ହାରିଯିବ କରୋନା… ଘର ଭିତରକୁ ଯିବା ପୂର୍ବରୁ ମନେ ରଖନ୍ତୁ ଏହିସବୁ କଥା
ଭୁବନେଶ୍ୱର: କରୋନା ଭାଇରସକୁ ନେଇ ଲକ୍ଡାଉନ୍ ସତ୍ତ୍ୱେ କିଛି ଲୋକ ବାଧ୍ୟ ହୋଇ କାମରେ ବାହାରକୁ ଯାଉଛନ୍ତି। ଯେମିତି ପୋଲିସ କର୍ମଚାରୀ, ଡ଼କ୍ଟର, ସୁଇପର। ଏମାନଙ୍କ ବ୍ୟତୀତ ଲୋକମାନେ ମଧ୍ୟ ଜିନିଷପତ୍ର କିଣିବାକୁ ବାହାରକୁ ଯାଉଛନ୍ତି। ଏମାନଙ୍କ ପାଖରେ କରୋନା ସଂକ୍ରମଣର ଭୟ ବେଶି ଥାଏ। ହେଲେ ସାମାନ୍ୟ ସାବଧାନତା ଅବଲମ୍ବ କଲେ ଏବଂ ଟିକିଏ ବୁଦ୍ଧି ଖଟାଇ କାମ କଲେ ଏମାନେ କରୋନାଙ୍କୁ ହରାଇ ପାରିବେ। ତେବେ ଆସନ୍ତୁ ଜାଣିବା ଘର ଭିତରକୁ ଯିବାବେଳେ ଆପଣଙ୍କୁ କେଉଁ ସବୁ ଜିନିଷଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ।
୧-ଘର ଭିତରକୁ ଯିବା ପୂର୍ବରୁ ପିନ୍ଧିଥିବା ଜୋତାକୁ ବାହାରେ ରଖନ୍ତୁ। ଯେମିତି କେହି ତାକୁ ଛୁଇଁ ପାରିବେ ନାହିଁ।
୨-ଆପଣ ଘର ଭିତରକୁ ପ୍ରବେଶ କରିବା ମାତ୍ରେ କୌଣସି ବି ଜିନିଷକୁ ସ୍ପର୍ଶ କରନ୍ତୁ ନାହିଁ। ଯେପରି ଘର ବହାରେ ଥିବା କଲିଙ୍ଗ୍ ବେଲକୁ ହାତରେ ସ୍ପର୍ଶ ନକରି ପିନ୍ ସାହାଯ୍ୟରେ ବେଲକୁ ପ୍ରେସ୍ କରନ୍ତୁ।
୩-ଘର ଭିତରକୁ ଆସିବା ପରେ କାର୍ ଚାବି, ପର୍ସ କିମ୍ବା ବ୍ୟାଗ ଭଳି ଜିନିଷକୁ ଘରର ଏକ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଯେମିତି କେହି ତାକୁ ଛୁଇଁ ପାରିବେ ନାହିଁ।
୪- ଆପଣଙ୍କ ସ୍ମାର୍ଟଫୋନକୁ ମଧ୍ୟ ଭଲ ଭାବରେ ସାନିଟାଇଜ କରନ୍ତୁ। ପରେ ଏହାକୁ ଅଲଗା ଜାଗାରେ ରଖିଦିଅନ୍ତୁ।
୫-ବାହାରକୁ ପିନ୍ଧି ଯାଇଥିବା ଡ୍ରେସ୍କୁ ବାହାର କରି ୱାଶିଂ ମେସିନ୍ କିମ୍ୱା କୌଣସି ଜାଗାରେ ରଖି ସଫା କରନ୍ତୁ। ପିଲାମାନଙ୍କ ପାଖରେ ରଖନ୍ତୁ ନାହିଁ।
୬-ବାହାରୁ ଆଣିଥିବା ଜିନିଷକୁ ପ୍ରଥମେ ସାନିଟାଇଜ୍ କରନ୍ତୁ। ଯଦି ପନିପରିବା ଅଛି ତେବେ ସେଗୁଡ଼ିକୁ ଭଲ ଭାବରେ ଧୋଇ ଦିଅନ୍ତୁ।
୭-ଯଦି ଆପଣ କୌଣସି କାମ କରୁଛନ୍ତି ତେବେ ହାତରେ ଗ୍ଲୋଭସ୍ ପିନ୍ଧି କାମ କରନ୍ତୁ। କାମ ସରିବା ପରେ ଗ୍ଲୋଭସ୍କୁ ବାହାର କରି ଘରର ଅଲଗା ଜାଗାରେ ରଖନ୍ତୁ। ପିଲାମାନଙ୍କ ପାଖରେ ରଖୁନ୍ତୁ ନାହିଁ।
୮- ବାହାରୁ ଆସିବା ପରେ ହାତ, ପାଦ ଏବଂ ମୁହଁକୁ ସାବୁନରେ ଭଲ ଭାବରେ ଧୋଇ ଦିଅନ୍ତୁ। ଏହି ସମସ୍ତ ପଦକ୍ଷେପକୁ ଅନୁସରଣ କଲେ ଘରେ କରୋନା ଭାଇରସ୍ ହେବାର ଆଶଙ୍କା ରହିବ ନାହିଁ।