କେମିତି ନେବେ ନବଜାତକର ଯତ୍ନ

ଆଜିର ଶିଶୁ ଆସନ୍ତାକାଲିର ନାଗରିକ। ଶିଶୁ ସୁରକ୍ଷିତ ହେଲେ ଏ ଦେଶ ତଥା ଦୁନିଆ ସୁରକ୍ଷିତ ରହେ। ଯେମିତି ଚାରାଟିଏ ପୋତିଲେ, ତାକୁ ରୋପଣ କରିବା ବେଳୁ ତାର ଯତ୍ନ ନିଆଯାଇଥାଏ, ସେମିତି ଏକ ଶିଶୁଟିଏ ବଢ଼ିବା ପାଇଁ ଛୋଟ ବେଳୁ ତାର ସ୍ୱାସ୍ଥ୍ୟ ରକ୍ଷାର ଦାୟିତ୍ୱ ନେବା ନିହାତି ଜରୁରୀ ହୋଇଥାଏ। ଏଣୁ ୨ ବର୍ଷରୁ ୧୧ ବର୍ଷ ଭିତରେ ଶିଶୁର ସ୍ୱାସ୍ଥ୍ୟରେ ଅଭିବୃଦ୍ଧି ହାର ବଢ଼େ । ଶିଶୁର ଶାରୀରିକ ଓ ମାନସିକ ବିକାଶ ପାଇଁ ଏହାହିଁ ପ୍ରକୃତ ସମୟ ହୋଇଥାଏ। ତେଣୁ ଏହି ସମୟରେ ଶିଶୁ ପାଇଁ  ପୁଷ୍ଟିକର ଖାଦ୍ୟ ଦେବା ନିହାତି ଆବଶ୍ୟକ ।

ସବୁ ବାପା-ମାଆ ଚାହାନ୍ତି, ସନ୍ତାନର ସର୍ବୋତ୍କୃଷ୍ଟ ଯତ୍ନ ନେବା ପାଇଁ। ହେଲେ ଅନେକ ସମୟରେ ନିଜ ଅଜାଣତରେ ଶିଶୁଟି ଅବହେଳିତ ହୋଇପଡ଼େ। ଜନ୍ମରୁ ୨ ବର୍ଷ ଯାଏ ଶିଶୁର କେମିତି ଯତ୍ନ ନେବେ ସେ ନେଇ କିଛି ଟିପ୍ସ ଆପଣଙ୍କ ପାଇଁ…

୧- ନବଜାତ  ଶିଶୁର ଯତ୍ନ ୩ମାସ ଯାଏ ନିଅନ୍ତୁ । ଶିଶୁ ଜନ୍ମ ହେବା ପରେ ପରେ ସଙ୍ଗେ ସଙ୍ଗେ ସ୍ତନ୍ୟପାନ ଆରମ୍ଭ କରାନ୍ତୁ । ଏହା ୬ମାସ ଯାଏ ଜାରି ରଖିବାକୁ ଚେଷ୍ଟା କରନ୍ତୁ। କୌଣସି ବାହାର ତରଳ ଜିନିଷ ଦିଅନ୍ତୁ ନାହିଁ । ଅସୁସ୍ଥ ଲୋକଙ୍କ ଠାରୁ ନବଜାତକକୁ ଦୂରେଇ ରଖନ୍ତୁ ।

୨- ୩ରୁ ୬ମାସ ଯାଏ ଶିଶୁର ହାବଭାବରେ ପରିବର୍ତ୍ତନ ଆସେ । ଏଣୁ ଏ ସମୟରେ ଶିଶୁକୁ ସୁନ୍ଦର ସୁନ୍ଦର ଜିନିଷ ଦେଖାନ୍ତୁ । ବିଭିନ୍ନ ଶବ୍ଦ ଓ ଭାବଭଙ୍ଗିରେ ଶିଶୁ ସହ କଥାବାର୍ତ୍ତା ହୁଅନ୍ତୁ ।

୩-ଶିଶୁ ୬ମାସର ହେଲେ ତାକୁ କୋଳରେ ସିଧା ବସାନ୍ତୁ । ୬ ମାସ ପରେ ଶିଶୁକୁ ନରମ ଶସ୍ୟ ଜାତୀୟ ଖାଦ୍ୟ ଯେମିତିକି ଡାଲି , ପନିପରିବା ଓ ଫଳ ଆଦି ଚକଟି ଖୁଆନ୍ତୁ । ଦିନରେ ଶିଶୁକୁ ୪ରୁ ୫ଥର ଖାଇବାକୁ ଦିଅନ୍ତୁ । ଏହାସହ କ୍ଷୀର ମଧ୍ୟ ଦିଅନ୍ତୁ ।

୪- ଶିଶୁକୁ ବିଭିନ୍ନ ଜିନିଷ ଓ ଲୋକ ମାନଙ୍କର ନାଁ କୁହନ୍ତୁ । ସାଧାରଣତଃ ଶିଶୁ ଦେଢ଼ ବର୍ଷ ବେଳକୁ ନିଜର ଇଚ୍ଛାକୁ ପ୍ରକାଶ କରିଥାଏ । ନିଜେ ଚାଲିବାକୁ ଚେଷ୍ଟା କରିଥାଏ । ଏଣୁ ଏ ସବୁ କାମରେ ତାଙ୍କୁ ସହଯୋଗ କରନ୍ତୁ । ବିଭିନ୍ନ କଥା କହି ଶୁଣାନ୍ତୁ ଓ ହାତ ଧରି ଚଲାନ୍ତୁ ।

୫- ଶିଶୁକୁ ଏହି ସମୟରେ ଘରେ ପ୍ରସ୍ତୁତ କରିଥିବା ଖାଦ୍ୟକୁ ଖାଇବାକୁ ଦିଅନ୍ତୁ । ତାର ମାନସିକ ଓ ଶାରୀରିକ ବୃଦ୍ଧି ପାଇଁ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇପାରନ୍ତି ।

ଆହୁରି ପଢ଼ନ୍ତୁ

ନବଜାତ ଶିଶୁଙ୍କୁ କାହିଁକି ହୋଇଥାଏ ଜଣ୍ଡିସ୍‌ ?

ମାସର ସେହି ଦିନର ଯନ୍ତ୍ରଣା ଓ ଘରୋଇ ଉପଚାର…

ଜାଣନ୍ତି, ଗର୍ଭାବସ୍ଥାରେ କାହିଁକି ତୁଳସୀ ଖାଆନ୍ତି ?

ବିନା ଅସ୍ତ୍ରୋପଚାରରେ ପ୍ରସବ ଚାହୁଁଛନ୍ତି ? ଜାଣନ୍ତୁ ଏଇ ୫ଟି ଟିପ୍ସ

ଆଖି ତଳେ କଳା ଦାଗ ରହିଛି କି? ଘରୋଇ ଉପାୟରେ ଦାଗ ଦୂର କରନ୍ତୁ

୩୦ ବର୍ଷ ପରେ ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତି ମାଡ଼ିଆସେ ବିପଦ

ଶିଶୁଙ୍କ ମାଲିସ୍‌ ପାଇଁ ସବୁଠାରୁ ଭଲ ଏହି ତେଲ

ସ୍ତନ କର୍କଟ କାହିଁକି ହୁଏ ? ଜାଣନ୍ତୁ ଏହାର କାରଣ ଓ ଲକ୍ଷଣ

ଗର୍ଭଧାରଣ ହେଉ ନ ଥିବାରୁ ଚିନ୍ତିତ କି ? ଜାଣନ୍ତୁ ୫ଟି କାରଣ

ଶିଶୁଙ୍କୁ ମହୁ ଖାଇବାକୁ ଦେଉଛନ୍ତି କି ? ତା’ହେଲେ ସାବଧାନ ହୋଇଯାଆନ୍ତୁ…

ସୁନ୍ଦର ତ୍ୱଚା ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଘରୋଇ ଉପାୟ

ଗର୍ଭବତୀ ମହିଳାଙ୍କ ପାଇଁ ଲାଭଦାୟୀ ଏହି ଆସନ

You might also like