ଦୁନିଆର ଦାମୀ ଚା’, ରେଟ୍‌ ଶୁଣିଲେ ହୋସ୍‌ ଉଡିଯିବ

ନୂଆଦିଲ୍ଲୀ: ସକାଳୁ ସକାଳୁ ଚା’ କପ୍‌ର ବାସ୍ନା ଯେମିତି ସାରା ଦିନକୁ ସତେଜ କରିଦିଏ। ଚା’ ପ୍ରେମୀମାନଙ୍କ ଧାରଣା,  ଭଲ ଚା’ କପ୍‌ରେ ଯଦି ସକାଳର ଆରମ୍ଭ ହୁଏ ତେବେ ଦିନଟି ବେଶ ଭଲରେ କଟିବ । ଖାଲି ସକାଳେ ଚା’ କପ୍ ଖୋଜା ପଡେନି। ଘରକୁ କେହି ଅତିଥି ଆସନ୍ତୁ ବା ଅପରାହ୍ନରେ ସାଙ୍ଗମାନଙ୍କ ସହ ଗପଶପ କଲାବେଳେ ହେଉ, ଚା’ କପ୍‌ଟିଏ ତ ନିଶ୍ଚୟ ଖୋଜାପଡେ।  ଚା’ର ଲୋକପ୍ରିୟତାକୁ ଦେଖି ଆଜି ପାଳନ ହେଉଛି ଇଣ୍ଟରନାଶନାଲ ଚା’ ଦିବସ।

ବିଭିନ୍ନ ପ୍ରକାର ଚା’ର ସ୍ୱାଦ ଆପଣ ପାଇଥିବେ। ଯେମିତି ରେଡ଼ ଟି, ଗ୍ରୀନ ଟି, ହ୍ୱାଇଟ୍‌ ଟି, ଲେମନ ଟି, ଜିଞ୍ଜର ଟି..ଇତ୍ୟାଦି। ଚା’କୁ ନେଇ ତା’ର ଦାମ । ହେଲେ ଦୁନିଆର ସବୁଠାରୁ ଦାମି ଚା’ ବିଷୟରେ ଜାଣନ୍ତି ? କେତେ ହେଇଥିବା ଏଇ ଚା’ର ଦାମ ? ୫ ଜହାର…୧୦ ହଜାର…।  ତା’ଠାରୁ ବହୁତ ଅଧିକ। ଶୁଣି ଆଶ୍ଚର୍ଯ୍ୟ ହେବେ, ଏଇ ଚା’ର ଦାମରେ ଆପଣ ୧୬ଟି ଲଗଜ୍ୟୁରୀ ଫ୍ଲାଟ୍‌ କିଣି ପାରିବେ। ଆସନ୍ତ ଜାଣିବା ଦୁନିଆର ଏଇ ଦାମୀ ଚା’ ବିଷୟରେ-

ଡା ହାଙ୍ଗ ପାଓ ଟି

ଟି-ବ୍ଲୁମ୍‌ର ଏକ ରିପୋର୍ଟ ଅନୁସାରେ, ଚୀନ୍‌ର ବୁଇସନ ଅଞ୍ଚଳରେ ମିଳେ ଏକ ସ୍ପେଶାଲ ଚା’ ଯାହାର ନାଁ ଡା ହାଙ୍ଗ ପାଓ ଟି। ଏହି ଚା’କୁ  ସଞ୍ଜିବନୀ ବଟି କହିଲେ ଭୁଲ୍‌ ହେବନାହିଁ। ରିପୋର୍ଟ ଅନୁସାରେ, ଏହି ଚା’ ପାଣିକୁ ପିଇଲେ ଅନେକ ବଡ ବଡ ରୋଗରୁ ମୁକ୍ତି ମିଳିଥାଏ । ବୋଧହୁଏ ଏହି କାରଣରୁ ଚା’ର ଦାମ୍‌ କେଜି ପ୍ରତି ରହିଛି ୮ କୋଟି ଟଙ୍କା।

ହିସାବ କଲେ ଦେଖାଯାଏ, ଏହି ଚା’ର ଦାମ୍‌ ଦୁନିଆର ସବୁଠାରୁ ଲଗ୍‌ଜ୍ୟୁରୀ Tolls-Royceର କେତେକ କାର ଠାରୁ ମଧ୍ୟ ଯଥେଷ୍ଟ ଅଧିକ। ସେତିକି ନୁହେଁ, ଏହି ମୂଲ୍ୟରେ ଜଣେ ଚାହିଁଲେ ଜଣେ ଦିଲ୍ଲୀର ଏନସିଆର ପରି ଜାଗାରେ ୫୦ ଲକ୍ଷ ଟଙ୍କାର ମୂଲ୍ୟର ୧୬ଟି ଫ୍ଲାଟ କିଣି ପାରବେ।

ତୈଗୁଆନଇନ ଟି
ଏହି ଚା’ର ନାମକରଣ ବୌଦ୍ଧ ଗୁରୁ ତୈଗୁଆନଇନଙ୍କ ନାମ ଅନୁସାରେ ରଖାଯାଇଛି। ଦୁନିଆର ସବୁଠାରୁ ଦାମୀ ଚା’ ତାଲିକାରେ ଏହାର ନାମକୁ ସାମିଲ କରାଯାଇଛି। ବ୍ଲାକ୍‌ ଏବଂ ଗ୍ରୀନ୍‌ ଟିକୁ ମିଶାଇ ଏହି ଚା’କୁ ପ୍ରସ୍ତୁତ କରାଯାଇଛି। ଏହି ଚା’ର ସ୍ୱାଦ ମଧ୍ୟ ବହୁତ ଅଲଗା । କୁହାଯାଏ, ଏହାକୁ ଫୁଟାଇବା ବେଳେ ଏହାର ରଙ୍ଗ ବଦଳି ଯାଏ। ଏହି ଚା’ର ପତିକୁ ୭ ଥର ଚା’ରେ ବ୍ୟବହାର କଲେ ବି ତାହାର ସ୍ୱାଦ ବଦଳେ ନାହିଁ। ଏହି ତୈଗୁଆନଇନ ଚା’ର ଦାମ୍‌ ୨୧ ଲକ୍ଷ ଟଙ୍କା ରହିଛି।

ପାଣ୍ଡା ଡଗ୍‌ ଟି

ପାଣ୍ଡ ଡଗ୍‌ ଟିକୁ ଦୁନିଆର ସବୁଠାରୁ ଦମୀ ଚା’ ବୋଲି କୁହାଯାଏ। ଏହାର ଏକ କପ୍‌ ଚା’ର ଦାମ୍‌  ୧୪ ହଜାର ଟଙ୍କା ବୋଲି କୁହାଯାଉଛି। ଏହି ଚା’ ଚାଷ କଲାବେଳେ ଯେଉଁ ପାଣ୍ଡାର ମଳକୁ ସାର ଭାବେ ବ୍ୟବହାର କରାଯାଇଥାଏ। ଏଠି କହିରଖିବୁ, ପାଣ୍ଡା ଖାଲି ବାଉଁଶ ଖାଏ। ଏଥିରୁ ତା’ ଶରୀରକୁ ୩୦ ପ୍ରତିଶତ ନ୍ୟୁଟିଶନ ମିଳିଥାଏ। ବାକି ୭୦ ପ୍ରତିଶତ ମିଳିଥାଏ କମ୍ପୋଷ୍ଟ ଖତରୁ।

ଆହୁରି ପଢ଼ନ୍ତୁ

ନଦୀରୁ ବାହାରିଲା ପୁଳାପୁଳା ସୁନା!

ଜନ୍ମାଷ୍ଟମୀରେ କିପରି ଉପାସନା କରିବେ, ଜାଣନ୍ତୁ ପୂଜାବିଧି

୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା…

ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ…

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

ଆୟରଲ୍ୟାଣ୍ଡ୍‌ରୁ ଫୋନ୍‌ ଆସିଲା ଦିଲ୍ଲୀ, ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି, ତା’ପରେ…

୮୪ ବର୍ଷ ପରେ ଦେଖିବାକୁ ମିଳିଲା ଲାଲ୍‌ ରଙ୍ଗର ସାପ

ଶବକୁ ପୋତିବା ପୂର୍ବରୁ ଥକି ପଡ଼ି ତଳେ ଶୋଇପଡ଼ିଲେ କୋଭିଡ ଯୋଦ୍ଧା

ଶୁଆର ପଇଡ଼ ପାଣି ପିଆ ଭିଡିଓ ଭାଇରାଲ୍‌

ଭାଇରାଲ୍ ହେଲା ଛେଳିଙ୍କ ଡିସ୍‌କୋ ଡାନ୍ସ ଭିଡିଓ

ଲୁଟେରୀ ଦୁଲହନ! ଫସେଇକି ଲୁଟିନେଲା କୋଟି କୋଟି ଟଙ୍କା

ସାବଧାନ! ଏହି ୬ଟି କାର୍ଯ୍ୟ କଲେ ହୋଇଯିବେ କାଙ୍ଗାଳ

You might also like