ବୟସ୍କଙ୍କ ପାଇଁ ଏସବୁ ଖାଦ୍ୟ; ବୃଦ୍ଧି କରାଏ ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ୱର: ମହାମାରୀ କରୋନାକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ୬୦ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନଙ୍କ ଠାରେ କରୋନା ଭାଇରସ ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ରହିଥାଏ। ବର୍ତ୍ତମାନ ସୁଦ୍ଧା କରୋନରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ୬୦ ବର୍ଷରୁ ଉର୍ଦ୍ଧ୍ୱ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବା ଅନୁଯାୟୀ, କରୋନା ଭାଇରସରେ ବୟସ୍କଙ୍କ ମୃତ୍ୟୁ ହାର ୧୪.୮ ପ୍ରତିଶତ ଓ ଯୁବକମାନଙ୍କ ମୃତ୍ୟୁ ହାର ୦.୪ପ୍ରତିଶତ। ବୟସ୍କ ତଥା ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି  କମ୍ ଥିବାରୁ ସଂକ୍ରମଣର ଆଶଙ୍କା ଅଧିକ ରହିଥାଏ। ତେବେ ଆସନ୍ତୁ ଜାଣିବା, ବୟସ୍କ ବ୍ୟକ୍ତିମାନଙ୍କୁ କେଉଁ ଭଳି ଖାଦ୍ୟ ଖାଇବା ଉଚିତ୍। ଯାହାଦ୍ୱାରା ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ।Benefits of Strawberry in Urdu | Strawberry Ke Faide

ଷ୍ଟ୍ରବେରୀ: ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏହାକୁ ଖାଇବା ଉଚିତ। କାରଣ ଷ୍ଟ୍ରବେରୀରେ ଆଣ୍ଟି-ଅକ୍ସିଡାଣ୍ଟର ଗୁଣ ରହିଥାଏ। ଏଥିରେ ମଧ୍ୟ ଭିଟାମିନ ସି’ ଓ ଆଣ୍ଟି-ଫ୍ଲାମେଟୋରୀର ଗୁଣ ରହିଥାଏ। ଯାହାକି ହୃଦରୋଗ ଓ ଉଚ୍ଚ ରକ୍ତଚାପ ଜନିତ ରୋଗରୁ ରକ୍ଷା କରିଥାଏ।6 Tips for Growing Broccoli This Fall - How to Plant Broccoli

ବ୍ରୋକୋଲି: ବୟସ୍କ ବ୍ୟକ୍ତିମାନେ ଏହାକୁ ଖାଇବା ଉଚିତ। କାରଣ ବ୍ରୋକୋଲିରେ ଫାଇବରର ଗୁଣ ରହିଥାଏ। ଯାହାକି ଖାଦ୍ୟକୁ ହଜମ କରିବାରେ ସହାୟକ ହୋଇଥାଏ।5 Health Benefits of Beans and 5 Surprising Risks | The Healthy

ଡ଼ାଲି ଓ ଶସ୍ୟ: ବୟସ୍କ ବ୍ୟକ୍ତିମାନେ ବିଭିନ୍ନ ଡ଼ାଲି ଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ। ଯେପରି ମୁଗ ଡାଲି ଓ ହରଡ଼ ଓ ମସୁର ଡ଼ାଲି। ତା’ସହ ବାଜରା, ଓଟସ୍ ଏବଂ ଖେଚୁଡି ମଧ୍ୟ ଖାଇବା ଉଚିତ। ଏସମସ୍ତ ଜିନିଷ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ।

କଖାରୁ ମଞ୍ଜି: କଖାରୁ ମଞ୍ଜିରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ଫ୍ଲାମେଟୋରୀ ଗୁଣ ରହିଥାଏ। ଏହା ଶରୀରରେ ମୁକ୍ତ ରେଡିକାଲ୍‌କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଯଦି ଏହାକୁ ନିୟମିତ ଭାବେ ଖାଇବେ, ତେବେ ଶରୀରରେ ହେଉଥିବା ହୃଦରୋଗ ଏବଂ ଡାଇବେଟିସ୍‌କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।Pumpkin Seeds, Pack Size: 1 Kg, Rs 500 /kilogram, Nalam Oil ...

ଗ୍ରୀନ୍ ଟି: ଗ୍ରୀନ୍ ଟି କେବଳ ଓଜନ କମ୍ କରିବାରେ ସାହାଯ୍ୟ କରେ ନାହିଁ ବରଂ ଏହା ସ୍ମରଣଶକ୍ତିକୁ ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ। ଶରୀରରେ ହେଉଥିବା ସନ୍ତୁଳନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। କାରଣ ଏଥିରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଥାଏ।Is Green Tea Good for Oral Health? | Dr. Robert M. Sorin, DMD

ହଳଦୀ: କାରଣ ହଳଦୀ ଶରୀରରେ କୌଣସି ପ୍ରକାରର ବ୍ୟାକ୍ଟେରିଆ କି ଭାଇରସକୁ ପ୍ରବେଶ କରାଇଦିଏ ନାହିଁ। ହଳଦୀକୁ ଯଦି ସଠିକ୍ ପରିମାଣରେ ନିୟମିତ ଖାଇବେ, ତେବେ ଶରୀରରେ ହେଉଥିବା ଡାଇବେଟିସ୍, ଆର୍ଥ୍ରାଇଟିସ୍ ଏବଂ କର୍କଟ ରୋଗକୁ ମଧ୍ୟ ଭଲ କରିଥାଏ।Turmeric side effects: Health benefits and risks

ଦଲିୟା: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଦଲିୟାରେ ଫାଇବରର ଗୁଣ ରହିଥାଏ। ଫଳରେ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ। ପେଟକୁ ସଫା ରଖିଥାଏ। ତେଣୁ ବୟସ୍କ ବ୍ୟକ୍ତିମାନେ ଏହାକୁ ଖାଇବା ଆବଶ୍ୟକ।Dalia recipe | Dalia khichdi | Broken wheat khichdi - Swasthi's ...

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ଆଉ ୩୨ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୭

୨୭୮ ପୋଲିସ କର୍ମଚାରୀ କରୋନା ପଜିଟିଭ

ଓଡ଼ିଶାରେ କରୋନା ନେଲା ଆଉ ୪ ଜୀବନ

ଓଡ଼ିଶାରେ ଚିହ୍ନଟ ହେଲେ ଆଉ ୫୭୭ କରୋନା ପଜିଟିଭ୍‌, ୧୧ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଗଞ୍ଜାମରେ ଅଟକିବନି ପାସେଞ୍ଜର ଟ୍ରେନ୍

ଆଜିଠୁ ଗଞ୍ଜାମ ସହରାଞ୍ଚଳରେ ସଟ୍‌ଡାଉନ୍‌

SCBରୁ ପୁଣି ୬ କରୋନା ପଜିଟିଭ୍‌ ଚିହ୍ନଟ

ସ୍ୱର୍ଗଦ୍ୱାରରେ କଟକଣାକୁ ନେଇ ତେଜିଲା ରାଜନୀତି

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା: ଆରମ୍ଭ ହେଲା କ୍ରିକେଟ୍‌, ମ୍ୟାଚ୍‌ ପୂର୍ବରୁ ଆଣ୍ଠେଇ ପଡ଼ି ନିରବ ପ୍ରାର୍ଥନା କଲେ ଖେଳାଳି

ଓଡ଼ିଶାରେ ପହଞ୍ଚିଲା ଆଉ ୨୦ ହଜାର ଆଣ୍ଟିଜେନ୍ ଟେଷ୍ଟ କିଟ୍

ଆହୁରି ୭ ଦିନ ବଢ଼ିଲା ଲକ୍‌ଡାଉନ୍‌

ରେକର୍ଡ ଭାଙ୍ଗିଲା: ଦିନକରେ ୩୦୩ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

You might also like