କାଜୁ ଖାଆନ୍ତୁ, ମିଳିବ ଏହିସବୁ ରୋଗରୁ ଉପଶମ

ଭୁବନେଶ୍ୱର: ଡ୍ରାଏ ଫୁଡ୍‌ ବିଷୟରେ ଆଲୋଚନା କଲେ ପ୍ରଥମେ ମନକୁ ଆସିଥାଏ କାଜୁ । ସାଧାରଣତଃ କାଜୁକୁ ଆମେ ମିଠା, ଖୀରି ଏବଂ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟରେ ବ୍ୟବହାର କରିଥାଉ । କାଜୁ ଏମିତି ଏକ ଜିନିଷ, ଯେ କୌଣସି ଖାଦ୍ୟରେ ମିଶାଇଲେ ତା’ର ସ୍ୱାଦ ବଢ଼ି ଯାଇଥାଏ।  ଏତିକି ନୁହେଁ,  ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବହୁତ ଉପକାରୀ କାଜୁ । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ…

NBT

-ଗର୍ଭାବସ୍ଥାରେ ସାଧାରଣତଃ ରକ୍ତହୀନତା ଦେଖାଯାଇଥାଏ। ଏହି ସମୟରେ କାଜୁ ଖାଇଲେ ରକ୍ତହୀନତା ସମସ୍ୟାରୁ ମୁକ୍ତି ମିଳିଥାଏ।କାଜୁରେ ପର୍ଯ୍ୟାପ୍ତ ପରିମାଣର ଆଇରନ୍‌ର ଗୁଣ ରହିଥାଏ ଯାହା  ଶରୀରାରେ ରକ୍ତକୁ ତିଆରି କରିବାରେ ସାହାଯ୍ୟ କରିଥାଏ।

-ଯଦି ଆପଣଙ୍କର କେଶ ସମ୍ବନ୍ଧୀୟ କୌଣସି ସମସ୍ୟା ସୃଷ୍ଟି ହେଉଥାଏ,ତେବେ କାଜୁ ଖାଇବା ଆପଣଙ୍କ ପାଇଁ ଲାଭଦାୟକ ହେବ। କାରଣ କାଜୁରେ ମ୍ୟାଗ୍ନେସିୟମ୍‌, ଆଇରନ୍‌, ଫସଫରସ୍‌ ଏବଂ ଜିଙ୍କ ପରି ପୁଷ୍ଟିକର ଉପାଦାନଗୁଡିକ ରହିଛି। ଯାହା କେଶ ପାଇଁ ମଧ୍ୟ ଆବଶ୍ୟକ ହୋଇଥାଏ। କାଜୁ ଖାଇବା ଦ୍ୱାରା ଆପଣଙ୍କ କେଶ ମଜବୁତ୍‌ ହେବାସହ ଘନ ହୋଇଥାଏ। NBT

-ଶରୀରରେ ଓଜନକୁ ହ୍ରାସ୍‌ କରିବା ପାଇଁ କାଜୁ ଲାଭଦାୟକ ହୋଇଥାଏ। କାରଣ ଏଥିରେ ଫାଇବରର ଗୁଣ ରହିଥାଏ। ଫାଇବର ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କୁ ବେଶି ଭୋକ ଲାଗିନଥାଏ । ଏହାଦ୍ୱାରା ଆପଣ କମ୍‌ ଖାଦ୍ୟ ଖାଇବେ, ଯାହାଫଳରେ ଶରୀରରୁ ଓଜନ ହ୍ରାସ୍‌ ପାଇବ ।NBT

-ଜଙ୍କ ଫୁଡ୍‌ ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ହେଲେ ଏହାଦ୍ୱାରା ଦାନ୍ତଜନିତ ସମସ୍ୟା ଦେଖାଯାଇଥାଏ। ଦାନ୍ତକୁ ସୁସ୍ଥ ରଖିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ହେଉଛି କ୍ୟାଲସିୟମ୍‌, ଯାହା କାଜୁରେ ରହିଥାଏ। ଆପଣ ଯଦି ପ୍ରତିଦିନ କାଜୁ ଖାଆନ୍ତି, ତେବେ ଏହା ଦାନ୍ତକୁ ପର୍ଯ୍ୟାପ୍ତ ପରିମାଣର କ୍ୟାଲସିୟମ ଯୋଗାଇବା ସହ ଦାନ୍ତକୁ ବିଭିନ୍ନ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ।NBT

– ଦୃଦରୋଗରୁ ରକ୍ଷା ପାଇବା ପାଇଁ କାଜୁ ଖାଇବା ନିତ୍ୟାନ୍ତ ଜରୁରୀ ଅଟେ। କାରଣ ଏହା ଶରୀରରେ ବ୍ଲଡ୍‌ପ୍ରେସରକୁ ହ୍ରାସ କରିବାରେ ସହାୟକ ହୋଇଥାଏ। କାଜୁକୁ ଆପଣ ସକାଳ ଜଳଖିଆ ପରେ କିମ୍ୱା ରାତିରେ ଶୋଇବା ପୂର୍ବରୁ ଖାଇପାରିବେ।NBT

-ଆପଣମାନେ ପ୍ରାୟତଃ ଶୁଣିଥିବେ ଯେ କାଜୁ ଖାଇବା ଦ୍ୱାରା  ମସ୍ତିଷ୍କ ସକ୍ରିୟ ହୋଇଥାଏ। କାରଣ ଏଥିରେ ଥିବା ମ୍ୟାଗ୍ନେସିୟମର ପରିମାଣ ମସ୍ତିଷ୍କରେ ରକ୍ତ ପ୍ରବାହକୁ ସଠିକ୍‌ ଭାବେ କରିଥାଏ,ଯାହା ମସ୍ତିଷ୍କକୁ ସକ୍ରିୟ କରିବାରେ ସାହାଯ୍ୟ କରିଥାଏ।

-ଡାଇଭେଟିସ୍‌ ରୋଗୀଙ୍କ ପାଇଁ କାଜୁ ଲାଭଦାୟକ ହୋଇଥାଏ। କାରଣ ଏଥିରେ ପୁଷ୍ଟିକର ଉପାଦାନ ଥାଏ ଯାହା ଡାଇବେଟିସ୍‌ ରୋଗୀଙ୍କ ପାଇଁ ଆବଶ୍ୟକ। ରକ୍ତରେ ଥିବା ସୁଗାର ସ୍ତରକୁ ସନ୍ତୁଳନ କରିବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରିଥାଏ। NBT

-ଯଦି ଆପଣଙ୍କ ଘରେ ବୃଦ୍ଧ ବ୍ୟକ୍ତି ଅଛନ୍ତି, ତେବେ କାଜୁ ଖାଇବା ସେମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। କାରଣ ଏଥିରେ ହାଡକୁ ମଜବୁତ କରିବା ପାଇଁ ଆବଶ୍ୟକ ପୋଷକ ତତ୍ତ୍ୱ ରହିଥାଏ। କାଜୁରେ ପର୍ଯ୍ୟାପ୍ତ ପରିମାଣର ମ୍ୟାଗ୍ନେସିୟମ୍ ଏବଂ କ୍ୟାଲସିୟମ୍ ହେତୁ ଏହା ହାଡକୁ ସୁସ୍ଥ ରଖିବା ସହିତ ମଜବୁତ୍‌ କରିଥାଏ।

ଆହୁରି ପଢ଼ନ୍ତୁ

ସ୍ୱାଧୀନତା ଦିବସରେ ଘରେ ରହି ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ତ୍ରିରଙ୍ଗା ହାଲୱା’ | Tiranga Halwa Recipe

ଜାଣନ୍ତି, ଅତ୍ୟଧିକ ଲୁଣ ସେବନ ଶରୀର ପାଇଁ କେତେ ମାରାତ୍ମକ ?

ଧଳା କେଶରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଘରୋଇ ଉପାୟ

ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି ? ଘରୋଇ ଉପଚାର ମାଧ୍ୟମରେ ଲିଭାନ୍ତୁ ଦାଗ

ଏକାସଙ୍ଗେ ଭାତ ଓ ରୁଟି ଖାଇବା ଭଲ ନା ଖରାପ ? ଜାଣନ୍ତୁ…

ଏସିଡିଟିରୁ କେମିତି ପାଇବେ ମୁକ୍ତି ? ଜାଣନ୍ତୁ ସହଜ ଉପାୟ

ଆଣ୍ଠୁ ଗଣ୍ଠି ବିନ୍ଧା ହେଉଛି କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ଶିଶୁର ବିକାଶ ପାଇଁ ଗର୍ଭାବସ୍ଥାରେ କରନ୍ତୁ ଏହି ପ୍ରାଣାୟାମ

କରୋନା ସମୟରେ କିପରି ନେବେ ଆଖିର ଯତ୍ନ ? ଜାଣନ୍ତୁ…

୧୫ ମିନିଟର ଏହି ଆସନ ଅନେକ ସମସ୍ୟାରୁ ଦେବ ମୁକ୍ତି

କପାଳଭାତି ପ୍ରାଣାୟମ ଦ୍ୱାରା ଏହିସବୁ ଫାଇଦା ମିଳେ

ଡାଇବେଟିସ୍‌ରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଆସନ

You might also like