• translate
Abinash Pati

ଭୁବନେଶ୍ୱର: କଳାଜିରାର ଅନେକ ଔଷଧୀୟ ଗୁଣ ରହିଛି ।  ଆୟୁର୍ବେଦ ବିଶେଷଜ୍ଞଙ୍କ ମତ ଅନୁସାରେ,  କଳାଜିରା କେବଳ ଏକ ମସାଲା ନୁହେଁ, ଏହା ଶରୀରରେ ଥିବା ଅନେକ ରୋଗକୁ ଭଲ କରିଥାଏ। ତେବେ ଆସନ୍ତୁ ଜାଣିବା କଳାଜିରାରୁ କେଉଁ କେଉଁ ସ୍ୱାସ୍ଥ୍ୟଜନିତ ଲାଭ ମିଳିଥାଏ।Image result for kala jeera benefits

-ରକ୍ତଚାପ ରୋଗୀଙ୍କ ପାଇଁ ଔଷଧ ପରି କାମ କରିଥାଏ କଳାଜିରା। ସପ୍ତାହକୁ ଦୁଇଥର କଳାଜିରା ଖାଇଲେ ହାଇପର୍ ଟେନ୍‌ସନରୁ ମୁକ୍ତି ମିଳିବା ସହିତ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

-ବାତ ରୋଗୀଙ୍କ ପାଇଁ ଏହା ଖୁବ୍ ଉପକାରୀ। କଳାଜିରାକୁ ପାଣିରେ ଫୁଟାଇ ବାତ ମାରୁଥିବା ରୋଗୀଙ୍କୁ ଏହାର ପାଣି ପିଇବାକୁ ଦିଅନ୍ତୁ। ଦେଖିବେ ବାତ ରୋଗ ଭଲ ହୋଇଯିବ।

-କ୍ରନିକ୍ ଡାଇବେଟିସ୍‌ରେ ପୀଡ଼ିତ ବ୍ୟକ୍ତି ପ୍ରତିଦିନ କଳାଜିରା ଖାଇବା ଉଚିତ। ଏହାଦ୍ୱାରା ଶରୀରରେ ତିଆରି ହେଉଥିବା ଗ୍ଲୁକୋଜ୍‌ କମ୍‌ ହୋଇଥାଏ ଏବଂ ଇନସ୍ୟୁଲିନ୍‌ ତିଆରି ହେବା କ୍ଷମତା ବଢ଼ିଥାଏ। ଆହୁରି ମଧ୍ୟ ଶରୀରରେ ଥିବା ବିଟା ସେଲ୍‌ର କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଥାଏ।

 

- କଳାଜିରା ତେଲ କେଶରେ ଲଗାଇଲେ କେଶ କଳା ହେବାସହ ଘନ ମଧ୍ୟ ହୋଇଥାଏ।

- ଯେଉଁମାନଙ୍କର ଦାନ୍ତରେ ସମସ୍ୟା ରହିଛି କିମ୍ୱା ଦାନ୍ତ ପୋକ ଖାଉଛି, ସେମାନେ ରାତିରେ ଶୋଇବା ପୂର୍ବରୁ ତୁଳାରେ କଳାଜିରା ତେଲ ଲଗାଇ ଦାନ୍ତ ମୂଳରେ ଲଗାଇ ଶୁଅନ୍ତୁ। ଦେଖିବେ ଦାନ୍ତରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯିବ।

- କଫ ସମସ୍ୟା ଥିଲେ କଳାଜିରା ତେଲ ଖାଆନ୍ତୁ। ଏହାର ତେଲ ଖାଲି ପେଟରେ ଖାଇଲେ ଅନେକ ରୋଗ ଭଲ ହୋଇଥାଏ।

- କଳାଜିରା ତ୍ୱଚା ସମ୍ୱନ୍ଧୀୟ ରୋଗକୁ ଠିକ୍‌ କରିଥାଏ। ଏହାକୁ ଖାଇଲେ ତ୍ୱଚା କୋମଳ ଓ ଉଜ୍ଜ୍ୱଳ ହୋଇଥାଏ।

 

 

Other Stories