• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ବଟି ଆଦାୟକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ କନ୍ଦଳ
ବଟି ଆଦାୟକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ କନ୍ଦଳ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଜ୍ଞାପନ ଲିପଲେଟ୍ ବଣ୍ଟାକୁ ନେଇ ରାଜନୀତି। ବିଜୁ ଛାତ୍ର ଜନତା ଦଳରେ ଫାଟ। ଦୁଇଫାଳ ହୋଇଛି ବିସିଜେଡି। ଉତ୍କଳ ବିଶ୍ୱବିଦ୍ୟାଳୟରେ ଘରୋଇ ଶିକ୍ଷାନୁଷ୍ଠାନର ଲିଫଲେଟ୍‌ ବଣ୍ଟାଯିବାବେଳେ ବେଆଇନ ଭାବରେ ଆଦାୟ ହେଉଥିବା ବଟିକୁ ବିରୋଧ କରିଛନ୍ତି ବିସିଜେଡିର ଭୁବନେଶ୍ୱର ଜିଲ୍ଲା ସଭାପତି କଳ୍ପତରୁ ଓଝା ଓ ତାଙ୍କର ସମର୍ଥକ। ଫଳରେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତି ପ୍ରାର୍ଥୀ ଥିବା ସୌମ୍ୟରଞ୍ଜନ ମହାପାତ୍ର ଓ କଳ୍ପତରୁଙ୍କ ମଧ୍ୟରେ ସୃଷ୍ଟି ହୋଇଛି କନ୍ଦଳ।  […]

  • Friday, 11 June 2021
ମାତିଲେ ଲୁଟେରା
ମାତିଲେ ଲୁଟେରା

ପୁରୀ : ଦିନ ଦ୍ୱିପହରେ ବିଚ୍ ରାସ୍ତାରେ ଲୁଟ୍। ପୁରୀ ଟାଉନ ଥାନ ଅନ୍ତର୍ଗତ ମରିଚିକୋଟ ଗଳିରେ ଜଣେ ବ୍ୟକ୍ତିଙ୍କ ହାତରୁ ବିଚ୍ ରାସ୍ତାରେ ଦୁଇ ବାଇକ୍ ଲୁଟେରା ୨ ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ଏହି ଲୁଟ୍‌ର ପୁରା ଦୃଶ୍ୟ କଏଦ ହୋଇଛି ସେଠାରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ। ଘଟଣା ସମ୍ପର୍କରେ ଖବର ପାଇ ଟାଉନ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

  • Friday, 11 June 2021
ଆଜିଠୁ ବିଜେଡି ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ
ଆଜିଠୁ ବିଜେଡି ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ

ଭୁବନେଶ୍ୱର : ଆଜିଠୁ ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟକୁ ଓହ୍ଲାଉଛି ବିଜେଡି। ମହାନଦୀର ଓଡ଼ିଶା ପ୍ରବେଶପଥ ଝାରସୁଗୁଡ଼ାର ସୁଖାଶୋଡ଼ା ଓ ବରଗଡ଼ର ଚିଖିଲିରୁ ଆରମ୍ଭ ହେବ। ବିଜେଡିର ମହାନଦୀ ସୁରକ୍ଷା ଯାତ୍ରା ମହାନଦୀର ଦୁଇ ପାର୍ଶ୍ୱରେ ଥିବା ସୁଖାଶୋଡ଼ା ଓ ଚିଖିଲି- ଉଭୟ ସ୍ଥାନରେ ସାଧାରଣ ସଭାର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଇ ଦୁଇଟି ସ୍ଥାନରେ ଯୋଗ ଦେଇ ମହାନଦୀ ସୁରକ୍ଷା ଯାତ୍ରାର ଶୁଭାରମ୍ଭ କରିବେ। ୧୫ଟି ଜିଲ୍ଲା ଅତିକ୍ରମ କରି ଏଇ ଯାତ୍ରା […]

  • Friday, 11 June 2021
ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍ ଅଛି କି ନାହିଁ, ଚାଲିଛି ତନାଘନା
ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍ ଅଛି କି ନାହିଁ, ଚାଲିଛି ତନାଘନା

ସମ୍ବଲପୁର : ସମ୍ବଲପୁରର ବିଭିନ୍ନ ହୋଟେଲ ଏବଂ ସପିଂ ମଲରେ ଅଗ୍ନିଶମ ବିଭାଗର ଚଢଉ। ସହରରେ ଥିବା ହୋଟେଲ ଏବଂ ସପିଂ ମଲ୍ ଗୁଡିକରେ କିଭଳି ରହିଛି ଅଗ୍ନି ନିରାପତ୍ତା ବ୍ୟବସ୍ଥା ତାର ଯାଞ୍ଚ ହେଉଛି। ତାସହ ସେ ସବୁ ସ୍ଥାନରେ ଫାୟାର୍ ସେଫ୍ଟି ଗାଇଡ୍ ଲାଇନ୍ ପାଳନ ହେଉଛି କି ନାହିଁ, ସେନେଇ ତଦାରଖ ଚାଲିଛି।ଭୁବନେଶ୍ୱରରୁ ଯାଇଥିବା ଅଗ୍ନିଶମ ବିଭାଗର ୧୩ଟି ଟିମ୍ ସମ୍ବଲପୁରର ବିଭିନ୍ନ ସ୍ଥାନକୁ ଯାଇ ଚଢଉ କରୁଛନ୍ତି। ପୂର୍ବରୁ ଭୁବନେଶ୍ୱର ଓ […]

  • Friday, 11 June 2021
ଏମ୍‌ସ ଗଲେ ପପୁ
ଏମ୍‌ସ ଗଲେ ପପୁ

ଭୁବନେଶ୍ୱର : ଦିଲ୍ଲୀ ଏମ୍‌ସରେ ଭର୍ତ୍ତି ହୋଇଛନ୍ତି ଅଭିନେତା ପପୁ ପମ୍‌ପମ୍‌। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ପପୁଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଏମ୍‌ସ ସ୍ଥାନାନ୍ତର କରାଯାଇଛି। ଅଗ୍ନାଶୟ ବା ପାନ୍‌କ୍ରିୟାସ୍‌ ଯନ୍ତ୍ରଣା ଯୋଗୁଁ ପପୁ ଗତ ତିନି ଦିନ ଧରି ଚିକିତ୍ସାଧୀନ ଥିଲେ। ତେବେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ପଠାଯାଇଛି। ଦିଲ୍ଲୀ ଏମ୍‌ସରେ ପପୁଙ୍କ ଯେଭଳି ଉତ୍ତମ ଚିକିତ୍ସା ଯୋଗାଇ ଦିଆଯିବ ସେ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ […]

  • Friday, 11 June 2021
ନିର୍ମାଣାଧୀନ ପୋଲ ତଳକୁ ଖସିଲା କାର୍
ନିର୍ମାଣାଧୀନ ପୋଲ ତଳକୁ ଖସିଲା କାର୍

କଳାହାଣ୍ଡି : କଳାହାଣ୍ଡି ଜିଲା କେସିଙ୍ଗା ଥାନା କାଂଶବାହାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ନିର୍ମାଣାଧୀନ ପୋଲ ତଳକୁ କାର୍ ଖସି ଘଟଣାସ୍ଥଳରେ ଦୁଇ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କାରଟି ପୋଲ ଉପରୁ ଖସି ପଡିଥିଲା। କାରଟି ରାଉରକେଲାରୁ ଫେରୁଥିଲା, ଯେଉଁଥିରେ କେସିଙ୍ଗାର ବ୍ୟବସାୟୀ ଦିନେଶ ଜୈନ ଏବଂ ଅନ୍ୟଜଣେ ସଂଜୟ ଅଗ୍ରୱାଲ ଥିଲେ। ସକାଳେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ […]

  • Friday, 11 June 2021
କଟକ ସହରର ମୁଖ୍ୟ ପ୍ରବେଶ ପଥରେ କୁଢ଼ କୁଢ଼ ଆବର୍ଜନା

କଟକ: କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟର ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟ ଅନୁସାରେ, କଟକ ସହରର ନମ୍ବର ରହିଥିଲା ୨୦୪ରେ। ଏହାପରେ ସହରର ପରିମଳ ବ୍ୟବସ୍ଥା ଉପରେ ଉଠିଥିଲା ପ୍ରଶ୍ନବାଚୀ। କଟକର ମୁଖ୍ୟ ପ୍ରବେଶପଥରେ ଗଦା ଗଦା ଅଳିଆ ଆବର୍ଜନା ଖବର ଓଟିଭିରେ ପ୍ରସାରଣ ପରେ ଆରମ୍ଭ ହୋଇଥିଲା ବ୍ୟାରିକେଡ୍ କାମ। ତେବେ ଖାଲି ବ୍ୟାରିକେଡ୍ କରି ଚୁପ୍ ବସିଯାଇଛନ୍ତି କର୍ତ୍ତୃପକ୍ଷ। ଏହା ଭିତରେ ବର୍ଷେ ବିତିବାକୁ ବସିଥିବା ବେଳେ ବ୍ୟାରିକେଡ୍ ଭାଙ୍ଗିରୁଜି ଗଲାଣି। କଟକ ସହରର ମୁଖ୍ୟ […]

  • Friday, 11 June 2021
ସ୍ୱାମୀଙ୍କ ମଙ୍ଗଳ କାମନା କରି ମହିଳା‌ଙ୍କ ସାବିତ୍ରୀ ବ୍ରତ ପାଳନ
ସ୍ୱାମୀଙ୍କ ମଙ୍ଗଳ କାମନା କରି ମହିଳା‌ଙ୍କ ସାବିତ୍ରୀ ବ୍ରତ ପାଳନ

ଭୁବନେଶ୍ୱର: ଆଜି ସାବିତ୍ରୀ ଅମାବାସ୍ୟା। ସତ୍ୟବାନ୍‌ ଅର୍ଥାତ ନିଜ ସ୍ୱାମୀଙ୍କ ମଙ୍ଗଳ କାମନା କରି ବିବାହିତ ମହିଳାମାନେ ପାଳୁଛନ୍ତି ସାବିତ୍ରୀ ବ୍ରତ। ଏଥିପାଇଁ ସକାଳୁ ସକାଳୁ ମନ୍ଦିର ଗୁଡିକରେ ମହିଳାଙ୍କ ଭିଡ ଦେଖିବାକୁ ମିଳିଛି।  ନୂଆ ଶାଢୀ, ଚୁଡି, ସିନ୍ଦୂର ଓ ଫଳ ମୂଳ ଇତ୍ୟାଦି ଧରି ପୂଜାର୍ଚ୍ଚନା କରୁଛନ୍ତି ମହିଳାମାନେ। ସ୍ୱାମୀଙ୍କ ଦୀର୍ଘ ଆୟୁଷ ଓ ମଙ୍ଗଳକାମନା କରି ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି।

  • Friday, 11 June 2021
ଅନ୍‌ଲାଇନ୍‌ ସପିଙ୍ଗ ନାଁରେ ଠକେଇ
ଅନ୍‌ଲାଇନ୍‌ ସପିଙ୍ଗ ନାଁରେ ଠକେଇ

ଖୋର୍ଦ୍ଧା : ଅନ୍‌ଲାଇନ ସପିଙ୍ଗ ନାଁରେ ଠକେଇ ଅଭିଯୋଗ। ଏହି ଅଭିଯୋଗ ଆଣିଛନ୍ତି ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ନାଲିପଡା ଅର୍ଜୁନପୁରର ଦାଶରଥୀ ନାୟକ। ସେ ଗତବର୍ଷ ଅକ୍ଟୋବରରେ ଅନ୍‌ଲାଇନ୍‌ରେ ସପିଙ୍ଗ ପାଇଁ ବାଜାଜ ଫିନସର୍ଭରୁ ଏକ ଡିଜିଟାଲ କାର୍ଡ କରିଥିଲେ। ଯାହାର ବୈଧତା ୨୦୨୭ ମସିହା ପର୍ଯ୍ୟନ୍ତ ରହିବା ସହିତ ଉକ୍ତ  କାର୍ଡ ମାଧ୍ୟମରେ ଲକ୍ଷେ ୨୦ ହଜାର ଟଙ୍କାର ଅନ୍‌ଲାଇନ କାରବାର କରିବା ପାଇଁ ସୁବିଧା ଥିଲା। ତେବେ ଏହି କାର୍ଡ ଦ୍ୱାରା ଦାଶରଥୀ […]

  • Friday, 11 June 2021
ସାବିତ୍ରୀ ବ୍ରତ ପାଇଁ ଫଳ ବଜାର ଗରମ
ସାବିତ୍ରୀ ବ୍ରତ ପାଇଁ ଫଳ ବଜାର ଗରମ

ଭୁବନେଶ୍ୱର : ସାବିତ୍ରୀ ପାଇଁ ସଜେଇ ହୋଇଛି ରାଜଧାନୀର ଫଳ ବଜାର। ଭଳିକି ଭଳି ଫଳର ପସରା ଖୋଲି ଗ୍ରାହକଙ୍କୁ ଅନେଇ ବସିଛନ୍ତି ଦୋକାନୀ। ହେଲେ କିଣିବାକୁ ଗ୍ରାହକଙ୍କ ହାତ ଯାଉନି। କାରଣ ଫଳ ବଜାରରେ ସତେ ଯେମିତି ନିଆଁ ଲାଗିଛି। ରେଟ୍ ଶୁଣି ମୁଣ୍ଡ କାନ ଝାଇଁ ମାରିଯାଉଛି। ଗତ ବର୍ଷ ତୁଳନାରେ ସବୁ ଫଳ କିଲୋ ପିଛା ୪୦ରୁ ୫୦ଟଙ୍କା ବଢିଛି।  ଏମିତିକି ସାଧାରଣ କଦଳୀ କେଜି ୫୦ଟଙ୍କା, ସପୁରୀ ଗୋଟାକୁ ୩୦ରୁ ୩୫ […]

  • Friday, 11 June 2021
ପପୁ ପମ୍‌ପମ୍‌ ଅସୁସ୍ଥ
ପପୁ ପମ୍‌ପମ୍‌ ଅସୁସ୍ଥ

ଭୁବନେଶ୍ୱର : ଓଲିଉଡ଼ କମେଡି କିଙ୍ଗ୍ ପପୁ ପମ୍ ପମ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। ତାଙ୍କୁ ଆସନ୍ତାକାଲି ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ନିଆଯିବ ବୋଲି ନିକଟ ସମ୍ପର୍କୀୟଙ୍କ ପକ୍ଷରୁ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ,  ଅଗ୍ନାଶୟ ବା ପାନ୍‌କ୍ରିୟାସ୍‌ ଜନିତ ରୋଗରେ ଆକ୍ରାନ୍ତ ହୋଇ ଗତ ତିନି ଦିନ ହେଲା ପପୁ ପମ୍ ପମ୍ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

  • Friday, 11 June 2021
ଏପ୍ରିଲ ୧ରୁ ଏପର୍ଯ୍ୟନ୍ତ ୫୧ ଜଣଙ୍କର ମୃତ୍ୟୁ ହୋଇଛି
ଏପ୍ରିଲ ୧ରୁ ଏପର୍ଯ୍ୟନ୍ତ ୫୧ ଜଣଙ୍କର ମୃତ୍ୟୁ ହୋଇଛି

ଭୁବନେଶ୍ୱର : ରାଜ୍ୟରେ ହୋଇଥିବା କାଳବୈଶାଖୀରେ ଏପ୍ରିଲ ୧ରୁ ଏପର୍ଯ୍ୟନ୍ତ ୫୧ ଜଣଙ୍କର ମୃତ୍ୟୁ ହୋଇଛି। ବିଶେଷ କରି ବଜ୍ରପାତରେ ସର୍ବାଧିକ ୪୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କାଳବୈଶାଖୀରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ। ସେହିପରି ୬ଟି ଜିଲ୍ଲାରୁ ଫସଲ କ୍ଷତି ନେଇ ରିପୋର୍ଟ ଆସିଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ। ବରଗଡ଼, ସୁବର୍ଣ୍ଣପୁର, ମାଲକାନଗିରି, ଢେଙ୍କାନାଳ, ଯାଜପୁର ମୟୂରଭଞ୍ଜ ଏବଂ ବରଗଡ଼ରେ ସର୍ବାଧତ୍କ ଫସଲ ନଷ୍ଟ ହୋଇଥିବା ସୂଚନା ଦେଇଛନ୍ତି ରାଜସ୍ୱ […]

  • Friday, 11 June 2021
ଆଗକୁ ଜୋରଦାର ହେବ ଅପରେସନ : ପୋଲିସ ଡିଜି ଆର୍.ପି.ଶର୍ମା
ଆଗକୁ ଜୋରଦାର ହେବ ଅପରେସନ : ପୋଲିସ ଡିଜି ଆର୍.ପି.ଶର୍ମା

ଭୁବନେଶ୍ୱର : ଲାଲଗଡ଼ରେ ଆହୁରି ଜୋରଦାର ହେବ ମାଓ ଦମନ ଅପରେସନ୍। ପଡୋଶୀ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ଏବଂ ତେଲେଙ୍ଗାନା ଆଦି ରାଜ୍ୟ ସହ ସମନ୍ୱୟ ରଖି ମାଓ ଦମନ ଅପରେସନ୍‌କୁ ଜୋରଦାର କରାଯିବ। ଏଥିପାଇଁ ଗୁଇନ୍ଦା ନେଟ୍‌ୱର୍କକୁ ବ୍ୟାପକ କରାଯାଉଛି। ରାଜ୍ୟରେ ମାଓ ଦମନ ଅପରେସନ୍ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଛନ୍ତି ପୋଲିସ ଡିଜି ଆର୍.ପି.ଶର୍ମା। ବିଶେଷ କରି କୋରାପୁଟ, ମାଲକାନଗିରି, ନୂଆପଡ଼ା, କଳାହାଣ୍ଡି ଏବଂ ରାୟଗଡ଼ାରେ ମାଓ ଦମନ ଅପରେସନକୁ ଜୋରଦାର […]

  • Friday, 11 June 2021
ପାଗ ଖରାପ ଯୋଗୁଁ ଓହ୍ଲାଇଲାନି ବିମାନ
ପାଗ ଖରାପ ଯୋଗୁଁ ଓହ୍ଲାଇଲାନି ବିମାନ

ଭୁବନେଶ୍ୱର : ପାଗ ଖରାପ ଯୋଗୁଁ ଭୁବନେଶ୍ୱରରୁ ଫେରିଗଲା ଦୁଇ ବିମାନ । ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିନପାରିବାରୁ ଦୁଇଟି ବିମାନକୁ କୋଲକାତା ବିମାନବନ୍ଦରରେ ଅବତରଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ବାଙ୍ଗାଲୋର-ଭୁବନେଶ୍ୱର ଇଣ୍ଡିଗୋ ୩୧୨ ବିମାନ କୋଲକାତାରେ ଅବତରଣ କରିଛି। ସେହିପରି ହାଇଦ୍ରାବାଦ-ଭୁବନେଶ୍ୱର ଏୟାର ଏସିଆ ୧୫୬୪ ବିମାନ ମଧ୍ୟ କୋଲକାତା ବିମାନବନ୍ଦରରେ ଅବତରଣ କରିଛି।  ଭୁବନେଶ୍ୱରରେ ପ୍ରବଳ ବର୍ଷାର ସହ ଝଡ଼ ଯୋଗୁଁ ଉଭୟ ବିମାନକୁ ଡାଇଭର୍ଟ କରାଯାଇଥିଲା।

  • Friday, 11 June 2021
ଟ୍ୱିନ୍‌ସିଟିରେ ଛେଚିଲା କାଳବୈଶାଖୀ ବର୍ଷା
ଟ୍ୱିନ୍‌ସିଟିରେ ଛେଚିଲା କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା। ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଜି କାଳବୈଶାଖୀ ବର୍ଷା ହୋଇଛି। ଫଳରେ ଗତ କିଛି ଦିନ ଧରି ପ୍ରବଳ ଓ ଗରମ ଓ ଗୁଳୁଗୁଳିରୁ ତ୍ରାହି ମିଳିଛି। ଏପଟେ ରାଜ୍ୟରେ ବିଭିନ୍ନ ଜିଲ୍ଲାକୁ ଆଜି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ନୂଆପଡ଼ା, ବରଗଡ଼, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ […]

  • Friday, 11 June 2021
ନବୀନ ସରକାର ଲୋକଙ୍କୁ ବିଭ୍ରାନ୍ତ କରି କ୍ଷମତାରେ ଅଛି: ପ୍ରତାପ
ନବୀନ ସରକାର ଲୋକଙ୍କୁ ବିଭ୍ରାନ୍ତ କରି କ୍ଷମତାରେ ଅଛି: ପ୍ରତାପ

ଭୁବନେଶ୍ୱର: ଭୟଙ୍କର ଭାବେ ଦୁର୍ନୀତିଗ୍ରସ୍ତ ରାଜ୍ୟ ସରକାର।  ଦୀର୍ଘ ବର୍ଷ ହେଲା ସରକାର ଶାସନ ଚଳାଇ ଆସିଲେଣି, ହେଲେ କିଭଳି ଭାବେ ଦୁର୍ନୀତିଗ୍ରସ୍ତ ସରକାରଙ୍କୁ ସାଧାରଣ ଲୋକେ ସହ୍ୟ କରିଆସିଛନ୍ତି, ତାହା ଆଶ୍ଚଯର୍ୟଜନକ ବିଷୟ ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ। ଏଥିପାଇଁ ନିଜକୁ ଦାୟୀ କରିବା ସହ ନିଜ ଦଳକୁ ମଧ୍ୟ ଦାୟୀ କରିଛନ୍ତି। ବିଜେପି ବିକଳ୍ପ ଉପସ୍ଥାପିତ କରି ପାରି ନଥିବାରୁ ଆଜି ନବୀନ ସରକାର ଲୋକଙ୍କୁ ବିଭ୍ରାନ୍ତ କରି କ୍ଷମତାରେ […]

  • Friday, 11 June 2021
ଅସୁରକ୍ଷିତ ଭାବେ ଚାଲିଛି ପାରାଦୀପ ବନ୍ଦର ସମ୍ପ୍ରସାରଣ କାମ
ଅସୁରକ୍ଷିତ ଭାବେ ଚାଲିଛି ପାରାଦୀପ ବନ୍ଦର ସମ୍ପ୍ରସାରଣ କାମ

ପାରାଦୀପ: ରାଜ୍ୟରେ ନିର୍ମାଣାଧୀନ ପ୍ରକଳ୍ପରେ ବାରମ୍ବାର ଅଘଟଣ ଖବର ସାମ୍ନାକୁ ଆସୁଥିଲେ ମଧ୍ୟ ଚେତୁ ନାହାନ୍ତି ପ୍ରକଳ୍ପ ନିର୍ମାଣକାରୀ ସଂସ୍ଥା। ଏଭଳି ଅସୁରକ୍ଷିତ ଭାବେ ନିର୍ମାଣ କାମ ଚାଲିଥିବା ଦେଖିବାକୁ ମିଳିଛି ପାରାଦୀପରେ। ଏଠାରେ ତିଆରି ହେଉଥିବା ରେଳ ଲାଇନରେ ଲୋକଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା ହୋଇନଥିବା ବେଳେ ବନ୍ଦର ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ମଧ୍ୟ ଅଧିକାଂଶ ସମୟରେ ବିନା ନିରାପତ୍ତା ସରଞ୍ଜାମରେ କାମ କରୁଥିବା ଦେଖିବାକୁ ମିଳିଛି। ମୁକୁଳା ଲେଭେଲ୍ କ୍ରସିଂ ଦେଇ ଯିବା […]

  • Friday, 11 June 2021
ଇଡି ସ୍କାନରରେ ଧନୀ ନକ୍ସଲ ନେତା
ଇଡି ସ୍କାନରରେ ଧନୀ ନକ୍ସଲ ନେତା

ଭୁବନେଶ୍ୱର : ଧନୀ ନକ୍ସଲ ନେତାଙ୍କ ଉପରେ ଇଡିର ଆଖି। ସଂଗଠନ ନାଁରେ କେଉଁଠୁ ଆଣୁଛନ୍ତି ଚାନ୍ଦା ? କେତେ ଟଙ୍କାର ହେଲେଣି ମାଲିକ ? କେଉଁଠି ପଢୁଛନ୍ତି ସେମାନଙ୍କ ପିଲା ? ଏସବୁର ଟିକ୍‌ନିଖି ତଥ୍ୟ ହାସଲ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନେଇଛି କଡ଼ା ପଦକ୍ଷେପ। ବାମପନ୍ଥୀ ଉଗ୍ରବାଦୀ ଆନ୍ଦୋଳନର ଆର୍ଥିକ ଜୀବନରେଖାକୁ ବନ୍ଦ କରିବା ଓ ମାଓ ନେତାଙ୍କ ସମ୍ପତ୍ତି ବ୍ୟାଜାପ୍ତି ଲକ୍ଷ୍ୟରେ କେନ୍ଦ୍ରୀୟ ଏଜେନ୍ସି ଏବଂ ବିଭିନ୍ନ ରାଜ୍ୟର ପୋଲିସ ମଧ୍ୟରେ […]

  • Friday, 11 June 2021
ବୌଦ୍ଧ ଧର୍ମରେ ଦୀକ୍ଷିତ ହେଲେ କୃଷ୍ଣଚନ୍ଦ୍ର ଶଗରିଆ
ବୌଦ୍ଧ ଧର୍ମରେ ଦୀକ୍ଷିତ ହେଲେ କୃଷ୍ଣଚନ୍ଦ୍ର ଶଗରିଆ

କୋରାପୁଟ  : ଧର୍ମରୁ ଧମ୍ମକୁ ଯାତ୍ରା। ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ମାର୍ଗରେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ। ହିନ୍ଦୁ ଧର୍ମ ଛାଡ଼ି ଆଜି ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇଛନ୍ତି କୃଷ୍ଣଚନ୍ଦ୍ର। ତାଙ୍କ ଗାଁ ଲକ୍ଷ୍ମୀପୁର ବୁର୍ଜାରେ ଆୟୋଜିତ ଧମ୍ମ କ୍ରାନ୍ତି ସମାରୋହରେ ଗତକାଲି ଯଜନଯାଜନ ସଭା ପରେ ଆଜି ବିଧିବଦ୍ଧ ଭାବେ ଶଗରିଆ ସପରିବାର ବୌଦ୍ଧ ଧର୍ମ ଗ୍ରହଣ କରିଛନ୍ତି। ଛତିଶଗଡ଼ରୁ ଆସିଥିବା ଭୋନତେ ବୁଦ୍ଧ ଘୋଷ , କୃଷ୍ଣଚନ୍ଦ୍ରଙ୍କ ସହ ପ୍ରାୟ ଶହେ ପରିବାରକୁ […]

  • Friday, 11 June 2021
ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ବରଗଡ : ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଅଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲ୍ଲା ଗ୍ରୀଂଜେଲ ଗାଁରେ। ଅଭିଯୋଗ ଅନୁସାରେ, ଗ୍ରୀଂଜେଲ ଗାଁର ଗଣେଶ ସେଠ ମେହେରପଡାର ଜଣେ ମହିଳାଙ୍କୁ ପ୍ରେମ କରୁଥିଲେ। ହେଲେ ଗତକାଲି ମହିଳା ଜଣକ ଘରେ ନଥିବାରୁ ପରିବାର ଲୋକେ ସୋହେଲା ଥାନାରେ ଏନେଇ ଏକ ନିଖୋଜ ରିପୋର୍ଟ ଦେଇଥିଲେ। ଆଜି ସକାଳେ ଗାଁ ନିକଟରେ ଥିବା ଏକ ମହୁଲ ଗଛରେ ପିନ୍ଧା ଶାଢ଼ୀରେ ଉଭୟେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। […]

  • Friday, 11 June 2021
ତଦନ୍ତ କମିଶନଙ୍କ ନିକଟରେ ସାକ୍ଷ୍ୟଗ୍ରହଣ ଆରମ୍ଭ
ତଦନ୍ତ କମିଶନଙ୍କ ନିକଟରେ ସାକ୍ଷ୍ୟଗ୍ରହଣ ଆରମ୍ଭ

କୋରାପୁଟ : ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ଚାଲିଛି ସାକ୍ଷଗ୍ରହଣ। ଏଥିପାଇଁ ଜୟପୁର ସ୍ଥିତ ଜିଲ୍ଲା ଜଜ୍‌ କୋର୍ଟରେ ପହଞ୍ଚିଛନ୍ତି ପଟାଙ୍ଗୀ ଥାନା ଅଧିକାରୀ ଦେବ କୁମାର ଗମାଙ୍ଗ ଓ HRPC ଇନ୍‌ସ୍ପେକ୍ଟର ମମତା ପାଣିଗ୍ରାହୀ। ଗତ ଏପ୍ରିଲରେ ଜିଲ୍ଲା ଦୌରା ଜଜ କୋର୍ଟ ବିଚାରପତି ବିଦ୍ୟୁତ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ପୀଡ଼ିତାଙ୍କ ଗାଁକୁ ଯାଇ ସରଜମିନ ତଦନ୍ତ କରିଥିଲା। ତଦନ୍ତ କମିଶନଙ୍କ ଏହି ଟିମ୍ କୁନ୍ଦୁଲି ପୀଡ଼ିତାଙ୍କ ପରିବାର […]

  • Friday, 11 June 2021
ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ
ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ

ଯାଜପୁର  : ଯାଜପୁର ରୋଡ଼ଥାନା ଖପୁରିଆପଦାରେ ରାଜନୈତିକ ଶତୃତାକୁ କେନ୍ଦ୍ରକରି ଆକ୍ରମଣ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୋଟିଏ ପରିବାରର ୪ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ପ୍ରଥମେ ଯାଜପୁର ରୋଡ଼ ମେଡିକାଲକୁ ନିଆଯାଇଥିଲା। ହେଲେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୋକାନର ବାକି ଟଙ୍କା ମାଗିବାରୁ ଏଭଳି ପରସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ, ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛି।

  • Friday, 11 June 2021
ସାଇକ୍ଲିଙ୍ଗ ଆଣ୍ଡ୍ ଆଡଭେଞ୍ଚର କ୍ଲବର ସାଇକେଲ ଶୋଭାଯାତ୍ରା
ସାଇକ୍ଲିଙ୍ଗ ଆଣ୍ଡ୍ ଆଡଭେଞ୍ଚର କ୍ଲବର ସାଇକେଲ ଶୋଭାଯାତ୍ରା

ଭୁବନେଶ୍ୱର/ପୁରୀ : ସ୍ୱର୍ଣ ତ୍ରିଭୁଜରେ ଥିବା ଭୁବନେଶ୍ୱର, ପୁରୀ ଓ କୋଣାର୍କ ଭଳି ପର୍ଯ୍ୟଟନସ୍ଥଳୀର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ସାଇକେଲ ଶୋଭାଯାତ୍ରା। ଭୁବନେଶ୍ୱରରୁ ବାହାରିଥିବା ଏହି ଶୋଭାଯାତ୍ରା ପୁରୀରେ ପହଞ୍ଚିଛି। ଏହି ସାଇକେଲ ଶୋଭାଯାତ୍ରାର ଆୟୋଜନ କରିଛି ଭୁବନେଶ୍ୱର ସାଇକ୍ଲିଂ ଆଣ୍ଡ ଆଡଭେଞ୍ଚର କ୍ଲବ। ଭୁବନେଶ୍ୱରରୁ ପ୍ରାୟ ୭୦ ଜଣ ପୁରୁଷ ଓ ମହିଳା ଏହି ସାଇକେଲ ଯାତ୍ରାରେ ସାମିଲ ହୋଇଛନ୍ତି। ୧୨ ଘଣ୍ଟା ମଧ୍ୟରେ ସେମାନେ ୧୬୦ କିଲୋମିଟର ଅତିକ୍ରମ କରିବେ। ପର୍ଯ୍ୟଟନ ସ୍ଥଳୀର […]

  • Friday, 11 June 2021
ବିଳମ୍ବ ହୋଇପାରେ ଝାରସୁଗୁଡ଼ା ବିମାନ ବନ୍ଦରକୁ ବିମାନ ଉଡ଼ାଣ

ଭୁବନେଶ୍ୱର: ବିଳମ୍ବ ହୋଇପାରେ ଝାରସୁଗୁଡ଼ା ବିମାନ ବନ୍ଦରକୁ ବିମାନ ଉଡ଼ାଣ। ଏହି ବିମାନ ବନ୍ଦର ରାଜ୍ୟର ଦ୍ୱିତୀୟ ବ୍ୟବସାୟିକ ବିମାନବନ୍ଦରର ମାନ୍ୟତା ପାଇବା ପରେ ଆସନ୍ତା ଜୁନ୍ ୧୪ରୁ ଝାରସୁଗୁଡ଼ା ସିଡ଼୍ୟୁଲ୍ ବିମାନ ଉଡ଼ାଣ ପାଇଁ ଆପାତତଃ ସମୟ ଧାର୍ଯ୍ୟ ହୋଇଥିଲା। ହେଲେ ଏପର୍ଯ୍ୟନ୍ତ ବିମାନ ବନ୍ଦରକୁ ଇନଷ୍ଟ୍ରୁମେଣ୍ଟ୍‌ ଫ୍ଲାଇଟ୍ ରୁଲ୍ସ ଲାଇସେନ୍ସ ମିଳି ନାହିଁ। ସେହିପରି ସୁରକ୍ଷାକର୍ମୀଙ୍କ ପ୍ରଶିକ୍ଷଣ ଶେଷ ହୋଇ ନ ଥିବାରୁ ମଧ୍ୟ ଉଡ଼ାଣରେ ବିଳମ୍ବ ହେବା ନେଇ ଆଶଙ୍କା ଦେଖା ଦେଇଛି। ପଶ୍ଚିମ […]

  • Friday, 11 June 2021
୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ବାଲେଶ୍ୱର  : ପୁଣି ଲଜ୍ଜା। ବାଲେଶ୍ୱର ସୋର ଥାନା ଅଞ୍ଚଳରେ ଜଣେ ୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗାଁରେ ଏକ ବିବାହ ଶୋଭାଯାତ୍ରା ଚାଲିଥିବାବେଳେ ଜନଗହଳିର ସୁଯୋଗ ନେଇ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଜଣାପଡିଛି। ଅଭିଯୁକ୍ତ ଜଣକ ସୋର ଥାନା ପୁରୁଷୋତ୍ତମପୁର ଗାଁର ମନୀନ୍ଦ୍ର ମଲ୍ଲିକ।ଲୋକ ଗହଳିର ସୁଯୋଗ ନେଇ ଅଭିଯୁକ୍ତ ମନୀନ୍ଦ୍ର ନାବାଳିକାକୁ ଏକ ଏଲ.ଆଇ. ପଏଣ୍ଟ ନିକଟକୁ ଟେକି ନେଇ ଦୁଷ୍କର୍ମ କରିଥିଲା। ଘଟଣା ନେଇ ସୋର ଥାନାରେ ମାମଲା ରୁଜୁ […]

  • Friday, 11 June 2021