ନପୁଂସକତାକୁ ନେଇ ଚିନ୍ତିତ କି ? ସହଜରେ ଦୂର କରିପାରିବେ ଏହି ସମସ୍ୟା

ନିଃସନ୍ତାନ ଦମ୍ପତି ନିହାତି ଜାଣନ୍ତୁ ,ଏମିତି କଲେ ବାପ-ମାଆ ହୋଇପାରିବେ

ଆଜିକାଲି ନା ଅଛି ରୋଗର ଅଭାବ ନା ଔଷଧର । କିନ୍ତୁ ଏମିତି କିଛି ରୋଗ ଅଛି ଯାହା ଅନେକ ଉପଚାର ପରେ ବି ଭଲ ହେଉନି। ନପୁଂସକତା ଏମିତି ଏକ ରୋଗ । ଏହାକୁ ନେଇ ପୁରୁଷମାନେ ଖୁବ୍ ମର୍ମାହତ ଥାଆନ୍ତି। ନିଜର ବୈବାହିକ ଜୀବନକୁ ନେଇ ଆଶା ଆଶଙ୍କାରେ ଦିନ କାଟନ୍ତି।

ଏହି ସମସ୍ୟାରୁ ଆପଣ ଚାହିଲେ ବିନା ଔଷଧରେ ମୁକ୍ତି ପାଇପାରିବେ ଓ ଏକ ସୁନ୍ଦର ବୈବାହିକ ଜୀବନ ଅତିବାହିତ କରିପାରିବେ। କେବଳ ଆପଣଙ୍କୁ ନିଜର ଦୈନନ୍ଦିନ ଜୀବନରେ କିଛି ସମୟ ଦେବାକୁ ପଡିବ । ଏହା ଛଡା ଆଉ କିଛି ନୁହେଁ । ତାହେଲେ ଏଥର ଜାଣନ୍ତୁ କଣ କରିବେ –

ଆପଣ ଯୋଗର ବିଭିନ୍ନ ଆସନ ମଧ୍ୟରୁ ‘ପଶ୍ଚିମୋତ୍ତାନାସନ’କୁ ନିରନ୍ତର ଅଭ୍ୟାସ କରିବକୁ ପଡିବ। ଏହା ଏକ ପ୍ରସିଦ୍ଧ ଆସନ ।

ପଶ୍ଚିମୋତ୍ତାନାସନ ଅନେକ ରୋଗର ଉପଶମକାରୀ :

  • ମନ୍ଦାଗ୍ନି, ଡାଇବେଟିସ୍‌, ସମସ୍ତ ପ୍ରକାର ପେଟ ରୋଗ ସମସ୍ୟା ଦୂର ହୁଏ।
  • ଆପେଣ୍ଡିସାଇଟିସ୍‌, ସ୍ୱପ୍ନଦୋଷ , କିଡ୍‌ନୀ ରୋଗ, ବୀର୍ଯ୍ୟବିକାର ଆଦି ସମସ୍ୟାରୁ ମୁକ୍ତି ମିଳେ ।
  • ବନ୍ଧ୍ୟାତ୍ୱ,  ଋତୁସ୍ରାବ ଜନିତ ସମସ୍ୟା ଆଦି ଅନେକ ରୋଗ ଦୂର ହୋଇଥାଏ ।
  • ମାନସିକ ଚାପ ଓ ଚିନ୍ତାରୁ ମୁକ୍ତି ଦିଏ

ମହିଳାମାନଙ୍କ ପାଇଁ  ଏ ଆସନ ବରଦାନ ସଦୃଶ। ମାସିକଧର୍ମରେ ଅନିୟମିତତା , ପ୍ରସୂତି ଜନିତ ପୀଡ଼ା ଓ ଅପରେସନରୁ ରକ୍ଷା କରେ।

ପଶ୍ଚିମୋତ୍ତାନାସନକରିବା ପ୍ରଣାଳୀ :

କମ୍ୱଳ ଉପରେ ଆଗକୁ ଗୋଡ଼ ଲମ୍ୱାଇ ବସନ୍ତୁ । ଉଭୟ ଗୋଡ଼ର ଜଙ୍ଘ, ଆଣ୍ଠୁ, ଗୋଇଠି ପରସ୍ପର ସହିତ ଓ ଭୂମି ସହ ଲାଗି ରହୁ। ଏହାପରେ ଦୁଇ ହାତରେ ଦୁଇ ଗୋଡ଼ର ବୁଢ଼ା ଆଙ୍ଗୁଳି ଧରନ୍ତୁ। ଶ୍ୱାସ ଛାଡିବା ( ରେଚକ) ସହିତ ତଳକୁ  ନଇଁ ମୁଣ୍ଡକୁ  ଉଭୟ ଆଣ୍ଠୁରେ ଲଗାନ୍ତୁ । ଉଭୟ ପାଦ ଯେମିତି ଭୂମିରେ ଲାଗି ରହିଥିବ। ହାତର କହୁଣୀ ଆଣ୍ଠୁ ଦ୍ୱୟର  ଦୁଇ ପାର୍ଶ୍ୱରେ ଭୂଇଁରେ ଲାଗି ରହିବ। ପ୍ରତ୍ୟେହ ଏହି ଆସନକୁ ୩ ମିନିଟ୍‌ ଲେଖାଏଁ କରନ୍ତୁ।  ବିଧି ପୂର୍ବକ କଲେ ଆପଣ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ।

ହଁ ଗୋଟିଏ କଥା ମନେରଖିବେ। ଆସନ ଏକ ନିରନ୍ତର ଅଭ୍ୟାସ ପ୍ରକ୍ରିୟା। ଏହାକୁ ଧୈର୍ଯ୍ୟ ଓ ବିଶ୍ୱାସର ସହ ଅଭ୍ୟାସ କଲେ ନିଶ୍ଚୟ ସୁଫଳ ପାଇବେ।

 ଶରୀରେ କେମିତି ସୃଷ୍ଟି ହୁଏ ଏହି ନପୁଂସକତା ସମସ୍ୟା , ଜାଣନ୍ତୁ –

ଦୈନନ୍ଦିନ ଜୀବନରେ ଏପରି କିଛି ଖାଦ୍ୟ ଗ୍ରହଣ କରୁଥିଲେ କିମ୍ବା କିଛି ଖରାପ ଅଭ୍ୟାସ ଥିଲେ ପୁରୁଷଙ୍କ କ୍ଷେତ୍ରରେ ଏହି ନପୁଂସକତା ଦେଖାଯାଇଥାଏ। ଜଙ୍କଫୁଡ଼ ପ୍ରତି ଅଧିକ ଲାଳସା ରଖିବା, ଅତ୍ୟଧିକ ମାତ୍ରାରେ ଖଟା, ରାଗ ଏବଂ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ପୁରୁଷଙ୍କର ସ୍ପର୍ମ କାଉଣ୍ଟ କମ୍‌ ହୋଇଯାଇଥାଏ । ଫଳରେ ନପୁଂସକତାର ଆଶଙ୍କା ଅଧିକ ହୋଇଥାଏ। ଅତ୍ୟଧିକ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କର ମଧ୍ୟ ନପୁଂସକ ହେବାର ଅଧିକ ଭୟ ରହିଥାଏ।

ଏକ ଗବେଷଣାରୁ ଜଣାପଡ଼ିଛି କି , ଅତ୍ୟଧିକ ମାତ୍ରାରେ ହେଲଥ ସପ୍ଲିମେଣ୍ଟାରି ଗ୍ରହଣ କରୁଥିବା ପୁରୁଷଙ୍କ କ୍ଷେତ୍ରରେ ନପୁଂସକତାର ସମ୍ଭାବନା ଅଧିକ ରହିଥାଏ। ଏହା ଦ୍ୱାରା ପୁରୁଷମାନଙ୍କର ସେକ୍ସ ହରମୋନ ଏବଂ ପ୍ରଜନନ କ୍ଷମତା ଉପରେ କୁପ୍ରଭାବ ପଡ଼ିଥାଏ।