ରଜନୀକାନ୍ତଙ୍କ “ଜନତା କର୍ଫ୍ୟୁ” ଭିଡ଼ିଓ କାହିଁକି ଟ୍ୱିଟରରୁ ହଟାଇ ଦିଆଗଲା ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ଵାନ କରିଥିବା “ଜନତା କର୍ଫ୍ୟୁ”କୁ ସମର୍ଥନ କରି  ସୁପରଷ୍ଟାର ରଜନୀକାନ୍ତ ଏକ ଭିଡ଼ିଓ ଟ୍ୱିଟରରେ ପୋଷ୍ଟ କରିଥିଲେ। ହେଲେ, କିଛି ସମୟ ପରେ ଟ୍ୱିଟର ପକ୍ଷରୁ ଏହାକୁ ଡିଲିଟ କରିଦିଆଯାଇଥିବା ଜଣାପଡିଛି। କୁହାଯାଉଛି ଯେ, ଏହି ଭିଡ଼ିଓରେ କିଛି ଭୁଲ ସୂଚନା ପ୍ରଦାନ କରାଯାଇଥିଲା। ଯେଉଁ ଅଭିଯୋଗରେ ଏହାକୁ ଡିଲିଟ କରାଯାଇଥିବା ସୂଚନା ମିଳିଛି।

ରଜନୀକାନ୍ତ ଟ୍ୱିଟ କରି ଲେଖିଥିଲେ, କରୋନା ଭାଇରସ ଭାରତରେ ଦ୍ଵିତୀୟ ପର୍ଯ୍ୟାୟରେ ଅଛି। ତେଣୁ ଲୋକମାନଙ୍କୁ ଅନୁରୋଧ କରୁଛି ଯେ, ଘର ଭିତରେ ରୁହନ୍ତୁ। ଫଳରେ କରୋନା ଭାଇରସକୁ ତୃତୀୟ ପର୍ଯ୍ୟାୟରେ ପହଁଚିବାରେ ରୋକା ଯାଇପାରିବ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, କରୋନା ଭାଇରସ ଭାରତରେ ଏବେ ତୃତୀୟ ପର୍ଯ୍ୟାୟରେ ଅଛି।

ସେ ଆହୁରି ମଧ୍ୟ କହିଥିଲେ, ୧୪ ଘଣ୍ଟା ସାମାଜିକ ଦୂରତା ବଜାୟ ରଖିଲେ ଏହି ଭାଇରସ ସଂକ୍ରମଣକୁ ରୋକା ଯାଇପାରିବ। 

ଏହି ଭିଡିଓରେ ସେ  କହିଥିଲେ, ଯେତେବେଳେ ଇଟାଲୀରେ ଏହି ଭୂତାଣୁ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଥିଲା ସେତେବେଳେ ସେଠାକାର ସରକାର ମଧ୍ୟ ସେଠାରେ ଏପରି ଲକଡାଉନ୍ ପାଇଁ ଚେଷ୍ଟା କରିଥିଲେ।  କିନ୍ତୁ ନାଗରିକଙ୍କ ସମର୍ଥନ ଏବଂ ଅବହେଳା ଯୋଗୁଁ ଆଜି ସେଠାରେ ଏଭଳି  ପରିସ୍ଥିତି ଉପୁଜିଛି।

ବଲିଉଡ୍ ସେଲେବ୍ରିଟିମାନେ ଜନତା କର୍ଫ୍ୟୁ ପାଇଁ ଗତକାଲି ଦିନ ତମାମ୍ ଘରେ ରହିବା ସହ ଅପରାହ୍ଣ ୫ଟାରେ ତାଳି, ଘଣ୍ଟି ଆଦି ବଜାଇଥିବା ଦେଖିବାକୁ ମିଳିଥିଲା।

You might also like