• translate
Abinash Pati

ଭୁବନେଶ୍ୱର: ଗର୍ଭାବସ୍ଥାରେ ମହିଳାମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେମିତିକି ଥଣ୍ଡା, କାଶ, ଜ୍ୱର ଓ ସଂକ୍ରମଣ ହେବାର ଭୟ ରହିଥାଏ। ଏଭଳି ପରିସ୍ଥିତିରେ କିପରି ନିଜକୁ ସୁସ୍ଥ ରଖିବେ? ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର।

ସାଧାରଣତଃ ମହିଳାମାନେ ଗର୍ଭାବସ୍ଥାରେ ନିଜକୁ ଥକାପଣ ଅନୁଭବ କରିଥାନ୍ତି। ଏଭଳି ଅବସ୍ଥାରେ ଶରୀରର ଗଠନରେ କିଛି ପରିବର୍ତ୍ତନ ଦେଖାଯାଇଥାଏ। ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତିର ପରିମାଣ  କମି ଯାଇଥାଏ। ଏହି ସମୟରେ ସଂକ୍ରମଣ ହେବାର ବହୁତ ଆଶଙ୍କା ଥାଏ। ଜଳବାୟୁ ପରିବର୍ତ୍ତନ ହେଲେ ଗର୍ଭାବସ୍ଥାରେ ଥିବା ମହିଳାମାନଙ୍କୁ ଶୀଘ୍ର ଥଣ୍ଡା, କାଶ ଓ ଜ୍ୱର ମଧ୍ୟ ହେବାର ସମ୍ଭାବନା ରହିଥାଏ। ସେହି ସମୟରେ ମହିଳାମାନଙ୍କର ଚିନ୍ତା ବଢ଼ିଯାଏ। କାରଣ ଗର୍ଭାବସ୍ଥାରେ ମହିଳାମାନେ ସାଧାରଣତଃ ଔଷଧ ଖାଇବାକୁ ମନା ହୋଇଥାଏ। ତେବେ ଡ଼ାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଇପାରିବେ।

Image result for pregnant lady cough

ଏବେ ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର

  • ଗର୍ଭାବସ୍ଥାରେ ଥଣ୍ଡା, ଜ୍ୱର କିମ୍ବା କାଶ ହେଲେ ଉଷୁମ ପାଣି ପିଅନ୍ତୁ। ଏଥିସହିତ ଗରମ ପାଣିରେ କୁଳି କରନ୍ତୁ।
  • ଅଦା ମିଶା ଚା' ପିଇବା ଦ୍ୱାରା ମଧ୍ୟ ଆପଣଙ୍କୁ ଥଣ୍ଡାରୁ ଉପଶମ ମିଳିଥାଏ। ଆଣପ ଚାହିଁଲେ ଗରମ ସୁପ୍ ବି ପିଇ ପାରିବେ
  • ନାକ ବନ୍ଦ ହୋଇଯାଉଥିଲେ,ଏକ ପାତ୍ରରେ କିଛି ଗରମ ପାଣି ନେଇ ମୁହଁକୁ ଏକ ସ୍ୱଚ୍ଛ କପଡ଼ାରେ ଘୋଡ଼ାଇ ପାତ୍ରଠାରୁ ସାମାନ୍ୟ ଦୂରତା ସହ ଗରମ ପାଣିର ବାମ୍ଫ ନିଅନ୍ତୁ। ଦେଖିବେ କିଛି ସମୟପରେ ଆପଣଙ୍କ ବନ୍ଦ ନାକ ଫିଟିଯିବ। ନିଶ୍ୱାସପ୍ରଶ୍ୱାରେ ନେବାରେ କୌଣସି ସସମ୍ୟା ହେବ ନାହିଁ। ଏହାକୁ ଦିନକୁ ୨ରୁ ୩ଥର କରିପାରିବେ।
  • ଗର୍ଭାବସ୍ଥାରେ ମହିଳାମାନଙ୍କୁ ଥଣ୍ଡା ଜ୍ୱର ହେଲେ ନିଜ ଶରୀରକୁ କିଛି ଗରମ କପଡ଼ା ଦ୍ୱାରା ଘୋଡ଼ାଇ ରଖନ୍ତୁ। ଏହିସମୟରେ ଶୀରରରେ ଆବଶ୍ୟକ ପରିମାଣରେ ଉଷ୍ମତା ରଖିବାକୁ ଚେଷ୍ଟା କରନ୍ତୁ।
  • ନିଜର ଶରୀରକୁ ସୁସ୍ଥ ରଖିବାପାଇଁ ସୁସ୍ଥ ଖାଦ୍ୟ ଓ ପାନୀୟ ଜଳର ଆବଶ୍ୟକ ରହିଛି। ବେଶି ତେଲ ମଶଲା ଯୁକ୍ତ ଖାଦ୍ୟ ଖାଇବା ଅନୁଚିତ୍। ସନ୍ତୁଳିତ ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ଶରୀର ସୁସ୍ଥ ରହିଥାଏ।

 

ତେବେ ଏସବୁ ପରେ ବି ଗର୍ଭାବସ୍ଥାରେ କୌଣସି ଚିକିତ୍ସା ଆପଣାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Image result for pregnant lady cough

 

 

Other Stories