ଋତୁକାଳୀନ ଜ୍ୱର ନା କରୋନା ? କେମିତି ଜାଣିବେ ?

ଚୀନରେ ମହାମାରୀ ରୂପ ନେଇଥିବା କରୋନା ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ଦିନକୁ ଦିନ ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନାଠାରୁ ଦୂରେଇ ରହିବାକୁ ହେଲେ ସବୁଠାରୁ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ସଚେତନତା। କରୋନା ପ୍ରତି କିପରି ସତର୍କ ରହିବ ସେ ନେଇ ସରକାରଙ୍କ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି।

କରୋନା ଭାଇରସ୍‌ର ମହାମାରୀ ରୂପ ଦେଖି ସାଧାରଣ ଜ୍ୱର ବା କାଶ ହେଲେ ଲୋକେ ଡରି ଯାଉଛନ୍ତି। ମନେରଖନ୍ତୁ, ସବୁ ଥଣ୍ଡା, ଜ୍ୱର ବା କାଶ କରୋନା ନୁହେଁ। ତେବେ  କରୋନା ଭାଇରସ୍‌ ଜ୍ୱର ଏବଂ ଋତୁକାଳୀନ ଜ୍ୱର ଓ ସର୍ଦ୍ଦିକାଶର ଲକ୍ଷଣ ପ୍ରାୟ ସମାନ। ତେଣୁ କେମିତି ଜାଣିବେ ଏହା କେଉଁ ଜ୍ୱର, ଆସନ୍ତୁ ଜାଣିବା …

  • କରୋନା ଆକ୍ରାନ୍ତ ଓ ଋତୁକାଳୀନ ଜ୍ୱରରେ ଶରୀରର ତାପମାତ୍ର ବୃଦ୍ଧି ପାଇଥାଏ। କିନ୍ତୁ ସର୍ଦ୍ଦିକାଶରେ ସାଧାରଣ ଭାବେ ଜ୍ୱର ହୋଇ ନ ଥାଏ। କରୋନା ଭାଇରସ୍‌ ଆକ୍ରାନ୍ତ ଓ ଋତୁକାଳୀନ ଜ୍ୱରରେ କାଶ ହେଉଥିବା ବେଳେ ସର୍ଦ୍ଦିକାଶରେ ଲୋକଙ୍କୁ ଛିଙ୍କ ହୋଇଥାଏ।
  • କରୋନା ଭାଇରସ୍‌ ଆକ୍ରାନ୍ତ ବ୍ୟକ୍ତିଙ୍କ ମାଂସପେଶୀ ଦରଜ ହେଇଥିବା ବେଳେ ଋତୁକାଳୀନ ଜ୍ୱରରେ ଉଭୟ ମୁଣ୍ଡ ଓ ମାଂସପେଶୀ ଦରଜ ହେଇଥାଏ। କିନ୍ତୁ ସର୍ଦ୍ଦିକାଶରେ ଏସବୁ ଲକ୍ଷଣ ଦେଖିବାକୁ ମିଳେନାହିଁ।
  • କରୋନା ଭାଇରସ୍‌ ଆକ୍ରାନ୍ତ ଓ ଋତୁକାଳୀନ ଜ୍ୱରରେ ଲୋକଙ୍କୁ ଥକା ଅନୁଭବ ହେଉଥିବା ବେଳେ ସର୍ଦ୍ଦିକାଶ ହେଉଥିବା ବ୍ୟକ୍ତିଙ୍କ ଠାରେ ଏହି ଲକ୍ଷଣ ଦେଖାଯାଏ ନାହିଁ। ଋତୁକାଳୀନ ଜ୍ୱର ଓ ସର୍ଦ୍ଦିକାଶରେ ନାକ ବନ୍ଦ ରହୁଥିବା ବେଳେ କରୋନା ଆକ୍ରାନ୍ତଙ୍କ ନିଶ୍ୱାସ-ପ୍ରଶ୍ୱାସରେ କଷ୍ଟ ଅନୁଭବ ହୋଇଥାଏ। 
  • କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ଠାରେ ବେଳେବେଳେ ମୁଣ୍ଡବିନ୍ଧା, ଝାଡ଼ାବାନ୍ତି ସହ କଫରେ ରକ୍ତ ପଡ଼ିଥାଏ। ସେହିପରି ଋତୁକାଳୀନ ଜ୍ୱରରେ କାଁଭାଁ ଝାଡ଼ାବାନ୍ତି ହୋଇଥାଏ। ସର୍ଦ୍ଦିକାଶରେ ସାମାନ୍ୟ ଜ୍ୱର, ମାଂସପେଶୀ ଦରଜ ଓ ଥକା ଅନୁଭବ ହୋଇଥାଏ।
  • କରୋନା ଭାଇରସ୍‌ ଆକ୍ରାନ୍ତଙ୍କର ଠାରେ ପ୍ରାୟ ୨ ସପ୍ତାହ ଧରି ଭୂତାଣୁ ରହିଥାଏ। କିନ୍ତୁ ଋତୁକାଳୀନ ଜ୍ୱର ଓ ସର୍ଦ୍ଦିକାଶ ଗୋଟିଏ ସପ୍ତାହ ମଧ୍ୟରେ ଭଲ ହୋଇଯାଏ। କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ଠାରେ ୨ରୁ ୫ ପ୍ରତିଶତ ରୋଗୀଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହୋଇଥାଏ କିନ୍ତୁ ଋତୁକାଳୀନ ଜ୍ୱର ଓ ସର୍ଦ୍ଦିକାଶରେ ସଙ୍କଟାପର୍ଣ୍ଣ ସ୍ଥିତି ଉପୁଜି ନ ଥାଏ। 

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like