କେତେଦିନ ପର୍ଯ୍ୟନ୍ତ ଆଖିରେ ରୁହେ କରୋନା ଭୂତାଣୁ?

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଆଖି ମାଧ୍ୟମରେ ଶରୀର ଭିତରକୁ ପ୍ରବେଶ କରିଥାଏ। ଆମେରିକାର ଜନ୍ ହପକିନ୍ସ ୟୁନିଭରସିଟି ସ୍କୁଲ୍ ଅଫ୍ ମେଡିସିନ୍‌ର ବୈଜ୍ଞାନିକମାନେ ଗବେଷଣା କରି କହିଛନ୍ତି ଯେ ଆଖିର ଏସିଇ-୨ (ACE-2)ରିସେପ୍ଟର ମାଧ୍ୟମରେ ଏହି ଭାଇରସ ଶରୀରକୁ ପ୍ରବେଶ କରିଥାଏ।

ଶରୀରର କୋଷଗୁଡ଼ିକରେ ସଂକ୍ରମଣ ପାଇଁ ACE-2 ରିସେପ୍ଟରଗୁଡ଼ିକୁ ‘ଗେଟୱେ’ ଭାବରେ ବିବେଚନା କରାଯାଇଥାଏ। ଭାଇରସ ଶରୀରକୁ ଏହା ମାଧ୍ୟମରେ ସଂକ୍ରମଣ କରିଥାଏ।  ଫୁସଫୁସ୍‌, ଶ୍ୱାସକ୍ରିୟା ବ୍ୟତୀତ ଶରୀରର ଅନ୍ୟ ଅଙ୍ଗରେ ACE-2 ରିସେପ୍ଟର ନିଜର କାୟାକୁ ମଧ୍ୟ ବିସ୍ତାର କରିଥାଏ।

ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଯଦି କୌଣସି ବ୍ୟକ୍ତିର କଫ ଓ  ଛିଙ୍କିବା ଦ୍ୱାରା ପାଟିରୁ ବାହାରୁଥିବା ଲାଳ ଅନ୍ୟ ବ୍ୟକ୍ତଙ୍କ ଆଖିର ପୃଷ୍ଠରେ ପହଂଚିଥାଏ। ଯାହାଫଳରେ ଭାଇରସ ଶରୀରରେ ପ୍ରବେଶ କରିଥାଏ। ଯାହାଫଳରେ ଆଖି ନାଲି ପଡିବାର ଲକ୍ଷଣ ଦେଖାଯାଇଥାଏ।

ବୈଜ୍ଞାନିକମାନେ କହିଛନ୍ତି ଯେ ଆଖିର ଲୁହରେ ମଧ୍ୟ କରୋନା ଭାଇରସ ବ୍ୟାପିଥାଏ ବୋଲି କହିଛନ୍ତି। ଲିଙ୍ଗଲି ଜୋଙ୍କ ନେତୃତ୍ୱରେ ଜନ୍ ହପକିନ୍ସ ୟୁନିଭରସିଟି ସ୍କୁଲ୍ ଅଫ୍ ମେଡିସନ୍‌ର ବୈଜ୍ଞାନିକମାନେ କରୋନା ଭାଇରସ ଆଖି ଦ୍ୱାରା କିପରି ବ୍ୟାପିଥାଏ ସେହି ବିଷୟରେ ଗବେଷଣା କରିଥିଲେ।

ବୈଜ୍ଞାନିକମାନେ ACE-2 କୁ ବୁଝିବା ପାଇଁ କରୋନାରେ ମୃତ୍ୟୁ ହୋଇ ନ ଥିବା ୧୦ ଜଣ ମୃତକଙ୍କ ଆଖିକୁ ଆଣି ଗବେଷଣା କରିଥିଲେ।  କରୋନା ଭାଇରସ ଆଖି ଦ୍ୱାରା ଶରୀରରେ ବ୍ୟାପିଥିବା ହେତୁ ବୈଜ୍ଞାନିକମାନେ ଏନେଇ ଗବେଷଣା ଆରମ୍ଭ କରିଥିଲେ।

ଅନୁସନ୍ଧାନରୁ ଜଣାପଡିଛି ଯେ ସଂକ୍ରମଣର ପ୍ରାୟ ୨୧ ଦିନ ପରେ ଜଣେ ମହିଳାଙ୍କ ଆଖିରେ ଏହି ଭୂତାଣୁ ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ

ଦିନକରେ ସୁସ୍ଥ ହେଲେ ୪୦୧୪ କରୋନା ଆକ୍ରାନ୍ତ

ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ

ମନ୍ଦିର ଖୋଲିବାକୁ ମଙ୍ଗିଲେନି ସରକାର

ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

You might also like