ଆଖିରୁ ଚଷମା ହଟେଇବାକୁ ଚାହୁଁଛନ୍ତି କି ? ଏହି ଆସନ କରନ୍ତୁ

ଆଖିକାଲି ଅଧିକାଂଶ ଲୋକ ଛୋଟ ଠାରୁ ବୟସ୍କ ସମସ୍ତଙ୍କ ଆଖିରେ ଚଷମା । ଅନେକ ତ ସଉକରେ ଚଷମା ପିନ୍ଧନ୍ତି । କିନ୍ତୁ ଅଧିକାଂଶ ଆଖିର ଦୃଷ୍ଟି ଶକ୍ତି କମି ଯାଇଥିବାରୁ ଚଷମା ବ୍ୟବହାର କରିଥାନ୍ତି । ବର୍ତ୍ତମାନର ଜୀବନଶୈଳୀ ହିଁ ଆଜିର ଯୁବପିଢ଼ିଙ୍କ ପାଇଁ ଘାତକ ସାଜିଛି । ଏହାର ସିଧାସଳଖ ପ୍ରଭାବ ଆଖି ଉପରେ ପଡ଼ୁଛି। ଆଜିକାଲି ଯୁବପିଢ଼ିଙ୍କ ଅଧିକାଂଶ ସମୟ କମ୍ପ୍ୟୁଟର ଓ ସ୍ମାର୍ଟଫୋନ୍‌ ଓ ଲ୍ୟାପଟପ୍‌ ଆଦି ବ୍ୟବହାରରେ କଟୁଛି। ଯାହାଫଳରେ ବହୁତ କମ୍ ବୟସରେ ଯୁବପିଢ଼ି ଚଷମା ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।

ଯଦି ଆପଣ ଖୁବ୍‌ଶୀଘ୍ର ଚଷମା ଛାଡ଼ିବାକୁ  ଓ ଆଖିକୁ ସୁସ୍ଥ ରଖିବା ପାଇଁ ଚାହୁଁଛନ୍ତି , କରନ୍ତୁ ଏହି ଯୋଗାସନ। ଆସନ୍ତୁ ଜାଣିବା କେଉଁ ଆସନ କଲେ ଆଖିରେ ଆଉ ଚଷମା ବ୍ୟବହାର କରିବେ ନାହିଁ।

ସର୍ବାଙ୍ଗାସନ –

ଆଖିର ଦୃଷ୍ଟି ଶକ୍ତି ବଢ଼ାଇବା ପାଇଁ ସର୍ବାଙ୍ଗାସନ ସବୁଠୁ ଉତ୍ତମ ଆସନ । ଚଷମାରୁ ମୁକ୍ତ ପାଇବା ଲାଗି ସର୍ବାଙ୍ଗ ଆସନ କରିବା ଦରକାର।  ଅନ୍ୟ ସବୁ ଆସନ ସହ ଏହାକୁ ବି ନିତି ଅଭ୍ୟାସ କରନ୍ତୁ ।

କେମିତି ଅଭ୍ୟାସ କରିବେ  –

ଏକ ସମତଳ ସ୍ଥାନରେ କୌଣସି ଏକ ଆସନ  ବିଛାଇ ଭୂମିକୁ ପିଠି ଲଗାଇ ଶୁଅନ୍ତୁ। ଦୁଇ ଗୋଡ଼କୁ ସିଧା କରି ଏକା ସାଙ୍ଗରେ ରଖନ୍ତୁ। ହାତକୁ ଭୂମିକୁ ଲଗାଇ ଶରୀର ପାଖରେ ସିଧା କରି ରଖନ୍ତୁ। ଶରୀରକୁ ଢିଲା କରନ୍ତୁ। ଗଭୀର ଶ୍ୱାସ ନେଇ ଗୋଡ଼କୁ ଧିରେ ଧିରେ ଉପରକୁ ସିଧା ଭାବେ ଉଠାନ୍ତୁ। ୯୦ ଡିଗ୍ରୀରେ ଗୋଡ଼ ସିଧା ଭାବେ ରଖିବା ପାଇଁ ପିଠିକୁ ଭାର ଦିଅନ୍ତୁ। ଅଣ୍ଟାକୁ ସପୋର୍ଟ ଦେବା ପାଇଁ ହାତର ସହାୟତା ନେଇ ପାରିବେ। ମାତ୍ର କହୁଣୀକୁ ଭୂମିକୁ ଲଗାଇ ରଖିବାକୁ ପଡ଼ିବ। ଏମିତି ସ୍ଥିତିରେ ଯେତିକି ସମୟ ସମ୍ଭାଳିପାରିବେ ରହନ୍ତୁ। ପରେ ଧିରେ ଧିରେ ନିଶ୍ୱାସ ଛାଡ଼ି ପୂର୍ବ ସ୍ଥିତିକୁ ଫେରନ୍ତୁ।  ଏପରି ଭାବେ ୩ ଥର କରନ୍ତୁ।

ଏମିତି ଭାବେ ପ୍ରତିଦିନ ସକାଳେ ଅବା ସନ୍ଧ୍ୟା ବେଳେ , ପେଟ ହାଲକା କରି ଅଭ୍ୟାସ ଜାରି ରଖନ୍ତୁ । ପୂର୍ଣ୍ଣ ବିଶ୍ୱାସର ସହ ବିଧି ପୂର୍ବକ ଏହି ସର୍ବାଙ୍ଗ ଆସନକୁ ଅଭ୍ୟାସ କଲେ ନିଶ୍ଚୟ ଏହାର ଉପକାର ପାଇପାରିବେ ।

ଆହୁରି ପଢ଼ନ୍ତୁ

ସ୍ୱାଧୀନତା ଦିବସରେ ଘରେ ରହି ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ତ୍ରିରଙ୍ଗା ହାଲୱା’ | Tiranga Halwa Recipe

ଜାଣନ୍ତି, ଅତ୍ୟଧିକ ଲୁଣ ସେବନ ଶରୀର ପାଇଁ କେତେ ମାରାତ୍ମକ ?

ଧଳା କେଶରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଘରୋଇ ଉପାୟ

ଲକ୍‌ଡାଉନ୍‌ ସମୟରେ ଘରେ ପ୍ରସ୍ତୁତ କରନ୍ତୁ ଦହି ଚିଙ୍ଗୁଡ଼ି | Dahi Chingudi Tarkari

ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି ? ଘରୋଇ ଉପଚାର ମାଧ୍ୟମରେ ଲିଭାନ୍ତୁ ଦାଗ

ଏକାସଙ୍ଗେ ଭାତ ଓ ରୁଟି ଖାଇବା ଭଲ ନା ଖରାପ ? ଜାଣନ୍ତୁ…

ଏସିଡିଟିରୁ କେମିତି ପାଇବେ ମୁକ୍ତି ? ଜାଣନ୍ତୁ ସହଜ ଉପାୟ

ଆଣ୍ଠୁ ଗଣ୍ଠି ବିନ୍ଧା ହେଉଛି କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ସୂର୍ଯ୍ୟପରାଗରେ କ’ଣ କରିବା ଉଚିତ୍‌ ? ଜାଣନ୍ତୁ କିଛି ଟିପ୍ସ

ଶିଶୁର ବିକାଶ ପାଇଁ ଗର୍ଭାବସ୍ଥାରେ କରନ୍ତୁ ଏହି ପ୍ରାଣାୟାମ

କରୋନା ସମୟରେ କିପରି ନେବେ ଆଖିର ଯତ୍ନ ? ଜାଣନ୍ତୁ…

୧୫ ମିନିଟର ଏହି ଆସନ ଅନେକ ସମସ୍ୟାରୁ ଦେବ ମୁକ୍ତି

You might also like