ସାବଧାନ ! ଏସବୁ ଲକ୍ଷଣ ଥିଲେ ହୋଇପାରେ ବ୍ରେନ୍‌ ଟ୍ୟୁମର୍‌

ଭୁବନେଶ୍ୱର: ରୋଗ ଯେତେ ବଡ଼ ହେଉ ନା କାହିଁକି, ଠିକ ସମୟରେ ଠିକ୍‌ ଚିକିତ୍ସା କଲେ ଉପଶମ ମିଳିବାର ସମ୍ଭାବନା ରହିଛି। ତେଣୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଠିକ୍‌ ସମୟରେ ରୋଗକୁ ଚିହ୍ନିବା। ରୋଗକୁ ଚିହ୍ନିବାକୁ ହେଲେ ଏହାର ଲକ୍ଷଣକୁ ପ୍ରଥମେ ଚିହ୍ନିବାକୁ  ପଡ଼ିବ।

ବିଭିନ୍ନ ରୋଗ ଭଳି ବ୍ରେନ୍‌ ଟ୍ୟୁମର୍‌ ହେଲେ ମଧ୍ୟ ଶରୀରରେ କିଛି ଲକ୍ଷଣ ଦେଖାଯାଏ। ଏହି ଲକ୍ଷଣଗୁଡ଼ିକ ସମ୍ପର୍କରେ ଲୋକେ ଅବଗତ ରହିଲେ ଏହି ରୋଗକୁ ବେଶ୍ ଆଗୁଆ ଚିହ୍ନଟ କରାଯାଇପାରିବ ଓ ଠିକ୍‌ ସମୟରେ ଚିକିତ୍ସା ମଧ୍ୟ କରାଯାଇପାରିବ। ତା’ହେଲେ ଆସନ୍ତୁ ଏହି ରୋଗର କିଛି ଲକ୍ଷଣ ବିଷୟରେ ଜାଣିନେବା।

୧. କୌଣସି କାର୍ଯ୍ୟ କରୁଥିବା ସମୟରେ କିମ୍ୱା ସକାଳୁ ଶୋଇ ଉଠିବା ପରେ ମୁଣ୍ଡରେ ଯନ୍ତ୍ରଣା ହେବା। ବ୍ରେନ୍‌ ଟ୍ୟୁମର ହୋଇଥିଲେ ଏପରି ସ୍ଥିତିରେ ରୋଗୀଙ୍କ ମୁଣ୍ଡରେ ଅସହ୍ୟ ଯନ୍ତ୍ରଣା ହୋଇଥାଏ।

୨. ଶିରା ପ୍ରଶିରାରେ ଯନ୍ତ୍ରଣା ଅନୁଭୂତ ହେବା ଓ ବାତ ମାରିବା।

୩. ଅନେକ ସମୟରେ ଚେତାଶୂନ୍ୟ ହୋଇଯିବ।

୪. ଶରୀରର ଅଙ୍ଗ ଉପରେ ନିୟନ୍ତ୍ରଣ ନ ରହିବା।

You might also like