ମଣିଷ ପାଇଁ ‘ଅମୃତ’ ଡ଼ାଳିମ୍ବ, ଶରୀରର ପାଇଁ ହୋଇଥାଏ ୫ଟି ଅଦ୍ଭୁତ ଲାଭ

ଡାଳିମ୍ବ କେବଳ ସ୍ୱାଦରେ ନୁହେଁ ବରଂ ଦେହ ପାଇ ମଧ୍ୟ ପାଇ ଅତ୍ୟନ୍ତ ହିତକର। ଡାଳିମ୍ବ ଖାଇବା ଦ୍ୱାରା ମଣିଷ ଶରୀର ହଜମ ପ୍ରକ୍ରିୟା ସହଜରେ ହୋଇଥାଏ। କେବଳ ଏତିକି ନୁହେଁ, ଡାଳିମ୍ବ ହାର୍ଟ୍‌କୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ। ଡାଳିମ୍ବରେ ବିଭିନ୍ନ ପ୍ରକାର ପୋଷକତତ୍ତ୍ୱ ମିଳିଥାଏ ଯାହାକି ମନୁଷ୍ୟ ଶରୀରରେ ଥିବା ଅନେକ ରୋଗରୁ ବନାଇବାରେ ସହାୟକ ହୋଇଥାଏ। ଶରୀର ପାଇଁ ଏହା ଅମୃତ ସଦୃଶ।

ଡାଳିମ୍ବ ଦେଖିବାକୁ ଯେତେ ସୁନ୍ଦର, ଖାଇବାକୁ  ମଧ୍ୟ ସେତେ ଆନନ୍ଦଦାୟକ। ଡାଳିମ୍ବର ଉପକାରିତା ଯେତେ କହିଲେ କମ ପଡିଯିବ। ଚକ୍ଷୁ ତଥା ଦୃଷ୍ଟି ଶକ୍ତି ପାଇଁ ଡାଳିମ୍ବ ଏକ ଉନ୍ନତମାନର ଫଳ ଅଟେ। ଡାଳିମ୍ବରେ ଫ୍ଲେବୋନାଇନ୍, ଫେନୋଲିକ୍ସ, ଭିଟାମିନ ସି, ଫାଇବର, ଭିଟାମିନ K, ଆଇରନ୍, ପୋଟାସିୟମ୍, ଜିଙ୍କ୍ ଏବଂ ଓମେଗା-୬ ଫ୍ୟାଟି ଏସିଡ ଭଳି ବିଭିନ୍ନ ପ୍ରକାର ଭିଟାମିନ୍ ରହିଛି, ଯାହାକି ଶରୀର ପାଇ ଅତ୍ୟାବଶ୍ୟକ ଅଟେ। ମହିଳା ମାନଙ୍କ ଶରୀରରେ ଦେଖା ଯାଉଥିବା ଆଇରନର ଅଭାବକୁ ପୁରା କରିବା ପାଇ ଡାଳିମ୍ବ ଖୁବ ଫଳପ୍ରଦ ସାବ୍ୟସ୍ତ ହୋଇଛି। ଡାଳିମ୍ବରେ ରହିଥିବା ପୋଟାସିୟମ୍ ମହିଳା ମାନଙ୍କ ଗର୍ଭାବସ୍ଥା ସମୟରେ ହୋଇଥିବା କଷ୍ଟକୁ କମ କରିବାରେ ସହାୟକ ହୋଇଥାଏ। ଏହା ଖାଇବା ଦ୍ୱାରା ପ୍ରି-ମାଚ୍ୟୁଅର୍ ଡେଲିଭରିରେ ହେଉଥିବା ବିପଦକୁ ମଧ୍ୟ କମ କରିଥାଏ।

ତେବେ ଆସନ୍ତୁ ଜାଣିବା ଡାଳିମ୍ବ ଖାଇବା ଦ୍ୱାରା ଆମକୁ କଣ ଲାଭ ମିଳିଥାଏ:-

୧. ଇମ୍ୟୁନିଟି: ଡାଳିମ୍ବ ମଞ୍ଜିରେ ଆଣ୍ଟିଅକ୍ସିଡାଣ୍ଟ୍, ଆନ୍ଟିବ୍ୟାକ୍ଟେରିଆଲ୍, ଏବଂ ଆନ୍ଟିଭାଇରାଲ୍ ଗୁଣ ରହିଥାଏ। ଏହା ଇମ୍ୟୁନିଟିକୁ ବଢାଇବା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ତେଣୁ ଏହାକୁ ଇମ୍ୟୁନିଟି ବୁଷ୍ଟର ମଧ୍ୟ କୁହାଯାଏ।

୨. ଗର୍ଭାବସ୍ଥା: ଗର୍ଭାବସ୍ଥା ସମୟରେ ଡାଳିମ୍ବ ସେବନ କରିବା ମହିଳାମାନଙ୍କ ପାଇ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍ ଗର୍ଭାବସ୍ଥା ସମୟରେ ପ୍ରସୂତୀକୁ ରୋଗ ଦାଉରୁ ରକ୍ଷା କରିଥାଏ। ଡାଳିମ୍ବ କେବଳ ମା’ ନୁହେଁ ବରଂ ଶିଶୁ ପାଇଁ ମଧ୍ୟ ଖୁବ ଫଳପ୍ରଦ ହୋଇଥାଏ।

୩. ହଜମ ପ୍ରକ୍ରିୟା: ଡାଳିମ୍ବରେ ଆଣ୍ଟି-ହେଲିକୋବ୍ୟାକ୍ଟର ପାଇଲୋରିର ପ୍ରଭାବ ମଧ୍ୟ ରହିଥାଏ, ଯାହାକି ପେଟ ସହ ଜଡିତ ସମସ୍ତ ରୋଗକୁ କମ କରିବାରେ ସାହାଯ୍ୟ କରିଥାଏ।

୪.  ମଧୁମେହ: ଡାଳିମ୍ବରେ ଆଣ୍ଟିଡାୟବେଟିକ ରହିଥିବାରୁ, ଏହାକୁ ଖାଇବା ଦ୍ୱାରା କରିବା ଦ୍ୱାରା ଡାଇବେଟିସକୁ କମ କରାଯାଇପାରିଥାଏ। ଡାଳିମ୍ବ ଜୁସରେ ରହିଥିବା ସୁଗାର ମଧ୍ୟ ବ୍ଲଡ ସୁଗାରର ଲେବଲକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

୫. ହାର୍ଟ୍: ଡାଳିମ୍ବରେ ଆଣ୍ଟିହାଇପରଟେନ୍ସିବ ସହିତ ଆଣ୍ଟିଏଥିରିୟୋଜେନିକ ରହିଥାଏ, ଯାହାକି ହାର୍ଟ ପାଇ ଲାଭଦାୟକ ହୋଇଥାଏ। କେବେଳ ଏତିକି ନୁହେଁ ଡାଳିମ୍ବ ସାହାଯ୍ୟରେ ବଢିଯାଇଥିବା କୋଲେଷ୍ଟ୍ରଲକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

You might also like