ଘର ତିଆରି ମାସ୍କକୁ ସଫା କରିବେ କିପରି?

ଭୁବନେଶ୍ୱର: ମହାମାରୀ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଲୋକେ ଘରେ ତିଆରି ମାସ୍କକୁ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିବା ଅନୁଯାୟୀ, ମାସ୍କକୁ ନିୟମିତ ପରିଷ୍କାର କରିବା ଦ୍ୱାରା ଏହା ପ୍ରଭାବଶାଳୀ ହୋଇଥାଏ। ମାସ୍କକୁ ସଫା ରଖିବା ଦ୍ୱାରା ଆପଣମାନେ ଭାଇରସଠୁ ରକ୍ଷା ପାଇପାରିବେ।

ସେଥିପାଇଁ ଘରେ ତିଆରି ମାସ୍କକୁ ପ୍ରତିଦିନ ସଫା କରିବା ଅତ୍ୟନ୍ତ ଜରୁରୀ। ଡିସପୋଜେବଲ୍ ସର୍ଜିକାଲ୍ ମାସ୍କ ଧୋଇବା ସମ୍ଭବ ନୁହେଁ । କାରଣ ଏହାକୁ ଥରେ ବ୍ୟବହାର କରିବା ପରେ ଫୋପାଡ଼ିବାକୁ ପଡିଥାଏ। କିନ୍ତୁ ଘରେ ତିଆରି କିମ୍ବା ସୂତା କପଡ଼ାରେ ତିଆରି ମାସ୍କଗୁଡିକ ସଫା କରାଯାଇ ପୁନର୍ବାର ବ୍ୟବହାର କରାଯାଇପାରିବ। ତେବେ ଆସନ୍ତୁ ଜାଣିବା ଘରେ ତିଆରି ମାସ୍କକୁ ସଫା କରିବେ।

  • ମାସ୍କକୁ ପ୍ରଥମେ ଉଷୁମ ପାଣିରେ ଓଦା କରନ୍ତୁ ଏବଂ ତା’ପରେ ସାବୁନରେ ସଫା କରନ୍ତୁ। ପରେ ଏହାକୁ ଉଷୁମ ପାଣିରେ ଧୋଇବା ପରେ ଅତି କମରେ ୫ ଘଣ୍ଟା ପର୍ଯ୍ୟନ୍ତ ଖରାରେ ଶୁଖାନ୍ତୁ।
  • ଯଦି ଆପଣ ମାସ୍କକୁ ଖରାରେ ଶୁଖାଇ ପାରିବେ ନାହିଁ, ତେବେ ଏକ ପ୍ରେସର କୁକରକୁ ନେଇ ସେଥିରେ ପାଣି ରଖନ୍ତୁ। ପରେ ମାସ୍କକୁ ପକାଇ ପ୍ରେସରକୁ ୧୦ମିନିଟ୍‌ ପର୍ଯ୍ୟନ୍ତ ଗ୍ୟାସରେ ଗରମ କରନ୍ତୁ। ଏହାପରେ ମାସ୍କକୁ ସଫା ପାଣିରେ ଭଲଭାବେ ଧୋଇ ଖରାରେ ଶୁଖାଇ ଦିଅନ୍ତୁ। ପାଣିରେ ଲୁଣ ମଧ୍ୟ ମିଶାନ୍ତୁ। ଯଦି ପ୍ରେସର କୁକର ନାହିଁ, ତେବେ ମାସ୍କକୁ ଗରମ ପାଣିରେ ୧୫ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ।
  • ଆପଣଙ୍କ ପାଖରେ ଯଦି ପ୍ରେସରକୁକର କି ଗରମ ପାଣିରେ ମାସ୍କକୁ ଫୁଟାଇବାର ସୁବିଧା ନାହିଁ, ତେବେ ମାସ୍କକୁ କେବଳ ସାବୁନ ଏବଂ ପାଣିରେ ଧୋଇ ଦିଅନ୍ତୁ। ଏହାପରେ ଘରେ ଥିବା ଆଇରନ୍‌ ସାହାଯ୍ୟରେ ମାସ୍କକୁ ୫ମିନିଟ୍‌ ପ୍ରେସ୍‌ କରନ୍ତୁ।

ଆହୁରି ପଢ଼ନ୍ତୁ

You might also like