ନବଜାତ ଶିଶୁଙ୍କୁ କାହିଁକି ହୋଇଥାଏ ଜଣ୍ଡିସ୍‌ ?

ସାଧାରଣତଃ ନବଜାତ ଶିଶୁଙ୍କୁ ଜଣ୍ଡିସ୍‌ ହେଲେ ବାପାମା’ ଟିକେ ଚିନ୍ତାରେ ପଡ଼ି ଯାଆନ୍ତି। ଅସ୍ଵାସ୍ଥ୍ୟକର ପରିବେଶ, ଦୂଷିତ ଜଳପାନ ଏବଂ ଭୂତାଣୁ ଏ ରୋଗର ମୂଳ କାରଣ। ଯଦିଓ ଏହାକୁ ଏକ ଭୂତାଣୁ ଜନିତ ସଂକ୍ରମିତ ରୋଗ କୁହାଯାଏ ତେବେ ଏ ରୋଗ ହେବାର ଆହୁରି ଅନେକ କାରଣ ରହିଛି।

ଆସନ୍ତୁ ଜାଣିବା ଜଣ୍ଡିସ୍‌ର ଲକ୍ଷଣ, କାରଣ ଓ ଏହାର ଉପଚାର ସମ୍ପର୍କରେ…

କାହିଁକି ହୋଇଥାଏ ନବଜାତ ଶିଶୁଙ୍କୁ ଜଣ୍ଡିସ୍‌ ?

  • ଯଦି ନବଜାତ ଶିଶୁଙ୍କୁ ଠିକ୍‌ ଭାବରେ ମା’ କ୍ଷୀର ଦିଆଯାଇନଥାଏ, ତା’ହେଲେ ଜଣ୍ଡିସ୍‌ ହେବାର ଆଶଙ୍କା ଥାଏ। ତେଣୁ ଏହା ଉପରେ ଧ୍ୟାନ ଦେବା ଉଚିତ୍‌।
  • ଯଦି ମା’ର ବ୍ଲଡ୍‌ ଗ୍ରୁପ୍‌ ଆର୍‌ଏଚ୍‌ ନେଗେଟିଭ୍‌ କିମ୍ବା O +  ଥାଏ, ତା’ହେଲେ ଏହି ମହିଳାଙ୍କ ଠାରୁ ଜନ୍ମିତ  ଶିଶୁଙ୍କୁ ଜଣ୍ଡିସ୍‌ ହେବାର ଆଶଙ୍କା ଅଧିକ ଥାଏ। ଏହି କ୍ଷେତ୍ରରେ ଶିଶୁ ଜନ୍ମ ହେବାର ଦ୍ୱିତୀୟ ଦିନରେ ଜଣ୍ଡିସ୍‌ ହୋଇଛି କି ନାହିଁ ଏହାର ଯାଞ୍ଚ କରନ୍ତୁ।
  • ପୂର୍ବରୁ ଜଣ୍ଡିସ୍‌ର ଚିକିତ୍ସା ପଦ୍ଧତି ଏତେ ସହଜ ନ ଥିଲା। ତେଣୁ ଜଣ୍ଡିସ ହେଲେ ସାଧାରଣତଃ ଲୋକେ ଚିନ୍ତାରେ ପଡ଼ି ଯାଉଥିଲେ। ହେଲେ ଏବେ ଏସବୁ ପାଇଁ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ।  ମେଡିକାଲ୍‌ ସାଇନ୍ସ ଏତେ ଡେଭ୍‌ଲପ୍‌ ହେଲାଣି ସହଜ ଉପାୟରେ ଏହାର ଚିକିତ୍ସା ହୋଇପାରୁଛି।

ତେବେ କେତୋଟି ଜିନିଷ ପ୍ରତି ଧ୍ୟାନ ଦେଲେ ଆମେ ଜଣ୍ଡିସ୍‌ଠାରୁ ଦୂରରେ ରହି ପାରିବା।

କେଉଁ ଦିଗ ପ୍ରତି ଧ୍ୟାନ ଦେବେ ଜାଣିରଖନ୍ତୁ…

  • ଶିଶୁଙ୍କୁ ସ୍ତନ୍ୟପାନ କରାନ୍ତୁ।
  • ୧୫-୨୦ ମିନିଟ୍‌ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ କିରଣରେ ସେମାନଙ୍କୁ ରଖନ୍ତୁ।
  • ଯଦି ଶିଶୁଙ୍କୁ ଜଣ୍ଡିସ୍‌ ହୋଇଛି ତା’ହେଲେ ଆପଣ ଆଦୌ ଚିନ୍ତା କରନ୍ତୁ ନାହିଁ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରନ୍ତୁ।

ଆହୁରି ପଢ଼ନ୍ତୁ

You might also like