ଆଧୁନିକ ଯୁଗରେ ସ୍ତ୍ରୀଲୋକମାନଙ୍କ ପାଇଁ ସ୍ତନ କର୍କଟ ଏକ ସାଧାରଣ ରୋଗ । ତେବେ ଏଥିପାଇଁ  ଭୟ କରିବାର କିଛି ନାହିଁ। କାରଣ ପ୍ରାଥମିକ ସ୍ତରରେ ଏହା ଜଣାପଡ଼ିଗଲେ ଜଣେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିପାରିବ।

କାହିଁକି ହୁଏ ସ୍ତନ୍ୟ କର୍କଟ ?

ସ୍ତନ କର୍କଟ କାହିଁକି ହୁଏ ? ଏ ନେଇ ପୂର୍ଣ୍ଣାଙ୍ଗ  ଏବଂ ସଠିକ୍‌ ତଥ୍ୟ ଆଜିଯାଏ ମିଳି ପାରିନାହିଁ । ତଥାପି ବିଶେଷଜ୍ଞମାନେ ନିର୍ଦ୍ଦିଷ୍ଟ କେତେକ କାରଣ ଯୋଗୁ ସ୍ତନ୍ୟ କର୍କଟ ହେବାର ଆଶଙ୍କା ଥାଇପାରେ ବୋଲି କହିଛନ୍ତି। ଆସନ୍ତୁ ଜାଣିବା ସେସବୁ କାରଣ ସମ୍ପର୍କରେ-

୧-ଯେଉଁ ମହିଳାଙ୍କ ପୂର୍ବଜ ଯଥା ମାଆ, ଜେଜେମା’ ଭଉଣୀ ସ୍ତନ କର୍କଟରେ ଆକ୍ରାନ୍ତ ଥାଆନ୍ତି, ସେମାନଙ୍କ ପାଖରେ ଏହି ରୋଗ ଦେଖାଦେବାର ଆଶଙ୍କା ଅଧିକ ଥାଏ

୨-ଗୋଟିଏ ସ୍ତନରେ କର୍କଟ ହୋଇଥିଲେ ଅନ୍ୟଟି ଆକ୍ରାନ୍ତ ହେବାର ଆଶଙ୍କା ଥାଏ

୩-ସନ୍ତାନ ଜନ୍ମରେ ବିଳମ୍ବ ହେଲେ

୪-ନିଃସନ୍ତାନ ମହିଳାଙ୍କ କ୍ଷେତ୍ରରେ ସ୍ତନକର୍କଟ ହେବାର ଆଶଙ୍କା ଥାଏ

୫-ଯେଉଁମାନଙ୍କର ମାସିକ ଋତୁସ୍ରାବ କମ୍‌ ବୟସରୁ ଆରମ୍ଭ ହୋଇଥାଏ

୭-ବିଳମ୍ବରେ ଋତୁସ୍ରାବ ବନ୍ଦ ହେଲେ

୮-ଅତ୍ୟଧିକ ମୋଟା ମହିଳାମାନଙ୍କ କ୍ଷେତ୍ରରେ ଋତୁସ୍ରାବ ବନ୍ଦ ହେବା ପରେ ସ୍ତନ୍ୟକର୍କଟ ହେବାର ଆଶଙ୍କା ମଧ୍ୟ ଥାଏ।

ତେବେ ଯେଉଁ ମହିଳାମାନେ ସନ୍ତାନକୁ ପ୍ରାୟ ୧ ବର୍ଷ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇଥାନ୍ତି, ସେମାନେ ଏ ପ୍ରକାର ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ବହୁତ୍‌ କମ୍‌ଥାଏ।

ସ୍ତନ କର୍କଟର ଲକ୍ଷଣ-

  • ଯଦି ସ୍ତନରେ କିଛି ଫଳି ଯାଇଛି
  • ସ୍ତନର ରଙ୍ଗ ଯଦି କମଳା ରଙ୍ଗ ହୋଇଯାଏ
  • ସ୍ତନରୁ ରକ୍ତ ବାହାରିବା
  • କାଖରେ ଗଣ୍ଠି ଦେଖାଗଲେ

ସ୍ତନ କର୍କଟର ବିଭିନ୍ନ ସ୍ତର….

ଡାକ୍ତରଙ୍କ କହିବା ଅନୁଯାୟୀ, ସ୍ତନ କର୍କଟର ୪ଟି ସ୍ତର ରହିଛି। ପ୍ରଥମ ଦୁଇଟି ସ୍ତରରେ ଟ୍ୟୁମରକୁ ଜାଣିବାକୁ ହୁଏ। ତୃତୀୟ ସ୍ତରରେ ଯଦି ସ୍ତନ କିମ୍ବା କାଖରେ କେଉଁଠି ଟ୍ୟୁମର ଥାଏ, ତା’ହେଲେ ସେଇଟା ଦେଖିବାକୁ ହୁଏ। ଚତୁର୍ଥରେ ଯଦି ହାର୍ଟ, ଲିଭର୍‌, ବ୍ରେନ୍‌କୁ କ୍ୟାନ୍ସରର କିଛି ପ୍ରଭାବ ପଡ଼ିଥାଏ, ତା’ହେଲେ ତାକୁ ଚିକିତ୍ସା କରାଯାଏ।

ଲୋକଙ୍କ ମନରେ ଗୋଟେ ଭ୍ରାନ୍ତ ଧାରଣା ରହିଛି ଯେ, ଭାଇରସ୍‌ ଦ୍ୱାରା ସ୍ତନ କର୍କଟ ହୋଇଥାଏ। ତେବେ ଏହା ପୂରା ଭୁଲ୍‌।

 

Other Stories