କପାଳଭାତି ପ୍ରାଣାୟମ କଲେ ଅବିଶ୍ୱସନୀୟ ଲାଭ ମିଳେ…

ଶରୀର ଅଛି ତ ରୋଗ ନିଶ୍ଚୟ ହେବ । ଏକଥା ସତ । ହେଲେ ଆମେ ଯଦି ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତେ ଅନେକ ବଡ଼ ବଡ଼ ସମସ୍ୟାରୁ ମୁକୁଳି ପାରନ୍ତେ । ଆଉ ଅସୁବିଧାରେ ପଡନ୍ତେ ନାହିଁ ।

ଯେତେବେଳେ ଆମ ସ୍ୱାସ୍ଥ୍ୟ ଖରାପ ହୋଇଯାଏ । ଆମେ ଅସୁସ୍ଥ ହୋଇପଡୁ , ସେତେବେଳେ ଏହାର ପ୍ରତିକାର କଥା ଚିନ୍ତା କରୁ। ଏଣୁ ଆମର ଦୈନନ୍ଦିନ ଜୀବନରେ ଏମିତି ଏକ ଅଭ୍ୟାସ ଆସନ୍ତୁ କରିବା ଯଦ୍ୱାରା ଆମକୁ ସହଜରେ କୌଣସି ସମସ୍ୟା ସ୍ପର୍ଶ କରିବ ନାହିଁ।  ଏହି ଅଭ୍ୟାସଟି ହେଲା କପାଳଭାଟି ପ୍ରାଣାୟମ । ପ୍ରସିଦ୍ଧ ଯୋଗଗୁରୁ ବାବା ରାମ ଦେବଙ୍କ ମତରେ ଆମେ ଯଦି ପ୍ରତିଦିନ ଏହି  ପ୍ରାଣାୟମଟି କରିବା ତ ଆମେ ଅନେକ ରୋଗରୁ ମୁକ୍ତି ପାଇପାରିବା, ଯାହା କି ଆମେ କେବେ ବିଶ୍ୱାସ କରିପାରିବାନି।

କଣ ଲାଭ ମିଳିବ –

ଏହା ଶରୀରର ସଂପୂର୍ଣ୍ଣ ଆଭ୍ୟନ୍ତରୀଣ ବ୍ୟାୟାମ । ମସ୍ତିଷ୍କ, ଶରୀର  ଓ ମୁଖମଣ୍ଡଳଳର  ଓଜ , ତେଜ  ଆଭା ତଥା ସୌନ୍ଦର୍ଯ୍ୟ ବଢ଼ାଇଥାଏ । ସମସ୍ତ ପ୍ରକାରର କଫ  ରୋଗ, ଶ୍ୱାସ , ଏଲର୍ଜି ଓ ସାଇନସ୍‌ ଆଦି ରୋଗକୁ ସମୂଳେ  ନଷ୍ଟ କରିଥାଏ ।

ହୃଦୟ, ଫୁସ୍‌ଫୁସ୍‌ ଓ ମସ୍ତିଷ୍କର ସମସ୍ତ  ରୋଗକୁ ଦୂର କରେ । ମେଦବୃଦ୍ଧି , ମଧୁମେହ, ଗ୍ୟାସ୍‌ , କୋଷ୍ଠକାଠିନ୍ୟ, ଅମ୍ଳପିତ , ଯକୃତ ତଥା ପୁରୁଷଙ୍କ ପ୍ରୋଷ୍ଟେଟ ଗ୍ରନ୍ଥୀ ସମ୍ୱନ୍ଧୀୟ ସମସ୍ତ ରୋଗ  ନିଶ୍ଚିତ ରୂପେ ଭଲ ହୁଏ । ମନ ସ୍ଥିର , ଶାନ୍ତ ହୋଇ ମନରୁ  ନକରାତ୍ମକ ଚିନ୍ତା ଦୂର ହୁଏ । ଆଉ ମଧ୍ୟ ଡିପ୍ରେସନ ପରି  ରୋଗରୁ ମୁକ୍ତି ମିଳେ । ଏହା ଶରୀର ପାଇଁ ସଂଜିବନୀ ଭଳି କାମ କରେ ।  ଆସାଧ୍ୟ ରୋଗ  ଯଥା କ୍ୟାନସର  ପାଇଁ ଏହା ବିଶେଷ ଫଳପ୍ରଦ । ଏଥିପାଇଁ ସକାଳ ସନ୍ଧ୍ୟାରେ  ୩୦ ମନିଟ୍‌ ଲେଖାଏଁ କରିବା ଉଚିତ୍‌ ।

ଏହି ପ୍ରାଣାୟମଟି ଅଭ୍ୟାସ ବିଧି –

ସିଧା ହୋଇ ଆସନରେ ବସି  ନାଭି ମଣ୍ଡଳରେ ପ୍ରତି ସେକେଣ୍ଡରେ ଗୋଟିଏ ଲେଖା ଧକ୍କା ଦେଇ ଭିତରର ବାୟୁକୁ ବାହାରକୁ  ଛାଡ଼ି ଦିଅନ୍ତୁ । ଫଳରେ ପେଟର ସଙ୍କୋଚନ ଓ ନାସିକାରେ ସାମାନ୍ୟ ଶବ୍ଦ ହୋଇଥାଏ ।

ଏହି ସମୟରେ ଆପେ ଆପେ ବାୟୁ ଭିତରକୁ ଯାଇଥାଏ । ଏହାକୁ ଅତି କମ୍‌ରେ ଥରକୁ ୩ରୁ ୫ ମିନିଟ୍‌ ଅଭ୍ୟାସ କରି ପରେ ୧୫  ମିନିଟ୍ ପର୍ଯ୍ୟନ୍ତ ବଢ଼ାଇ ପାରିବେ ।  କ୍ଲାନ୍ତି ଲାଗିଲେ ରହିଯାଇ ପୁଣି  ଆରମ୍ଭ କରନ୍ତୁ ।

You might also like