ଗର୍ଭବତୀ ମହିଳା କରୋନା ଭାଇରସ ଠାରୁ ସୁରକ୍ଷିତ ରହିବେ କିପରି

ଭୁବନେଶ୍ୱର: ମହାମାରୀ କରୋନା ଭାଇରସର ପ୍ରଭାବ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ବ୍ୟାପିଛି ଯେ ଏହାର ପ୍ରଭାବରୁ କୌଣସି ବ୍ୟକ୍ତି, ବୃଦ୍ଧ ଏବଂ ଶିଶୁ ବର୍ତ୍ତି ପାରିନାହାନ୍ତି। ଏଭଳି ପରିସ୍ଥିତିରେ ଗର୍ଭବତୀ ମହିଳାମାନେ ନିଜ ପିଲା ବିଷୟରେ ଚିନ୍ତା କରିବା ସ୍ୱାଭାବିକ। କରୋନା ଭାଇରସ ସହ ଜଡିତ ସମସ୍ତ ଭୟ ଦୂର କରିବାକୁ WHO ଦ୍ୱାରା ପ୍ରୟାସ କରାଯାଉଛି। ତେବେ ଆସନ୍ତୁ ଜାଣିବା କୋଭିଡ-୧୯ର ପ୍ରଭାବରୁ ଗର୍ଭବତୀ ମହିଳାମାନେ କିପରି ନିଜର ଯତ୍ନ ନେବେ…

ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ ଯେ କରୋନା ଭାଇରସ ଯୋଗୁ ଗର୍ଭାବସ୍ଥାରେ ଥିବା ମହିଳାମାନଙ୍କ ପ୍ରତି କୌଣସି ବିପଦ ରହିଛି। କିନ୍ତୁ ଗର୍ଭାବସ୍ଥାରେ ଶରୀରରେ ପରିବର୍ତ୍ତନ ଏବଂ ପ୍ରତିରକ୍ଷା ପ୍ରଣାଳୀ ହେତୁ ଗର୍ଭବତୀ ମହିଳାମାନେ ଶ୍ୱାସକ୍ରିୟାରେ ସଂକ୍ରମଣ ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହୋଇପାରନ୍ତି। ତେଣୁ କୋଭିଡ-୧୯ ରୁ ରକ୍ଷା ପାଇବା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନେବା ଜରୁରୀ।

-ଗର୍ଭବତୀ ମହିଳାମାନେ ସାନିଟାଇଜର ଓ ସାବୁନ ଦ୍ୱାରା ନିଜ ହାତକୁ ଭଲଭାବରେ ପରିଷ୍କାର କରିବା ଆବଶ୍ୟକ।

– ନିଜଠୁ ଏବଂ ଅନ୍ୟମାନଙ୍କ ମଧ୍ୟରେ କିଛି ଦୂରତା ରଖନ୍ତୁ, ଯାହାକୁ ଆମେ ସୋସିଆଲ୍ ଡିଷ୍ଟାନ୍ସିଂ କହିଥାଉ। ଜନଗହଳିପୂର୍ଣ୍ଣ ସ୍ଥାନକୁ ଯାଆନ୍ତୁ ନାହିଁ।

-ନିଜର ଆଖି, ନାକ ଓ ମୁହଁକୁ ଛୁଅନ୍ତୁ ନାହିଁ।

-କାଶ କିମ୍ୱା ଛିଙ୍କିବା ସମୟରେ ନିଜ ନାକ ଓ ମୁହଁକୁ ଏକ କପଡାରେ ଘୋଡାଇ ରଖନ୍ତୁ।

– ଯଦି ଆପଣଙ୍କର ଜ୍ୱର, କାଶ କିମ୍ବା ନିଶ୍ୱାସ ନେବାରେ ଅସୁବିଧା ହେଉଛି। ତେବେ ଡାକ୍ତରଙ୍କ ନିକଟକୁ ଯିବା ପୂର୍ବରୁ, ତାଙ୍କୁ ଫୋନ କରନ୍ତୁ ଓ ସେ ଯାହା କହୁଛନ୍ତି ତାଙ୍କ କଥା ଶୁଣନ୍ତୁ।

– ସ୍ତନ୍ୟପାନ କରାଇବା ସମୟରେ ଏକ ମାସ୍କ ପିନ୍ଧନ୍ତୁ ଏବଂ ପରିଷ୍କାର ପରିଚ୍ଛନ୍ନ ରୁହନ୍ତୁ।

-ପିଲାଙ୍କୁ ଛୁଇଁବା ପୂର୍ବରୁ ଓ ପରେ ହାତକୁ ଭଲଭାବେ ସଫା କରନ୍ତୁ।

-ପ୍ରତ୍ୟେକ ଦିନ ସ୍ପର୍ଶ କରିଥିବା ଜିନିଷଗୁଡିକୁ ସଫା କରନ୍ତୁ।

 

You might also like