ଆନ୍ଦୋଳନ କଲେ ଡିଗ୍ରୀ କଲେଜ୍‌ ଛାତ୍ରଛାତ୍ରୀ,  ଜୁନ୍‌ ୧୭କୁ ଘୁଞ୍ଚିଲା ପରୀକ୍ଷା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଡିଗ୍ରୀ କଲେଜର ଯୁକ୍ତ ତିନି ଚତୁର୍ଥ ସେମିଷ୍ଟାର ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ତାରିଖରେ ହେବନାହିଁ। ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିବାରୁ କଲେଜ୍ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି।

ଫଳରେ ମେ ୪ରେ ଚତୁର୍ଥ ସେମିଷ୍ଟାର ପିଲାମାନଙ୍କର ହେବାକୁ ଥିବା ଥିଓରି ପରୀକ୍ଷା ଜୁନ୍ ୧୭ରେ ହେବ ବୋଲି ସୂଚନା ମିଳିଛି। ସେହିପରି ପ୍ରାକ୍ଟିକାଲ୍ ପରୀକ୍ଷା ମେ ୪ରେ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ ଚତୁର୍ଥ ସେମିଷ୍ଟାରର ପାଠ୍ୟକ୍ରମ ମାତ୍ର ୩୦ ପ୍ରତିଶତ ପଢ଼ା ଯାଇଥିବାରୁ ଏତେ କମ୍‌ ସମୟରେ ପରୀକ୍ଷା ଦେବା ପାଇଁ ସେମାନେ ପ୍ରସ୍ତୁତ ନୁହଁନ୍ତି। ତେଣୁ ପରୀକ୍ଷା ଘୁଞ୍ଚାଇବା ପାଇଁ ଛାତ୍ରଛାତ୍ରୀମାନେ ଆଜି କ୍ୟାମ୍ପସ୍‌ରେ ଆନ୍ଦୋଳନରେ ବସିଥିଲେ।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

You might also like