକ ରୋଗ ପାଇଁ Ranitidine ବ୍ୟବହାର କରାଯାଇଥାଏ।

ଗୁରୁତ୍ୱପୂର୍ଣ୍ଣ ସୂଚନା: ଯେକୌଣସି ଔଷଧ ଖାଇବା ପୂର୍ବରୁ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଖାଆନ୍ତୁ ନାହିଁ। ଖାଲି ଏତିକି ନୁହେଁ ଔଷଧ ଦୋକାନୀ ମଧ୍ୟ ବିନା ଡାକ୍ତରଙ୍କ prescriptionରେ କୌଣସି ଔଷଧ ଲୋକଙ୍କୁ ଦେବା ଉଚିତ୍‌ ନୁହେଁ।

ଆହୁରି ପଢ଼ନ୍ତୁ

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

You might also like