ରୋଷେଇ ଘରେ ଚୁଟ୍‌କିରେ ପନିପରିବାକୁ ସାନିଟାଇଜ୍‌ କରିବାକୁ ଚାହୁଁଛନ୍ତି ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କରୋନା ଭାଇରସ ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି। ଏପରି ସମୟରେ ଆମକୁ ଗୋଟିଏ ଜିନିଷ ଉପରେ ସବୁଠାରୁ ବେଶି ଧ୍ୟାନ ଦେବାକୁ ହେବ। ଆଉ ତାହା ହେଉଛି ସ୍ୱଚ୍ଛତା। ତେଣୁ ବାହାରୁ କୌଣସି ଜିନିଷ ଆଣିଲେ  ତାହାକୁ ପରିଷ୍କାର କରି ଧୋଇବା ଉପରେ ଏବେ ପ୍ରାଥମିକତା ଦିଆଯାଉଛି। ବିଶେଷକରି ପନିପରିବା ଧୋଇ ତା’ ପରେ ଫ୍ରିଜ୍‌ରେ ରଖିବା ନିହାତି ଦରକାର।  ତେବେ ଏହି କାମକୁ କେତେ ସହଜରେ କରି ପାରିବେ ଜାଣନ୍ତି ? ଏଇ ଭିଡିଓଟି ଦେଖନ୍ତୁ। ଜଣେ ବ୍ୟକ୍ତି କିପରି ରୋଷେଇ ଘରେ ଠିଆ ହୋଇ ପନିପରିବାକୁ ସହଜରେ ଏବଂ ଏକ ନିଆରା ଷ୍ଟାଇଲ୍‌ରେ ଧୋଇ (ସାନିଟାଇଜ) ପାରୁଛନ୍ତି । ନିକଟରେ ଏଇ ଭିଡିଓ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି ।

ଭିଡିଓଟି ଆଇଏଏସ୍‌ ସୁପ୍ରିୟା ସାହୁ ତାଙ୍କ ଟ୍ୱିଟରରେ ଶେୟାର କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଜଣେ ବ୍ୟକ୍ତି ତାଙ୍କ ରୋଷେଇ ଘରେ ଠିଆହୋଇ ଏକା ସାଙ୍ଗରେ ଏତେ ଗୁଡ଼ାଏ ଶାଗକୁ ଧୋଇ କୀଟାଣୁମୁକ୍ତ କରୁଛନ୍ତି। ତେବେ ଶାଗକୁ ସାନିଟାଇଜ କରିବାର ପ୍ରଣାଳୀ ବାସ୍ତବିକ ପ୍ରଶଂସନୀୟ।

ଭିଡିଓରେ ଦେଖିବାକୁ ମିଳୁଛି, ବ୍ୟକ୍ତିଜଣକ ପ୍ରେସରକୁକରର ସିଟିଟିକୁ ଖୋଲି ଦେଇଛନ୍ତି। ତା ଜାଗାରେ ଏକ ପାଇପ ଲଗାଇ ଦେଇଛନ୍ତି। ଏହାପରେ ଗ୍ୟାସ୍‌ର ଫ୍ଲେମ ହାଇ କରିଦେଉଛନ୍ତି। କିଛି ସମୟ ପରେ ପାଇପ ଦେଇ ବାଷ୍ପ ବାହାରୁଛି। ଏହି ବାଷ୍ପରେ ସେ ଶାଗ, ପନି ପରିବାକୁ ସାନିଟାଇଜ କରୁଛନ୍ତି। ସେ ଭିଡିଓରେ ଏକଥା ବି କହୁଛନ୍ତି, ଗରମ ପାଣିରେ ଶାଗ, ପନିପରିବା ଧୋଇଲେ ତାହା ଖରାପ ହୋଇ ଯିବାର ଆଶଙ୍କା ରହିଛି। କିନ୍ତୁ ବାଷ୍ପରେ ଧୋଇଲେ ସାନିଟାଇଜ ହେବା ସହ ନଷ୍ଟ ହେବାର ଭୟ ରହିବ ନାହିଁ।

ଆଇଏଏସ ସୁପ୍ରିୟା ସାହୁ ଏହି ଭିଡିଓ ସେୟାର କରି ଲେଖିଛନ୍ତି-‘ପନିପରିବାକୁ ଷ୍ଟେରଲାଇଜ କରିବା ପାଇଁ ଏଇ ମହାନ ଭାରତୀୟଙ୍କ ନିଆରା ବ୍ୟବସ୍ଥାକୁ ଦେଖ ! ଏହି ପଦ୍ଧତିର ପ୍ରଭାବଶାଳିତାକୁ ମୁଁ ପ୍ରମାଣିତ କରିପାରିବି ନାହିଁ। କିନ୍ତୁ ବିସ୍ମିତ କରିବାରେ ଭାରତ କେବେ ବିଫଳ ହୁଏନି। ପ୍ରକୃତରେ ଅତୁଲ୍ୟ ଭାରତ !’

 

ଏଇ ଭିଡିଓ ଶେୟାର ହେବ ପରେ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ଏହାକୁ ବର୍ତ୍ତମାନ ସୁଦ୍ଧା ୩ ହଜାରରୁ ଅଧିକ ଥର ଦେଖା ଯାଇ ସାରିଲାଣି। ୧୦୦ରୁ ଅଧିକ ରି ଟ୍ୱିଟ ଏବଂ ୫୦୦ରୁ ଅଧିକ ଲାଇକ୍‌ସ ମିଳିଲାଣି। ଭିଡିଓକୁ ଦେଖିବା ପରେ ୟୁଜର୍ସମାନେ ଅନେକ କମେଣ୍ଟ ଦେବା ସହ ଢେର ପ୍ରଶଂସା କରିଛନ୍ତି

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like