ପେଟର ଚର୍ବି କମାଇବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ସହଜ ଉପାୟ , ଟଙ୍କାଟିଏ ବି ଖର୍ଚ୍ଚ ହେବନି

ପେଟ ବଢ଼ିଯାଇଛି କି । ଚିନ୍ତା କରନ୍ତୁନି....ଏହି ଅଭ୍ୟାସ କରନ୍ତୁ

ବଦଳୁଥିବା ଲାଇଫ ଷ୍ଟାଇଲ ଏବଂ ଭୁଲ ଖାଦ୍ୟ ପାନୀୟ କାରଣରୁ ପ୍ରତି ୧୦ ଜଣଙ୍କ ମଧ୍ୟରୁ ୮ ଜଣ ମୋଟାପାର ସମ୍ମୁଖୀନ ହୋଇଥାନ୍ତି । କିଛି ଲୋକଙ୍କ ଚର୍ବି ଅଧିକ ହୋଇ ପେଟ ବଢିଯାଇଥାଏ , ଏହା ଦ୍ୱାରା ତାଙ୍କ ଚେହେରା ବଦଳି ଯାଏ। ଖରାପ ଦେଖାଯାଏ। ଏହା ସହ ସାଙ୍ଗସାଥି ଓ ସହକର୍ମୀମାନେ ଥଟ୍ଟା ପରିହାସ କରନ୍ତି।  ଏବେ ପେଟରୁ ଚର୍ବି କମାଇବାର ସହଜ ଉପାୟଟି କହୁଛୁ । ନା କୌଣସି ଔଷଧ ଖାଇବେ ନା କେଉଁଠି ଯିବାକୁ ପଡିବ । ଘରେ ଥାଇ ଆପଣ ଏହି ସମସ୍ୟାକୁ ଦୂରେଇ ପାରିବେ ।

ଆପଣ ଯଦି ଏହି ସମସ୍ୟାରେ ପଡିଛନ୍ତି ତେବେ ଚିନ୍ତା କରନ୍ତୁନି। ରାତ୍ରି ଭୋଜନ ଟିକେ ହାଲକା କରନ୍ତୁ ଏବଂ ଏହାସହ ଯୋଗ ଓ ଆସନର ଅଭ୍ୟାସ କରନ୍ତୁ। ଖୁବ୍‌ କମ୍‌ ଦିନରେ ଏହି ସମସ୍ୟାରୁ ମୁକ୍ତି ପାଇବେ। ଆସନ୍ତୁ ଜାଣିବା  ପ୍ରତିଦିନ କେଉଁ ଆସନ ଅଭ୍ୟାସ କରିବା–

୧- ବକ୍ରାସନ  –  ଦଣ୍ଡାସନରେ ବସି  ଡାହାଣ ପଟକୁ ବାମ ପାଦ ମୋଡିକରି  ବାମ ଜଙ୍ଘକୁ ପାଖରେ କହୁଣୀ ସହ ସଂଯୋଗ କରି ବାମ ପାଦକୁ ସିଧା ରଖନ୍ତୁ। ବାମ ହାତକୁ ଡାହାଣ ପାଦ ଓ ଉଦର ମଝିରେ ଆଣି ଡାହାଣ ପାଦକୁ ପଞ୍ଝାପାଖରେ ଲଗାଇ ଟେକି ରଖନ୍ତୁ। ଦୁଇ ହାତକୁ କମର  ପଛରେ ଭୂମି  ଉପରେ ସିଧଆ ରଖୁ ବେକକୁ  ବୁଲାଇ  ଡାହାଣ କାନ୍ଧ ଉପରେ  ମୋଡିକରି  ପଛକୁ ଦେଖନ୍ତୁ । ଏହିପରି ବିପରୀତ ଗୋଡ଼ରେ କରନ୍ତୁ।  ଏହାପ୍ରତିଦିନ ୪ରୁ ୬ଥର ଅଭ୍ୟାସ କରନ୍ତୁ।

ଏହା ତଳିପେଟର ଚର୍ବି କମାଇବା ସହ ମଧୁମେହ  ଓ କମର ଯନ୍ତ୍ରଣା ପାଇଁ ଫଳପ୍ରଦ।

୨- ଭୁଜଙ୍ଗାସନ- ଉଦର ବଳରେ ଶୋଇ  ବାମ ହାତକୁ ଛାତିର ତଳେ  ରଖିକରି  ଏହା ଉପରେ  ଡାହାଁଣ  ହାତ ରଖନ୍ତୁ।  ପରେ ଶ୍ୱାସ ଭରନ୍ତୁ। ଧିରେ ଧିରେ ମୁଣ୍ଡ ଓ ଛାତିକୁ  ଉପରକୁ  ଉଠାନ୍ତୁ।  ପଛରୁ ଗୋଇଠି ଓ ପଞ୍ଝା ମିଶାଇ ରଖନ୍ତୁ। କହୁଣିକୁ ସିଧା ରଖି କିଛି ସମୟ ଏମିତି ରୁହନ୍ତୁ। ଧିରେ ପୂର୍ବ ସ୍ଥିତିକୁ ଫେରନ୍ତୁ। ଏହି ପ୍ରକ୍ରିୟାକୁ ୩ରୁ ୫ ଥର ଅଭ୍ୟାସ କରନ୍ତୁ। ସଂପୂର୍ଣ୍ଣ ଶରୀରରେ ଏହାର ପ୍ରଭାବକୁ ଅନୁଭବ କରନ୍ତୁ।

(ସାବଧାନ – ଅଣ୍ଟା ଯନ୍ତ୍ରଣାରେ ଥିବା ବ୍ୟକ୍ତି ଏହା କରିବା ମନା)

୩-ହଳାସନ –

୪-ପାଦହସ୍ତାସନ

ଏହି ଆସନ ଅଭ୍ୟାସ କରିବା ସହ ଖାଦ୍ୟରେ ମଧ୍ୟ ଧ୍ୟାନ ଦିଅନ୍ତୁ –

ମିଠା କମ ଖାଆନ୍ତୁ-

୧-ଦରକାର ଠାରୁ ଅଧିକ ମାତ୍ରାରେ ଚିନି କିମ୍ବା ଅନ୍ୟ ମିଠା ଜାତୀୟ ଜିନିଷ ଖାଇଲେ ଓଜନ ବଢିଥାଏ । ଯେଉଁମାନେ ନିଜ ଶରୀରକୁ ଫିଟ୍‌ ରଖିବାକୁ ଚାହୁଁଛନ୍ତି, ତାଙ୍କୁ ଏହି ଜିନିଷର ସେବନ କମ୍‌ କରିବା ଉଚିତ୍ । ଯେଉଁ ଖାଦ୍ୟରେ କି ସୁଗାରର ମାତ୍ରା ଅଧିକ ଥିବ । କମ୍‌ ମାତ୍ରାରେ ମିଠା ଖାଇବା ଦ୍ୱାରା ଧୀରେ ଧୀରେ  କମ୍ ହୋଇଯିବ ।

ପାଚିଲା ଅମୃତ ଭଣ୍ଡା ଖଆନ୍ତୁ –

୨- ପେଟ ଓ ଅଂଟାକୁ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ପ୍ରତିଦିନ ପାଚିଲା ଅମୃତ ଭଣ୍ଡା ଖାଇବା ନିହାତି ଦରକାର । ଅମୃତଭଣ୍ଡା ଖାଇବା ଦ୍ୱାରା ଅତିରିକ୍ତ ଚର୍ବି କମିଥାଏ ।

୩ – ଚିନ୍ତାରେ ରହିଲେ ମଧ୍ୟ ଶରୀରରେ ଚର୍ବି ବଢିଥାଏ । ଖାଲି ପୃଷ୍ଟିକର ଖାଦ୍ୟ ଖାଇଲେ ଯେ ଶରୀର ସୁସ୍ଥ ରହିବ ତାହା ନୁହେଁ । ଏହା ସହ ମାନସିକ ଶାନ୍ତି ଦରକାର ।

ଆହୁରି ପଢ଼ନ୍ତୁ

ସ୍ୱାଧୀନତା ଦିବସରେ ଘରେ ରହି ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ତ୍ରିରଙ୍ଗା ହାଲୱା’ | Tiranga Halwa Recipe

ଜାଣନ୍ତି, ଅତ୍ୟଧିକ ଲୁଣ ସେବନ ଶରୀର ପାଇଁ କେତେ ମାରାତ୍ମକ ?

ଧଳା କେଶରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଘରୋଇ ଉପାୟ

ଲକ୍‌ଡାଉନ୍‌ ସମୟରେ ଘରେ ପ୍ରସ୍ତୁତ କରନ୍ତୁ ଦହି ଚିଙ୍ଗୁଡ଼ି | Dahi Chingudi Tarkari

ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି ? ଘରୋଇ ଉପଚାର ମାଧ୍ୟମରେ ଲିଭାନ୍ତୁ ଦାଗ

ଏକାସଙ୍ଗେ ଭାତ ଓ ରୁଟି ଖାଇବା ଭଲ ନା ଖରାପ ? ଜାଣନ୍ତୁ…

ଏସିଡିଟିରୁ କେମିତି ପାଇବେ ମୁକ୍ତି ? ଜାଣନ୍ତୁ ସହଜ ଉପାୟ

ଆଣ୍ଠୁ ଗଣ୍ଠି ବିନ୍ଧା ହେଉଛି କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ସୂର୍ଯ୍ୟପରାଗରେ କ’ଣ କରିବା ଉଚିତ୍‌ ? ଜାଣନ୍ତୁ କିଛି ଟିପ୍ସ

ଶିଶୁର ବିକାଶ ପାଇଁ ଗର୍ଭାବସ୍ଥାରେ କରନ୍ତୁ ଏହି ପ୍ରାଣାୟାମ

କରୋନା ସମୟରେ କିପରି ନେବେ ଆଖିର ଯତ୍ନ ? ଜାଣନ୍ତୁ…

୧୫ ମିନିଟର ଏହି ଆସନ ଅନେକ ସମସ୍ୟାରୁ ଦେବ ମୁକ୍ତି

You might also like