ମାସର ସେହି ଦିନର ଯନ୍ତ୍ରଣା ଓ ଘରୋଇ ଉପଚାର…

ମହିଳାମାନଙ୍କର ଚିନ୍ତା ସେତେବେଳେ ବଢିଯାଏ, ଯେତେବେଳେ ପରିୟଡସ୍‌ ପାଖେଇ ଆସେ। କାରଣ ମାସର ସେଇ କିଛିଦିନ ପିରିୟଡ୍‌ସର ଯନ୍ତ୍ରଣା ଭୋଗିବାକୁ କିଏ ବା ଚାହେଁ ? ଏହି ଯନ୍ତ୍ରଣାରୁ ମୁକ୍ତି ପାଇଁ ଅନେକ ଔଷଧର ସାହାଯ୍ୟ ନେଇଥାନ୍ତି। କିନ୍ତୁ ସବୁବେଳେ ଡାକ୍ତରୀ ଔଷଧ ସେବନ ସ୍ୱାସ୍ଥ୍ୟପ୍ରତି ହିତକାରକ ନୁହେଁ। ଯଦି କିଛି ଘରୋଇ ଉପଚାର ଏବଂ ବିନା ସାଇଡ୍‌ ଇଫେକ୍ଟରେ ଆମେ ଏହି ଯନ୍ତ୍ରଣାରୁ ମୁକ୍ତି ପାଇପାରିବା ତେବେ ଏହାକୁ ଆପଣେଇବାନି କାହିଁକି ?

ତେବେ ଆସନ୍ତୁ ଜାଣିବା ପିରିୟଡ୍‌ସ ଯନ୍ତ୍ରଣାରୁ ମୁକ୍ତି ପାଇବାର ଘରୋଇ ଉପଚାର।

ପିରିୟଡ୍‌ସ ଯନ୍ତ୍ରଣାର ମୁକ୍ତି ପାଇବାକୁ ଚାହୁଁଥିଲେ, ମେଥିକୁ ଆପଣାନ୍ତୁ। ମେଥି ଦାନାରେ ଅନେକ ପ୍ରକାର ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ୍ ଏବଂ ମିନେରାଲ୍ସ ଭରପୂର ଥାଏ। ସେତିକି ନୁହେଁ, ମେଥିଦାନାରେ କୋଲଷ୍ଟ୍ରଲ ବି ଭରପୂର ଥାଏ। ହୃଦ୍‌ରୋଗ ଜନିତ ଆଶଙ୍କାରୁ ମୁକ୍ତି ଦେଇଥାଏ ମେଥି।

ଆୟୁର୍ବେଦିକ ଡାକ୍ତରଙ୍କ କହିବା ଅନୁଯାୟୀ, ଡାଇଭେଟିସ୍‌ ରୋଗୀଙ୍କ ପାଇଁ ମେଥି ପାଣି ବହୁତ୍‌ ଉପକାରୀ। ଏହି ପାଣି ବ୍ଲଡ ସୁଗରକୁ ନିୟନ୍ତ୍ରଣ କରିଥାଏ ମେଥି। ମେଥି ଦାନା ଇନ୍‌ସୁଲିନ୍‌ ରେଜିଷ୍ଟାନ୍ସକୁ ରୋକିଥାଏ।  ତେବେ କେମିତି ପ୍ରସ୍ତୁତ କରିବ ମେଥି ପାଣି ?

ରାତିରୁ ଗୋଟିଏ ବା ଦୁଇଟି ଚାମଚ୍‌ ମେଥିକୁ ଗୋଟିଏ ଗ୍ଲାସ୍‌ରେ ଭିଜାଇ ରଖନ୍ତୁ। ସକାଳୁ ଏହି ପାଣିକୁ ଛାଣି ମେଥି ଦାନାକୁ ଅଲଗା କରି ଦିଅନ୍ତୁ। ଏହି ପାଣିକୁ ଦୁଇ ଗ୍ଲାସ କରି ସକାଳେ ଓ ସନ୍ଧ୍ୟାରେ ପିଇ ପାରିବେ।

 

 

ମୁଣ୍ଡ ବିନ୍ଧା ରୋଗରୁ ମଧ୍ୟ ମେଥି ମୁକ୍ତି ଦେବ। ଏଥିପାଇଁ ୫୦ ଏମଏଲ ନଡିଆ ତେଲରେ ଗୋଟିଏ ଚାମଚ୍‌ ମେଥି ଗୁଣ୍ଡ କରି ପକାନ୍ତୁ। କିଛି ସମୟ ରଖିବା ପରେ ଏହାକୁ ଛାଣି ରାତିରେ ଶୋଇବା ପୂର୍ବରୁ ମୁଣ୍ଡରେ ଲଗାଇଲେ ମୁଣ୍ଡ ବିନ୍ଧା ଯନ୍ତ୍ରଣାରୁ ଆଶ୍ୱସ୍ତି ମିଳିଥାଏ।

ଏହାବ୍ୟତୀତ ମାସିକ ପିରିୟଡ୍‌ସ ଯନ୍ତ୍ରଣାରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ ମେଥି। ଯେଉଁ ମହିଳା ମାସିକ ଋତୁସ୍ରାବ ବେଳେ ପେଟ ଯନ୍ତ୍ରଣାକୁ ସାମ୍ନା କରୁଥାନ୍ତି ସେମାନଙ୍କ ପାଇଁ ବହୁତ ଦରକାରୀ ଜିନିଷ ମେଥି। ୩ ଗ୍ରାମ ମେଥି ଦାନାର ଗୁଣ୍ଡ ସକାଳେ ଓ ସନ୍ଧ୍ୟାରେ ଅଳ୍ପ ଉଷୁମ ପାଣି କିମ୍ବା କ୍ଷୀର ସହ ମିଶାଇ ପିଅନ୍ତୁ। ଏହି ଯନ୍ତ୍ରାଣରୁ ମୁକ୍ତି ମିଳିବ।

ଆହୁରି ପଢ଼ନ୍ତୁ

You might also like