ଜନ୍ମଦିନରେ ଆପଣ ଏମିତି କରୁଛନ୍ତି କି ? ସାବଧାନ

ସମୟ ସହ ତାଳ ଦେଇ ବଦଳିଚାଲିଛି ଆମର ରୀତିନୀତି , ଚଳଣି। ଦେଖାଯାଇଛି ଏବେ ଖୁବ୍‌ ଧୁମ୍‌ଧାମରେ ସମସ୍ତେ ନିଜ ନିଜର ଜନ୍ମଦିନ ପାଳନ କରୁଛନ୍ତି। ବନ୍ଧୁ ବାନ୍ଧବ ଓ ସଂପର୍କୀୟଙ୍କ ଗହଣରେ ଉତ୍ସବମୁଖର ଓ ରଙ୍ଗୀନ ହୋଇଉଠୁଛି ଜନ୍ମଦିନର ମାହୋଲ।

ଜନ୍ମଦିନରେ ମହମବତୀ ଜଳାଇ କେକ୍ କାଟିବା ଏବେ ଟ୍ରେଣ୍ଡ ପାଲଟିଯାଇଛି। ଏହା ପ୍ରଥମେ ପଶ୍ଚିମ ଦେଶ ମାନଙ୍କରେ ଦେଖାଯାଉଥିଲା । କେକ୍ ଉପରେ ଜଳନ୍ତା ମହମବତୀକୁ ଫୁଙ୍କି ଲିଭାଯାଇଥାଏ। ଧିରେ ଧିରେ ଏମିତି ଭାବେ ଜନ୍ମଦିନ ପାଳିବାକୁ ସମସ୍ତେ ଆପଣେଇ ନେଲେ।

ଏବେ ଏଭଳି ଭାବେ ସମସ୍ତେ ନିଜ ନିଜର ଜନ୍ମଦିନ ପାଳୁଛନ୍ତି। କିନ୍ତୁ ଆପଣ ଜାଣିନାହାନ୍ତି ଏହା ହାନିକାରକ ବି ହୋଇପାରେ। ଏହା ଆମେ କହୁନୁ। ନିକଟରେ ଏକ ରିସର୍ଚ୍ଚରେ ଏହି ସତ୍ୟତା ମିଳିଛି। ରିସର୍ଚ୍ଚ ମୁତାବିକ କେକ୍‌ରେ ଲାଗିଥିବା ମହମବତୀକୁ ଫୁଙ୍କିବା ଦ୍ୱାରା ବ୍ୟାକ୍ଟେରିଆ କେକ୍‌ରେ ଯାଇ ମିଶନ୍ତି।

କ୍ଲମସନ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ଗବେଷଣାରେ ଏହି କଥାର ପ୍ରମାଣିତ ହୋଇଛି। ଲୋକେ ଯେତେବେଳେ ମହମବତୀକୁ ଫୁଙ୍କି ଲିଭାନ୍ତି ଏହି ଜରିଆରେ ବ୍ୟାକ୍ଟେରିଆ କେକ୍‌ରେ ଯାଇ ମିଶିଯାନ୍ତି। କେକ୍‌ କାଟି ଖାଇବା ବେଳେ ଏହି ବ୍ୟାକ୍ଟେରିଆ ଆମ ପେଟକୁ ଯାଇ ଅନେକ ରୋଗର ବାହକ ସାଜନ୍ତି। ପେଟ ସମ୍ବନ୍ଧିୟ ଅନେକ  ରୋଗ ହୋଇଥାଏ।

ଗବେଷକଙ୍କ ମୁତାବକ୍‌ ମଣିଷର ଶ୍ୱାସରେ ଥିବା ବାୟୋଏରୋସଲ୍‌ ବ୍ୟାକ୍ଟେରିଆର ଉତ୍ସ ଅଟେ। ଯେତେବେଳେ ଆମେ  ମହମବତୀକୁ ଫୁଙ୍କିଥାଉ । ଏହି ବ୍ୟାକ୍ଟେରିଆ କେକ୍‌ ସାରା ବ୍ୟାପିଯାଏ। ମଣିଷର ପାଟିରେ ଅନେକ ବ୍ୟାକ୍ଟେରିଆ ରହିଛି । କିନ୍ତୁ ସବୁ ବ୍ୟାକ୍ଟେରିଆ ହାନିକାରକ ନୁହେଁ । କିନ୍ତୁ କେହି  ଅସୁସ୍ଥ ବ୍ୟକ୍ତି ଯଦି  ବାର୍ଥଡେ କେକ୍‌କୁ ଫୁଙ୍କୁ ଥାଏ ତ ଏହାକୁ ଖାଇବାରୁ ନିବୃତ୍ତ ରୁହନ୍ତୁ। ନୁହେଁତ ଆପଣ ଅସୁବିଧାରେ ପଡ଼ିପାରନ୍ତି।

ଆହୁରି ପଢ଼ନ୍ତୁ

ଏହି କାମ କରୁଛନ୍ତି କି ? ସେଥିପାଇଁ ମୁହଁରେ ବାହାରୁଛି ବ୍ରଣ

ଖଟା ହୋଇଥିବା କ୍ଷୀରକୁ ଫିଙ୍ଗି ଦେଉଛନ୍ତି କି ? ଜାଣନ୍ତୁ କେଉଁ କାମରେ ଏହା ଆସିପାରେ

କପାଳଭାତି ପ୍ରାଣାୟମ କଲେ ଅବିଶ୍ୱସନୀୟ ଲାଭ ମିଳେ…

ପ୍ରତିଦିନ ସମାନ ଖାଦ୍ୟ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ !

ଜାଣନ୍ତୁ ସ୍ତନ କର୍କଟର ଲକ୍ଷଣ ସମ୍ପର୍କରେ

ସହଜରେ ବାସନରୁ ଛଡ଼ାନ୍ତୁ ପୋଡ଼ା ଦାଗ

ବିନା ବ୍ୟାୟାମ ଓ ଡାଏଟିଂ ରେ ଆପଣ ନିଜର ଓଜନ କମାଇ ପାରିବେ, ଜାଣନ୍ତୁ ଉପାୟ

ନିରାମିଷରେ ପ୍ରସ୍ତୁତ ଚିକେନ, ମଟନ, ଚିଙ୍ଗୁଡ଼ି !

ପାଚିଲା ଚୁଟିକୁ ନେଇ ଚିନ୍ତିତ କି? କଳା କରିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ

ସେଓ ଖାଇବା ପରେ ଏହିସବୁ ଖାଦ୍ୟ ଖାଉଛନ୍ତି କି? ହୁସିଆର୍‌ ହୋଇଯାଆନ୍ତୁ, ନ ହେଲେ…

୧୫ ମିନିଟ୍‌ର ଆସନ ବିଭିନ୍ନ ସମସ୍ୟାର ଉପଶମକାରୀ …

ଘରର ମୁଖ୍ୟ ଦ୍ୱାର ଏମିତି ରଖିଲେ ବାସ୍ତୁ ଦୋଷ କଟିବ

You might also like