ସାଧାରଣ ଜ୍ୱର ନା କରୋନା ? କେମିତି ଚିହ୍ନିବେ, ଜାଣନ୍ତୁ ଟିପ୍ସ

ନୂଆଦିଲ୍ଳୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ଆଜି ସୁଦ୍ଧା ୩୧ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଚୀନରେ ମହାମାରୀ ରୂପ ନେଇଥିବା କରୋନାକୁ ନେଇ ସାରା ବିଶ୍ୱ ଆତଙ୍କିତ। କରୋନାକୁ ନେଇ କିପରି ସତର୍କ ରହିବ ସେ ନେଇ ସରକାରଙ୍କ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ଥଣ୍ଡା, ଜର, କାଶ ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କୁହାଯାଇଛି। ତେଣୁ ସାମାନ୍ୟ ଜର ବା ଥଣ୍ଡା ହେଲେ ଲୋକେ ଭୟଭୀତ ହୋଇ ପଡ଼ୁଛନ୍ତି। ତେବେ ସାଧାରଣ ଜର-କାଶ ଓ କରୋନା ଭିତରେ ତଫାତ୍‌ କେମିତି ଜାଣିବ ?

ଲେଡି ହାର୍ଡିଂ ହସ୍‌ପିଟାଲର ମେଡିସିନ୍‌ ବିଭାଗ ନିର୍ଦ୍ଦେଶକ ପ୍ରଫେସର ଅନିଲ ଗୁର୍ଟୁ କହିଛନ୍ତି କରୋନା ଆକ୍ରାନ୍ତଙ୍କ ପାଖରେ  ଦୁଇଟି ମୁଖ୍ୟ ଲକ୍ଷଣ ଦେଖି ଚିହ୍ନଟ କରିହେବ।

ପ୍ରଥମତଃ  ରୋନା ଭାଇରସ ୧୦ ଦିନ ଭିତରେ ନଷ୍ଟ ହୋଇଯାଏ। ତେଣୁ ବିଗତ ୧୦ ଦିନ ଭିତରେ ୧୦୪ ଜ୍ୱର ଆସିଛି କି ନାହିଁ ଜାଣନ୍ତୁ। ଯଦି ସେପରି ହୋଇଥିବା ତେବେ ତୁରନ୍ତ ଡାକ୍ତରଖାନା ଯାଆନ୍ତୁ।

ଦ୍ୱିତୀୟତଃ କରୋନାର ଦ୍ୱିତ୍ୱୀୟ ଲକ୍ଷଣ ହେଉଛି ଶୁଖିଲା କାଶ। ଯଦି ଶୁଖିଲା କାଶ ଲାଗି ରହୁଛି ତେବେ କରୋନା ସନ୍ଦେହ ରହିଛି।

ପ୍ରଫେସର ଗୁର୍ଟୁ କହିଛନ୍ତି, ସାଧାରଣ ଜରରେ କାଶ, ନାକରୁ ପାଣି ବାହାରିବା, ନାକ ଜାମ୍‌ ହୋଇଯିବା, ଗଳା ଜାମ୍‌ ରହିବା ଇତ୍ୟାଦି ଲକ୍ଷଣ ଦେଖାଯାଏ । କିନ୍ତୁ କରୋନା ଆକ୍ରାନ୍ତ ହେଲେ ୧୦୪ ଜ୍ୱର ରହିଥାଏ। କିନ୍ତୁ ସାଧାରଣ ଜ୍ୱର ପରି ଏଥିରେ ନାକରୁ ପାଣି ବାହାରେନି କିମ୍ବା ଜାମ୍‌ ରହେନି। ବରଂ କରୋନା ଲଂଗ୍‌ସକୁ ପ୍ରଭାବିତ କରିଥାଏ ଯାହା ଫଳରେ ଶୁଖିଲା କାଶ ହୁଏ ।

ଅନ୍ୟପକ୍ଷରେ କରୋନା ମୁକାବିଲା କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଲୋକସଭା ଏବଂ ରାଜ୍ୟସଭାରେ ରଣନୀତି ଉପସ୍ଥାପନ କରିଥିଲେ। କରୋନା ମୁକାବିଲା ପାଇଁ ସରକାର କ’ଣ ପଦକ୍ଷେପ ନେଇଛନ୍ତି ତାହା ଉପସ୍ଥାପନା କରିଥିଲେ। ଏ ନେଇ ସେ ସମସ୍ତ ସଦସ୍ୟଙ୍କ ସହଯୋଗ ଚାହିଁଥିଲେ

.

You might also like