• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଦୁର୍ଘଟଣାରେ ବସ୍ ଡ୍ରାଇଭର ମୃତ, ୬ ଜଣ ଆହତ
ଦୁର୍ଘଟଣାରେ ବସ୍ ଡ୍ରାଇଭର ମୃତ, ୬ ଜଣ ଆହତ

ବାଲେଶ୍ୱର  : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟ ଭେଲୋରା ଛକରେ ୬୦ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି। କଟକରୁ କୋଲକାତା ଅଭିମୁଖେ ଯାଉଥିବା ମୁସକାନ ବସ୍ ରାସ୍ତାରେ ଯାଉଥିବା ଏକ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଆହତମାନଙ୍କୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଏନେଇ ତଦନ୍ତ ଜାରି ରଖିଛି।

  • Friday, 02 July 2021
ମଞ୍ଚା ଉପରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ
ମଞ୍ଚା ଉପରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ

ବାଲେଶ୍ୱର : ନୀଳଗିରିରେ ଲଜ୍ଜା। ରାତିରେ ଧାନ ଜଗିଥିବା ମହିଳାଙ୍କୁ ୪ ଫରେଷ୍ଟ ଗାର୍ଡଙ୍କ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ କାବୁ କରି ନିସ୍ତୁକ ପିଟିଛନ୍ତି ଗାଁ ଲୋକେ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ବନ କର୍ମଚାରୀଙ୍କୁ ଉଦ୍ଧାର କରିଛି ପୋଲିସ୍। ସୂଚନା ଅନୁସାରେ ନୀଳଗିରି ତେଣ୍ଡା ଗାଁର ଜଣେ ମହିଳା ଧାନ ଫସଲ ଜଗିବାକୁ ଏକ ମଞ୍ଚା କରି ରାତିରେ ଶୋଇଥିଲେ। ସାଙ୍ଗରେ ତାଙ୍କର ଛୋଟ ଝିଅ ଶୋଇଥିଲା। ଏହି […]

  • Friday, 02 July 2021
ରେଳ ଷ୍ଟେସନରେ ବିସ୍ଫୋରକ ସାମଗ୍ରୀ
ରେଳ ଷ୍ଟେସନରେ ବିସ୍ଫୋରକ ସାମଗ୍ରୀ

ଝାରସୁଗୁଡ଼ା  : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ରେଳ ଷ୍ଟେସନରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।  ହାୱଡ଼ା-ପୁଣେ ଆଜାଦ୍‌ହିନ୍ଦ ଏକ୍ସପ୍ରେସ୍‌ରୁ ୮ଟି ଡିନାମାଇଟ୍ ଜବତ କରାଯାଇଛି। ସନ୍ଦେହରେ ଜିଆର୍‌ପି ଏକ ବ୍ୟାଗକୁ ଜବତ କରିବା ପରେ ବିସ୍ଫୋରକ ସାମଗ୍ରୀ ଥିବା ଜଣାପଡ଼ିଥିଲା। ତେବେ କିଏ ଏବଂ କେଉଁଠୁ ଏହି ସାମଗ୍ରୀକୁ ଆଣୁଥିଲା, ସେନେଇ ଖୋଳତାଡ଼ ଜାରି ରହିଛି।

  • Friday, 02 July 2021
ପିସିସି ନବକଳେବର ପରେ ଫୋକସ୍‌ରେ ସଂଗଠନ ପୁନରୁଦ୍ଧାର
ପିସିସି ନବକଳେବର ପରେ ଫୋକସ୍‌ରେ ସଂଗଠନ ପୁନରୁଦ୍ଧାର

ଭୁବନେଶ୍ୱର : ଛୋଟ ନୁହେଁ ଜୁମ୍ବୋ ଟିମ୍। ରାଜ୍ୟର ସବୁ ପ୍ରାନ୍ତରର ନେତାଙ୍କୁ ସନ୍ତୁଷ୍ଟ କରିବାକୁ ଭରପୁର ପ୍ରୟାସ। ତେବେ ପୂର୍ବରୁ ପ୍ରସାଦଙ୍କ ଜୁମ୍ବୋ ଟିମ୍‌କୁ ବେଶି ଲୋକରେ ମୂଷା ମରେ ନାହିଁ କହିଥିବା ନିରଞ୍ଜନ ଏଥର ନିଜର ଏଇ ଟିମ୍‌କୁ ନେଇ କିଭଳି ଆଗକୁ ବଢ଼ିବେ ତାକୁ ନେଇ କଳ୍ପନାଜଳ୍ପନା। କେଉଁ କମିଟିର କାମ କଣ ହେବ, ତାହା ସ୍ପଷ୍ଟ ହୋଇନାହିଁ। ତଥାପି କମିଟି କର୍ମକର୍ତ୍ତାଙ୍କ ସହ ଏଆଇସିସି ପକ୍ଷରୁ ଆଲୋଚନା କରାଯାଇଛି। ତିନିଜଣ କାର୍ଯ୍ୟକାରୀ […]

  • Friday, 02 July 2021
ବିଜେଡିରେ ଚାଲିଛି କି ବବି-ପାଣ୍ଡିଆନ୍ ରାଜ୍?
ବିଜେଡିରେ ଚାଲିଛି କି ବବି-ପାଣ୍ଡିଆନ୍ ରାଜ୍?

ଭୁବନେଶ୍ୱର : ବିଜେଡିରେ ବବି ଏ ଟୁ ଜେଡ୍। ବବି ନେକ୍ସଟ ଟୁ ପି। ବୈଜୟନ୍ତଙ୍କ କ୍ୟାମ୍ପ ଛାଡିଥିବା ଦେବାଶିଷ ମଲ୍ଲିକ ଓ ଅନୁଗତ ସଲିମ୍ ଖାନ୍‌ଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଅଡିଓ ଟେପ୍ ବାହାରକୁ ଆସିବାପରେ ବିଜେଡିରେ ପାଣ୍ଡିଆନ୍ ଓ ପ୍ରଣବ ପ୍ରକାଶ ଓରଫ୍ ବବି ଦାସଙ୍କ ଭୂମିକା କଣ ତାର ଗୁମର ବି ଖୋଲିଥିବା ଚର୍ଚ୍ଚା ହେଉଛି। ଅଡିଓ ଟେପ୍ ଅନୁଯାୟୀ, ବୈଜୟନ୍ତ ହୁଅନ୍ତୁ କି ଆଉ କିଏ, ବିଜେଡିରେ ଚାଲିଥିବା ବିଭିନ୍ନ ପ୍ରକାର […]

  • Friday, 02 July 2021
ବେଙ୍ଗାଲୁରୁ FC ସୁପର୍ କପ୍ ଫୁଟବଲ ଚାମ୍ପିଅନ୍
ବେଙ୍ଗାଲୁରୁ FC ସୁପର୍ କପ୍ ଫୁଟବଲ ଚାମ୍ପିଅନ୍

ଭୁବନେଶ୍ୱର:  ସୁପର କପ୍ ଫୁଟବଲର ଗ୍ରାଣ୍ଡ୍ ଫିନାଲେରେ ବାଜି ମାରି ନେଇଛି ବେଙ୍ଗାଲୁରୁ FC। ଇଷ୍ଟ୍ ବେଙ୍ଗଲ୍‌କୁ ୪-୧ ଗୋଲରେ ହରାଇ ସୁପର କପ୍ ଟାଇଟାଲକୁ ନିଜ ନାଁରେ କରିଛି ବେଙ୍ଗାଲୁରୁ FC। ୨ଟି ଗୋଲ୍ ସହ ଟିମ୍ ପକ୍ଷରୁ ସର୍ବାଧିକ ପ୍ରଦର୍ଶନ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି ସୁନୀଲ ଛେତ୍ରୀ। ତେବେ ବେଙ୍ଗାଲୁରୁ ଏଫ୍‌ସି ମ୍ୟାଚ୍‌ର ପ୍ରଥମାର୍ଦ୍ଧରୁ ହିଁ ଆକ୍ରମଣାତ୍ମକ ଭଙ୍ଗୀରେ ଖେଳିଥିଲା। ପ୍ରତିବଦଳରେ ବିପକ୍ଷ ଟିମ୍ କେବଳ ମାତ୍ର ଗୋଟିଏ ଗୋଲ୍ […]

  • Friday, 02 July 2021
୪ ଜଣଙ୍କୁ ଉଠାଇ ନେଲେ ମାଓବାଦୀ
୪ ଜଣଙ୍କୁ ଉଠାଇ ନେଲେ ମାଓବାଦୀ

ଭବାନୀପାଟଣା : ଭବାନୀପାଟଣାରେ ଗ୍ରାମରକ୍ଷୀ ଓ ୩ ଗ୍ରାମବାସୀଙ୍କୁ ଗାଁରୁ ଉଠାଇନେଲେ ମାଓବାଦୀ। ୪ ଜଣଙ୍କୁ ଲାଖପଦର ଗାଁରୁ ଅପହରଣ କରିଛନ୍ତି ମାଓବାଦୀ। ବିଜେପୁର ଥାନା ତ୍ରିଲୋଚନପୁର ପଞ୍ଚାୟତର ଲାଖପଦର ଗାଁରେ ଘଟିଛି ଏହି ଅପହରଣ। ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି ଏସ୍. ସାଇନି ଏହି ସୂଚନା ଦେଇଛନ୍ତି। ଅପହୃତଙ୍କ ମଧ୍ୟରେ ଅଛନ୍ତି ଲାଖପଦର ଗାଁର ଗ୍ରାମରକ୍ଷୀ କ୍ଷେତ୍ର ହରିଜନ। ଏଥି ସହିତ ପୂର୍ବତନ ଗ୍ରାମରକ୍ଷୀ ବିଶିକେସନ ନାୟକ ଏବଂ ଅନ୍ୟ ୨ ଗ୍ରାମବାସୀ ବାବୁଲା ନାଏକ ଏବଂ ରାଜୁ […]

  • Friday, 02 July 2021
ଜେଲ୍‌ରୁ ମୁକୁଳିବେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ
ଜେଲ୍‌ରୁ ମୁକୁଳିବେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

କଟକ : ବାହାରିବ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ।ଜ୍ୟୋତି ମୋଟର୍ସ ଅଧିକାରୀଙ୍କୁ ଅପହରଣ, ଦାଦାବଟି ମାମଲାରେ ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ। ୫୦ହଜାର ଟଙ୍କା, ଦୁଇଟି ଜାମିନଦାର ବଳରେ ତାଙ୍କୁ ଏହି ଜାମିନ ମିଳିଛି। ପ୍ରତି ସପ୍ତାହରେ ଲିଙ୍ଗରାଜ ଟେମ୍ପଲ ଥାନାରେ ହାଜିରା ଦେବେ ରାଜା। ଅନ୍ୟ କୌଣସି ଅପରାଧିକ ମାମଲାରେ ଯେପରି ସଂପୃକ୍ତ ନହେବେ ସେଥିପାଇଁ ଜାମିନରେ ସର୍ତ୍ତ ରହିଛି। ରାଜାଙ୍କ ଓକିଲଙ୍କ ଅନୁସାରେ, ତାଙ୍କ ବିରୋଧରେ ଆଉ କୌଣସି ମାମଲା ନଥିବାରୁ ଜାମିନ ମିଳିବା ବାଟ […]

  • Friday, 02 July 2021
ଆସନ୍ତାକାଲି ବିଜେଡି କରିବ ଶାନ୍ତିପୂର୍ଣ୍ଣ ପ୍ରତିବାଦ
ଆସନ୍ତାକାଲି ବିଜେଡି କରିବ ଶାନ୍ତିପୂର୍ଣ୍ଣ ପ୍ରତିବାଦ

ଭୁବନେଶ୍ୱର : ସାରା ଦେଶରେ ନୋଟ୍ ଅଭାବ ସମସ୍ୟା ଦେଖାଦେଇଥିବା ବେଳେ ଏହାକୁ ନେଇ ବିଜେଡି, ମୋଦି ସରକାରଙ୍କ ଉପରେ ବର୍ଷିଛି। ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଭୁବନେଶ୍ୱରରେ ଏକ ପ୍ରେସମିଟ୍ କରି କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଦାୟୀ କରିଛନ୍ତି। ଏହାର ପ୍ରତିବାଦରେ ଆସନ୍ତାକାଲି ସାରା ରାଜ୍ୟରେ ବିଜେଡି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବ। ଭୁବନେଶ୍ୱରରେ ରିଜର୍ଭ ବ୍ୟାଙ୍କ୍ ଏବଂ ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକ ଆଗରେ ପ୍ରତିବାଦ କରାଯିବ। ଏଥିସହ ସବୁ ସବ୍‌ଡିଭିଜନ ଓ […]

  • Friday, 02 July 2021
ଜାଲ ନୋଟ୍ କାରବାରରେ ୨ ଅଭିଯୁକ୍ତ ଗିରଫ
ଜାଲ ନୋଟ୍ କାରବାରରେ ୨ ଅଭିଯୁକ୍ତ ଗିରଫ

ବାଲେଶ୍ୱର : ଜାଲ୍‌ ନୋଟ କାରବାର ଅଭିଯୋଗରେ ଚଢାଉ କରି ବାଲେଶ୍ୱର ପୋଲିସ ପୁଣି ୨ଜଣଙ୍କୁ ଗିରଫ କରିଛି। ଗତ ବିଳମ୍ବିତ ରାତିରେ ପୋଲିସ ଚଢାଉ କରି ଜଳେଶ୍ୱର ଅଞ୍ଚଳରୁ ହସିମ୍ ଅଲ୍ଲୀ ଏବଂ ସୋର ଅଞ୍ଚଳରୁ ଏମଡି ଫରହଦ ଖାଁକୁ ଗିରଫ କରିଛି। ଏହାର ଚେର କୋଲକତା ପର୍ଯ୍ୟନ୍ତ ଲମ୍ବିଥିବା ପୋଲିସ ଜାଣିବାକୁ ପାଇଛି। ପୂର୍ବରୁ ମଧ୍ୟ ପୋଲିସ ବାଲେଶ୍ୱରର ବିଭିନ୍ନ ସ୍ଥାନରେ ଚଢାଉ କରି ୫ଜଣଙ୍କୁ ଗିରଫ କରିଥିଲା। ଜବତ ହୋଇଥିଲା ୧ ଲକ୍ଷ […]

  • Friday, 02 July 2021
ଆଗାମୀ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ବଢିବ
ଆଗାମୀ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ବଢିବ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢୁଛି ଗ୍ରୀଷ୍ମ ତାତି। ଆଜି ରାଜ୍ୟର ୯ଟି ସହରରେ ତାପମାତ୍ରା ରହିଥିଲା ୪୦ଡିଗ୍ରୀ ଉପରେ। ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ୪୨.୬ ଏବଂ ତା ତଳକୁ ଟିଟିଲାଗଡରେ ୪୨.୫ ଡିଗ୍ରୀ ରହିଥିଲା। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆଗାମୀ ୩/୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ବଢିବା ସହ ପ୍ରବଳ ଗରମ ଅନୁଭୂତ ହେବ। ଯେ ପର୍ଯ୍ୟନ୍ତ ସାଇକ୍ଲୋନ୍ ସର୍କୁଲେସନ୍ ବା ଟ୍ରପ୍ ଲାଇନ୍ ପଡିନାହିଁ, ସେପର୍ଯ୍ୟନ୍ତ ତାପମାତ୍ରା କମିବାର ସମ୍ଭାବନା କ୍ଷୀଣ। […]

  • Friday, 02 July 2021
ଶ୍ରୀମନ୍ଦିରରେ ନୀତି ବିଭ୍ରାଟକୁ ନେଇ ହାଇକୋର୍ଟଙ୍କ ଭର୍ତ୍ସନା
ଶ୍ରୀମନ୍ଦିରରେ ନୀତି ବିଭ୍ରାଟକୁ ନେଇ ହାଇକୋର୍ଟଙ୍କ ଭର୍ତ୍ସନା

କଟକ : ଶ୍ରୀମନ୍ଦିର ଇତିହାସରେ ଲଜ୍ଜା। କ୍ରମାଗତ ୪ଦିନ ହେଲାଣି ଅବଢ଼ା ବନ୍ଦ। କୋଠ ଭୋଗ ଚାଲିଥିବାରୁ ଠାକୁର ଉପାସରେ ନାହାନ୍ତି ବୋଲି କହି ମନ୍ଦିର ପ୍ରଶାସନ ଓ ସୁଆର ସେବାୟତ ସିନା ମୁଣ୍ଡରୁ ଦୋଷ ଛଡ଼ାଇ ଦେଇଛନ୍ତି। ହେଲେ ପ୍ରଶ୍ନ ଉଠୁଛି, ଭକ୍ତ ପ୍ରିୟ କାଳିଆ ଠାକୁରଙ୍କୁ କଣ ଏହା ଭଲ ଲାଗୁଥିବ ? ୪ଦିନ ହେଲାଣି ମହାପ୍ରସାଦ ନ ପାଇ ଆନନ୍ଦ ବଜାରରୁ ଖାଲି ପେଟରେ ଫେରୁଥିବା ଭକ୍ତର କଷ୍ଟ କଣ ଠାକୁରଙ୍କୁ ବାଧୁ […]

  • Friday, 02 July 2021
ବୈଜୟନ୍ତଙ୍କ ବିରୋଧରେ ଷଡ଼ଯନ୍ତ୍ରର ଚାଞ୍ଚଲ୍ୟକର ଖୁଲାସା
ବୈଜୟନ୍ତଙ୍କ ବିରୋଧରେ ଷଡ଼ଯନ୍ତ୍ରର ଚାଞ୍ଚଲ୍ୟକର ଖୁଲାସା

ଭୁବନେଶ୍ୱର : ଧରାପଡ଼ିଲା ବୈଜୟନ୍ତଙ୍କ ବିରୋଧରେ ଦଳ ଭିତରୁ ଚାଲିଥିବା ବଡ଼ ଷଡ଼ଯନ୍ତ୍ର। ଖୋଲିଲା ଗୁମର। ଚକ୍ରାନ୍ତ ପଛରେ ବବି ଓ ପାଣ୍ଡିଆନ୍‌। ପ୍ଲାନ୍‌ ପାଣ୍ଡିଆନ୍‌ଙ୍କର, କାର୍ଯ୍ୟକାରୀ କରିବା କାମ ବବିଙ୍କର। ସାମ୍ବାଦିକ ସମ୍ମିଳନୀରେ ଏଇ ଖୁଲାସା କରିଛନ୍ତି ବିଜେଡି କେନ୍ଦ୍ରାପଡ଼ା ଜିଲ୍ଲା ସଂଖ୍ୟାଲଘୁ ସେଲ୍‌ର ପୂର୍ବତନ ସଭାପତି ମହମ୍ମଦ ସଲିମ୍ ଖାନ୍। ବିଜୁ ଶ୍ରାଦ୍ଧବାର୍ଷିକୀରେ ବୈଜୟନ୍ତଙ୍କ ପୂର୍ବତନ ସହଯୋଗୀ ଦେବାଶିଷ ମଲ୍ଲିକ ବୈଜୟନ୍ତଙ୍କ ବିରୋଧରେ ଦଳ ବିରୋଧୀ କାର୍ଯ୍ୟର ଅଭିଯୋଗ ଆଣିଥିଲେ। ତେବେ ସେଇ ଦେବାଶିଷ […]

  • Friday, 02 July 2021
ନିରଞ୍ଜନ ପଟ୍ଟନାୟକ ହେଲେ ପିସିସି ସଭାପତି
ନିରଞ୍ଜନ ପଟ୍ଟନାୟକ ହେଲେ ପିସିସି ସଭାପତି

ଭୁବନେଶ୍ୱର : ରହିଲା କଂଗ୍ରେସ ବିଧାୟକ ଦଳର ଦାବି। ନିରଞ୍ଜନ ଇନ୍, ପ୍ରସାଦ୍ ଆଉଟ୍। ଦୀର୍ଘଦିନ ହେବ ପିସିସି ମୁଖିଆ ପରିବର୍ତ୍ତନ ନେଇ ଚାଲିଥିବା ଚର୍ଚ୍ଚାରେ ପଡିଛି ପୂର୍ଣ୍ଣଚ୍ଛେଦ। ନିରଞ୍ଜନଙ୍କ ମୁଣ୍ଡରେ ପଗଡ଼ି ବାନ୍ଧିଛନ୍ତି ଦଳ ସଭାପତି ରାହୁଲ ଗାନ୍ଧୀ। ଏଥିସହିତ ପିସିସିର ନବକଳେବର କରାଯାଇଛି। ଚିରଞ୍ଜୀବ ବିଶ୍ୱାଳ, ନବ ଦାସ  ଓ ପ୍ରଦୀପ ମାଝୀ କାର୍ଯ୍ୟକାରୀ ସଭାପତି ଭାବେ ନିରଞ୍ଜନଙ୍କୁ ସହାୟତା କରିବେ। ଭକ୍ତ ଦାସଙ୍କୁ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ କରାଯାଇଥିବା ବେଳେ ରାଜ୍ୟ […]

  • Friday, 02 July 2021
କମେଣ୍ଟ ମାରୁଥିବା ଯୁବକଙ୍କ ଉପରେ ଭାରି ପଡିଲେ ଯୁବତୀ
କମେଣ୍ଟ ମାରୁଥିବା ଯୁବକଙ୍କ ଉପରେ ଭାରି ପଡିଲେ ଯୁବତୀ

ରାଉରକେଲା  : ରୋଡ ରୋମିଓକୁ ପାନେ। କମେଣ୍ଟ ମାରୁଥିବା ୨ଜଣ ଯୁବକଙ୍କ ଉପରେ ଭାରି ପଡିଲେ ଜଣେ ମହିଳା। ରାଉରକେଲା ୧୯ ନମ୍ବର ସେକ୍ଟରରେ ନଜର ଆସିଛି ଏଭଳି ଘଟଣା। ସୂଚନା ଅନୁଯାୟୀ ସୁଜାତା ସାହୁ ନାମକ ଜଣେ ମହିଳା ତାଙ୍କ ଜଣେ ବାନ୍ଧବୀଙ୍କ ସହ ଠିଆ ହୋଇଥିବାବେଳେ ଦୁଇ ଯୁବକ ବାଇକରେ ଆସି ସେମାନଙ୍କୁ କମେଣ୍ଟ ମାରିଥିଲେ। ଏପରିକି ସୁଜାତା ତାଙ୍କୁ ପ୍ରତିରୋଧ କଲାବେଳେ ତାଙ୍କୁ ଠେଲିଦେଇଥିବା ସେ ଅଭିଯୋଗ କରିଥିଲେ।  ଏହାପରେ ସୁଜାତା ନିଜେ […]

  • Friday, 02 July 2021
ଶ୍ରୀମନ୍ଦିର ନୀତି ବିଭ୍ରାଟ ପ୍ରସଙ୍ଗ ନେଇ ଗୃହରେ ବିରୋଧୀଙ୍କ ହୋହାଲ୍ଲା
ଶ୍ରୀମନ୍ଦିର ନୀତି ବିଭ୍ରାଟ ପ୍ରସଙ୍ଗ ନେଇ ଗୃହରେ ବିରୋଧୀଙ୍କ ହୋହାଲ୍ଲା

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ନୀତି ବିଭ୍ରାଟ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀଙ୍କ ହୋହାଲ୍ଲା। ଗୃହ ଆଜି ବାରମ୍ବାର ମୁଲତବି ହୋଇଛି। ପ୍ରଥମେ ଦିନ ୧୧ଟା ୩୦, ପୁଣି ୧୨ଟା ୫୦ ଏବଂ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି। ଗୃହରେ ଲାଗି ରହିଥିବା ଅଚଳାବସ୍ଥା ଦୂର କରିବାକୁ ବାଚସ୍ପତି ଡାକିଥିଲେ ବୈଠକ। ବୈଠକରେ ଗୃହରେ ସରକାର ବିବୃତି ରଖିବା ନେଇ ନିଷ୍ପତ୍ତି ହୋଇଛି। ନୀତିକାନ୍ତି ବିଳମ୍ବ ନେଇ ଉତ୍ତର ରଖିବେ ସରକାର।ଅନ୍ୟପଟେ […]

  • Friday, 02 July 2021
ଓଡ଼ିଶାବାସୀଙ୍କ ସହ ଏମିତି ଥିଲା ୨୧ ବର୍ଷର ଯାତ୍ରା
ଓଡ଼ିଶାବାସୀଙ୍କ ସହ ଏମିତି ଥିଲା ୨୧ ବର୍ଷର ଯାତ୍ରା

ବିତି ଯାଇଛି ୨୧ ବର୍ଷ। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଅନେକ ଅଭିଜ୍ଞତା ଓ ଦର୍ଶକଙ୍କ ମତାମତକୁ ପାଥେୟ କରି ଓଟିଭି, ଓଡ଼ିଶାରେ ଖବର ପ୍ରସାରଣର ସୃଷ୍ଟି କରିଛି ନୂଆ ଧାରା। କେବୁଲ୍ ଟିଭିରୁ ଡିଜିଟାଲ୍, ସମୟ ସହ ତାଳ ଦେଇ ପାଲଟିଛି ଅତ୍ୟାଧୁନିକ ଟେକ୍ନୋଲୋଜି ସଂପନ୍ନ ୨୪ ଘଣ୍ଟିଆ ନ୍ୟୁଜ୍ ଚ୍ୟାନେଲ୍। ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ ନୀତିକୁ ଆଧାର କରି ଜାରି ରହିଛି ଦୁଇ ଦଶନ୍ଧିର ସଫଳ ଯାତ୍ରା। ଓଟିଭି, ଖବର ପ୍ରସାରଣ […]

  • Friday, 02 July 2021
ଦୁଇ ଦିନ ଧରି ଉପାସରେ ତିନି ଠାକୁର
ଦୁଇ ଦିନ ଧରି ଉପାସରେ ତିନି ଠାକୁର

ପୁରୀ : ଶ୍ରୀଜିଉଙ୍କ ନୀତିରେ ମହାବିଭ୍ରାଟ। ଉପବାସରେ ଜଗତରନାଥ। ଜଗମୋହନ କଟକଣା ହଟିବା ପରେ ଦର୍ଶନ ତ ମିଳୁଛି ହେଲେ ଆନନ୍ଦ ବଜାରରୁ ବିଷାଦ ମନରେ ଫେରୁଛନ୍ତି ହଜାର ହଜାର ଜଗନ୍ନାଥପ୍ରେମୀ। ଅଭାବନୀୟ ସ୍ଥିତି । ଖାଲି ଭକ୍ତ ନୁହଁନ୍ତି, ମହାପ୍ରଭୁ ବି ଚରମ ଅବହେଳାର ଶିକାର ହୋଇଛନ୍ତି। ଗତକାଲିଠୁ ନୀତିକାନ୍ତିରେ ଦେଖାଦେଇଛି ବିଭ୍ରାଟ। ନିଇତି ଷାଠିଏ ପଉଟି ଭୋଗ ଲାଗି ହେଉଥିବା କାଳିଆ ସାଆନ୍ତ ଦୁଇଦିନ ଧରି ରହିଛନ୍ତି ଭୋକ ଉପାସରେ। ଗତକାଲି ଭଳି ଆଜି […]

  • Friday, 02 July 2021
ଏବେ ବି ଇଟାଲୀୟ ପର୍ଯ୍ୟଟକଙ୍କୁ ଭୁଲିନାହାନ୍ତି କନ୍ଧମାଳବାସୀ
ଏବେ ବି ଇଟାଲୀୟ ପର୍ଯ୍ୟଟକଙ୍କୁ ଭୁଲିନାହାନ୍ତି କନ୍ଧମାଳବାସୀ

ଭୁବନେଶ୍ୱର / କନ୍ଧମାଳ : ଦିନ ବଦଳିଯାଏ, ହେଲେ ରହିଯାଏ ଚିହ୍ନ। ଅତୀତ ହେଲେ ବି ଆଜି ମନେପଡ଼ନ୍ତି ସେଦିନ ମାଓବାଦୀଙ୍କ ଦ୍ୱାରା ଅପହୃତ ଦୁଇ ଇଟାଲୀୟ ବିଦେଶୀ ପର୍ଯ୍ୟଟକ ପାଓଲୋ ବାସୁସ୍କୋ ଏବଂ କ୍ଲାଉଡିଓ କୋଲାଞ୍ଜେଲୋ। କନ୍ଧମାଳରେ ଉନ୍ନୟନମୂଳକ କାମ ହେଉ କିମ୍ବା ମୌଳିକ ସୁବିଧା ସୁଯୋଗ। ସବୁଥିରେ ସେମାନେ ବଢ଼ାଇଥିବା ସହାନୁଭୁତିର ହାତ ଆଜି ବି ସ୍ପଷ୍ଟ ବାରି ହୋଇପଡ଼ୁଛି। ତାଙ୍କ ଆର୍ଥିକ ଅନୁଦାନ ସହାୟତାରେ କନ୍ଧମାଳ ଲାମ୍ବାବାନ୍ଦା ଗାଁ ଲୋକଙ୍କୁ ପାନୀୟ ଜଳ […]

  • Friday, 02 July 2021
ନବୀନଙ୍କୁ ଭେଟିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ
ନବୀନଙ୍କୁ ଭେଟିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ମାସ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ। ଦେଶରେ ତୃତୀୟ ସାମ୍ମୁଖ୍ୟ ଗଠନ ନେଇ KCR ଉଦ୍ୟମ କରୁଥିବାରୁ ତାଙ୍କ ଗସ୍ତକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏହି ପ୍ରସଙ୍ଗରେ ସେ ନବୀନଙ୍କ ସହ ଆଲୋଚନା କରିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଶ୍ରୀଜୀଉଙ୍କ ଦର୍ଶନ ଲାଗି ପୁରୀ ଆସୁଛନ୍ତି, ଏହି […]

  • Friday, 02 July 2021
ନୀଳଗିରି ନାବାଳିକା ଦୁଷ୍କର୍ମ ଘଟଣା : ଅଭିଯୁକ୍ତ ଭଦ୍ରକରୁ ଗିରଫ
ନୀଳଗିରି ନାବାଳିକା ଦୁଷ୍କର୍ମ ଘଟଣା : ଅଭିଯୁକ୍ତ ଭଦ୍ରକରୁ ଗିରଫ

ବାଲେଶ୍ୱର : ନୀଳଗିରି ନାବାଳିକା ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ନିତ୍ୟଚନ୍ଦନ ଜେନା ଗିରଫ। ନିତ୍ୟଚନ୍ଦନକୁ ଭଦ୍ରକରୁ ଗିରଫ କରିଛି ନୀଳଗିରି ପୋଲିସ୍। ଗତକାଲି ୪ ବର୍ଷର କୋମଳମତି ଶିଶୁକୁ ନିତ୍ୟଚନ୍ଦନ ଚକୋଲେଟ ଦେବାକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଘଟଣାକୁ ଚାରିଆଡୁ ନିନ୍ଦା କରାଯାଇଥିବା ବେଳେ ଅଭିଯୁକ୍ତକୁ ଧରିବାରେ ପୋଲିସ ସକ୍ଷମ ହୋଇଛି। ଅନ୍ୟପକ୍ଷରେ ଆଜି ବିଧାନସଭାରେ ନୀଳଗିରି ତାତି ଦେଖିବାକୁ ମିଳିଥିଲା। କଂଗ୍ରେସ ସଦସ୍ୟମାନେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲେ। ମାତ୍ର […]

  • Friday, 02 July 2021
ସୁରତ୍ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା
ସୁରତ୍ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା

ସୁରତ :ସୁରତ୍‌ରେ ମୃତଦେହ, ଓଡ଼ିଶାରେ ତଦନ୍ତ। ଗତ ୬ ତାରିଖରେ ସୁରତ୍‌ର ଓଡ଼ିଆ ବହୁଳ ପଣ୍ଡେସରର ଭେସ୍ତାନ ଅଞ୍ଚଳରୁ ୧୧ ବର୍ଷୀୟ ନାବାଳିକାର ମୃତଦେହ ଉଦ୍ଧାର ଘଟଣାରେ ଓଡ଼ିଶାରେ ସୁରାକ୍ ଖୋଜୁଛି ଗୁଜରାଟ ପୋଲିସ। ସୁରତ ପୋଲିସ କମିଶନର ଘଟଣା ସଂପର୍କରେ ଓଡ଼ିଶା ପୋଲିସ ଡିଜିଙ୍କ ସହ କଥା ହୋଇଛନ୍ତି। ଏହାପରେ ଡିଜିପି ଆର.ପି ଶର୍ମା ପ୍ରେସମିଟ୍ କରିବା ସହ ଗୁଜରାଟ ପୋଲିସ ଦେଇଥିବା ନାବାଳିକା ସଂପର୍କିତ ତଥ୍ୟ ଓ ଫଟୋକୁ ସମସ୍ତ ଜିଲ୍ଲାର ଏସ୍‌ପିକୁ ପଠାଯାଇଥିବା […]

  • Friday, 02 July 2021
ନୀଳଗିରି ଦୁଷ୍କର୍ମ ମାମଲାରେ ରାଜନୀତି ତୀବ୍ର
ନୀଳଗିରି ଦୁଷ୍କର୍ମ ମାମଲାରେ ରାଜନୀତି ତୀବ୍ର

ଭୁବନେଶ୍ୱର : ନୀଳଗିରି ଦୁଷ୍କର୍ମ ମାମଲାକୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି। ଦୁଷ୍କର୍ମରେ ନୀଳଗିରି ବିଧାୟକଙ୍କ ସଂପର୍କୀୟଙ୍କ ସଂପୃକ୍ତି ଥିବା ଅଭିଯୋଗ କରିଛନ୍ତି ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ। ଫଳରେ ସରକାର କୌଣସି ପଦକ୍ଷେପ ନେଉ ନଥିବା ସେ ଅଭିଯୋଗ କରିଛନ୍ତି। ସେପଟେ ରେମୁଣା ବିଧାୟକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ନୀଳଗିରି ବିଧାୟକ ସୁକାନ୍ତ ନାୟକ। କହିଛନ୍ତି, କୌଣସି ରାଜନୈତିକ ଚାପ କେହି ପକାଉନାହାନ୍ତି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ […]

  • Friday, 02 July 2021
ଆନ୍ତଃରାଜ୍ୟ ନଦୀ ବିବାଦ ନେଇ ସୋମବାର ଆଞ୍ଚଳିକ ସମ୍ମିଳନୀ
ଆନ୍ତଃରାଜ୍ୟ ନଦୀ ବିବାଦ ନେଇ ସୋମବାର ଆଞ୍ଚଳିକ ସମ୍ମିଳନୀ

ଭୁବନେଶ୍ୱର: ଆନ୍ତଃରାଜ୍ୟ ନଦୀ ବିବାଦ ଓ ଅନ୍ୟାନ୍ୟ ଜଳସମ୍ପଦ ପ୍ରସଙ୍ଗକୁ ନେଇ ସୋମବାର କୋଲକାତାରେ ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ। କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟର ପ୍ରସ୍ତାବ କ୍ରମେ ପ୍ରଥମ ଥର ଲାଗି ଓଡ଼ିଶା ସମେତ ୫ଟି ପୂର୍ବାଞ୍ଚଳ ରାଜ୍ୟଙ୍କୁ ନେଇ ଅନୁଷ୍ଠିତ ହେବାକୁ ଯାଉଛି ଏହି ଆଞ୍ଚଳିକ ସମ୍ମିଳନୀ। ଏହି ବୈଠକରେ ମହାନଦୀ ଜଳ ବିବାଦକୁ ଗୁରୁତ୍ୱ ଦେବ ଓଡ଼ିଶା। ଏଣେ ୨୨ରେ ହେବାକୁ ଥିବା ମହାନଦୀ ମହାସମ୍ମିଳନୀ ପାଇଁ ବିଜେଡି ଆଜି ରଣନୀତି ପ୍ରସ୍ତୁତ କରିଥିବା ବେଳେ […]

  • Friday, 02 July 2021
ସାଂସଦଙ୍କ ପୂର୍ବରୁ ପ୍ରକଳ୍ପ ଉଦ୍‌ଘାଟନ କଲେ ବ୍ଲକ ଉପାଧ୍ୟକ୍ଷ
ସାଂସଦଙ୍କ ପୂର୍ବରୁ ପ୍ରକଳ୍ପ ଉଦ୍‌ଘାଟନ କଲେ ବ୍ଲକ ଉପାଧ୍ୟକ୍ଷ

ସାଲେପୁର: ସାଂସଦଙ୍କ ଉଦ୍‌ଘାଟନ କାର୍ଯ୍ୟକ୍ରମ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ବ୍ଲକ୍ ଉପାଧ୍ୟକ୍ଷ। କଟକ ଜିଲ୍ଲା ସାଲେପୁର ବ୍ଲକ୍ ମହାଜନପୁରରେ ସାଂସଦ ପାଣ୍ଠି ବିନିଯୋଗରେ ଏକ ପାଣି ଟାଙ୍କି ନିର୍ମାଣ କରାଯାଇଥିଲା। ଏହାକୁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଆସନ୍ତାକାଲି ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରଖାଯାଇଥିଲା। କିନ୍ତୁ ଏହା ପୂର୍ବରୁ ଆଜି ପାଣି ଟାଙ୍କିର ଉଦ୍‌ଘାଟନ କରିଛନ୍ତି ସାଲେପୁର ବ୍ଲକ୍ ଉପାଧ୍ୟକ୍ଷ ରମେଶ ଜେନା। ତେବେ ଏଭଳି ବ୍ୟତିକ୍ରମ କିପରି ହେଲା ବୋଲି ବ୍ଲକ୍ […]

  • Friday, 02 July 2021