‘ବିଗ୍‌ ବସ୍‌’ ତେଲୁଗୁ ଆୟୋଜକଙ୍କ ବିରୋଧରେ ଯୌନ କେଳେଙ୍କାରୀ ଅଭିଯୋଗ ଆଣିଲେ ମହିଳା ସାମ୍ବାଦିକ

ହାଇଦ୍ରାବାଦ: ହାଇଦ୍ରାବାଦର ଜଣେ ମହିଳା ସାମ୍ବାଦିକ ‘ବିଗ୍‌ ବସ୍‌’ ତେଲୁଗୁ କାର୍ଯ୍ୟକ୍ରମ ନାଁ’ରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଏହି ଶୋ’ର ତୃତୀୟ ସଂସ୍କରଣ ପାଇଁ ସେ ମନୋନୀତ ହୋଇଥିଲେ। ତେବେ ଶୋ’ର ଫାଇନାଲ୍‌ ସିଲେକ୍ସନ୍‌ ରାଉଣ୍ଡକୁ ଯିବାକୁ ହେଲେ ପ୍ରଥମେ ‘ବସ୍‌’ଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ହେବ ବୋଲି କାର୍ଯ୍ୟକ୍ରମର ଆୟୋଜକ ତାଙ୍କୁ କହିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ତାଙ୍କ ଅଭିଯୋଗ ଅଧାରରେ ଏହି ରିଅଲିଟି ଶୋ’ର ଆୟୋଜକମାନଙ୍କ ନାମରେ ବଞ୍ଜାରା ହିଲ୍ସ ପୁଲିସ୍‌ ଷ୍ଟେସନ୍‌ରେ ଏକ ମାମଲା ରୁଜୁ କରାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି, ଅଭିଯୋଗ ଆଣିଥିବା ମହିଳା ସାମ୍ବାଦିକ ଉକ୍ତ ଶୋ’ ପାଇଁ ସିଲେକ୍ଟ ହୋଇଥିବା ନେଇ ଏକ ଫୋନ୍ କଲ୍ ପାଇଥିଲେ। ଏହା ପରେ ସେ  ଆୟୋଜକ ଟିମ୍‌ର ୪ ଜଣ ସଦସ୍ୟଙ୍କୁ ଭେଟିଥିଲେ। ସେହି ସମୟରେ ସେମାନେ ତାଙ୍କ ସହିତ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ସିଲେକ୍ସନ୍‌ର ଚୂଡ଼ାନ୍ତ ପର୍ଯ୍ୟାୟକୁ ଯିବାକୁ ହେଲେ  ସେମାନଙ୍କ ‘ବସ୍‌’ଙ୍କ ସହିତ ତାଙ୍କୁ (ଉକ୍ତ ମହିଳା ସାମ୍ବାଦିକଙ୍କୁ) ଶାରିରୀକ ସମ୍ପର୍କ ରଖିବାକୁ ହେବ ବୋଲି କହିଥିଲେ। ଏହା ସହିତ ଉକ୍ତ ମହିଳା ସାମ୍ବାଦିକଙ୍କ ଶରୀରକୁ ନେଇ ସେମାନେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ

ତୁମେ ବହୁତ୍‌ ମନେ ପଡ଼ୁଛ.. ମା’ଙ୍କ ପୁଣ୍ୟତିଥିରେ ଏମିତି ଭାବପ୍ରବଣ ହେଲେ ଜାହ୍ନବୀ

ପୁଣି ମା’ ହେଲେ ଶିଳ୍ପା ଶେଟ୍ଟୀ

ଶ୍ରେଷ୍ଠ ଅଭିନେତା ହ୍ରିତିକ୍‌, ଶ୍ରେଷ୍ଠ ଟେଲି ଅଭିନେତ୍ରୀ ଦିବ୍ୟଙ୍କା

ଏକ୍ସ ବୟଫ୍ରେଣ୍ଡଙ୍କୁ ନେହାଙ୍କ ଚେତାବନୀ, କହିଲେ- ମୁଁ ଯଦି ମୁହଁ ଖୋଲିବି…

କମଲ୍ ହାସନ୍‌ଙ୍କ ଶୁଟିଂ ସେଟ୍‌ରେ କ୍ରେନ୍‌ ଖସିପଡ଼ି ୩ ଆସିଷ୍ଟାଣ୍ଟ୍‌ ଡାଇରେକ୍ଟରଙ୍କ ମୃତ୍ୟୁ

ଫିଲ୍ମ ‘ଅନୁ ଦିଦି ନଟ୍ ଆଉଟ୍‌’ର ଶୁଭ ମହୁରତ

ଅଭିନେତା ତାପସ ପାଲ ଆଉ ନାହାନ୍ତି

ହଲିଉଡ୍‌ରେ ଚର୍ଚ୍ଚିତ ଓଡ଼ିଆ ନାଁ ରାଧାରାଣୀ

ବନ୍ଦ ହୋଇପାରେ ‘କହାଁ ହମ୍‌ କହାଁ ତୁମ୍‌’ ଧାରାବାହିକ

୬୫ତମ ଫିଲ୍ମଫେୟାର ଆୱାର୍ଡ: ରଣବୀର, ଆଲିଆ ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ

ସିଦ୍ଧାର୍ଥ ଶୁକ୍ଲା ବିଗ୍‌ ବସ୍‌ ୧୩ ବିଜେତା

ସଲମାନ୍‌ଙ୍କ ପାଇଁ ସାଇକେଲରେ ଗଲେ ୬୦୦ କି.ମି.

You might also like