ଏହି ୩ଟି ପ୍ରାଣାୟମ ଉଚ୍ଚ ରକ୍ତଚାପ ପାଇଁ ରାମବାଣ

‌ଉଚ୍ଚ ରକ୍ତଚାପ ଆଜି ଏକ ମୁଖ୍ୟ ସମସ୍ୟା ପାଲଟି ଯାଇଛି । ଯାହାକି ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଉଚ୍ଚ ରକ୍ତଚାପ ( ହାଇ ବ୍ଲଡ୍ ପ୍ରେସର) ଥରେ ପ୍ରଭାବ ବିସ୍ତାର କଲେ ଶୀଘ୍ର ଏହାର ଉପଶମ ହୋଇପାରେ ନାହିଁ । ଏହାପରେ ସଂପୃକ୍ତ ବ୍ୟକ୍ତି ଔଷଧ ଖାଇବାକୁ ଲାଗେ। ଆଉ ମଧ୍ୟ ଯଦି ଏହି ବ୍ଲଡପ୍ରେସର ଦୀର୍ଘ ଦିନ ଧରି ଲାଗି ରହେ ଏହା ହାର୍ଟଆଟାକ୍‌ ପାଇଁ ବାଟ ତିଆରି କରେ। ଏଣୁ ଆଜି ଆମେ ଜାଣିବା କିପରି ବିନା ଅସୁବିଧାରେ ଏହି ଉଚ୍ଚ ରକ୍ତଚାପକୁ ଆୟତ୍ତ କରିପାରିବା । ଏହାର ସବୁଠୁ ପ୍ରମୁଖ ମାଧ୍ୟମ ହେଲା ଯୋଗ। ଆସନ୍ତୁ ଜାଣିବା କେଉଁ ଯୋଗ ଦ୍ୱାରା ଏହାର ଉପଶମ ମିଳିପାରିବ।

ଅନୁଲୋମ ବିଲୋମ ପ୍ରାଣାୟମ :

ଏହି ଅଭ୍ୟାସ ପ୍ରତିଦିନ ସକାଳେ ଖାଲି ପେଟରେ କରନ୍ତୁ ଅଥବା ସନ୍ଧ୍ୟାରେ ରାତ୍ରି ଭୋଜନ ପୂର୍ବରୁ ପେଟ ଖାଲି ଥିବା ବେଳେ କରିପାରିବେ । ଏହି ଅଭ୍ୟାସ ସକାଳେ ସନ୍ଧ୍ୟାରେ କରିବା ଦ୍ୱାରା ଅଦ୍ଭୁତ ଲାଭ ମିଳିଥାଏ । ଯଦି ଆପଣଙ୍କ ପାଖେ ସମୟର ଅଭାବ ତ ଥରେ ସକାଳେ ହେଉ ବା ସନ୍ଧ୍ୟାରେ କରନ୍ତୁ ।

ଏହି ଅଭ୍ୟାସ ପରେ କିଛି ସମୟ ଧ୍ୟାନ ମୁଦ୍ରାରେ ବସି ରୁହନ୍ତୁ । ସଂପୂର୍ଣ୍ଣ ଏକାଗ୍ରତାର ସହ କରନ୍ତୁ । ମନକୁ ଏପଟ ସେପଟ କରନ୍ତୁ ନାହିଁ ,କାହିଁକି ନା ଉଚ୍ଚରକ୍ତ ଚାପ ପାଇଁ ଆଉ ଲାଭ ମିଳିବ ନାହିଁ । ଯଦି ସଠିକ୍‌ ଭାବରେ ଆ‍ଜ୍ଞା ଚକ୍ରରେ ମନକୁ ଲଗାଇ ଅଭ୍ୟାସ କରିବେ ତ କିଛି ଦିନରେ ୧୦ ରୁ ୧୨ ପଏଣ୍ଟ ବ୍ଲଡ୍‌ ପ୍ରେସର କମିଯିବ । ଏଣୁ ଆପଣଙ୍କୁ ବିଶ୍ୱାସର ସହ ଅଭ୍ୟାସ କରିବାର ଅଛି। ଏହା ହାଇବ୍ଲଡ୍‌ ପ୍ରେସର ସହ ମାନସିକ ରୋଗ ଆଦି ପାଇଁ ଖୁବ୍‌ ଉପଯୋଗୀ ଅଟେ । ଏହା ହାର୍ଟଆଟାକ୍‌ ପାଇଁ ମଧ୍ୟ ଲାଭଦାୟୀ ଅଟେ ।

ଅନୁଲୋମବିଲୋମ ପ୍ରାଣାୟମ କରିବାର ବିଧି

ପ୍ରାଣାୟମ କଲାବେଳେ ଆପଣ ଯେକୌଣସି ଆସନରେ ଆରାମ ଅନୁଭବ କରୁଛନ୍ତି ସେହି ଆସନରେ ବସିପାରିବେ । କିନ୍ତୁ ମେରୁଦଣ୍ଡକୁ ସର୍ବାଦା ସିଧା ରଖିବେ ।

ପ୍ରଥମେ ଡାହାଣ ହାତର ବୃଦ୍ଧାଙ୍ଗୁଠି ଦ୍ୱାରା ନାକର  ଡାହାଣ ପୁଡ଼ାକୁ ବନ୍ଦ କରି ବାମପୁଡ଼ା ଦ୍ୱାରା ଧୀରେ ଧୀରେ ପୂର୍ଣ୍ଣ ରୂପେ ଶ୍ୱାସ ନେଇ  ଅନାମିକା ଓ ମଧ୍ୟମା ଦୁଇ ଆଙ୍ଗୁଠି ଦ୍ୱାରା ବାମପୁଡ଼ାକୁ ବନ୍ଦ କରି ଡ଼ାହାଣ ପୁଡ଼ା ଦେଇ ଫୁସ୍‌ଫୁସ୍‌ରୁ ସମସ୍ତ ବାୟୁ ଛାଡ଼ି ପୁନଶ୍ଚ ସେହି (ଡ଼ାହାଣ) ପୁଡ଼ା ଦ୍ୱାରା ଶ୍ୱାସ ପୂର୍ଣ୍ଣ  ରୂପେ ଭରନ୍ତୁ।

ପୁଣି ଡାହାଣ ପୁଡ଼ାକୁ ବୁଢ଼ା ଆଙ୍ଗୁଠି  ଦ୍ୱାରା ବନ୍ଦ କରି ବାମପୁଡ଼ାରେ  ଶ୍ୱାସ ଛାଡ଼ି ପୁଣି  ସେହି ବାମ ପୁଡ଼ାରେ ଭରନ୍ତୁ ।

ଏହି ପ୍ରକିୟାକୁ ୫-୧୫ମିନିଟ୍‌ ପର୍ଯ୍ୟନ୍ତ ଲଗାତାର କରନ୍ତୁ। ଶ୍ୱାସ ନେବା ଓ ଛାଡ଼ିବା ପାଇଁ ୨ରୁ ୩ ସେକେଣ୍ଡ ସମୟ ନିଅନ୍ତୁ। ଏହି ସମୟରେ  ହାତର ପାପୁଲି  ଯେପରି ନାକର ଅଗ କିମ୍ବା ତଳେ ନରଖି  ନାକର ଟିକେ ଉପରେ ରହିବା ଦରକାର । ଯଦି ଆପଣ ଅଭ୍ୟାସ କରିବା ଭିତରେ ଥକିଯାଉଛନ୍ତି ତ ଅନ୍ୟ ହାତ( ବାମ) ରେ କରିପାରିବେ ।

ବିଶେଷକରି ହୃଦରୋଗ , ଉଚ୍ଚ ତଥା ନିମ୍ନ ରକ୍ତଚାପ , ମନ ଅସ୍ଥିର ଥିଲେ  , ଏହି ପ୍ରାଣାୟମକୁ ସକାଳେ ସନ୍ଧ୍ୟାରେ ୩୦ ମିନିଟ୍‌ ପର୍ଯ୍ୟନ୍ତ କରାଯିବା ଉଚିତ୍‌ ।

ଭତ୍ସିକା ପ୍ରାଣାୟମ ଅଭ୍ୟାସ ବିଧି  –

ନାସିକାର ଦୁଇ ପୁଡ଼ାରେ ଶକ୍ତି ମୁତାବକ ଧିରେ ଧିରେ ଲମ୍ୱା ପ୍ରଶ୍ୱାସ ନେଇ ଫୁସ୍‌ଫୁସ୍‌ରେ ଭରନ୍ତୁ। ପୁଣି ଧିରେ ଧିରେ ନିଶ୍ୱାସ ଛାଡ଼ନ୍ତୁ । ଏହା ୪ରୁ ୫ ସକେଣ୍ଡରେ ସଂପୂର୍ଣ୍ଣ କରନ୍ତୁ । ଅତି କମ୍‌ ୫ମିନିଟ୍‌ ପର୍ଯ୍ୟନ୍ତ ଏହି କ୍ରିୟା କରନ୍ତୁ ।

ଲାଭ – ଏହା ଦ୍ୱାରା ଥଣ୍ଡା , ସର୍ଦ୍ଦି ,ଏଲର୍ଜି , ସାଇନସ୍‌ , ଶ୍ୱାସରୋଗ ସହିତ ସମସ୍ତ କଫ ରୋଗ ଆରୋଗ୍ୟ ହୁଏ ।  

ଭ୍ରାମରୀ ପ୍ରାଣାୟମ –

ଏହି ପ୍ରାଣାୟମ ମଧ୍ୟ ମନକୁ ଶାନ୍ତ  ରଖିବା ସହ ବ୍ଲଡ୍‌ ପ୍ରେସରକୁ କଣ୍ଟ୍ରୋଲ୍‌ କରେ।

ଭ୍ରାମରୀ ପ୍ରାଣାୟମ ଅଭ୍ୟାସ ବିଧି : ମେରୁଦଣ୍ଡ ସିଧା ରଖି , ଆଖି ବନ୍ଦ କରି ଆଜ୍ଞାଚକ୍ରରେ ଲକ୍ଷ୍ୟ ରଖି  ଧ୍ୟାନ ସ୍ଥିତିରେ ବସନ୍ତୁ। ଦୁଇ ବୁଢ଼ା ଆଙ୍ଗୁଠି ଦ୍ୱାରା ଦୁଇ କାନକୁ  ବନ୍ଦକରି  ଦୁଇ ତର୍ଜନୀ  ଆଙ୍ଗୁଠିକୁ ମଥା  ଉପରେ ଓ ମଧ୍ୟମା , ଅନାମିକା ଏବଂ କନିଷ୍ଠ ତିନି ଆଙ୍ଗୁଠିକୁ  ଦୁଇ ଆଖି ଉପରେ ରଖି  ଭ୍ରମର ପରି  ଗୁଞ୍ଜନ ବା ନାସା ଦ୍ୱାରା ଓଁ  ନାଦ କରି ନିଶ୍ୱାସ ବାହାରକୁ ଛାଡ଼ନ୍ତୁ । ଏହି ପ୍ରକ୍ରିୟାକୁ ଅତି କମ୍‌ରେ  ୩ରୁ ୨୧ଥର ପର୍ଯ୍ୟନ୍ତ କରିପାରିବେ।

ଲାଭ – ମନର ଚଞ୍ଚଳତା ଦୀର ହୁଏ । ମାନସିକ ଦୁଶ୍ଚିନ୍ତା, ଉତ୍ତ୍‌ଏଜନା , ଉଚ୍ଚ ରକ୍ତାଚାପ , ହୃଦରୋଗ ଆଜି ପାଇଁ ଲାଭ ଦାୟୀ ।

ଆପଣ ଏମିତି ନିରନ୍ତର ଅଭ୍ୟାସ କରିବା ଦ୍ୱାରା ଆପଣଙ୍କର ବ୍ଲଡ୍‌ପ୍ରେସର ନର୍ମାଲ ହୋଇଯିବ । ହଁ ଆପଣ କିନ୍ତୁ ଔଷଧ ଖାଇବା ଛାଡିବେନି । ଯେତେବେଳେ ପୁରା ବ୍ଲଡ୍‌ ପ୍ରେସର ନିମ୍ନ ସ୍ତରକୁ ଆସିଯିବ । ଔଷଧର ମାତ୍ରା ବି କମେଇଦେବେ । ଏକ ସମୟ ଆସିବ ଯେ ଆପଣ ପୁରା ଖୁସିର ଜୀବନ ବିତାଇବେ ।

ଆହୁରି ପଢ଼ନ୍ତୁ

କେଶ ଝଡ଼ିବା ବନ୍ଦ କରିବ ଏହି ସବୁ ଘରୋଇ ଉପଚାର

ଆଲ୍‌ମାରୀରେ ଥିବା ପୋଷାକରୁ ଗନ୍ଧ ବାହାରୁଥିଲେ….

ଶୀତରେ ତ୍ୱଚା ଶୁଷ୍କ ହୋଇଯାଉଛି କି ? କିପରି ଏହାର ଯତ୍ନ ନେବେ , ଜାଣନ୍ତୁ

ଡୋଳାରେ ଥିବା କଳାଦାଗରୁ ହୋଇପାରେ କ୍ୟାନସର୍‌

ମାଟି ହାଣ୍ଡି ପୋସ୍ତ ଚିକେନ୍‌

କଦଳୀ ଫୁଲ ଖାଇଲେ ଏହି ସବୁ ଲାଭ ମିଳିଥାଏ

ବିନା ଅସ୍ତ୍ରୋପଚାରରେ କିଡ୍‌ନୀ ଷ୍ଟୋନ୍‌ରୁ ପାଇପାରିବେ ମୁକ୍ତି

ଘରେ ଔଷଧ ପ୍ରସ୍ତୁତ କରନ୍ତୁ, ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଆନ୍ତୁ

ବର୍ଷକୁ ଦେଢ କୋଟି ଜୀବନ ନେଉଛି ଷ୍ଟ୍ରୋକ୍‌, କେମିତି ବର୍ତ୍ତିବେ ଏଥିରୁ ଜାଣନ୍ତୁ

ରସୁଣକୁ ଏମିତି ଖାଇଲେ ନିୟନ୍ତ୍ରିତ ହେବ ଉଚ୍ଚ ରକ୍ତଚାପ

୧୫ ମିନିଟ୍‌ର ଅନୁଲୋମ-ବିଲୋମ ପ୍ରାଣାୟମ ବରଦାନ ସାବ୍ୟସ୍ତ ହୋଇଥାଏ…ଏହିସବୁ ସମସ୍ୟା ପାଖ ମାଡ଼ିନଥାଏ

ଏହି କାମ କରୁଛନ୍ତି କି ? ସେଥିପାଇଁ ମୁହଁରେ ବାହାରୁଛି ବ୍ରଣ

You might also like