ଭୁବନେଶ୍ୱର: ମାତୃତ୍ୱ ଲାଭ ନାରୀ ଜୀବନର ଏକ ମହାର୍ଘ ଅନୁଭବ। ହେଲେ ଅନେକ ସମୟରେ ଆମେ ଏହାର ବ୍ୟତିକ୍ରମ ଦେଖୁଛେ। ନିର୍ଦ୍ଧାରିତ ସମୟରେ ମହିଳାମାନେ ମାତୃତ୍ୱ ଲାଭରୁ ବଞ୍ଚିତ ହେଉଛନ୍ତି। ଏପରି ବ୍ୟତିକ୍ରମର ତ ଅନେକ କାରଣ ଥାଇପାରେ। ତେବେ ଅନେକ କାରଣ ଆମ ହାତ ପାଆନ୍ତାରେ ରହିଛି, ଯେଉଁ ଦିଗ ପ୍ରତି ଆମେ ସଚେତନ ହେଲେ ଏହି ସମସ୍ୟାକୁ ଦୂରେଇ ଦେଇ ପାରିବା। ଆସନ୍ତୁ ଜାଣିବା କ’ଣ ସେହିସବୁ କାରଣ...

୧-ପ୍ଲାଷ୍ଟିକ ବିଷ ଆମ ଜୀବନର ସହଚର ପାଲଟି ଯାଇଛି। ତେବେ ଜାଣନ୍ତି, ପ୍ଲାଷ୍ଟିକ ବ୍ୟବହାର ଅନେକ ସମୟରେ ଗର୍ଭ ଧାରଣରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ ! ଆମେ ପ୍ଲାଷ୍ଟିକ ଟିଫିନ, ପ୍ଲାଷ୍ଟିକ୍‌ ପ୍ଲେଟ ଇତ୍ୟାଦିରେ ଖାଦ୍ୟ ଖାଉଛେ। ପ୍ଲାଷ୍ଟିକ ବୋତଲରେ ପାଣିପିଉଛେ। ହେଲେ ଏହି ପ୍ଲାଷ୍ଟିକ ତିଆରି ପାଇଁ ଯେଉଁ ରାସାୟନିକ ଜିନିଷ ବ୍ୟବହାର କରାଯାଉଛି ତାହା ଖାଲି ଗର୍ଭଧାରଣରେ ପ୍ରତିବନ୍ଧକ ସୃଷ୍ଟି କରେନି, ଗର୍ଭସ୍ଥ ସନ୍ତାନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିପାରେ।

 

୨-ଗର୍ଭ ଧାରଣରେ ଅନ୍ୟ ଏକ ପ୍ରତିବନ୍ଧକ ହେଉଛି ସୁଷମ ଖାଦ୍ୟର ଅଭାବ। ପୁଷ୍ଟିକର ଖାଦ୍ୟ ଅପେକ୍ଷା ଷ୍ଟ୍ରିଟ୍‌ ଫୁଡର ଚାହିଦା ଆଜିକାଲି ବେଶି। ପାଠ, ଚାକିରୀକୁ ନେଇ ଆମର ବ୍ୟସ୍ତ ବହୁଳ ଜୀବନରେ ରୋଷେଇ କରିବା ପାଇଁ ସମୟ କମ୍‌। ଭୋକ ଦୂର ପାଇଁ ହାତ ପାଆନ୍ତାରେ ରହିଛି ଷ୍ଟ୍ରିଟ୍‌ ଫୁଡ୍, ଫାଷ୍ଟ୍‌ ଫୁଡ୍‌। ଏସବୁ ଖାଇବା ଦ୍ୱାରା ଆମେ ଭୋକ ଦୂର ହୁଏ ସିନା, ଶରୀରକୁ ଆବଶ୍ୟକ ପୋଷକ ମିଳେ ନାହିଁ ଯାହାକି ମହିଳାଙ୍କ ଗର୍ଭ ଧାରଣରେ ଅନେକ ସମୟରେ ପ୍ରତିବନ୍ଧକ ସାଜିଥାଏ।

୩-ନିୟମିତ ବ୍ୟାୟାମ କରିବା ଶରୀର ପାଇଁ ଭଲ। ହେଲେ ଆବଶ୍ୟକତାଠାରୁ ଅଧିକ ବ୍ୟାୟାମ ମଧ୍ୟ ବେଳେବେଳେ ଗର୍ଭଧାରଣ ନ ହେବାର କାରଣ ସାଜିଥାଏ।

୪-ପ୍ରେଗ୍‌ନାଣ୍ଟ ହୋଇ ନା ପାରିବାର ଅନ୍ୟଏକ କାରଣ ପ୍ରଦୂଷଣ । ଦୀର୍ଘଦିନ ପ୍ରଦୂଷଣ ଯୁକ୍ତ ପରିବେଶରେ ରହିବା ଦ୍ୱାରା  ଗର୍ଭଧାରଣ ଉପରେ ପ୍ରଭାବ ପକାଇଥାଏ।

୫-ମହିଳାଙ୍କର ଅତ୍ୟଧିକ ଓଜନ କିମ୍ବା କମ୍‌ ଓଜନ ମଧ୍ୟ ଗର୍ଭଧାରଣ ନ କରିବାର ଏକ କାରଣ ହୋଇପାରେ ।

୬- ନିଶା ସେବନ କରିବା, କମ୍‌ ଶୋଇବା, ଅତ୍ୟଧିକ ଟାଇଟ୍ ଡ୍ରେସ୍‌ ପିନ୍ଧିବା ମଧ୍ୟ ଅନେକ ସମୟରେ ଗର୍ଭ ଧାରଣ ନ ହେବାର କାରଣ ହୋଇଥାଏ।

ତେଣୁ ମହିଳାମାନେ ଏସବୁ ଦିଗ ପ୍ରତି ସଚେତନ ରହବା ନିହାତି ଜରୁରୀ।

Other Stories